Gayatri Singh

Drama Classics Others

3  

Gayatri Singh

Drama Classics Others

ମହାନଦୀ ତୀରେ

ମହାନଦୀ ତୀରେ

1 min
237


ସକାଳ ର ସୂର୍ଯ୍ୟୋଦୟ ଆଉ ସନ୍ଧ୍ୟା ର ସୂର୍ଯ୍ୟାସ୍ତ କଟେ ବୈଜୁର ମହାନଦୀ ତୀରରେ । କାଇଁ କେଉଁ ବାପ ଅଜା କାଳରୁ ଡ଼ଙ୍ଗା, ମାଛଧରା ଜାଲ ତାର ପରିବାର ପୋଷଣ ରେ ସହାୟ ହୋଇ ଆସିଛି । ଡଙ୍ଗା ଭାଙ୍ଗିଯିବାରୁ ମରାମତି ପାଇଁ ପାରୋ ବେକ ର ମାଳି ବିକି ସେ ସଜାଡିଛି । ସଂଜେ ସକାଳେ ମାଛ ଧରି ବଜାର ରେ ବିକ୍ରି କରି ସେ ପେଟ ପୋଷିଛି। ଝିଅକୁ ବାହା ଦେଇଛି । ପୁଅକୁ ପାଠ ପଢାଇ ପାରିଛି । ଆଜି ପୁଅ ସୁଦୂର ହାଇଦ୍ରାବାଦ ରେ କେଉଁ ଏକ କମ୍ପାନୀ ରେ ଚାକିରୀ କରୁଛି । ଚାକିରୀ କୁ ଯିବା ପୂର୍ବ ରୁ ତା ସହିତ ଏ କାମ କରୁଥିଲା । ଏଇ କାମ ରେ ସେ ଭାରି ଆନନ୍ଦ ପାଏ। ହେଲେ ଅଧିକ ପଇସା ପାଇଁ ସେ ଚାକିରୀ କୁ ଗଲା । ତଥାପି ସେ ବର୍ଷ କୁ 2/3 ଥର ଗାଁ କୁ ଆସିଲେ ତା ସହିତ ମହାନଦୀ କୁ ଯାଏ। ପୁଅ ଅଣ ଓଡିଆ ବୋହୁ ଆଣିବା ପରେ ବୈଜୁ ପାରୋ ଖପା ଥିଲେ। ବାହାଘର ପୂର୍ବରୁ ପୁଅ ର ଗାଁ କୁ 2/3 ଥର ଆସିବା ସଂଖ୍ୟା ବଢି ଏବେ 7/8 ଥର ହୋଇଗଲାଣି । କାରଣ ବୋହୁ ର ଶାଶୁ ଶଶୁର ସହ ମହାନଦୀ ରେ ବେଶୀ ସମୟ କଟେ । ଡ଼ଙ୍ଗା ରେ ବୁଲି ମାଛ ଧରିବା ରେ ସେ ବେଶୀ ଆନନ୍ଦ ପାଏ । ଏବେ ବୈଜୁ ପାରୋ ଉଭୟ ଖୁସ। 



Rate this content
Log in

Similar oriya story from Drama