STORYMIRROR

Bharatabandhu Biswal

Action Inspirational Thriller

3  

Bharatabandhu Biswal

Action Inspirational Thriller

ମୁଁ କାହିଁକି ଛାତ୍ର ସ°ସଦ ସଭାପତି

ମୁଁ କାହିଁକି ଛାତ୍ର ସ°ସଦ ସଭାପତି

3 mins
195


ଏଇ ଦୁଇ ଦଶନ୍ଧି ତଳର କଥା । ଓଡ଼ିଶାର ସମଗ୍ର ପଶ୍ଚିମାଞ୍ଚଳ ପାଇଁ ଖୁବ୍ ଖ୍ୟାତି ଆଣିଥିବା ଆମ ମହାବିଦ୍ୟାଳୟଟିର ଅବସ୍ଥା ବହୁତ ଶ୍ୱାସ ରୁଦ୍ଧକର ଥିଲା । ସତେବେଳେ ଏତେ ଘରୋଇ ସ୍ତରରେ ଉଚ୍ଚ ଶିକ୍ଷା ପାଇଁ ମହାବିଦ୍ୟାଳୟ ଖୋଲି ନଥିଲା । ପ୍ରାୟ ପାଖାପାଖି ଜିଲ୍ଲା ଗୁଡିକର ମେଧାବୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏହିଠାରେ ହିଁ ନାମ ଲେଖାଇବାକୁ ରୀତିମତ ଏକ ପ୍ରତିଯୋଗୀତା ହୋଇଥାଏ । ନାମ ଲେଖାଇବାର ତିନି ଚାରି ମାସ ପରେ ବହୁ କଷ୍ଟରେ ଭାଗ୍ୟବାନ ପିଲାଙ୍କୁ ଛାତ୍ରାବାସରେ ସ୍ଥାନ ମିଳୁଥିଲା । ନଚେତ ସହରର କେଉଁ ଗଳିକନ୍ଦିରେ ଭଡାଘରଟିଏ ଖୋଜି ଛାତ୍ରଛାତ୍ରୀମାନେ ବହୁ ଅସୁବିଧା ମଧ୍ୟରେ ରହି ପାଠ ପଢିବାକୁ ହେଉଥିଲା ।

ମହାବିଦ୍ୟାଳୟ ଏବଂ ତତ୍ ସ°ଲଗ୍ନ ଛାତ୍ରାବାସକୁ ସୁରକ୍ଷିତ ରଖିବା ଓ ଉଚ୍ଚ ଶିକ୍ଷା ପାଇଁ ଉପଯୁକ୍ତ ବାତାବରଣର ଘୋର ଅଭାବ ରହିଥିଲା । ଏହି ଶିକ୍ଷାୟତନ ମଧ୍ୟ ଦେଇ ଯାଇଥିବା ରାସ୍ତାରେ ଗାଡିମଟର ଓ ପଥଚାରୀଙ୍କ ଆବାଗମନ ଯୋଗୁ ବହୁ ସମୟରେ ପାଠପଢା ବ୍ୟାହତ ହେଉଥିଲା । ମହାବିଦ୍ୟାଳୟ ସମ୍ମୁଖରେ ଥିବା ପଡିଆଟିର କେହି ମାଆ ବାପ ନଥିଲେ ।ରାତି ହେଲେ ଏଇଠି ସହରର ସବୁ ରିକ୍ସାଚାଳକ ଧାଡିଲଗାଇ ରିକ୍ସାସବୁ ରଖି ତା ଉପରେ ସକାଳ ୧୦ ଟା ଯାଏ ଶୋଇ ରହନ୍ତି,ଅଧିକାଂଶ ସମୟରେ ଏହିଠାରେ ମେଳା ମହୋତ୍ସବ ଯାନିଯାତ୍ରା ପାଇଁ ଅନୁଷ୍ଠାନ ମାନେ ଅନୁମତି ଆଣି ବେଶ ଗହଳଚହଳ ଲଗାଇ ଥାଆନ୍ତି ।

 ସେତେବେଳେ ଥିଲା ମାତ୍ର ଚାରୋଟି ଛାତ୍ରାବାସ । ପିଜି ପିଲାଙ୍କ ପାଇଁ ଏବଂ ଝିଅ ମାନଙ୍କ ପାଇଁ ସ୍ୱତନ୍ତ୍ର ପୃଥକ ଭାବେ ଗୋଟିଏ ଗୋଟିଏ ହୋଇଥିଲାବେଳେ ଅନ୍ୟମାନଙ୍କ ପାଇଁ ଦୁଇଟି । ଛାତ୍ରାବାସର ନଳ ମାନଙ୍କରେ ଅଧିକାଂଶ ସମୟରେ ପାଣି ଯୋଗାଣ ହୁଏ ନାହିଁ । କାରଣ ଛାତ୍ରାବାସ କୋଠା ପଛ ପଟକୁ ଏକ ବିରାଟ ପୋଖରୀ ହୁଡା ଉପରେ ଅବୈଧ ଭାବେ ଗଢ଼ି ଉଠିଥିବା ବସ୍ତିବାସିନ୍ଦା ମାନେ ପାଇପ ଯୋଗେ ଜଳଯୋଗାଣ ବ୍ୟବସ୍ଥାକୁ କାଟି ଅସ°ଖ୍ୟ ଯାଗାରେ ରାତାରାତି ନିଜ ଘରକୁ ସ°ଯୋଗ ନେଇଥାଆନ୍ତି ,ଫଳରେ ଛାତ୍ରଙ୍କ ପାଇଁ ଯୋଗାଯାଉଥିବା ପାଣି କେଉଁଠି ନଷ୍ଟ ହୋଇ ବହୁଥାଏ ତ କେଉଁଠି ଚୋରା ବ୍ୟବହାର ହୁଏ, ତାହାର ହିସାବ କେହି ରଖନ୍ତି ନାହିଁ ।କର୍ତ୍ତୃପକ୍ଷଙ୍କୁ ଯେତେ ହାରି ଗୁହାରି କଲେ ମଧ୍ୟ କେହି ଶୁଣନ୍ତି ନାହିଁ । ପଡାର ଗୁଣ୍ଡା ଶ୍ରେଣୀୟ ଲୋକଙ୍କୁ ସେମାନଙ୍କର ପ୍ରାଣର ଭୟ ।

ମନେ ପଡେ ଆମ ପଢିବା ସମୟରେ ଆମେ କରିଥିବା ହରତାଳ କଥା । କଲେଜ ନିର୍ବାଚନ ମାତ୍ର ତିନି ଚାରିଦିନ ଥାଏ । ଆମେ ସବୁ ପିଲା କଲେଜ ସମ୍ମୁଖ ଦେଇ ଯାଇଥିବା ସହରର ମୁଖ୍ୟ ରାସ୍ତା ଅବରୋଧ କରି ବସି ପଡିଲୁ ଏବଂ ପଡା ଦେଇ କଲେଜ ପରିସରକୁ ଆସିଥିବା ଜଳଯୋଗାଣ କଳକୁ ବଳପୂର୍ବକ ବନ୍ଦ ରଖିଦେଲୁ । ଫଳରେ ପଡାର ଲୋକମାନଙ୍କ ସହିତ ଉଚ୍ଚବାଚ ହୋଇ କ୍ରମଶଃ ଉଗ୍ର ରୂପ ଧାରଣ କଲା । ଆମ ପିଲାମାନଙ୍କ ବାନରସେନା ମଧ୍ୟ ସେମାନଙ୍କ ନାଲି ଆଖିକୁ ଖାତିର ନକରି ଛାତ୍ରାବାସରୁ ମଶାରୀଟଙ୍ଗା ବାଡିଟି ମାନେ ଧରି ପ୍ରସ୍ତୁତ ରହିଲେ । ଆଜି ଯାହାକିଛି ହେଲେ ଗୋଟିଏ ନିଷ୍ପତ୍ତି ହେବ ନିଶ୍ଚୟ । ଏହି ଦୃଢ଼ ସଙ୍କଳ୍ପରେ କିଛି ସମୟ ଖଣ୍ଡ ଯୁଦ୍ଧ ହେଲାପରେ ପୋଲିସବଳଙ୍କ ହସ୍ତକ୍ଷେପ ଫଳରେ ଘଟଣା ଶାନ୍ତ ହେଲା । କିନ୍ତୁ ଏହି ପଦକ୍ଷେପ ସାରା ସହର ଏବଂ ପ୍ରଶାସନିକ ସ୍ତର କାହିଁକି ସମଗ୍ର ଛାତ୍ର ସମାଜ ଉପରେ ଏକ ସକାରାତ୍ମକ ପ୍ରଭାବ ପକାଇ ପାରିଲା ।

ସେହି ବର୍ଷର ଛାତ୍ର ସ°ସଦ ନିର୍ବାଚନରେ ଆମ ଛାତ୍ରାବାସ ହରତାଳର ନେତୃତ୍ୱ ନେଇଥିବା କିଛି ଛାତ୍ର କଲେଜର ଏହି ମୁଖ୍ୟ ସମସ୍ୟା ବିନ୍ଦୁ ଗୁଡିକୁ ହାସଲ କରିବାକୁ ସେମାନଙ୍କ ସ°ଗ୍ରାମ ଚାଲୁ ରହିବ ବୋଲି ପ୍ରଚାର ମାଧ୍ୟମରେ ଆହ୍ୱ।ନ ଦେବାରୁ ବିପୁଳ ସ°ଖ୍ୟାରେ ଜୟଲାଭ କଲେ । ନିର୍ବାଚନରେ ଜିଣିବା ପରେ ଅଧ୍ୟକ୍ଷଙ୍କ ସହଯୋଗରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନିଜର ସମସ୍ୟା ବିଷୟରେ ଅବଗତ କରାଇ ଚାପ ସୃଷ୍ଟି କଲେ ।

  ଆମର ନିଷ୍ଠାପର ଉଦ୍ୟମ ଏବଂ ସକ୍ରିୟତା ଫଳରେ ମାତ୍ର କିଛି ବର୍ଷ ମଧ୍ୟରେ କଲେଜର କାୟାକଳ୍ପ ପୂରାପୂରି ବଦଳିବାକୁ ଲାଗିଲା । କଲେଜ ଚାରିପଟରେ ସୁଉଚ୍ଚ ପାଚେରୀ ,ମରାମତି ଏବଂ ବେଆଇନ ବସ୍ତି ଉଚ୍ଛେଦ ହୋଇ ଏବେ ଏହା ଏକ ଆଦର୍ଶ ଏକକ ବିଶ୍ୱବିଦ୍ୟାଳୟ ର ମାନ୍ୟତା ଲାଭ କରି ସଗର୍ବେ ମୁଣ୍ଡ ଟେକି ଉଠିଛି । ଆମ ସ୍ୱପ୍ନର ମହାବିଦ୍ୟାଳୟ ରୂପରେଖ ଦେଖିଦେଲେ ଖୁସିରେ ମନ ବିଭୋର ହୋଇଉଠେ । ସତ୍ୟ ଉପରେ ଆଧାରିତ ଲକ୍ଷ୍ୟକୁ ହାସଲ କରିବାକୁ ନିଷ୍ଠାପର ଭାବେ ଉଦ୍ୟମ କଲେ ନିଶ୍ଚୟ ସୁଫଳ ଓ ବିଜୟଶ୍ରୀ ଲାଭ ହୋଇଥାଏ ଏହି ସକାରାତ୍ମକ ଭାବନା ଆମ୍ଭ ମନରେ ବସା ବାନ୍ଧି ରହିଗଲା ।

     


Rate this content
Log in

Similar oriya story from Action