STORYMIRROR

Sunanda Mohanty

Action Inspirational Children

3  

Sunanda Mohanty

Action Inspirational Children

ମୁନି ଓ ଜେଜେ

ମୁନି ଓ ଜେଜେ

1 min
124

  ଜେଜେ ମୁନି ପାଇଁ ଗୋଟେ ଖେଳନା ଆଣିଥିଲେ। ସେଇଟି ଗୋଟିଏ ବାଡ଼ି ଭଳି ତା ଶେଷ ମୁଣ୍ଡରେ ନିଆଁ ପରି ଝୁଲ ବାହାରେ, ମୁନି ଖୁସି ହେଲା ସ ହେଲେ ଭାଙ୍ଗିବାକୁ ଲାଗିଲା ଥରକୁ ଥର ଭିନ୍ନ ଭିନ୍ନ ପ୍ରକାରେ ଛାଟି ଛାଟି ତ ଜେଜେ ମୁନି ଠାରୁ ଖେଳନା ଟି ରାଖିନେଇ କହିଲେ , ଥାଉ ରଖିଦେ, ଭାଙ୍ଗିଦେଲେ ଚଟି ବାଡେ଼ଇବ। ଚଟି ନାମ୍ନୀ ସେହି ଅଦୃଶ୍ୟ ଜୀବକୁ କେବଳ ଡରୁଥାଏ ମୁନି, ତ କାଳେ ଚଟି ନାକ ନେଇଯିବ ବୋଲି ମୁନି ଖେଳନା ଟିକୁ ଥୋଇଦେଲା ଆଉ ଖାଇ ପିଇ ଶୋଇଗଲା।

  ସ୍ୱପ୍ନ ରେ ମୁନି ଦେଖିଲା ଚଟି ନାମ୍ନୀ ସେହି ଅଦ୍ଭୁତ ଲୋକ ବା ସାନ୍ତାକ୍ରୁଜ ବା ବିରାଟ ରାକ୍ଷସ ସଦୃଶ ବ୍ୟକ୍ତି, ତାରି ପରି ସବୁ ଛୋଟ ଛୋଟ ପିଲାମାନଙ୍କୁ ସେହି ଖେଳନାରେ ପିଟି ଖଣ୍ଡିଆ କରିଦେଉଛନ୍ତି ତ ପିଲାମାନେ ଚିତ୍କାର କରୁଛନ୍ତି ବିକଳରେ। ଏକଥା ଦେଖି ମୁନି ର ନିଦ ଭାଙ୍ଗିଗଲା, ସେ ବିଲିବିଲେଇଲା, ଓ ତାକୁ ଜ୍ଵର ମଧ୍ୟ ହେଲା।

  ସକାଳେ ଜେଜେ ମୁନି କୁ ନେଇ ହସ୍ପିଟାଲ ଗଲେ ସବୁ ସତ୍ ସତ୍ କଥା କହିଲେ, ଡାକ୍ତର ବାବୁ ମୁନିକୁ କେବେ ଡରିବନି ଝିଅ କହି ଜେଜେଙ୍କୁ ମଧ୍ୟ ପିଲାମାନଙ୍କୁ ଡରାଇବା ଭଳି କିଛି ନକହିବାକୁ ଉପଦେଶ ଦେଲେ। ଜେଜେ ବାଟସାରା ମୁନିକୁ ଡରିବୁନି କି କାନ୍ଦିବୁନି ବୋଲି କହି ବୁଝେଇ ବୁଝେଇ ଘରକୁ ଆଣିଲେ, ସେ ଦିନ ଠୁ ମୁନି କାହାକୁ ନଡରି ସାହସୀ ହେବାକୁ ଲାଗିଲା। ବଡ ହୋଇ ପାଇଲଟ ହେଲା ମୁନି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action