STORYMIRROR

Dr Jharana Satapathy

Tragedy

2  

Dr Jharana Satapathy

Tragedy

ମନେପଡ଼େ ପିଲାଦିନ

ମନେପଡ଼େ ପିଲାଦିନ

2 mins
552

ହାତରେ କପେ କଫି ଧରି ଏପରି ଅପଲକ ନୟନରେ ଚାହିଁରହିଥାଏ କିଛି ମୂହୁର୍ତ୍ତ ସେ ଫୋଟଟିକୁ। ସେ ପାରିବାରିକ ଫଟୋଟା ଏତେ ଭଲଲାଗେ ମୋର ମନେପଡିଯାଏ ସେ ପିଲାଦିନର ସବୁ କଥା। ନନା ବୋଉଙ୍କ ନିକଟରେ କରି ଥିବା ସବୁ ଅଳି ଅର୍ବ୍ଦଳି। ମୁଁ ଥାଏ ଭାଇ ମାନଙ୍କର ଗେଲୀ ସର୍ବା ସାନ ଭଉଣୀ ଏବଂ ନାନିମାନଙ୍କର ରତ୍ନଆଞ୍ଜୁଳି। ନନା ଵୋଉ ଆମ ମାନଙ୍କୁ ମୂହୁର୍ତ୍ତଟିଏ ନ ଦେଖି ରହିପାରନ୍ତିନି। 


ନନାଙ୍କ କୋଳରେ ବସି ଅବାକ୍ ଚାହାଁଣିରେ ଚାହିଁରହିଥିଲି ସେ କେମେରା ମେନଟିକୁ। କେତେ ନିରିହ ଚାହାଣି। କେତେ ଛୋଟିଆ ଛୁଆଟିଏ ଥିଲି ମୁଁ । ଦୁନିଆ କଣ କିଛି ଜାଣିନଥାଏ । ଖାଲି ଜାଣିଥାଏ ମୋର ପରିବାର ବର୍ଗଙ୍କୁ ସେମାନେ ମୋର ଆତ୍ମୀୟ ଏବଂ ନିଜର।


ଅତି ସୁନ୍ଦର ପରିବାର।ପରଷ୍ପର ଭିତରେ କେତେ ସ୍ନେହ ଶ୍ରଦ୍ଧା। ନନା ବୋଉଙ୍କ ଅଲିଅଳି ସେହି ପୁଅ ଝିଅ ଆମେମାନେ। ବର୍ତ୍ତମାନ ଆମର ନିଜ ନିଜର ଘର ସଂସାର।ଆଉ ସେହି ପିଲାବେଳ ମିଳିବ ନା ଏହି ଫୋଟ ପୁଣି ଉଠାଇହେବ। କେତେ ଶୃଙ୍ଖଳିତ ଭାବେ ସମସ୍ତେ ବସିଛୁ ଫଟୋ ଖଣ୍ଡିଏ ଉଠାଇବା ପାଇଁ। ଫଟୋରେ ସେହି ଏକାରଙ୍ଗର ପୋଷାକ ସମସ୍ତଙ୍କର ଗୋଟିଏ ମନ ଗୋଟିଏ ପ୍ରାଣ। ଆମେ ସମସ୍ତେ ଏଠି ଵୋଉ ନନାଙ୍କ ନଜରରେ ଜଣେ ଜଣେ ଛୋଟ ଛୋଟ ପିଲା।


ସତରେ ସେହି ସ୍ନେହ ଆଉ ଭାଗ୍ୟ ମଧ୍ୟ ମିଳିଵ ନାହିଁ । ନନାଙ୍କ ପାଖରେ ବସି ତାଙ୍କ ସହ ଦୁଇପଦ କଥାହେବା ପାଇଁ ଆଜି ନିଜେ ନନା ବି ନାହାନ୍ତି । ଖାଲି ରହିଛି ଚିହ୍ନ । ଆଉ ନନା ଫେରିବେ ବି ନାହିଁ। ସତରେ ବୋଉ ନନା ତୁମେ ଧନ୍ୟ ଏତେ ଛୁଆର ଦାୟିତ୍ବନେଇ କୋଳେଇ କାଖେଇ ବଡ କରିଛ ଏବଂ ସମସ୍ତଙ୍କୁ ଶିକ୍ଷିତ ବି କରାଇଛ। ଭଲ ଘର ମାନଙ୍କରେ ବିବାହ କରାଇଛ। ବୋଉ ନନା ତୁମ ସାହାସ ଏବଂ ଧର୍ଯ୍ୟକୁ ମାନିବା ପାଇଁ ପଡିବ। ଆଜିକାଲି ଗୋଟିଏ ପିଲାକୁ ମଣିଷ କରାଇବା କେତେ କଷ୍ଟ ହେଉଛି ତୁମେ ଏକାଥରକେ ସାତସାତଟା ପିଲାଙ୍କୁ ମଣିଷ କରାଇଛ। କେତେ ସହନଶୀଳତା ଧର୍ଯ୍ୟ ତୁମ ମାନଙ୍କର। ଆଜି ସେ ପିଲାମାନେ ସବୁ ବିବାହ କରି ନିଜ ନିଜ ପିଲା ମାନଙ୍କର ବାପା ଏବଂ ମାଆ ହୋଇସାରିଛନ୍ତି କିଏ ନାତି ଏବଂ ନାତୁଣୀକୁ ଧରିଲେଣି। ଯେତେ ଯାହାହେଲେ ବି କିନ୍ତୁ ଏ ପ୍ରକାର ଫୋଟ ଏ ପ୍ରକାର ମନୋଭାବ ଜମାରୁ ମିଳିବ ନାହିଁ। ନା ମିଳିବ ସେ ପିଲାଦିନ! ନା ନନା ଆଉ ଆସିଵେ ନା ଵୋଉକୁ ଆଉ ସଧଵା ଵେଶରେ ଦେଖିହେଵ !


ଏବେବି ଆମ ପରିବାରର ସମସ୍ତ ସଦସ୍ୟ ଭାଇଭଉଣିଙ୍କ ଭିତରେ ସେହି ସ୍ନେହ ସଂପର୍କ ରହିଛି ରହିଥିବ ମଧ୍ୟ। କିନ୍ତୁ ସେ ପିଲାଦିନ ଆସିବ ନାହିଁ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy