STORYMIRROR

Amiya Bej

Inspirational Others

2  

Amiya Bej

Inspirational Others

ମଣିଷ ହାଟ

ମଣିଷ ହାଟ

2 mins
14.8K


(୧)

" କଟକ ଲିଟେରାରୀ ଫେଷ୍ଟିଭାଲ " ରେ ଯୋଗ ଦେବାକୁ କାଲିରାତିରେ ଆସୁଥିଲି ଝାରସୁଗୁଡାରୁ ତପସ୍ୱନୀ ଏକ୍ସପ୍ରେସ ଟ୍ରେନରେ ।

ମୋ' ଆର୍ଏସି ଟିକେଟ୍ କନ୍ଫର୍ମ ହେଇ ପାରିନଥିଲା ।

ପ୍ରେମିକା ଭିନ୍ନ ପରଲୋକ ସହ ଗୋଟାଏ ସିଟ୍ ଅଧାଅଧା ଭାଗ କରିବାର ପୀଡା କେବଳ ଭୋଗିବା ଲୋକ ହିଁ କହିପାରିବ। ବିକଳ୍ପ ବି କଣ ?

(୨)

ଚଢିବା ବେଳେ, ତିରିଶ ସରିକି ଭିଡ଼ ସେଇ ବଗିରେ ଧସେଇ ହେଉଥିଲେ। ଠଉରାଇବାରୁ ଗରିବ ଗରିବ ଲାଗୁଥିଲେ। ରେଳ ଅଭସ୍ତ୍ୟ ନଥିଲେ ବୋଧେ।

ସେମାନଙ୍କ ଦାୟିତ୍ୱ କିନ୍ତୁ ଦୁଇଜଣ ଧନୀ ନେଉଥିଲେ।

( ଗରିବ ଧନୀ ଚିହ୍ନିବାର ମୋ ଦକ୍ଷତା ବି କଣ ? ଦୁନିଆରେ କେ' ଗରିବ ନା କେ' ଧନୀ ??? )

ସେମାନଙ୍କୁ ଠିକ୍ ସିଟ୍ ରେ ବସାଇବା, ପେଡିପୁଟୁଳାକୁ ସାଉତିବା, ଝର୍କାଦି ବନ୍ଦ କରିବା, ଘୋଡିହୋଇ ଶୋଇବାକୁ ତାଗିଦା କରିବା,କାଗଜଟାଏ ଧରି ବାରବାର ଉପସ୍ଥାନ ନିଶ୍ଚିତ କରିବା , ଆଦି ପ୍ରାୟକାମ କରିକରି ଧନୀଦ୍ୱୟ ନୟାନ୍ତ ହେଉଥିଲେ।

ଗରିବ ଦୁଃଖୀଙ୍କ ଉପରେ କାହାର ଆଦର, ସବୁବେଳେ ଅହେତୁକ ମନେହୁଏ।

ଏମିତିକି କାହାଣୀ ଖୋଜୁଥିବା ମୋପରି ଅଧମ ମାନଙ୍କ ମନ ସଂଦେହ ଟିକେ ମାତ୍ରାଧିକ।

ମୁଁ ହୁଏତ ଭୁଲ୍ ଭାବୁଥିବି। ଗାଡିଟି ପୁରୀ ଯାଉଛି। ଶୁଣିଥିଲି, ଚର୍ମନେତ୍ରରେ ଜଗନ୍ନାଥଙ୍କୁ ଦର୍ଶନ କରିବା ଠୁଁ ପରନେତ୍ରକୁ ଦର୍ଶନ କରାଇବାରେ ଅଧିକା ପୂଣ୍ୟଫଳ !!! ସେଇ ପୂଣ୍ୟ ଲୋଭ ନେଇ ଧନୀଦ୍ୱୟଙ୍କ ଏଇ କୌଶଳ ହୋଇପାରେ !

(୩)

ମୋ ସହଯାତ୍ରୀ ଜଣକ ଥିଲା ସୁଠାମ। ସ୍ୱଭାବତଃ ଟିକେ ଅଧିକା ହଲଚଲ ହେଉଥିଲା। ସହିବାକୁ ହେବ ନ୍ୟାୟରେ ,ମୁଁ ମାଡିଗଲି ଟିକେ ଟୟଲେଟ୍ ଆଡେ। ଦୁଆର ପାଖରେ ,କାନରେ ପଡିଲା ଧନୀ ଲୋକଙ୍କ କଥା ।-

- ଶଃ! କଣ ନକରିବାକୁ ପଡୁଛି ମଣିଷକୁ ?

- ଦର୍କାର ପଡିଲେ , ଭଗବାନ ବି ଗଧ ପାଦ ଧରନ୍ତି ପା !

- ହଁଅଁଯେ , ଦେଖୁନୁ ଟିକେ ମୁହଁ ଦେଲେ , ଶଳେ ମୁଣ୍ଡରେ ଚଢିଯାଉଛନ୍ତି ।

- ରହିଯା ! ଆଗ ଛାତ ଢଳେଇଟା ଭଲରେ ପଡିଯାଉ। ସବୁ ହିସାବ ନିକାସ କରିନେବାନି ? ବାଛିବାଛି ଟାଣୁଆ ଦେଖି ଆଣିଛି । କାମ ବାହାର କରିଦେବେ ମାସକରେ।

- ହଁ ଯିବେ କୁଆଡେ ? ସବୁ ଜବ୍ କାର୍ଡ , ଆଧାର କାର୍ଡ ମୋ ହାତରେ। ହେଲେ ଶଳେ ସବୁ ଛୁଆ ମାଇପ ଧରି କାଇଁ ଚାଲିଆଇଛନ୍ତି କଇଲୁ ? କି କାମରେ ଆସିବେ ସେଗୁଡା ?

- ହେ ହେ ଆସିବେ , କାମରେ ଆସିବେ । ତାଙ୍କର ନୋଇଲେ ଆମର । ହେ ହେ ଟୟଲେଟ୍ ଟା ଭାରି ଅସନା ହୋଇଥିଲା। ଇନ୍ଫେକସନ୍ ଭୟରେ ଚାପିଦେଲି। ମୋ ଅଧା ସିଟ୍ କୁ ଫେରୁଫେରୁ ଭାବୁଥିଲି ,

ଗରିବ ନଥିଲେ, ଧନୀଙ୍କ ଛାତ ପଡିବ କେମିତି ?

ଆଉ ଧନୀ ନଥିଲେ, ଗରିବର ପେଟ ଭରିବ କେମିତି ??

★ ଅମିୟ ବେଜ୍ , ଘଟଗାଁ, କେନ୍ଦୁଝର ★


Rate this content
Log in

Similar oriya story from Inspirational