Lalita Mohan Mishra

Tragedy Inspirational

3  

Lalita Mohan Mishra

Tragedy Inspirational

ମୁଁ ତୁମ ଅକ୍ଷିତା

ମୁଁ ତୁମ ଅକ୍ଷିତା

4 mins
405


ନାରୀ ଇଶ୍ୱରଙ୍କର ଅନବଦ୍ୟ ସୃଷ୍ଟି । ଭଗବାନଙ୍କ ଦ୍ୱାରା ଏକ ସୃଜିତ ସୃଜନଶୀଳତା । ଯୁଗେ ଯୁଗେ ନାରୀକୁ ନେଇ ରଚିତ ଅନେକ ଗଳ୍ପ ,କାବ୍ୟ ଓ କବିତା । ସ୍ଥାନ ,କାଳ ,ପାତ୍ର ବିଶଷରେ ନାରୀର ବଦଳିଥାଏ ଦାୟିତ୍ୱ । ବାସ୍ନାମୟ କଅଁଳ ପୁଷ୍ପ ପରି ,ନାରୀ ବି ଦିନେ କଢିଟିଏ ପରି ଅନେକ ସମ୍ଭାବନାକୁ ସାଥି କରି ଜନ୍ମ ନିଏ ଏ ଦୁନିଆଁ ବଗିଚାରେ । ସେଥିପାଇଁ କୁହାଯାଏ ‘ଝିଅଟିଏ ଫୁଲଟିଏ’ । ଦୁଇ କୂଳକୁ ହିତା । ବଗିଚାରୁ ମନ୍ଦିର ଫୁଲର ଯାତ୍ରା ପରି ଝିଅର ଯାତ୍ରା ବାପ ଘରୁ ଶାଶୂଘର । ଏ ଯାତ୍ରାରେ ତା’ର ଅନେକ ଦୃଶ୍ୟ ଓ ଖୁବ୍ ନିଷ୍ଠା । ସ୍ନେହ ,ପ୍ରେମ ଓ ଶ୍ରଦ୍ଧାର ଏକ ଚିରସ୍ରୋତା ନଦୀ । ଝିଅଟିର ଦରୋଟି ଓଠର କଥା ,ହସ ଓ ନିରୀହ ଚାହାଣୀରେ ଲେଖେ ଅନେକ ସଂପର୍କ ଓ ସମନ୍ୱୟର କାହାଣୀ । ଝିଅଟିଏ ହୋଇ ବାପା ,ମାଙ୍କ ସେବା କରେ , ଭଉଣୀ ହୋଇ ଭାଇକୁ ଦିଏ ସ୍ନେହ ଓ ଆଦର ; ପାଠ ପଢି କୂଳର ଟେକ ରଖେ । କୂଳର ପ୍ରତୀମା ବୋଲାଏ ।


 ସ୍ବାଧୀନ ଭାରତର ଏତେ ବର୍ଷ ପରେ ମଧ୍ୟ ଆମ ଭିତରେ ରହିଥିବା କୁଚ୍ଛ ମାନସିକତା ପରିବର୍ତ୍ତନ ହୋଇ ପାରିଲା ନାହିଁ। ଆଜି ବି କନ୍ଯା ଭ୍ରୁଣହତ୍ୟା ଏବଂ ଝିଅକୁ ଅବହେଳିତ ନିଷ୍ପେସିତ ନିର୍ଯ୍ୟାତିତ କରିବାର ସମାଜରେ ଦେଖାଯାଉଛି । ଯେଉଁଠିକି ପୁରୁଷଙ୍କ ତୁଳନାରେ ଶତକଡା ନବେଭାଗ ଝିଅ । ନାରୀ ପୁରୁଷ ସମାଜ ରୂପକ ଶକଟର ଦୁଇଟି ଚକ । ଝିଅ ଅଲୋଡା ନୁହେଁ ବିଶ୍ବବକ୍ଷେ କଦାଚିତ୍ । ଝିଅକୁ  ଅଣଦେଖା କରାଯାଉଥିବା କୌଣସି ମୂଲ୍ୟହୀନ ଜିନିଷ ବା ପଦାର୍ଥ ନୁହେଁ। ଝିଅ ବି ଲଂଘିପାରେ ଗିରି । ଲମ୍ଫ ପ୍ରଦାନ କରିପାରେ ଉତ୍ତାଳ ସମୁଦ୍ର ଗର୍ଭକୁ ଆଉ ବିଚରଣ କରିପାରେ ମହାକାଶରେ । ଆଜିର ସମାଜରେ ଅଲୋଡା ଆଖୋଜା ଝିଅ ନୁହେଁ । ପ୍ରେରଣା ବି ମିଳୁଛି ଜନ ସମାଜକୁ ଝିଅ ପାଇଁ ଆପଣାର ଦାୟିତ୍ୱ ବୋଧର । ଝିଅକୁ ଜାୟା ଜନନୀ ଭଗିନୀ ରୂପରେ ଆମେ ସମ୍ମାନ ଦେବା । ଆମର ମାନସିକତା ପରିବର୍ତ୍ତନ କରିବା ଏବଂ ଆମେ ସୁସ୍ଥ ସୁନ୍ଦର ସୁରକ୍ଷିତ ସମାଜ ଗଠନ କରିବା ... 

------------------------------------------------------------------------------

  ମେଡିକାଲରେ ରାମହରି ପ୍ରଧାନୀର ବୁକୁଫଟା କାନ୍ଦ ଯେ କେହି ଦେଖିଲେ ମଧ୍ଯ ସହ୍ୟ କରିପାରୁ ନ ଥିଲେ । ମେଡିକାଲରେ ଜମା ହୋଇ ଥିବା ଶହ ଶହ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ! ଛୋଟ ଝିଅଟି ଆତ୍ମହତ୍ଯା କରିବାର କାରଣ କ'ଣ ?  ?  ?

     କିଏ କେତେ ପ୍ରକାରର କଥା କହୁଥାନ୍ତି । ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ, ଅନେକ ଜିଜ୍ଞାସା, ଅନେକ ଆଶଙ୍କା କିନ୍ତୁ ଉତ୍ତର କେହି ଦେଇ ପାରୁ ନାହାଁନ୍ତି । ଏହା ଭିତରେ ପୋଲିସ ଆସି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିସାରିଲାଣି ।


ରାମହରି ପ୍ରଧାନୀର ଏକ ମାତ୍ର ଅଲିଅଳି କନ୍ଯା ସୁରେଖା । ସର୍ବଗୁଣସମ୍ପନ୍ନା ସୁରେଖା ରୂପରେ ଯେମିତି କାର୍ଯ୍ୟରେ ସେମିତି ସମସ୍ତଙ୍କର ଆଦରର ପାତ୍ରି । ଚାରି ଭାଇ , ଭାଇବୋହୁ ତାଙ୍କର ପିଲାମାନେ ବାପା ମାଆ ନରିର ସ୍ତ୍ରୀ ଏବଂ ଝିଅ ସ୍ମୃତିରେଖାକୁ ନେଇ ଏକ ବଡ ପରିବାର ।


- ରାମହରି ପ୍ରଧାନୀ ସରପଞ୍ଚ ଭାବରେ ପାଞ୍ଚ ଖଣ୍ଡ ଗ୍ରାମରେ ଜଣାଶୁଣା । ଲୋକେ ରାମହରି ପ୍ରଧାନୀକୁ ଭାରି ସମ୍ମାନ କରନ୍ତି। ଯୌଥ ପରିବାରରେ ଝିଅଟିକୁ ପାଠ ପଢ଼ାଇବାରେ ଅସୁବିଧା ମନେ କରି ନିକଟସ୍ଥ କନ୍ୟାଶ୍ରମରେ ଷଷ୍ଠ ଶ୍ରେଣୀରେ ନାମଲେଖାଇ ହଷ୍ଟେଲରେ ଛାଡି ଦେଲେ ।


- ସୁରେଖା ବିଦ୍ୟାଳୟରେ ଭଲ ପାଠ ପଢିବା ସଙ୍ଗେ ସଙ୍ଗେ ନୃତ୍ୟ ଗୀତ ବକ୍ତୃତା ପ୍ରଦାନରେ ସୁନାମ ଅର୍ଜନ କରିଥାଏ । ବିଦ୍ୟାଳୟର ଯେ କୌଣସି କାର୍ଯ୍ୟରେ ଗୁରୁଜୀ ଗୁରୁମା ସୁରେଖାକୁ ଲୋଡନ୍ତି । ସୁରେଖି ମଧ୍ୟ ଦକ୍ଷତାର ସହିତ ସମସ୍ତ କାର୍ଯ୍ୟ ସମ୍ପାଦନା କରେ ।


- ରାମହରି ପ୍ରଧାନୀ ମଝିରେ ମଝିରେ ବିଦ୍ୟାଳୟକୁ ଆସି ଝିଅକୁ ଦେଖା କରି ଭଲମନ୍ଦ ଗୁରୁଜୀ ଗୁରୁମାଙ୍କ ଠାରୁ ବୁଝିଯାଏ । ଝିଅ ଦଶମ ଶ୍ରେଣୀ, ଝିଅକୁ ଛୁଟି ଗୁଡିକରେ ଘରେ ନ ରଖି ଟିଉସନ୍ ରେ ଛାଡିବାକୁ ଉଚିତ ମଣିଲା । ସେଥିପାଇଁ ଗ୍ରୀଷ୍ମାବକାଶରେ ଏବଂ ପୂଜା ଅବକାଶରେ ସହରରେ ରହୁଥିବା ତାର ମାଉସୀ ଘରେ ଛାଡିଦେଲା ।


- ଯୌବନର ପ୍ରଥମ ପାହାଚରେ ଉପସ୍ଥିତ ସୁରେଖା ଭଲ କ'ଣ... ଖରାପ କ'ଣ... ତାର ବିଚାର ଶକ୍ତି ନ ଥିଲା । ପ୍ରେମର ସିଡି ଚଢିବା ପାଇଁ ଯିଏ ଯେମିତି ବାଟ ଦେଖାଇଲା ସୁରେଖା- ସେମିତି ସେଆଡକୁ ଗତି କଲା । 


- ବାପା ରାମହରି ପ୍ରଧାନୀ ଝିଅକୁ ଟିଉସନ୍ କରିବା ପାଇଁ ତାର ମାଉସୀର ଘରେ ଛାଡିଦେଲେ ସିନା କିନ୍ତୁ ଉପଯୁକ୍ତ ତତ୍ବାବଧାନ ନେଇ ପାରିଲେ ନାହିଁ । ଫଳରେ ସୁରେଖା ବାଟବଣା ହୋଇଗଲା । ଦିଗହରା ହୋଇ ଅନ୍ୟ ପଥର ପଥିକ ହୋଇଗଲା ।


- ଦିନେ ବିଦ୍ୟାଳୟ କର୍ତ୍ତୃପକ୍ଷ ହଠାତ୍ ରାତି ସାତଟା ବେଳକୁ ରାମହରିକୁ ହଷ୍ଟେଲ ଫୋନ୍ କରି ଡକାଇଲେ । ରାମହରି ପ୍ରଧାନୀ କିଛି ବୁଝି ପାରୁ ନ ଥାଏ । ବିଦ୍ୟାଳୟ କର୍ତ୍ତୃପକ୍ଷ ସମସ୍ତ ଗୁରୁଜୀ ଗୁରୁମା ଏବଂ ରାମହରିକୁ ନେଇ ବୈଠକ ବସିଲା। ସୁରେଖା ପାଖରେ ଥିବା ମୋବାଇଲ ଏବଂ ଡାକ୍ତରୀ ପରୀକ୍ଷାରେ ଦୁଇମାସ ହେଲା ମାତୃତ୍ୱ ଲାଭ କରିଥିବାର ରିପୋର୍ଟ ପ୍ରଦର୍ଶିତ ହେଲା । ସର୍ବସମ୍ମତି କ୍ରମେ ଦଶମ ଶ୍ରେଣୀର ପରୀକ୍ଷା ସୁରେଖା ଦେଇ ପାରିବ କିନ୍ତୁ ଛାତ୍ରୀନିବାସରେ ଆଉ ରହି ପାରିବ ନାହିଁ ।


- ବାପା ; ଝିଅର ଏଭଳି କାଣ୍ଡରେ ମୁଣ୍ଡରେ ଆକାଶଟା ଛିଣ୍ଡି ପଡିଲା ଭଳି ଲାଗିଲା । ନିଜର ଆତ୍ମସମ୍ମାନ ପ୍ରତିପତ୍ତି କ୍ଷମତା ସବୁକିଛି ତୁଚ୍ଛ ଲାଗିଲା । ମୋର ଝିଅ ଏସବୁ କରିଥିବ ବୋଲି ବିଶ୍ଵାସ କରି ପାରିଲା ନାହିଁ ?


- ଝିଅକୁ ଗେଲେଇ ମଜେଇ ବୁଝେଇ ସୁଝାଇ କେତେ କରି ପଚାରିଲା - ଏହି ନିଷ୍ପାପ ପିତା କିଏ ? ପ୍ରତ୍ୟୁତ୍ତର ନ ପାଇ ନିରାଶ ହେଲା ।


- ସୁରେଖା ଛାତ୍ରୀନିବାସରୁ ବହିଷ୍କାର ହେବା ପରେ, ଅବାଞ୍ଛିତ ମାତୃତ୍ୱ, ଯୌବନର ଅପରିପକ୍ବତାରେ ପ୍ରେମ ପ୍ରତାରଣା କ୍ରମେ ସମାଜ ସାହି ପଡିଶାଙ୍କର ବାକ୍ଯ ବାଣର ଶୀକାର ହେଲା । ନିଜକୁ ଏକାକୀ ଅସହାୟତା ବୋଧ କଲା । ବହୁଦୂର ପର୍ଯ୍ୟନ୍ତ ଭବିଷ୍ୟତର ଉପଯୁକ୍ତ ଦିଶା ଦେଖାଗଲା ନାହିଁ ।


- ଯେ ସବୁର ମୂଖ୍ୟ, ଯାହାଠାରୁ ଏ ସମୟରେ ସାହାରା ପାଇବା କଥା ସେ ତ ରାଣ ପ୍ରତିଜ୍ଞା କରି ମଝି ନଈରେ ଡଙ୍ଗାକୁ ଛାଡି ଦୂରେଇ ଯାଇଛି । କାହାକୁ କହିବ - "ନାକ କଟିଲେ ମୁହଁଟା ଯାକ ରକ୍ତ" । ନିଜକୁ ଅସହାୟ ନିଃସହାୟ ବୋଧକରି ସୁରେଖା ତୃତୀୟ ପନ୍ଥା ଆଦରି ନେଲା ।


- ପୋଲିସ ଘରଲୋକଙ୍କ ଠାରୁ ଆରମ୍ଭ କରି ଛାତ୍ରୀନିବାସ ପର୍ଯ୍ୟନ୍ତ ତଦନ୍ତ ଚଳାଇଲା କିନ୍ତୁ ଅପରାଧୀର ଟେର ପାଇ ପାରିଲା ନାହିଁ । ଶେଷରେ ସୁରେଖାର ନିଜର ସାଙ୍ଗ ସୁଜ୍ଞାନୀ ଠାରୁ ସମସ୍ତ ତଥ୍ୟ ପାଇଲା ପରେ ଅପରାଧୀର ପ୍ରକୃତ ଚେହେରା ଜଣାପଡିଲା ।


- ବାଙ୍ଗାଲୋରରେ ଚାକିରୀ କରିଥିବା ସୁରେଖାର ସମ୍ପର୍କୀୟ ମାମୁଁ ଅପରାଧୀ ବୋଲି ଜଣାପଡ଼ିବା ପରେ ସେ ଏବେ ଜେଲରେ ।


- ନିଷ୍ପାପ ଶିଶୁର ଅପରିପକ୍ବତାରେ ତା ସହିତ ଯୌନ କ୍ଷୁଧା ମେଣ୍ଟାଇବା ତାର ଭବିଷ୍ୟତକୁ ଜାଳି ପୋଡି ଛାରଖାର କରିଦେବା କ'ଣ ଏକ ବିକୃତ ମାନସିକତାର ପରିଚୟ ନୁହେଁ କି.....


- ସତରେ ଆମର ଶିକ୍ଷା ସଂସ୍କୃତି ସଭ୍ୟତା ଓ ସମାଜ ଏଭଳି କିଛି ବିକୃତ ମାନସିକତାର ବ୍ୟକ୍ତିଙ୍କ ଦ୍ଵାରା ନିର୍ଯ୍ୟାତିତ ହେଉଛି.....


ନାବାଳିକା ବଳାତ୍କାର, ଧର୍ଷଣ, ଦୁଷ୍କର୍ମ ଆଜି ଏକ ସାମାଜିକ ବ୍ୟାଧି ରୂପେ ସମାଜ ସମ୍ମୁଖରେ ଛିଡ଼ାହୋଇଛି I ଧର୍ଷଣ ଗୋଟିଏ ନିନ୍ଦନୀୟ ଅପରାଧ  I ନାବାଳିକା, କୁନିଝିଅ ମାନଙ୍କ ପ୍ରତି ଏ ଧରଣର ଦୁଃବ୍ୟବହାର ଦୁନିଆର ନିହାତି ଘୃଣିତ ନୀଚ୍ଚ ଆଉ ଲଜ୍ୟା ଜନକ ଘଟଣା। ନାରୀ ଜାତି ପ୍ରତି ଥିବା ପୁରୁଷର କୁତ୍ସିତ ମାନସିକତା ହିଁ ଆଜି ନାବାଳିକା ମାନେ ଅକାରଣରେ ବଳାତ୍କାର, ଧର୍ଷଣ, ଦୁଷ୍କର୍ମ - ଏ ସବୁ  ବିଭତ୍ସ କାଣ୍ଡର ଶିକାର ହେଉଛନ୍ତି I ନାବାଳିକା, କୁନିଝିଅ ବଳାତ୍କାର ଧର୍ଷଣ, ଦୁଷ୍କର୍ମ ର ଶିକାର ହେବାପରେ ତା' ଜୀବନରେ ଏହା କେବଳ ନକାରାତ୍ମକ ପ୍ରଭାବ ପକାଏ ଯାହା ଫଳରେ ପରବର୍ତ୍ତୀ ସମୟରେ ସେ ନିନ୍ଦାର ସହ ବଞ୍ଚିବା ଅପେକ୍ଷା ମୃତ୍ୟୁକୁ ଶ୍ରେୟ ମଣେ । ପୀଡିତା ନ୍ୟାୟ ଖୋଜୁଥିବା ସହ ସେ ଖୋଜୁଥାଏ ଟିକିଏ ନୈତିକତାପୂର୍ଣ୍ଣ ଆପଣାପଣ - ସହାନୁଭୂତି ଭରା ଭଲପାଇବା I ଶାରୀରିକ ଯନ୍ତ୍ରଣା ସହ ମାନସିକ ତାଡ଼ନା ରୁ ରକ୍ଷା I 


ଆସନ୍ତୁ ସମସ୍ତେ ଏକଜୁଟ ହୋଇ ଆମ ଆଖି ସାମ୍ନାରେ ଘଟୁଥିବା ଘଟଣାର ପ୍ରତିରୋଧ କରିବା ,ଏକ ସାମାଜିକ ବିପ୍ଳବର ରୂପ ଦେବା I ପୀଡିତାର ମୂଲ୍ୟବାନ ଜୀବନ ପ୍ରଦୀପକୁ ଜଳେଇରଖିବା ପାଇଁ ଶତ ପ୍ରଚେଷ୍ଟା କରିବା...


Rate this content
Log in

Similar oriya story from Tragedy