STORYMIRROR

ଶିଶିର ସାହୁ ମନୋଜ

Abstract

3  

ଶିଶିର ସାହୁ ମନୋଜ

Abstract

ମୂର୍ତ୍ତି

ମୂର୍ତ୍ତି

1 min
545


କୌଣସି ଏକ ଗ୍ରାମରେ ଜଣେ ଶିଳ୍ପକାର ଥାଏ ।

ଦିନେ ସେ ଜଙ୍ଗଲରୁ ଏକ ଶୁଭ୍ର ସ୍ପଟିକ ପଥର ପାଇଲା ।


ଉକ୍ତ ବିଶିଷ୍ଟ ପଥରକୁ ସେ ଘରକୁ ନେଇଆସିଲା ଏବଂ ଅନେକ ଦିନଯାଏଁ ତହିଁରୁ ମୂର୍ତ୍ତି ଗଢିବାକୁ ଲାଗିଥାଏ ।


ସେ ପଥରର ସବୁଠାରୁ ବଡ଼ ଦୋଷ ଥିଲା ତହିଁରେ

ସାମାନ୍ୟ ଅନ୍ୟମନସ୍କ ହେଲେ ତାହା ଭାଙ୍ଗି ଯାଉଥିଲା ।

ତଥାପି ଶିଳ୍ପକାର ଯେନତେନ ପ୍ରକାରେ 

ଉକ୍ତ ସ୍ପଟିକକୁ ଏକ ମୂର୍ତ୍ତି ରେ ପରିଣତ କରିବାରେ 

ସଫଳ ହୋଇଗଲା ।


ମୂର୍ତ୍ତି ତିଆରି ସମ୍ପୂର୍ଣ୍ଣ ହେଲାରୁ 

ଶିଳ୍ପକାର ସେହି ମୂର୍ତ୍ତିଟି ଏକ ବଡ଼ମନ୍ଦିରକୁ ପ୍ରଦାନ କରିଦେଲା ।


ନିର୍ଦ୍ଦିଷ୍ଟ ଦିନ ଶୁଭ ଲଗ୍ନାଦି ଦେଖି 

ସେହି ମୂର୍ତ୍ତି କୁ ମନ୍ଦିରରେ ପ୍ରତିଷ୍ଠା କରାଗଲା ।

ଦେଶଯାକର ଲୋକେ ସେହି ମୂର୍ତ୍ତି କୁ ଦେଖି 

ବାଃ ବାଃ କଲେ ।


ଏ କାନରୁ ସେ କାନ ହୋଇ 

ମୂର୍ତ୍ତି କଥା

ସେ ଦେଶର ରଜାଙ୍କ କାନକୁ ଗଲା


ଦିନେ ରାଜା ମନ୍ଦିର ବିଜେ କଲେ

ଏବଂ ସେ ମଧ୍ୟ ଉକ୍ତ ଉତ୍କୃଷ୍ଟ ସ୍ପଟିକ ବିଗ୍ରହ ଦେଖି 

ମୁଗ୍ଧ ହୋଇଗଲେ ।


ରାଜା ଶିଳ୍ପକାର କୁ ପୁରସ୍କାର ଦେବାପାଇଁ ଚାହୁଁଥିଲେ ।

ସେ ଶିଳ୍ପକାର କୁ ଦୂତ ଦ୍ବାରା ଡକାଇ ପଠାଇଲେ ।

ଶିଳ୍ପକାର ଆସି ପହଞ୍ଚିଲା 

ରାଜା ତା’ର କାର୍ଯ୍ୟ ର ଖୁବ୍ ପ୍ରଶଂସା କଲେ ।


ରାଜାଙ୍କ କଥା ଶୁଣି

ଶିଳ୍ପକାର ସହଜ ସ୍ଵରରେ କହିଲା


“ମଣିମା,

ମୁଁ ତ କିଛି ବି କରିନାହିଁ 

ସେ ପଥରରେ ତ ଈଶ୍ଵର ପୂର୍ବରୁ ଥିଲେ 

ମୁଁ ଖାଲି କେତୋଟି ପଥର ମାତ୍ର କାଟିଛି ! 

ପ୍ରକୃତରେ ଯାହା ବି ହୁଏ ସବୁ ସେହି ପରମେଶ୍ବରଙ୍କର ଇଛାରେ ହିଁ ହୋଇଥାଏ”


ରାଜା ସେହି ଶିଳ୍ପକାରର ବିନମ୍ର ଧର୍ମଯୁକ୍ତ ବଚନ ଶୁଣି ପ୍ରସନ୍ନ ହୋଇ ତାକୁ ଅନେକ ଧନଧାନ୍ୟ ପ୍ରଦାନ ପୂର୍ବକ ବିଦା କଲେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract