ନାଲି ସିନ୍ଦୁର
ନାଲି ସିନ୍ଦୁର


ଦେଠେଇ ଶାଶୁ ଭଲ ପାଆନ୍ତି ସଜେଇ ହେବାକୁ। ସକାଳୁ ସକାଳୁ ଗୋଡ ଲମ୍ବାଇ ବସିପଡନ୍ତି କଜଳସିନ୍ଦୁର ପେଢି ଧରି। ଘଣ୍ଟାଏ କିମ୍ବା ଦୁଇଘଣ୍ଟା ଲାଗେ ନିଜେ ସଜେଇହେବାକୁ। ମଥାରେ ନାଲି ସିନ୍ଦୁର ପାଉଡର ସ୍ନୋ,ଆଖିରେ କଜଳ ,କପାଳରେ ବଡ ନାଲି ସିନ୍ଦୁରର ଟୋପା, ମୁଣ୍ଡରେ ଯୁଡାକରି ସେଥିରେ ସେବତି ଫୁଲ ଖୋସିଦିଅନ୍ତି। ସକାଳୁ ଏବଂ ସନ୍ଧ୍ୟାରେ ନିତି ଏହି କାମ। ଦେଠେଇଙ୍କୁ ଯେତେବେଳେ ଦେଖିଲେ ଗୋଡ ଲମ୍ବାଇ ବସିପଡନ୍ତି ସଜେଇହେବାକୁ। ଏ ବୟସରେ ଏତିକି। ଆଗକାଳିଆ ପୁରୁଣା ଲୋକ। କାମ ମାନେ ଖାଲି ତାଙ୍କର ଏତିକି। ଦେହରେ ଖାଲି ଚମଡା ଖଣ୍ଡିିଏ ଘୋଡେଇ ହୋଇଥାଏ। ପୁଳେ ହେଲେ ମାଂସ ନଥାଏ। ଦେଖିବାକୁ ଲାଗନ୍ତି କଣ୍ଢେଇଟିଏ। ଏତେ ସଉକ ସଜାଇ ହେବାକୁ ସବୁବେଳେ ,ସଜେଇ ହୋଇ ହୋଇ ଦିନେ ସେ ସଧବା ବେଶରେ ଚିରଦିନ ପାଇଁ ଆଖି ବୁଜିଦେଲେ। ହାତରେ ନାଲିଚୁଡି, ପାଦରେ ମୋଟା ମୋଟା ନାଲି ଅଳତା,ନାଲିରଙ୍ଗର ଶାଢି,ମଥାରେ ସିନ୍ଦୁର,କପାଳରେ ଏତେବଡ ନାଲି ସିନ୍ଦୁରର ଟୋପା କି ସୁନ୍ଦର ସଧବା ବେଶ ସତରେ ମୋ ଭାଗ୍ୟରେ ଥିଲେ ମୁଁ ଵି ଏମିତି ସଜେଇ ହୋଇ ସଧବା ବେଶରେ ଚାଲିଯିବି।