Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Ranjita Das

Abstract Inspirational Tragedy


5.0  

Ranjita Das

Abstract Inspirational Tragedy


ମୋ ବାପାଙ୍କ କାହାଣୀ

ମୋ ବାପାଙ୍କ କାହାଣୀ

2 mins 548 2 mins 548

ଆଜିର ସରଳ ଶାନ୍ତ ମଣିଷଟିଏ ଯେ କି ଜନ୍ମ ହେବାର ସାତ ବର୍ଷ ପରେ ନିଜ ବୋଉକୁ ହରେଇଥିଲା, ସାତ ବର୍ଷରୁ ସଂଘର୍ଷ କରିବା ଶିଖିଗଲା ସେ ପିଲା । ଯେଉଁଠି ଆଜି କାଲିର ପିଲା ପନ୍ଦର ବର୍ଷ ଯାଏଁ ମଧ୍ୟ ନିଜ କାମ ନିଜେ କରିବାକୁ ଅସମର୍ଥ । ସେ ପିଲାର ବାପା ବହୁତ କଡା ଲୋକ ସତ କିନ୍ତୁ ଜଣେ ସଚ୍ଚୋଟ ମଣିଷ। ବୋଉ ଚାଲିଗଲା ପରେ, ଜେଜେମାଙ୍କ କୋଳରେ ବଢ଼ୁଥିଲେ, କିନ୍ତୁ ଦଇବ 1971 ଓଡ଼ିଶା ବାତ୍ୟାର ପରେ ପରେ ସେ ପିଲାର ବୁଢୀମା ବି ଚାଲିଗଲା । ଛୋଟ ପିଲାଟି କେତେ ଵା' କଷ୍ଟ ଆଉ ସହିବ ଯେ, ସେଇ ବୟସରେ ସେ ନିଜେ ଘରେ ରନ୍ଧା ବଢ଼ା କରିବାଠୁ ଘର କାମ ମଧ୍ୟ କରେ । ସେ ପିଲାର ସାନ ଭଉଣୀଟିଏ ଥାଏ କିନ୍ତୁ ସେ ମାତ୍ର ତିନି ଚାରି ବର୍ଷର ଛୁଆ । ସେ ପିଲା ସେଇ ଭଳି ସଂଘର୍ଷ କରିଚାଲିଲା ଆଉ ତାର ଆର୍ଥିକ ପରିସ୍ଥିତି ମଧ୍ୟ ଏତେ ଭଲ ନଥିଲା । ତାର ବାପା କାଚ ବେପାର କରୁଥିଲେ, ସେଥିରୁ କେତେ ଵା ପଇସା ମିଳିବ? ଯେଉଁ ଦିନ କିଛି କାରବାର ହୁଏନି ସେଦିନ ସେମାନଙ୍କୁ ଭୋକ ଉପାସରେ ଶୋଇବାକୁ ମଧ୍ୟ ପଡେ । କିଛି ଏମିତି ଦିନ ମଧ୍ୟ ଥିଲା ଯେବେ ସେମାନଙ୍କୁ ମାଗିକି ଖାଇବାକୁ ପଡୁଥିଲା ।


ଦୁଃଖର ଦିନ ଏମିତି ଗଡି ଚାଲିଲା, ସମୟ ସ୍ରୋତ କଣ କାହାକୁ ଅପେକ୍ଷା କରେ କି? ସେ ପିଲା ସେଇ ଅଭାବ ଅନାଟନର ମଧ୍ୟ ଦଶମ ଶ୍ରେଣୀ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇପାରିଲା । ମନରେ ତ ଆଶା ବହୁତ ଥିଲା କିନ୍ତୁ ଆର୍ଥିକ ବଳ ନଥିଲା । କଲେଜରେ ନାମ ମଧ୍ୟ ଲେଖେଇଲା କିନ୍ତୁ ଦୁର୍ଭାଗ୍ୟ ବଶତଃ ଆଉ ପାଠ ପଢ଼ା ଆଗକୁ ଚାଲୁ ହୋଇପାରିଲା ନାହିଁ । ବହୁତ କିଛି କାରଣ ଥିଲା ସେଥିପାଇଁ ସେ ରାଉରକେଲା ଯାଉଥିବା ବସରେ ଟିକେଟ କାଟି ରାଉରକେଲାରେ ପହଞ୍ଚିଗଲା । ଏଠି ତ ସଂଘର୍ଷ ଅନେଇରହିଥିଲା, ଏନ .ଆଇ.ଟି ରାଉରକେଲା ସେତେବେଳେ ଆର.ଇ.ସି ନାମରେ ନାମିତ ଥିଲା । ସେ ସେଠି ଆସି ଦୁଃଖେ କଷ୍ଟେ ରହିବା ଆରମ୍ଭ କଲା ଏବଂ ଏନ .ଆଇ.ଟି ହଷ୍ଟେଲରେ ପରିବା କଟା, ଅଟା ଦଳା ଓ ନାନା ପ୍ରକାରର କାମ କରିବା ଆରମ୍ଭ କଲା । ମଝି ମଝିରେ ମଧ୍ୟ ଏନ .ଆଇ.ଟି ରେ ବାହାରୁଥିବା ଚାକିରୀ ବିଷୟରେ ଅବଗତ ଥିଲା ଏବଂ ଆବେଦନ କରୁଥିଲା । ଏଠି ମଧ୍ୟ ସଂଘର୍ଷ କମ ନଥିଲା, ମାତ୍ର ଖଣ୍ଡିଏ ରୁଟି ଖାଇବାକୁ ମିଳୁଥିଲା ଆଉ କୋଡିଏ କିଲୋର ଅଟାରେ ରୁଟି ବେଲିବାକୁ ପଡୁଥିଲା । ବହୁତ କଷ୍ଟ ଦୁଃଖ ଆଉ ଯନ୍ତ୍ରଣା ପରେ ଗୋଟେ ଚାକିରୀ ମିଳିଗଲା । ଚାକିରୀ ମିଳିଗଲା, ଅଭାବ ଅନାଟନ ଅଳ୍ପେ ବହୁତ ଦୂରେଇଗଲା ।


ସମୟ ସେହିପରି ଗଡି ଚାଲିଲା ଆଉ ଆଜି ତାଙ୍କର ପୁଅ ଏନ .ଆଇ.ଟି ରାଉରକେଲାରୁ ବି.ଟେକ. ପାସ କରି ଏବେ ଆଇ.ଆଇ.ଟି. ଖଡ଼ଗପୁରରେ ପି.ଏଚ.ଡି କରୁଅଛି । ଆଉ ସେ ନିଜ ଝିଅ ମାନଙ୍କୁ ବି ଉପଯୁକ୍ତ ଶିକ୍ଷା ଦେଇଛନ୍ତି । ହୁଏତ ସେ ନିଜେ ବେଶି ପଢ଼ିପାରିଲେନି କିନ୍ତୁ ନିଜ ପିଲା ମାନଙ୍କୁ ଉପଯୁକ୍ତ ଶିକ୍ଷାର ଅଧିକାରୀ କରେଇପାରିଛନ୍ତି । ତାଙ୍କ ସଂଘର୍ଷର କାହାଣୀକୁ ଏଇ କେତଟି ଶବ୍ଦ ଦେଇ ବଖାଣିବା ସିନା ସହଜ ହେଇଗଲା କିନ୍ତୁ ସେ ଯାହା ଅଙ୍ଗେ ନିଭେଇଛି ତାହା କେବେ ଏତେ ସହଜ ନଥିଲା ।


ଦିନ ଥିଲା ଅଭାବ , ଅନଟନ ତା'ବନ୍ଧୁ ଥିଲେ ଆଉ ସେମାନେ ଗୋଟିଏ ଛାତ ତଳେ ରହୁଥିଲେ କିନ୍ତୁ ଆଜି ସବୁ କିଛି ପରିବର୍ତ୍ତନ ହେଇଯାଇଛି ଏବଂ ସେ ଅଭାବ ଅନଟନକୁ କେବେଠୁ ତଣ୍ଟିଆ ମାରି ତଡି ଦେଇଛି ।

ଏ ହେଉଛି ମୋ ବାପାଙ୍କ ସଂଘର୍ଷର କାହାଣୀ ଟେ , ଯାହାକି ସେ ଆମକୁ କହନ୍ତି ଏବଂ ତାହା ଆମକୁ ବହୁତ ପ୍ରେରଣା ଯୋଗାଇଥାଏ । ବାପାଙ୍କ ସ୍ନେହ , ପ୍ରେମ , ତ୍ୟାଗ ଆଉ ବଳିଦାନ ପାଇଁ ମୁଁ ତାଙ୍କ ପାଖରେ ଚିରଦିନ ପାଇଁ ଋଣୀ ।


Rate this content
Log in

More oriya story from Ranjita Das

Similar oriya story from Abstract