G Santoshi

Abstract Romance Tragedy

4  

G Santoshi

Abstract Romance Tragedy

ମାୟା ବର୍ଣ୍ଣାଳୀ -ଦିଗହରା ପ୍ରେମ

ମାୟା ବର୍ଣ୍ଣାଳୀ -ଦିଗହରା ପ୍ରେମ

8 mins
202



ବିସ୍ତୃତ ବେଳା ଭୂମିରେ ଲୋଟି ପଡିଲେ ଅଠେଇଶ ବୟସ ଯୁଵକ ଚିତାମ୍ବର ।କ୍ରମଶଃ ସନ୍ଧ୍ୟା ଶେଷ ହୋଇ ଆସୁଛି ।ଦିନର ଆଲୋକକୁ ଧିରେ ଧିରେ ଗ୍ରାସ କରୁଛି, ରାତ୍ରିର ଅନ୍ଧକାର ।ଵେଳା ଭୂମିଟି ଧିରେ ଧିରେ ଲୋକଶୂନ୍ୟ ହେଵାରେ ଲାଗିଛି ।ଖରା ଦିନିଆ ଜୁଆର ପଵନଟି ଦେହରେ ଶିହରଣ ସୃଷ୍ଟି କରୁଛି ।ନେତ୍ର ସାମ୍ମାରେ ...ଏକ ମନ ଖୋଲା ହସର ଭ୍ରମ। ଆରାଧନା ..... ।ସେ ହସ ନା ପରିହାସ....ଯେଉଁ ହସ ମନରେ ଦିନେ ଶିହରଣ ଖେଳାଉଥିଲା ।ତାହା ଆଜି ବିଚଳିତ କରୁଛି ।ମୁଣ୍ଡଟା ଭାରି ଭାରି ଲାଗୁଛି ।କିଛି ପ୍ରଶ୍ନ ଉତ୍ତର ଖୋଜୁଛି ।କାହିଁକି? କଣ ପାଇଁ? ଏତେ ଵଡ଼ ନିଷ୍ପତି ନେଲ ...।

ମନର ମାନସରେ ଅତୀତକୁ ଫେରି ଯାଉଛନ୍ତି ଚିତାମ୍ବର ।ଵେଶି ଦିନର କଥା ନୁହେଁ ।ଛଅ ମାସ ତଳର ଘଟଣା ।ନୂଆରେ ସେ ଜଏନ କରିଥାଏ ସିକୁରିଟି ଗାର୍ଡ ହିସାବରେ ।ସାଧାରଣ ଅର୍ଥରେ ଗେଟ ଜଗୁଆଳି ପଦରେ ସାମନ୍ତ କେଶରୀ ବଳବନ୍ତରାଓଙ୍କ ଘରେ ।ସାମନ୍ତ କେଶରୀ ବଳବନ୍ତରାଓ ଏକ ନାମୀ ଦାମୀ ଲୁଗା ଵ୍ୟଵସାୟୀ ।ଚିତାମ୍ବର ସ୍ନାତକ କରିଛି ହିଷ୍ଟ୍ରି ରେ ।ଜଣେ ମେଧାବୀ ଛାତ୍ର ।ସରକାରୀ ଚାକିରୀ ପାଇଁ ବି ପଢା ପଢି କରୁଛି ।କିନ୍ତୁ ଘର ର ଦାରିଦ୍ର୍ୟ ଯୋଗୁଁ ଵାପା ତାର କୁହାକୁହି କରି ପୁଅକୁ ରଖେଇଦେଇଛି ଏଇଠି ।

ଵାପା ମାଳି ରୂପେ ସାମନ୍ତ କେଶରୀ ବଳବନ୍ତରାଓଙ୍କ ଘରେ କାମ କରନ୍ତି ।ମା ଆଉ ଭଉଣୀ ଵି ଵାସନ ମଜା,ଘର ସଫା କାମ କରନ୍ତି ।ଵିରାଟ ଵଡ଼ ବଗିଚା ଘରର ପାଶ୍ୱର୍ରେ ,ନାନାଦି ଫୁଲର ସମ୍ଭାହାର ।ବଗିଚା ମଝିରେ ସିମେଣ୍ଟ ବେଞ୍ଚ ।ପୁଣି ସନ୍ଧ୍ୟା କିମ୍ବା ସକାଳେ ଜଳଖିଆ ଆଉ ଚା ପାଇଁ ପଡ଼ିଛି କାଠର ସେଟ ସବୁ ।ସେଇଠି ଵାପାଙ୍କ କାମ ।

ସେଇଠି ଵଡ଼ ଵଡ଼ ଲୋକଙ୍କ ମିଟିଂ ଚାଲେ ।ନିତି ଆସନ୍ତି ନାମୀ ଦାମୀ ପତ୍ରକାର,ଡାକ୍ତର, ସମାଜସେଵୀ,ରାଜନୈତିକ ଦଳର ପ୍ରତିନିଧି,ଵ୍ୟବସାୟୀ ଏମିତି ଵହୁତ ଜଣ ।ପ୍ରାସାଦ ସଦୃଶ ଗୃହ ।ଗାଡ଼ି ,ସେଵକ,ସେବିକା ଅନେକ ।ପ୍ରଥମ ଦିନରେ ଗେଟ ପାଖରେ ଵସିଥିଲା ଚିତାମ୍ବର ।ହଠାତ୍ ଵୁଢା ଚାକରଟି ଆସି କହିଲା ।ହେଇ ଵାପା ...ଗଲୁ ନେଇ ଆସିଲୁ ଗୁଡ଼ି ଟା ଛିଣ୍ଡି ପଡ଼ିଛି ।ସାନ ମା ଗୁଡ଼ି ଉଡ଼ଉ ,ଉଡଉ ଛିଡି ଯାଇଛି ।ଦୂରରେ ପଡ଼ିଥିବା ଗୁଡ଼ିଟି କୁ ଆଣି ଦେଇଥିଲେ ଚିତାମ୍ବର ।ଉପରକୁ ଚାହିଁଥିଲେ ।ଦୂର ଛାତ ଉପରୁ କିଏ ଚାହିଁଛି ।ଠିକ୍ ରେ ଦୃଶ୍ୟମାନ ହେଉନି ।ହୁଏତ ସାନ ମା।ଅର୍ଥାତ, ସମ୍ଭ୍ରାନ୍ତ ଵଂଶର ଦୁଇ ପୁଅରେ ଗୋଟିଏ ସାନ କନ୍ୟା ସେ ଆରାଧନା ।ସମସ୍ତେ ଡାକନ୍ତି ସାନ ମା ।

ସେଇଦିନୁ ଥରେ ନୁହେଁ ଅନେକ ଥର ଗୁଡି ଛିଡିଛି ।ଆଉ ସେ ଵୁଢା ଚାକରଟି ଆସି ନେଇଛି ।ବୁଢ଼ା କୁ ଦେଖି ଦୁଃଖ ଆସେ ମୋ ମନରେ ।ଜଣା ନାହିଁ କାହିଁକି କେଜାଣି ।ଦେହରେ ଗଂଜୀ ଟିଏ କାନ୍ଧ ରେ ଥାଏ ଗାମୁଛା ଟିଏ।ଛାତ ଟି ଵହୁତ ଉପରେ ସେଇଥିରେ ପୁଣି ପ୍ରାୟ ସବୁଦିନ ଆସି ନେଇକି ଯାଏ ଏତେ ଉପରକୁ କଣ କହିବ କାହାକୁ ।ଆମର ସେ ଅଧିକାର ନାହିଁ ।ରାଗ ଆସେ ସାନ ମା ଅର୍ଥାତ ଆରାଧନା ଉପରେ ।ଗୁଡି ଉଡା ଜଣା ନାହିଁ ଖେଳିବ କାଇଁ ।ହୁଏତ ଦାରିଦ୍ରତାରେ ବଢ଼ି ମୋ ଚିନ୍ତା ଧାରା ଏପରି ହେଇ ଯାଇଛି ।

ସେଦିନଟି ପୂରା ମନେ ଅଛି ।ସନ୍ଧ୍ୟା ସମୟ ।ମୁଁ ଦୂରକୁ ଚାହିଁଥାଏ ।ଆଜି ଵି ସେ ଗୁଡ଼ି ଆସିବ ।ମୋ ମନ କହୁଛି ।ଭାଵୁ ଭାବୁ ଦୂରରେ ଗୁଡି ଟି ପଡ଼ିଲା ।ସାମ୍ନାକୁ ଚାହିଁଲି ।ଏଇ କିଛି ସମୟରେ ଵୁଢା ଆସିଯିବ ।ଅନ୍ୟ ଦିନ ଅପେକ୍ଷା ଡେରି ହେଲା ।ହଉ ନେଇ ଆସେ, ପାଖରେ ରଖଥିବି ।ବୁଢ଼ା ତ ଆସିବ ।ଭାବି ଚିତାମ୍ବର ଉଠିଯାଇ ଗୁଡ଼ିଟି ଉଠାଇ ପଛକୁ ଵୁଲିଲେ ।ସାମ୍ନାରେ ଏ କିଏ ...ମୁଣ୍ଡରେ ମୁକୁଳା କୁଞ୍ଚ କୁଞ୍ଚ କେଶ ।ଗୋରା ଗୋଲ୍ ମୁଁହଟି ଚାନ୍ଦ ପରି ।ଵେଶି ଡେଙ୍ଗା କି ବେଶୀ ଛୋଟ ନୁହଁ ।ଥରେ ଚାହିଁଲେ ଯେ କେହି ଵି ନ ଚାହିଁ ରହିପାରିଵନି ।ସାନ ମା କି????

ମତେ ଚାହିଁ ନମ୍ର ଭାଵେ ସେ ଆରମ୍ଭ କଲା ।ବିଶ୍ୱନାଥଙ୍କ ପୁଅ ନା ତୁମେ ।ମୋ ଵାପାଙ୍କ ନାମ ଵିଶ୍ୱନାଥ ଚିତାମ୍ବର ଭାବୁଥାଏ ।ଏବେ ଜଏନ କରିଛ ।ମୁଁ ଆରାଧନା ।ସାମନ୍ତ କେଶରୀ ବଳବନ୍ତରାଓଙ୍କ ଝିଅ ।ମୁଁ ଗୁଡି ଟି ଵଢେଇ ଦେଇ ସାମାନ୍ୟ ଵ୍ୟତିବ୍ୟସ୍ତ ହେଲି ।କିଛି ନ ଜାଣି ପରି ନମସ୍କାର ବି କରିପକାଇଲି ।ସାମାନ୍ୟ ହସିଦେଇ ସେ କହିଲା ମୁଁ ତୁମଠୁ ଛୋଟ ହେବି ନମସ୍କାର କରିବା ଦରକାର ନାହିଁ ।ତାର ନମ୍ର କଥା ,ପ୍ରଥମ ଦିନ ର ରାଗ କୁ କୁଆଡେ ନେଇଗଲା ସେଇ ସମୟରେ ବୁଢ଼ା ଟି ଵ୍ୟସ୍ତ ହେଇ ପହଞ୍ଚି ଗଲା ।ସାନ ମା କାହିଁ ଆସିଲ ,ମୁଁ ଆସୁଥିଲି ।ଚାଲିଗଲେ ଦୁହେଁ ।ଦୂର ଦିଗଵଳୟରେ ସିନ୍ଦୂର ଫଟା ସୂରୁଜ ଅସ୍ତ ହେଉଥିଲା ।ଆଉ ସେଇଦିନ ମୋ ଜୀବନ ର ନୂଆ ଏକ ଅଧ୍ୟାୟର ଆରମ୍ଭର ଆଭାସ ଥିଲା ।

କିଛି ଦିନ ପରେ ମୁଁ ଅନୁଭବ କଲି ।ଯେତେବେଳେ କାରରେ ଅଵା ଵାନ୍ଧବୀ ସହ ସେଇ ଵାଟ ଦେଇ ଯାଏ ,ଆରାଧନା ତାକୁ ହିଁ ଚାହୁଁଛି ।ଓଃ କଣ ଭାବୁଛି ମୁଁ ।ପ୍ରଥମଥର ଏପରି ଭାବନା ମୋ ମନ ରେ ।ରୂପସୀ ,ରାଜକୁମାରୀ ଯାହାର ସାନିଧ୍ୟ ପାଇଁ କେତେ ଯେ ପ୍ରେମିକ ପାଗଳ ହେଉଥିବ ।ଏ ହୁଏତ ତାର ଭ୍ରମ ।ମନକୁ ଵୁଝାଇଥିଲା, ଏପରି ଭାବନା ନ ଆଣିବା ପାଇଁ ।କିନ୍ତୁ ମନ କଣ କାହା କଥାଶୁଣେ ସେତ ସ୍ରୋତ ଭରା ନଈ ଯୁଆଡେ ଇଛା ଵହିଵ ।ସାମାନ୍ୟ ସିକୁରିଟ ଗାର୍ଡ ଏ ସବୁ ସେ ଭାବିବା ଵି ପାପ ।ତାକୁ ଲାଗେ ଏ ସବୁ ସେ ନିଜେ ଭାବୁନି ।କିଛି ତାକୁ ଅନୁଭବ ହେଉଛି ।ସେଦିନ ସେ ପରୀକ୍ଷା ପାଇଁ ଆରାଧନା ପାଖ ଦେଇ ଗଲା ବେଳେ,ଯେତେବେଳେ ତାକୁ ଲାଗିଲା ,ସେ ଚାହିଁଛନ୍ତି, ପ୍ରଥମ ଥର ସେ ମୁଣ୍ଡ ଉପରକୁ ଉଠେଇ ଚାହିଁଥିଲା ।ଏ କଣ ..ଏକ ଲୟରେ ତାକୁ ଚାହିଁଛି ଆରାଧନା ।ଅଜାଣତେ ଆରାଧନାର ଚକ୍ଷୁ ର ଵଳୟ ଭିତରେ କିଛି ସମୟ ପାଇଁ ହଜିଗଲା ଚିତାମ୍ବର ।କିଛି କ୍ଷଣ ରେ ଵାହରି ଆସିଲା ଚିତାମ୍ବର ।ଏ ସତ ନା ଭ୍ରମ ।କଣ ହେଉଛି ଏ ସଵୁ ତା ସହ ।ସେ ଏଥର ମନକୁ ଵିଚଳିତ ହେବାକୁ ଦେବନି ।କୌଣସି ମତେ ଚାହିଁବନି ଆରାଧନା କୁ ।ଵୋଧେ ସେ ପାଗଳ ହେଇ ଗଲାଣି ।ଆରାଧନା ଆକାଶ ର ଜହ୍ନ ଆଉ ସେ ସାମାନ୍ୟ ଦରିଦ୍ର ମଣିଷ ।ସେ ଏପରି ଭାବି ପାରୁଛି କିପରି ।ଏଇ ମଧ୍ୟ୍ୟ ରେ କଛି ଦିନ ଵିତି ଗଲା ।ସେ ମନକୁ ଵୁଝେଇବାରେ ଚେଷ୍ଟିତ ।କିନ୍ତୁ କିଛି ଦିନ ହେବ ଏଵେ, ଆରାଧନା ର ଦେଖି ଵାର ଶୈଳୀ ଵଦଳିଛି ।ସେ ଚିତାମ୍ବର କୁ ଚାହିଁ ମୂରୁକି ହସୁଛି ।ଵୁଝିବି ନଵୁଝିବାର ଅଭିନୟ କରୁଛି ଚିତାମ୍ବର ।ସାମ୍ନା ରେ ସେ ଅନେଇ ପାରେନି ।ଆରାଧନା ଆଗକୁ ଗଲା ପରେ, ନ ଚାହିଁ ଵି ଚିତାମ୍ବରର ଆଖି ତାର ଆଗକୁ ଚାଲିଯାଏ ।ଆରାଧନା ଵୁଲି ଚାହେଁ ।ଲାଜଭରା ଆଖି ରେ ହସେ ।ଦେହରେ ଅଜଣା ଶୀହିରଣ ସୃଷ୍ଟି ହୁଏ।ତାହା ବର୍ଣନା ଵିହୀନ ।

ରାତିରେ କେବେ ଚିତାମ୍ବର ସେ ଝୁମ୍ପୁରା ଘରେ ସ୍ୱପ୍ନ ରେ ଆରାଧନାକୁ ସେ କେତକୀ ଫୁଲର କ୍ଷେତରେ ଦେଖୁଛି । ଆରାଧନା ମନଭରି ହସୁଛି ,ଆଉ ସେ ଚାହିଁ ରହିଛି ଏକ ପଲକ ରେ ହଠାତ ନିଦ ଭାଙ୍ଗି ଯାଏ lବ୍ୟତି ବ୍ୟସ୍ତ ହୁଏ ସେ, ବାହାରିକୁ ଯାଇ ବାରମ୍ବାର ମୁହଁ ଧୋଇ ପକାଏ ।ମନକୁ ବୁଝାଇ ଶୋଇ ଯାଏ ।

ଚିତାମ୍ବର ର ମନର ଦ୍ଵନ୍ଦର ଅବସାନ କରି ।ଚାରି ମାସ ପରେ ଏକ ଛୋଟିଆ ଝିଅ ହାତରେ ପ୍ରଥମ ଥର ପ୍ରେମ ପତ୍ରଟି ପଠାଇଥିଲା ଆରାଧନା ।ତା ପ୍ରେମର ପରିପ୍ରକାଶ ସହ ସେ ବି ଜାଣିନି କାହିଁ କି ଚିତାମ୍ବର ପାଇଁ ତାର ଏତେ ଆକର୍ଷଣ ବୋଲି ଲେଖିଥିଲା ।ହୁଏତ ସେ ଅନ୍ୟ ପିଲାଙ୍କ ଅପେକ୍ଷା ଭିନ୍ନ ।ସେ ତାକୁ ସମ୍ପୂର୍ଣ ଭଲପାଇଵାର ଇଙ୍ଗିତ ଦଉଛି ।କିନ୍ତୁ ସେ ନିରବ  ।ହୁଏତ ଚିତାମ୍ବର ର ନୀରବ ଆଖି, ନିରୀହତା ତାକୁ ପାଗଳ କରିଛି ।  ଚିତାମ୍ବରର ନ ପ୍ରକାଶ ରେ ତାର ଆହୁରି ଆକର୍ଷଣ ବଢୁଛି ।ସେ ଘରର ଅଲୀଅଳି ଝିଅ ।ମା ର ଦେହାନ୍ତ ପରେ, ଵାପା ଭାଇ ଗେଲଵସରେ ରଖିଛନ୍ତି କିନ୍ତୁ ସେ ତା ଵାପା ଭାଇଙ୍କୁ ଠିକ୍ ଚିହ୍ନିଛି ।ନିଜର ସମ୍ନାନ, ସମାଜ ସାମ୍ନାରେ ମିଛ ଗାରିମା ପାଇଁ ସେ ତାକୁ ଚିତାମ୍ବର ସହ ଵିବାହ କରାଇବେ ନାହିଁ ।କିନ୍ତୁ ସେ ରାଜି ଅଛି ଚିତାମ୍ବର ସହ ଚାଲିଯିବା ପାଇଁ ଵହୁତ୍ ଦୂର ।ଯେଉଁ ଠି କେବଳ ତାର ଭଲପାଇବା ଥିବ ।

ଛାତି ରେ ଅଜଣା ଏକ ଖୁସି ଏବଂ ଭୟ ଚିତାମ୍ବର ମନ ରେ ।ଖୁସି ଅଜାଣତେ ,ଯେ ତାର ଭାବନା ଭ୍ରମ ନୁହଁ ।କିନ୍ତୁ ସେ କଣ ଆରାଧନାକୁ ନେଇ ଯାଇପାରିବ?ସମାଜ ର ସମସ୍ତ ଶୀଙ୍କୁଳି ଆଡେଇ ।ତାର ସେ ସାହସ ନାହିଁ । ସେ ସିନା ହୁଏତ ଚାଲିଯିବ ତା ପରେ ତା ପରିଵାର ର କଣ ହେବ ।ଏମିତି କଣ ଯାଇ ହେବ ।ଏଇ ସଵୁ ଫିଲ୍ମ ରେ ହୁଏ କେଵଳ ।ଆରାଧନା ର ବାପା ଭାଇ ଏଡିକିରୁ ତାକୁ ଏଡିଟିଏ କରିଛନ୍ତି ।ତାକୁ ସେ ଧୋକା ଦେଇ ଏମିତି  କେମିତି ଚାଲିଯିଵ ।ଯାହା ଘର ଦୟା ରେ ତାର ପରିଵାର ବଞ୍ଚିଛି ।ତାର ଵାପା, ଵୋଉ ଏକ ବିଶ୍ୱସ୍ତ ସେବକ ଭାଵେ କାମକରିଛନ୍ତି ବର୍ଷ ବର୍ଷ ହେବ, ତାଙ୍କର ମୁଣ୍ଡ ନଇ ଯିବନି ।ଏତେ ଵଡ଼ ନିଷ୍ପତି ସେ ନେଇ ପାରିବନି ।

ସେ ଛୋଟ ଝିଅ ହାତରେ ଚିତାମ୍ବର ଚିଠି ପଠେଇଥିଲା ।କ୍ଷମା ପ୍ରାର୍ଥନା କରିଥିଲା ଏତେ ଵଡ଼ ନିଷ୍ପତି ନେଇ ପାରିଵନି ଜଣାଇଥିଲା ।ମନ ଭିତରେ ଅନେକ କୋହ ଚିତାମ୍ବର ର କିନ୍ତୁ ସେ ନାଚାର ।

ତା ପରେ ଦ୍ୱିତୀୟ ଚିଠି ଆସି ଥିଲା ।ସେଇଥିରେ ପ୍ରେମ ଭରା ଶବ୍ଦ ନଥିଲା ।ଥିଲା ଅଜସ୍ର ଅଭିମାନ ।ଜୀବନରେ ସଵୁ ପାଇଥିବା ମଣିଷ ଟି କେଵେ ଭାଵି ନଥିବ ତା ପରି ଫୁଲ ର ରାଜକୁମାରୀ କୁ ମୋ ପରି ଦରିଦ୍ର ମାଳୀ ଟି ନେବାକୁ ମନା କରିଦେଵ ।କିନ୍ତୁ ତାହା ମୋର ଗର୍ବ କି ଅହଙ୍କାର ନ ଥିଲା କିନ୍ତୁ ମୁଁ ହତଭାଗା ଥିଲି ତାକୁ ନେଵା ପାଇଁ ମୋର ସାମର୍ଥ ନଥିଲା ।

"ଲେଖିଥିଲା ମତେ ଭଲପାଇ ସେ ଭୁଲ କରିଛି, ମୁଁ କାପୁରୁଷ ।ସାହାସୀ ହୀନ ଦୁନିଆ ର ମିଛ ମାୟାରେ ଵାନ୍ଧି ହୋଇ ତାକୁ ଭଲପାଇ ମଧ୍ୟ୍ୟ ଆପଣେଇ ନେଇ ପାରୁନି ।ପ୍ରେମ ହି ସତ୍ୟ ଆଉ ସବୁ ମିଛ ।"ଆହୁରି ଅନେକ କିଛି.....

ବୁଝିଛି ମୁଁ, କିନ୍ତୁ ପ୍ରେମର ଅନୁଭଵଠୁ ଦୁଇ ମୁଠା ଖାଇବା ଆଉ ପିନ୍ଧିବା ଯେ କେତେ ମୂଲ୍ୟବାନ ତାହା ମୁଁ ତାକୁ ହୁଏତ ବୁଝାଇ ପାରିବିନି।ଝୁମ୍ଫୁଡି ଘରେ ବର୍ଷା ଦିନ ମା ମୋର ନ ଶୋଇ ଛାତରୁ ଗଳୁଥିବା ପାଣିକୁ ରାତି ସାରା ଡେକଚିରୁ ଫିଙ୍ଗିଛି ।ସେତେଵେଳେ ହୁଏତ ଆରାଧନା କମ୍ବଳ ଭିତରେ ଶୋଇ ବର୍ଷା ଶବ୍ଦ ର ମଜା ନେଉଥିଵ ।ପୁରୁଣା କାନର ହେଉ କି ଚୁଡି,କ୍ଲିପ କିମ୍ବା ଡ୍ରେସ ଯେଵେ ସାମନ୍ତ କେଶରୀ ବଳବନ୍ତରାଓଙ୍କ  ଘରୁ ଦିଆ ହେଇଛି ।ତାକୁ ପିନ୍ଧି ଭଉଣୀ ତାର ଛୋଟ ଦର୍ପଣ ରେ ମୁଁହ କୁ ତାର ଵାରମ୍ବାର ଦେଖିଛି ।ପୂଜା ପର୍ବାଣି ରେ ଦେଇଥିବା ଣାଢୀକୁ ମା ତାର ଦେଖି ଚାହିଁ ପିନ୍ଧିଛି ଵଡ଼ ଦିନ ଦେଖି ।ଆହୁରି ଅନେକ କିଛି ସେ ଏଇ ସବୁ କେମିତି ବୁଝାଇବ ସେ ଅଲିଅଳି ଝିଅ କୁ ।ସେ ଯଦି ଆରାଧନା କୁ ନେଇ ଚାଲିଯାଏ ତା ବାପା,ମା ଭଉଣୀ ନାନା କଥା ତ ଣୁଣିବେ ତା ସହ ମାଡ଼ ଖାଇବେ ଆଉ ଦାଣ୍ଡର ଭିକାରି ହେଇ ଯିବେ ।

ଭଲରେ ଵୁଝାଇ ଚିଠି ଖଣ୍ଡିଏ ଲେଖିଥିଲା ସେ କାଲି ।ସେ ହୁଏତ ନ ଵୁଝିପାରେ କିନ୍ତୁ ସେ ଲେଖିଥିଲା ।

ହଠାତ୍ କାହାର ଵାଡି ପାହାରରେ ଅତୀତ ରୁ  ଫେରି ଆସିଲା। ପୋଲିସ ବାଲା ଟି କହିଲା ।ହେଇ ରାତି ଦଶଟା ହେଲାଣି ଭାଗ୍ ଏଇଠୁ ।ଉଠି ଚାଲିଲା ଚିତାମ୍ବର ଆଜି ର କଥାଟି ବାରମ୍ବାର ତାକୁ ଅସ୍ତଵ୍ୟସ୍ତ କରୁଛି ।ଆଜି ସକାଳେ ସେ ଝିଅକୁ ଚିଠି ଦେଇଥିଲା ।ସବୁ ଦିନ ପରି ସେ ଡିଉଟି କରୁଥିଲା ।ଚିଠି ଦେଇଥିଲା ସିନା ମନ ଟା କିନ୍ତୁ ତାର ଅସ୍ତଵ୍ୟସ୍ତ ହେଉଥିଲା ।ଚିଠି ଦେବାର ପ୍ରାୟ ତିନି ଘଣ୍ଟା ପରେ, ଖରାବେଳେ ସେ ସାମାନ୍ୟ ଘୂମେଇ ଯାଇଥିଲା ।ହଠାତ କୋଳାହଳର ଶବ୍ଦ ଶୁଣି ସଵୁ ଏଣେ ତେଣେ ଧାଇଁ ଥିଲେ ।ଆରେ ଆରେ କଣ ହେଲା ।ଯାହାକୁ ପଚାରୁଛି ।ସେ ଶୁଣୁନଥିଲା ।ସେଇଭିତରୁ ଭାସି ଆସିଲା ସାନ ମା ବିଷ ପିଇ ଦେଇଛି ।କିଛି କ୍ଷଣ ପାଇଁ କିଛି ଚିନ୍ତା କରି ପାରିଲାନି ଚିତାମ୍ବର।ଧାଇଁଗଲା ପାଗଳ ପରି, ପୁରା ଭିଡ଼ ।ସେ ଦେଖି ବି ପାରୁନି ।ଦୂରରୁ ଆରାଧନା ର ଚନ୍ଦ୍ରମା ମୁଁହଟି ଦେଖା ଗଲା କିଛି ସମୟପରେ,ଇଛା ହେଉଥାଏ, ସମସ୍ତଙ୍କୁ ପେଲି ଦେଇ ଦଉଡି ଯିବ ।ସଵୁ ଠେଲି ଦଉଥାନ୍ତି ତାକୁ,...ଆଗରେ ଦେଖିଲା ଭଉଣୀ କାନ୍ଦି କାନ୍ଦି ଆସୁଛି ।ଏ ଅଞ୍ଜଳି କଣ ହେଲା ।ଭାଇକୁ ଦେଖି ଦୌଡ଼ି ଆସି କହିଥିଲା ।"ମୁଁ ଘର ପୋଛିଲା ବେଳେ ଛୋଟ ଝିଅ ରାନି ଟି ଧିରେ କଣ ଦେଲା କାଗଜ ।ତାକୁ ପଢି ରାଗରେ ଵୋଧେ ଆର ରୁମକୁ ପଶିଗଲେ ।ଵହୁତ୍ ସମୟ ଵାହିରିଲେନି ଖାଇବା ପାଇଁ, ଡାକିଲେ ବି ନ ଣୁଣୀ ଵାରୁ କବାଟ ଭାଙ୍ଗି ଦେଖଲେ ସବୁ ,ପାଟିରୁ ଫେଣ ।ନାଡୀ ଦେଖିଲା ବେଳକୁ ଆଉ ଜୀବନ ନାହିଁ ।ଵାବୁ ବି କାନ୍ଦୁଛନ୍ତି ।ଶୁଣିଲି ଯାହା କେଉଁ ଏକ ପିଲା ପୁଣି ତା ପ୍ରେମକୁ ଗ୍ରହଣ ନ କରିବାରୁ ଵିଷ ପିଇ ଦେଇଛି।"

ପାଟିରେ ଭାଷା ନଥିଲା ପଥର ପରି ଵସି ଗଲା ଚିତାମ୍ବର ।ଲୋକଙ୍କ ସମାଗମ ମଶାଣୀ କୁ ନେବାପାଇଁ ପ୍ରସ୍ତୁତି ।କାନ୍ଦୁଛନ୍ତି ସବୁ ।ଦୋଷୀ ଟିଏ ପରି ଵସିଥିଲା ଚିତାମ୍ବର ।ଏତେ ଵଡ଼ ନିଷ୍ପତ୍ତି..... ଏତେ ଜଲଦି ।ତା ମୁଣ୍ଡ ଘୂରାଇଯାଇଥିଲା ।ତାରି ସବୁ ଭୂଲ...କିନ୍ତୁ ଏତେ ଵଡ଼ ଘରର ଝିଅ ।ଏତେ ଅଭିମାନ.....ଏତେ ଵଡ଼ ନିଷ୍ପତ୍ତି ନେଇଯିବ ସେ ଭାବିନଥିଲା ...ଆଖି ରେ ଲୁହ ।ଅଜାଣତେ ବି ଆରାଧନା ଉପରେ ଵହୁତ୍ ରାଗ ଆସୁଛି ।ନିଜ ଉପରେ ରାଗ ଆସୁଛି ସେ ନିଜକୁ ସମ୍ବାଳି ପାରୁନି ।

ଏ ମଧ୍ୟରେ ସେ ଘରେ ପହଞ୍ଚିଲା ।ସମସ୍ତଙ୍କ ମଧ୍ୟରେ ବାର୍ତାଳାପ ଚାଲିଛି ।ବାପା ,ବୋଉ ,ଭଉଣୀ ମଧ୍ୟରେ, କାନ ଟେକି ଶୁଣିଲା ।ବିଶ୍ୱାସ କରିପାରିଲାନି ନିଜ କର୍ଣ୍ଣକୁ ।ପାଦତଳ ମାଟି ଟି ଯେପରି ଖସି ଯାଉଛି ।

କଥା ଟି ଥିଲା, ଆଜି ପାହାନ୍ତାରୁ ହଠାତ୍ ଭଉଣୀ କିଛି ଵାହାର କରିବା ସମୟରେ  ସବୁ ଚିଠି ମିଳିଥିଲା ଆରାଧନା ର ଆଉ ରାତିରେ ଲେଖା ମୋ ଚିଠି ।ତାକୁ ଆଣି ମୋ "ମା "ଵାପାକୁ ଦେଖେଇଲା।ସବୁ ମିଶି ଏକ ଯୋଜନା କଲେ ।ସକାଳର ଚିଠି ରଖି ଦେଇ ଵାକି ସଵୁ ନେଇ ଵାପା ମା ଗଲେ ।ଭଉଣୀ ଘରେ, ମୋ ପାଖେ ପାଖେ ରହିଲା ।ସାମନ୍ତ କେଶରୀ ବଳବନ୍ତରାଓକ ଗୋଡ଼ ତଳେ ପଡ଼ି ସଚ୍ଚା ସେବକ ସେବିକା ଭାଵେ କହିଲେ ।ରକ୍ଷା କର ମାଲିକ ।ଚିଠି ଦେଇ କହିଲେ ।ଆମ ପୁଅ ମନା କଲେ ବି ଦେଖନ୍ତୁ ।ଆମର ଏତେ ସାମର୍ଥ କାହିଁ ପୁଅ ଵୋକା କିଛି କାହାକୁ କହୁନି ତାକୁ କ୍ଷମା କର ।ଆଉ କିଛି ହେଵା ପୂର୍ବରୁ ମୋ ଝିଅ ଚିଠି ପାଇଲା ।ଆଉ ଏକ ଚିଠି ବି ଆସିବ ।ପୂଅ ମୋର ଵୁଝାଇ ଲେଖିଛି ।ଆମକୁ କ୍ଷମା କର।ଏ ସବୁ ଆଗରୁ ଜାଣିନଥିଲୁ ।

ଏ ସବୁ ପଢ଼ି ନାଗ ପରି ମନରେ ଵିଷ ସମ୍ଭାର ହେଲା ।କିଛି ସମୟ ପରେ ଭଉଣୀ ମୁଁ ଯାଇଥିଲୁ ।ଚିଠି ଟି ନେଇ ଛୋଟ ଝିଅ ଟି ଦେଇଥିଲା ଆରଧନାକୁ ।ଚିଠି ପଢ଼ିବା ସମୟରେ ଯାଇ,ଧରିନେଲେ ସାମନ୍ତ କେଶରୀ ବଳବନ୍ତରାଓ ।ପଚାରିଲେ ରାଗ ଭରା ଗଳାରେ କଣ ଏସଵୁ।ତତେ ଏତେ ଗେଲ ଵସରରେ ବଢେଇବାର ଏଇ ଫଳ ।ଆରାଧନା ଵୁଝାଇ ବାକୁ ଚେଷ୍ଟା କରୁଥିଲା। ସେ ଚିତାମ୍ବର କୁ ଵହୁତ ଭଲପାଏ।ସେ ତା ବିନା ବଞ୍ଚି ପାରିବନି ଆଉ କାହା ସହ ।ରାଗରେ ଅନ୍ଧ ସାମନ୍ତ କେଶରୀ ବଳବନ୍ତରାଓ ଏସଵୁ ଶୁଣି ସହ୍ୟ ନକରି ପାରି, ରାଗରେ ଜାଵୁଡା ପକାଇଲେ ଗାଲରେ ।ପାଖରେ ଥିବା ଖଟରେ ପିଟି ହେଇ କିଛି ସମୟରେ ପ୍ରାଣ ହରାଇଲା ଆରାଧନା ।ମୋ ମା ଆଉ ଭଉଣୀ ଛିଡ଼ା ହୋଇଥାନ୍ତି ।ମୋ ମା କୁ ସାମନ୍ତ କେଶରୀ ବଳବନ୍ତରାଓ ଆରାଧନା ର ମୁଣ୍ଡ ପୋଛି, କିଛି ମେଡ଼ିସିନ ପାଟିରେ ଦେଇ କେଉଁ ଏକ ପିଲା ତା ପ୍ରେମକୁ ଗ୍ରହଣ ନ କରିବାରୁ ଵିଷ ପିଇ ଦେଇଛି ବୋଲି ସମସ୍ତ ଙ୍କୁ କହିଵା ପାଇଁ କହିଥିଲେ । ଯଦି ଆରାଧନା ,ସତରେ ଚାଲି ଯାଇଥାନ୍ତା ଚିତାମ୍ବର ଙ୍କ ସାଥିରେ , ତାଙ୍କ ଜୀବନରେ ଏକ କଳା ଦାଗ ଲାଗି ଯାଇଥାନ୍ତା ।ଏମିତି ଝିଅ ମୋ ଦରକାର ନାହିଁ କହି ରାଗରେ ଚାଲି ଗଲେ ସାମନ୍ତ କେଶରୀ ବଳବନ୍ତରାଓ ।

ପାଟି ଵନ୍ଦ ରଖିବା ପାଇଁ ଦେଇଛନ୍ତି ଅଜସ୍ର ଟଙ୍କା ।ତା ସହ ଆନୁଗତ୍ୟସହ ଆପାତକାଳୀ ଵିପଦରୁ ବଞ୍ଚାଇ ଥିବାରୁ ଦରମା ବଢାଇବା କଥା ବି କହିଛନ୍ତି । ଟଙ୍କା ସହ ସାଲାରୀ ବଢାଇବା କଥାରେ ଉତଫୁଲିତ ସଵୁ ।ହଠାତ୍ ଅଞ୍ଜଳି କହୁଛି।ଭାଇ କଣ ତାକୁ ସତରେ ଭଲପାଉଥିଵ ।ମା କହୁଛି ରାଜାଘର ଝିଅ ଅନେଇଲେ କିଏ ନ ଫସିବ ।ଭଲ ହେଲା ପୁଅ ଯାଇନି ତା ସହ ।ଭଗଵାନକ ଦୟାରେ ଏଵେ ଵାକି ଜୀବନ ଖୁସିରେ କଟିବ ।ହସି ଉଠି ଲେ ସବୁ ।

ଵାହାରକୁ ଅଣନିଶ୍ୱ।ସୀ ହେଇ ବାହାରି ଆସିଲେ ଚିତାମ୍ବର । ବାହାରେ ତୋଫା ଜହ୍ନ ।ସନ୍ତୁଳନ ହରାଇ କାନ୍ଦୁଥିଲେ ଚିତାମ୍ବର ।ସାମ୍ମା ଗଛରୁ ଆରାଧନା ହସୁଥିଲା।ଆରାଧନା ....ଦୁନିଆ ର ମିଛ ମାୟା ବର୍ଣ୍ଣାଳୀ ରେ ହାରି ଗଲି ମୁଁ ।



Rate this content
Log in

Similar oriya story from Abstract