Anita Jena

Tragedy

3  

Anita Jena

Tragedy

ମଣିଷ ସମୟର ଦାସ

ମଣିଷ ସମୟର ଦାସ

3 mins
260



ନିମେଇପଡା ଗାଆଁରେ ଗୌରୀଶଙ୍କର ରାୟଙ୍କ ଘର । ଜମିଦାର ରାଜୁତି ତାଙ୍କର ଗାଆଁରେ । ଅନେକ ଜମି ବାଡି ସହ ବାଡ଼ିବଗିଚା, ବଡ଼ ବଡ଼ କୋଠା ସାଙ୍ଗକୁ ଘରେ ଅନେକ ଚାକର ବାକର ଥିଲେ । ଗୋଟିଏ ବୋଲି ପୁଅ ତାଙ୍କର ଭଗିଆ । ଗୌରୀ ବାବୁଙ୍କ ଗାଆଁରେ ଅନେକ ଖ୍ୟାତି, ପାଖଆଖ ଗାଆଁ ଲୋକ ବି ତାଙ୍କୁ ମୁଖିଆ ବୋଲି ମାନନ୍ତି । ଧିରେ ଧିରେ ଶରୀର ତାଙ୍କର କ୍ଷୀଣ ହେବାରେ ଲାଗିଲା । ପୁଅ ଭଗିଆ କିନ୍ତୁ ଭାରି ଅଳସୁଆ । ଅଳସୁଆ ତ ନୁହେଁ ହେଲେ ଗର୍ବୀଟିଏ । ବାପାଙ୍କର ସମ୍ପତ୍ତି ଦେଖି ସେ ଭାରି ଗର୍ବ କରେ । କେବେ କେବେ କ୍ଷେତ ଆଡେ଼ ବି ଟିକେ ଯାଏ ନାହିଁ । ଯେବେ ଯେବେ ଗୌରୀ ବାବୁ ଡାକନ୍ତି ସେ କୁହେ ମୁଁ କ୍ଷେତକୁ କଣ ପାଇଁ ଯିବି ? ମୁଁ ଏମିତି ହିଁ ସାରା ଜୀବନ କାମ ନ କଲେ ବି ଆରାମରେ ଚଳି ପାରିବି । ତମେ ଏତେ ଲୋଭ କରନି ବାପା । ଯେତେ କହିଲେ ମଧ୍ୟ ସେ କାହାରି କଥା ମାନେ ନାହିଁ । ସବୁବେଳେ କିଛି ଗାଆଁ ପିଲାଙ୍କ ସହ ମିଶି ବାହାରେ ବୁଲା ବୁଲି କରେ ତ, କେତେବେଳେ ଭୋଜି ଭାତ କରେ । ଗାଆଁରେ ସମସ୍ତେ କୁହନ୍ତି ଯାହା ହଉ ଭାଗ୍ୟଟେ ପାଇଛି ଭଗିଆ । 

  ଧିରେ ଧିରେ ଗୌରୀ ବାବୁ ବୟସ୍କ ହେଲେ, ଆଉ ଚଲା ବୁଲା ମଧ୍ୟ କରି ପାରିଲେ ନାହିଁ । ଦିନେ ସେ ଭଗିଆକୁ ଡାକି କହିଲେ ପୁଅ - ମୁଁ ଆଉ ବେଶୀ ଦିନ ବଞ୍ଚିବିନି । ତୁ ମୋ କଥା ମାନି ଟିକେ କାମ ଧନ୍ଦାରେ ମନ ଦେ । ଏ ସମ୍ପତ୍ତି ବାଡ଼ିର ଦେଖା ଶୁଣା କର ନହେଲେ ଦେଖିବୁ ଦିନ ଆସିବ ସବୁ କିଛି ତୋ ହାତରୁ ଚାଲି ଯିବ । ହେଲେ ଭଗିଆ ତଥାପି ବୁଝୁ ନ ଥାଏ କହୁ ଥାଏ ତମେ କାହିଁ ଚିନ୍ତା କରୁଛ ବାପା, ଆମର ଯେତକ ସମ୍ପତି ବାଡ଼ି ଅଛି ମୋର ସାତ ପୁରୁଷ ଖାଇଲେ ବି ସରିବନି ଆଉ ତମେ କହୁଛ ସରି ଯିବ । ଅସମ୍ଭବ । 

 ଗୌରୀ ବାବୁ ତାକୁ ବୁଝେଇବା ଚେଷ୍ଟା କଲେ ଦେଖ ପୁଅ ସମୟ କେବେ କାହାକୁ ଅପେକ୍ଷା କରେନି । ଆଜି ତୁ ସମୟକୁ ନଷ୍ଟ କରୁଛୁ ହେଲେ ସମୟର ମୂଲ୍ୟ ବହୁତ୍ ବେଶୀ । ପ୍ରତ୍ୟେକଟି ମଣିଷ ହଉଛନ୍ତି ସମୟର ଦାସ । ସମୟ ସବୁବେଳେ ନିଜ ଅନୁସାରେ ଯିବା ଆସିବା କରେ । ସୁଖ ଦୁଃଖ ପରା ଜୀବନର ଦୁଇଟି ଅଙ୍ଗ, କିଏ କେତେବେଳେ ଆସିବ କିଏ ଜାଣେ, ଏବେଠୁ ତତେ ସାବଧାନ ହେଇ ରହିବାକୁ ହବ । ଆଜି ତୁ ଯାହା ପଛରେ ଟଙ୍କା ଉଡ଼ାଉଚୁ ଦିନ ଆସିବ ଯେତେବେଳେ ତୋ ପାଖରେ କିଛି ନ ଥିବ କେହି ପାଖ ବି ମାଡିବେ ନାହିଁ । ତେଣୁ କରି ନିଜ ଜୀବନକୁ ସୁଧାରି ନେ । 

  ହେଲେ ଭଗିଆ ତ କେବେ ଏ ସବୁକୁ ଚିନ୍ତା ହିଁ କରିନି ବାପାଙ୍କ କଥା ଗୁଡା ସବୁ ତାକୁ ପ୍ରବଚନ ଭଳି ଲାଗିଲା ଆଉ ସେ ସେମିତି ହିଁ ସାଙ୍ଗ ମାନଙ୍କ ମେଳରେ ମଜା ମଜଲିଶ କରିବାରେ ଲାଗିଲା । କିଛି ଦିନ ପରେ ଗୌରୀ ବାବୁଙ୍କର ପରଲୋକ ହେଇ ଗଲା । ବାପା ଚାଲି ଯିବା ପରେ ଭଗିଆ କିନ୍ତୁ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଲା, ବୁଝି ପାରୁନଥାଏ କେମିତି ଏତେ ଗୁଡ଼ିଏ ଟଙ୍କା ପଇସାର କାରବାର କରିବ, କ୍ଷେତ ଜମିକୁ ଚାଷ କରିବ ଧିରେ ଧିରେ କିଛି ଅସାଧୁ ଲୋକ ଭଗିଆର ଅସହାୟତାର ଫାଇଦା ନେଇ ଜମି ବାଡ଼ିକୁ ତାଙ୍କ ନାଆଁରେ କରି ନେଲେ ଏପରି ଭାବେ ଭଗିଆ ଦିନେ ଦାଣ୍ଡର ଭିକାରୀ ହେଇ ଗଲା । ନା ସେଦିନ ତା ପାଖରେ ତା ଦୁଃଖ ବୁଝିବାକୁ ତା ବାପା ଥିଲେ ନା ତାର ସେ ସାଙ୍ଗମାନେ । ସେତେବେଳେ ବାପାଙ୍କର ସେ ସବୁ କଥା ମନେ ପକେଇ ବହୁତ୍ କାନ୍ଦୁ ଥିଲା ଭଗିଆ, ଦିନ ଥିଲା ଟଙ୍କାରେ ପୋତି ହେଇ ରହୁ ଥିଲା ଭଗିଆ ହେଲେ ଆଜି ଖାଇବାକୁ ବି ତା ପାଖେ ପଇସା ଟିଏ ନାହିଁ । କିଛି କାମ କରିବାକୁ ଭାବିଲା ହେଲେ ସେ ଜୀବନରେ କେବେ କ୍ଷେତକୁ ଯାଇ ଥିଲା ତେଣୁ ସେ କୌଣସି ବି କାମ ଠିକ୍ ସେ କରି ପାରୁ ନ ଥାଏ, ସେଥି ପାଇଁ ତାକୁ କେହି କୌଣସି କାମ ମଧ୍ୟ ଦେଉନଥାନ୍ତି ଶେଷରେ ସେ ଏକ ଇଟା ଭାଟ୍ଟିକୁ ଯାଇ କାଦୁଆ ଚକଟିଲା ଆଉ ଇଟା ବୋହିଲା, ଦିନ ରାତି ଖଟି କାମ କଲା । ଭଗିଆକୁ ଦେଖି ସମସ୍ତେ କହିଲେ ସମୟ ଥିଲା ଏ ପିଲା ଘୋଡ଼ା ଭଳି ଚଳୁ ଥିଲା ହେଲେ ଦେଖ ଆଜି ଗଧ ଭଳି ଖଟି ନିଜ ପାଇଁ ଖାଇବା ଯୋଗାଡ଼ କରୁଛି । ଭଗିଆ ସବୁ ଶୁଣେ ଆଉ ନିଜ କଲା କର୍ମ ପାଇଁ ଅନୁତାପ କରେ ଆଉ ଲୋକଙ୍କର ପଦିଏ କଥା ତା କାନରେ ବାଜୁ ଥାଏ ଏଇ ଦେଖ ଘୋଡ଼ାର ଗଧ ଘଟଣି । । ।



Rate this content
Log in

Similar oriya story from Tragedy