STORYMIRROR

Akshaya Dash

Tragedy Action Fantasy

4  

Akshaya Dash

Tragedy Action Fantasy

ମହିଳା ପୋଲିସ

ମହିଳା ପୋଲିସ

2 mins
7

ସୀତା ଦେବୀଙ୍କ ଘର ନିମାପଡା। ସରକାରଙ୍କ ଗୃହ ବିଭାଗର ତଳିଆ କର୍ମଚାରୀ।ମହିଳା କନେଷ୍ଟବଳ।ଚାକିରୀ କରନ୍ତି ଭୁବନେଶ୍ୱରରେ। ଘରେ ନିମାପଡ଼ାରେ ତାଙ୍କର ଶାଶୁ ଓ ବାରବର୍ଷର ଝିଅ। ସ୍ୱାମୀ ପୋଲିସ ବିଭାଗରେ ଚାକିରୀ କରୁଥିଲେ।ଏସ ଆଇ ଥିଲେ। ତାଙ୍କୁ ମାଓବାଦୀଙ୍କ ମୁକାବିଲା କରିବା ପାଇଁ ମାଲକାନଗିରି ପଠାଯାଇଥିଲା। ସେଠାରେ ମାଓବାଦୀଙ୍କ ଆକ୍ରମଣରେ ସହିଦ ହେଲେ। ତାଙ୍କର ପତ୍ନୀ ସରକାରଙ୍କ ନିର୍ଦେଶକ୍ରମେ ଚାକିରୀ ପାଇଲେ। ପୁରୀ ସହରରେ ରହି ନିଜ ଡିଉଟି କରନ୍ତି । ଭୁବନେଶ୍ୱର ଲକଡାଉନ ହେବାରୁ ଅଧିକ ପୋଲିସ କର୍ମଚାରୀ ଦରକାର ହେଲା। ତେଣୁ ବିଭାଗର ନିର୍ଦେଶ ଭୁବନେଶ୍ୱର ଆସିଲେ । ପୁରୀରୁ ଗାଁ ନିମାପଡ଼ାରେ ଶାଶୁ ଓ ଝିଅକୁ ଛାଡ଼ିଦେଇ ଆସିଲେ। ଜଣେ ପୋଲିସ ଅଫିସରଙ୍କ ପତ୍ନୀ ଓ ସ୍ୱାମୀଙ୍କ ସହିଦ ହେବା ଯଶ କୁନେଇ ସିତାଦେବୀ ନିଜ କର୍ତ୍ତବ୍ୟକୁ ନିଷ୍ଠାପର ରୂପେ ସମ୍ପାଦନ କରନ୍ତି। ବେଶ ସୁନାମ ଅଛି ତାଙ୍କର। ସେ କୁହନ୍ତି ଏହି ଖାକି ପିନ୍ଧିଲା ପରେ ମତେ ମୋର କର୍ତବ୍ୟ ପ୍ରତି ସଚେତନ ଆସିଯାଏ ।ନୂଆ ଶକ୍ତି ସଂଚାର ହୁଏ। 

         କୋଭିଟ 19 ରେ ସଂକ୍ରମଣରେ ଭୁବନେଶ୍ୱର ଓ ତାର ଆଖପାଖ ଅଂଚଳ ସକ୍ରିୟ ଥିବା ବେଳେ ସିତାଦେବୀଙ୍କୁ ପୁରୀ ଜିଲ୍ଲା ରୁ ଭୁବନେଶ୍ୱର ଆସିଲେ ।ହଠାତ ଘରୁ ଫୋନ ଆସିଥିଲା ଝିଅ ସିରିଏସ ଶୀଘ୍ର ଗ୍ରାମକୁ ଫେରିବାକୁ ।ସେଦିନ ଭୁବନେଶ୍ୱରରେ ଜରୁରୀ ଘୋଷଣା କରି କମିଶନରଙ୍କ ନିର୍ଦେଶ କ୍ରମେ କାହାରିକୁ ଛୁଟି ମିଳିନଥିଲା। ସୀତାଦେବୀଙ୍କ ଡିଉଟି ପଡିଥିଲା ସପିଂ ମଲରେ। କରୋନା ଭୁତାଣୁକୁ ଯେତିକି ଭୟ କରୁନଥିଲେ ସେତିକି ଭୟଥିଲା ତାଙ୍କର ଏକମାତ୍ର ଝିଅ ପାଇଁ ।ଝିଅ ମେଲେରିଆରେ ପୀଡିତ ହୋଇ ଡାକ୍ତରଙ୍କ ଚିକିତ୍ସା ଧିନ ଥିଲା ।ସୀତାଦେବୀ ସକାଳ ୬ଟାରୁ ରାତ୍ରୀ ଆଠଟା ପଯ୍ୟନ୍ତ ଡିଉଟି କରି ଘର ନିମାପଡା ଫେରିବା ସମ୍ଭବ ନଥିଲା ଅନ୍ୟପକ୍ଷରେ ବସ ଯାତାୟତ ବନ୍ଦ । 

     ରାତିକ ଯାକ ଦୁଚିନ୍ତା ଓ ଅନିିିିଦ୍ରାରେ ରହି ସକାଳୁ ଖବର ମିଳିଲା ସବୁ ସରି ଯାଇଛି । ଆରପାରି ଚାଲି ଯାଇଛି ଝିଅ।  ଭୋ ଭୋ କାନ୍ଦିଛି। କିଏ ଆଉ ମା ବୋଲି ଡାକିବ ମତେ? ମାର ହୃଦୟ ବିଦାରିତ। ସନ୍ତାନ ହିଁ ତାର ଜୀବନ। କରୋନା ୟୁଦ୍ଧରେ ହାରିଯାଇଛି ତାର ପରିବାର ପାଖରେ କିନ୍ତୁ। କରୋନା ହାର ମଣିଛି ତାର ନିଷ୍ଠାପର କର୍ତବ୍ୟ ପାଇଁ। ମନକୁ ଦମ୍ଭ କରି ଖାକି ପିନ୍ଧିଛି। ସବୁସରିଗଲା ପରେ ଆଉକିଛି ବାକିଅଛି। ତାହା ସମାଜ ପାଇଁ ଲୋକଙ୍କ ପାଇଁ। ନିଧୁମ ଖରାରେ ଠିଆହୋଇ ଜଗିଛି କରିଡ଼ର୍। ଝିଅର ଜୀବନ ଗଲାପରେ ବାକିରହିଲା ଲୋକଙ୍କ ଜୀବନ। ଲୋକଙ୍କ ଜୀବନ ବଚେଇ ଥକା ହୋଇ ଫେରିଛି ବସାକୁ। 


Rate this content
Log in

Similar oriya story from Tragedy