Writer Roja Panda

Tragedy Inspirational

2.3  

Writer Roja Panda

Tragedy Inspirational

ନାଲି ଶଙ୍ଖା

ନାଲି ଶଙ୍ଖା

3 mins
502



 ପାଞ୍ଚ ବର୍ଷର ଛୋଟ ଝିଅଟିଏ ତାରିଣୀ । ତା ମାଆର କାନ୍ଦ ଶୁଣି ଦୋୖଡି ଗଲା ବାଡିପଟକୁ । ଦେଖିଲା ପାଞ୍ଚ କି ଛଅ ଜଣ ଧଳା ଶାଢ଼ୀ ପିନ୍ଧିଥିବା ସ୍ତ୍ରୀ ଲୋକ ତା ମାଆ ହାତରୁ ନାଲିଶଙ୍ଖା ସବୁ ଭାଙ୍ଗି ଦେଉଛନ୍ତି । ତା ମାଆ ଖୁବ୍ ଜୋର୍ ରେ ଚିତ୍କାର କରି କାନ୍ଦୁଛି । ପାଖରେ ଧଳା ଚାଦର ଘୋଡେଇ ହେଇ କେହି ଜଣେ ସୋଇଛନ୍ତି । ନିରୀହ ତାରିଣୀ ଏସବୁ ଦେଖି ତା ମାଆ ପାଖକୁ ଯାଇ ସେଇ ଧଳା ଶାଢ଼ୀ ପିନ୍ଧିଥିବା ସ୍ତ୍ରୀଲୋକ ମାନଙ୍କୁ କହିଲା, ତୁମେମାନେ ମୋ ମାଆର ନାଲି ଚୁଡ଼ି କାହିଁକି ଭାଙ୍ଗୁଛ ? ଓଃ ହୋ ତୁମର ନାଲି ଚୁଡ଼ି ନାହିଁ ବୋଲି ମୋ ମାଆ ଠାରୁ ନେଇଯାଉଛ । ଛାଡ ମୋ ମାଆକୁ ଛାଡ଼ । ଏମିତି କହି ସେ ନିଜ ମାଆର ହାତକୁ ଟାଣିଆଣି ନିଜ ଛାତିରେ ଚାପି ଧରିଲା । ଠିକ୍ ସେତିକିବେଳେ ଦଲକାଏ ପବନ ଆସି ସେଠି ସୋଇ ରହିଥିବା ଲୋକର ମୁହଁରୁ ଧଳା ଚାଦରଟା ଉଡେଇନେଲା । ଓଃ କି ଭୟଙ୍କର ଦୃଶ୍ୟ ! ସତେ ଯେମିତି ହଜାର ହଜାର ବନ୍ଧୁକର ଗୁଳି ଏଇ ବୀର ଯବାନ ତା ଛାତିରେ ତୋଳି ଧରିଛି ।


କୁନିଝିଅ ତାରିଣୀ ତା ବାପାଙ୍କୁ ଦେଖି ଦୋୖଡିଯାଇ କହିଲା, ବାପା ତମେ ଏଇଠି ଶୋଇଛ ଆଉ ଏମାନେ ମୋ ମାଆକୁ ହଇରାଣ କରୁଛନ୍ତି ତମେ କିଛି କହୁନା । ଦେଖ ବାପା ଏମାନେ କେମିତି ତମେ ଦେଇଥିବା ନାଲି ଚୁଡ଼ି ମାଆ ଠାରୁ ଛଡେଇ ନେଉଛନ୍ତି । ତମେ ଉଠନା ବାପା । ବାପା ଉଠ । ଉଠ ବାପା । ଓଃ ହୋ ମାଆ ଦେଖିଲୁ ବାପା କେମିତି ଉଠୁନାହାନ୍ତି । ନିରୀହ ଝିଅର ଏପରି ବ୍ୟବହାର ଦେଖି ମାଆ ଆହୁରି ଖୁବ୍ ଜୋର୍ ରେ କାନ୍ଦି ଉଠିଲେ । ମାଆ ଠିକ୍ ଜାଣିଥିଲେ ଯେ ବାପା ଆଉ ଉଠିବେନି ହେଲେ ଏଇ ନିଷ୍ଠୁର ସତ୍ୟ ଝିଅକୁ ବୁଝେଇ ପାରୁନଥିଲେ । ତାରିଣୀର ବାପା ଆଜି ଦେଶ ପାଇଁ ଶହୀଦ । ତାରିଣୀ ପଚାରିଲା ,ମାଆ ବାପା କାହିଁକି ଉଠୁନାହାନ୍ତି ? ମାଆ ନିଜ ଛାତି ତଳର ଦୁଃଖକୁ ଚାପି କହିଲେ,ଧନରେ ତୋ ବାପା ପରା ଆମ ଦେଶ ପାଇଁ ପ୍ରାଣ ତ୍ୟାଗ କରିଛନ୍ତି । ଶତ୍ରୁର ଗୁଳିକୁ ଛାତି ଦେଖେଇ ରକ୍ତର ରଙ୍ଗରେ ନିଜକୁ ରଙ୍ଗେଇ ଅମର ହେଇଯାଇଛନ୍ତି । ସେ କଣ ଆଉ ଉଠିବେ ? ତାରିଣୀ ଏସବୁ ଶୁଣି କହିଲା, ବାପା କଣ ଆଉ କେବେବି ଉଠିବେନାହିଁ । ତାହାଲେ ତୋ ନାଲି ଚୁଡ଼ି ତ ଏମାନେ ଭାଙ୍ଗିଦେଲେ । ତୋ ପାଇଁ ନାଲି ଚୁଡ଼ି କିଏ ଆଣିବେ ମାଆ ? ଝିଅ ପାଟିରୁ ଏମିତି କଥା ଶୁଣି ମାଆ କଇଁକଇଁ ହେଇ କାନ୍ଦିପକାଇଲେ ।


ଶେଷରେ ଶହୀଦ ଜବାନଙ୍କର ଶେଷକୃତ୍ୟ ସମାପ୍ତ ହେଲା । ସମସ୍ତେ ବିଶ୍ରାମ ନେବାକୁ ଗଲେ । ତାରିଣୀ ମନରେ କିନ୍ତୁ ଗୋଟିଏ ଚିନ୍ତା । ତା ମାଆର ନାଲି ଚୁଡ଼ି । ନିରୀହ ଝିଅଟାକୁ ଲାଗୁଥିଲା ଯେ ତା ମାଆ ନାଲି ଚୁଡ଼ି ଭାଙ୍ଗିବା କାରଣରୁ ଏମିତି କାନ୍ଦୁଥିଲା । ସେଥିପାଇଁ ସେ ଘରସାରା ବୁଲି ବୁଲି ନାଲି ଚୁଡ଼ି ଖୋଜିବାରେ ଲାଗିଥିଲା । ଶେଷରେ ତା ମାଆର କିଛିଟା ପୁରୁଣା ନାଲି ଶଙ୍ଖା ଗୋଟେ ପୁଡିଆରେ ବନ୍ଧା ହେଇଥିବାର ଦେଖିଲା । ସଙ୍ଗେ ସଙ୍ଗେ ଦୋୖଡି ଯାଇ ସେଇ ପୁଡିଆଟିକୁ ଖୋଲି ଦୁଇ ଚାରିପଟ ନାଲି ଶଙ୍ଖା ନେଇ ତା ମାଆ ସୋଇଥିବା ଅବସ୍ଥାରେ ତା ହାତରେ ପିନ୍ଧେଇଦେଲା । ରାତି ପାହି ସକାଳ ହେଲା । କିଛି ସମୟ ମଧ୍ୟରେ ଗାଁର କିଛି ସ୍ତ୍ରୀଲୋକ ଆସି ତାରିଣୀର ମାଆ ପାଖରେ ରୁଣ୍ଡ ହେଇଗଲେ । ତାରିଣୀର ମାଆ ହାତରେ ନାଲିଶଙ୍ଖା ଦେଖି ତାକୁ ବୋହୁତ ଗାଳି କଲେ । ବିଧବା ହେଇ ନାଲିଶଙ୍ଖା ପିନ୍ଧିଛୁ କହି ବୋହୁତ ତାଛଲ୍ୟ କଲେ । ଏସବୁ ଶୁଣି ତାରିଣୀ ପଚାରିଲା ବିଧବା ମାନେ କଣ ? ସ୍ତ୍ରୀଲୋକ ମାନେ ଉତ୍ତର ଦେଲେ ,ଯାହାର ବାପା ମରିଯାଇଥାଏ ତା ମାଆକୁ ବିଧବା କୁହାଯାଏ । ସେଇ ଛୋଟ ତାରିଣୀ ଏସବୁ ଶୁଣି କହିଲା , ବିଧବାମାନେ କଣ ଶାନ୍ତିରେ ସୋଇ ପାରିବେନାହିଁ । ତମେମାନେ କାହିଁକି ମୋ ମାଆକୁ ନିଦରୁ ଉଠାଇ ଗାଳି କରୁଛ ? ମୋ ବାପା ମରି ନାହାନ୍ତି । ସେ ପରା ଦେଶ ପାଇଁ ଜୀବନ ଦେଇଛନ୍ତି । ସେଥିପାଇଁ ସେ ଅମର । ମୋ ବାପା ବୀର ଯବାନ ଥିଲେ । ଆଉ ସେଇଥିପାଇଁ ମୋ ମାଆ ବିଧବା ନୁହେଁ ସେ ହେଉଛି ବିରବଧୂ ମାନେ ବିରପତ୍ନୀ । ଏଡିକି ଟିକିଏ ଛୁଆ ମୁହଁରୁ ଏମିତି ଉକ୍ତି ଶୁଣି ସମସ୍ତଙ୍କ ମୁହଁ ଲାଜରେ ଝାଉଁଳି ଗଲା । ପ୍ରକୃତରେ ଜଣେ ବୀର ଜବାନର ସ୍ତ୍ରୀ କେବେ ବିଧବା ହେଇପାରେନା କାରଣ ସେ ବିରବଧୂ । ସେଇ ତେଜିୟନ ମହାବୀର ଯବାନର ପତ୍ନୀ । ସେ ସଦା ନମସ୍ୟ । ସଦା ପୁଜ୍ଜିତ ।


Rate this content
Log in

Similar oriya story from Tragedy