G Santoshi

Inspirational

3  

G Santoshi

Inspirational

ମଲାଟ

ମଲାଟ

8 mins
557



ପଶୁ ପଶୁ ବଡ଼ ଵଡ଼ ଅକ୍ଷରରେ ଲିଖିତ ଆଶା ଅଲ୍ଡ଼ ଏଜ୍ ହୋମ୍(Asha old age home ) ।କାହିଁକି କେଜାଣି ମୁଁ ନିଜେ ମାସର ଶେଷ ଦିନକୁ ଅପେକ୍ଷା କରିଥାଏ ।ବୃଦ୍ଧାଶ୍ରମ ରେ ସମସ୍ତଙ୍କ ଛଡ଼ା ପ୍ରମିଳା ମାଉସୀ କୁ ଦେଖିଲେ ମୋ ମନ ଖୁବ୍ ଜୋରରେ ଆନ୍ଦୋଳିତ ହୁଏ ।


ମୁଁ ଅପର୍ଣ୍ଣା ।ବର୍ତମାନ ଏକ ସରକାରୀ କଲେଜରେ ରେ ଅଧ୍ୟାପକ ।ଅନାଥଶ୍ରମରେ ମୁଁ ଵଢିଥିଲି ।ସମସ୍ତଙ୍କ ହିସାଵରେ ମୁଁ ଏକ ମେଳାପୀ ଆଉ ମେଧାବୀ ଛାତ୍ରୀ ଥିଲି ।ଏଵେ ଚାକିରୀ ପରେ ମୁଁ ଅଲଗା ଘର ନେଇ ରହୁଛି ।ସଵୁମାସରେ ଏକ ନିଦ୍ଧିଷ୍ଟ ଦିନରେ ଗୋଟିଏ ଥର ଅନାଥଶ୍ରମ ଆଉ ଗୋଟିଏ ଥର ଏଇ ଆଶା ଅଲ୍ଡ଼ ଏଜ୍ ହୋମ୍ କୁ ଆସିଵା ଶୁନିଶ୍ଚିତ ମୋର ଯଦି ସେପରି କିଛି କାମ ନଥାଏ।ହୁଏତ ନିଜେ ଅନାଥିନୀ ଥିଵାରୁ,ଏଇ ପ୍ରତି ମୋର ଅନେକ ଆକର୍ଷଣ ।ସମସ୍ତଙ୍କ ସହ ଵାରମ୍ବାର ଯିଵା ଆସିଵାରେ ଏକ ସମ୍ପର୍କ ହୋଇଉଠିଛି ।ମୋତେ ଦେଖି ଅନାଥଶ୍ରମରେ ରେ ସେଇ ଛୁଆ ସଵୁ ଘେରି ଯାଆନ୍ତି କୁହନ୍ତି ଆଜି ଆମ ପାଇଁ କଣ ଆଣିଛ ଅପର୍ଣ୍ଣା ଦିଦି ।ନିଜ ସାମର୍ଥ ରେ ଯେତେବେଳେ ଯାହା ହେଵ ସେମାନଙ୍କ ଖୁସି ପାଇଁ ନେଇ କି ଯାଏ ।ସେମାନଙ୍କ ନିଷ୍ପାପ ଆଖିର ପ୍ରସନ୍ନତା ରେ ମନ ମୋର ଉତଫୁଲିତ ହୋଇଉଠେ ।ସେମାନଙ୍କ ସହସମୟ ବିତାଇଵାରେ ନିଜକୁ ଧନ୍ୟ ମନେ କରେ।


ଆଶା ଅଲ୍ଡ଼ ଏଜ୍ ହୋମର ଵି ମୋ ସହ ଏକ ଭଲ ସମ୍ପର୍କ ଗଢ଼ି ଉଠିଛି ଯାହା ସ୍ୱାଭାଵିକ ମୋ ପରି ଆଉ କିଏ ଵି ଵାରମ୍ବାର ଆସି ଥିଲେ ଏଇଆ ହୋଇଥାନ୍ତା ।ପର୍ବ ପର୍ଵାଣୀ ହେଉ ଅଵା ନିଉ ୟିଅର୍ ମୁଁ ଚାକଚକ୍ୟ celebration ଅପେକ୍ଷା ଏଇଠି ସମୟ ଵିତାଇବାକୁ ପସନ୍ଦ କରେ ।ସମସ୍ତଙ୍କ ସେଇ ଦରଦୀ ଆଖି ଯେପରି ମୁଁ ଅନାଥ ହେଵାର ଦୁଃଖ ଭୁଲାଇଦିଏ ।ସମସ୍ତଙ୍କ ର ମୋ ପ୍ରତି ଭଲପାଇଵା ରେ ମନ ମୋର କୁଣ୍ଢୋମୋଟ ହୋଇଉଠେ ।


କିଛି ଦିନ ହେବ ପ୍ରମିଳା ନାମ୍ମୀ ବୃଦ୍ଧା ଆସିଛନ୍ତି ।ଶୁଣିଛି ପୁଅ କୁଆଡେ ଆଆଇଟି (IIT)ଇନଜିନିୟର ।ଦୁଃଖ ଲାଗେ ଏସଵୁ ଶୁଣି ,ଜଣା ନାହିଁ ପ୍ରମିଳା ମାଉସୀଙ୍କୁ ଦେଖି ମୋ ମନରେ ଯେପରି କିଛି ଅତ୍ମୀୟତା ଖେଳିଉଠେ, ଯାହିକି ସଭିଁଙ୍କ ପାଇଁ ଆସେନି ।ଦୁନିଆ ରେ କିଛି ଲୋକ ଵୋଧେ ଏମିତି ଭଲ ଲାଗି ଯାଆନ୍ତି ହୁଏତ ତାକ ରୂପ ଗୁଣ ଚାଲିଚରଣ ବ୍ୟଵହାର ଦେଖିଵାର ଠାଣି ଆକର୍ଷୀତ କରେ ଭିନ୍ନ ଭିନ୍ନ ରୂପେ ନିଜ ଅନୁସାରେ ।ପ୍ରମିଳା ମାଉସୀକଂ ଵୟସ ପଂଚାବନ ହେଵ ।ଡେଙ୍ଗା କଳା ଣରୀର ।ମୁଣ୍ଡରେ ଏକ ଵଡ଼ ଟିକା ଏଵଂଓଢ଼ଣା ।ଵେଶି କିଛି ନ କହିଲେ ଵି ସଵୁକଥାରେ ସାମାନ୍ୟ ହସି ମୁହଁ କୁ ଵୁଲେଇ ଓଢ଼ଣାକୁ ମୁହଁ ରେ ଟାଣି ଆଣିବା ଵୋଧେ ତାଙ୍କର ସ୍ଵତପ୍ରବୃତ ।ସେଇଥିପାଇଁ ବୃଦ୍ଧାଶ୍ରମର ଅନ୍ୟ ମାନେ କୁହନ୍ତି ,ନାଚଵାଲି ପରିଵ୍ୟଵହାର ।ଏମିତି କିଏ ହସେ ସବୁ କଥାରେ ।ଵେଳେ ବେଳେ ପ୍ରମିଳା ପୁଣି ଲୁଚି କଛି ସମୟପାଇଁ କାହାକୁ ନ କହି ଗଜରା ମାଗି ଲଗାଏ ।ସେଇଥିପାଇଁ ବୋଧେ ପୁଅ ଆଣି ଏଇଠି ରଖିଛି ।ସେଇଥିପାଇଁ ହୁଏତ କାହା ସହ ବେଶି ମିଳାମିଶା କରିପାରେନି ପ୍ରମିଳା ।ତାର ଚାଲି, କଥା କହିବାରେ ସମସ୍ତେ ହସିଉଠୁଥିବାର ସେ ଶୁଣିଛି ।ଵ୍ୟସ୍ତ ହୋଇ ଗୋଟିଏ ମୁହାଁ ରେ ପ୍ରମିଳା ନିଜର ରୁମର ଵେଡ଼୍ କୁ ଧାଇଁ ଯାଆନ୍ତି ।ମୋତେ କାହିଁକି ଜାଣେନା ଦୁଃଖ ଆସେ ।ବହୁତ ଥର ଚେଷ୍ଟା କରିଛି କଥା ହେଵା ପାଇଁ ,କିନ୍ତୁ ପ୍ରମିଳା ମାଉସୀ ନିରୁତର ।ହୁଏତ ନିଜର ସନ୍ତାନ ଵିଷୟରେ କେହି କହିବାକୁ ଚାହାନ୍ତିନି ।କିନ୍ତୁ ଅପର୍ଣ୍ଣା ଦେଖିଛି ସମୟ ସ୍ରୋତରେ ସମସ୍ତେ ଏଇ ବୃଦ୍ଧାଶ୍ରମର ଜୀଵନ ଆପଣେଇ ନେଇଛନ୍ତି ।ପରସ୍ପର ମଧ୍ୟରେ ନିଜର ଦୁଃଖ ଆଦାନପ୍ରଦାନ କରିଛନ୍ତି ।କିନ୍ତୁ ସମସ୍ତଙ୍କଠୁ ଭିନ୍ନ ଏଇ ପ୍ରମିଳା ।ସେଇଥିପାଇଁ ଵୋଧେ ଅଜାଣତେ ତା ବିଷୟରେ ଜାଣିବାର ଜିଜ୍ଞାସା ଵଢି ଯାଉଛି ।ମନର ବିଚଳତାକୁ ଦୂର ପାଇଁ ଖଵର ଲଗେଇଲି ।ପ୍ରମିଳା ପୁଅର ଠିକଣା ମିଳିଛି ।ଅଫିସରେ ଯାଇ ମୁଁ ଦେଖାକରିଛି ।ଅଲଡ଼ ଏଜ୍ ହୋମ୍ ର ନାଁ ନେଉ ନେଉ ଘଵରେଇଯାଇଥିଲେ ପ୍ରମିଳା ର ପୁଅ ମଳୟ ।ମୋ ସହ ପରେ କଥା ହେଵେ କହି କଥା ଵୁଲାଇଥିଲେ ।ମୋର ଵାରମ୍ବାର ଅନୁରୋଧରେ ସେ ରାଜି ହୋଇଥିଲେ କାଫେରେ କଥା ହେବାପାଇଁ ।ମୋତେ ସନ୍ଦେହରେ ଵାରମ୍ବାର ପଚାରିଥିଲେ ମୁଁ କାହିଁ ଏଇ ସଵୁ ପଚାରୁଛି ।ମୁଁ ଵହୁତ ବୁଝାଇଥିଲି କିଛି କାରଣ ନାହିଁ,ଏମିତି ଜାଣିଵା ପାଇଁ ,ହୁଏତ ମଳୟଙ୍କ ଭାବିବା ଵି ଠିକ୍ ,ବ୍ୟସ୍ତ ଵହୁଳ ଜୀବନରେ ଚିହାଁଜଣା ନଥିଵା ଏକ ବୃଦ୍ଧା ର କାହାଣୀ ପାଇଁ କାହାର ଏତେ ତତ୍ପରତା, ସାଧାରଣରେ ଗ୍ରହଣୀୟ ନୁହେଁ ।ତଥାପି କୌଣସି ମତେ ବାରମ୍ବାର ପ୍ରଚେଷ୍ଟା ରେ ସେଦିନ ସେ କହିଥିଲେ ,କାହିଁକି ଏତେ ସ୍ୱାବଲମ୍ବୀ ଥାଇସୁଦ୍ଧା ମାକୁ ଏଇଠି ରଖିଛନ୍ତି ।କାରଣ ମଳୟକୁ ଦେଖି ମୋ ମନରେ ଭାବନା ଆସିଥିଲା ,ସେତ କଥାଵାର୍ତାରେ ମାକୁ ଏମିତି ବୃଦ୍ଧା ଶ୍ରମରେ ରଖିଵା ପିଲା ପରି ଲାଗୁନାହାନ୍ତି ।


ସେଦିନ କଫି ରେଷ୍ଟୂରାନଟ୍ ରେ ।ମଳୟ କହିଥିଲେ ,ସେ "ମା" ସହ ଅନ୍ୟ ଏକ ସହରରେ ରହୁଥିଲେ ।ସାଙ୍ଗରେ କିଏ ଆଉ ନ ଥିଲେ ।କେଉଁ ବନ୍ଧୁଵାନ୍ଧଵ ନାହିଁ ।ଵହୁତ ଥର ତା ପିତା ଵିଷୟରେ ପଚାରି ସେ ଥକି ଯାଇଛି କିନ୍ତୁ ନୀରବ ପ୍ରମିଳା ।ଛୋଟ ଵେଳୁ ଵହୁତ ଅଭାବେ ଚଳାଇଛନ୍ତି ମଳୟକୁ କିନ୍ତୁ ସାମାନ୍ୟ ଵଡ଼ ହେବା ପରେ ସାଙ୍ଗସାଥି ,ସାଇପଡିଶା କଥା ଣୁଣି ଅଵା ନିଜେ ଅନୁଭଵ କରିଥିଲେ ଏକ ଭିନ୍ନଏକ ଭାଵନା ।ପ୍ରମିଳା କିଛି ଲୋକଘରେ କାମ କରିବାସହ ସପ୍ତାହରେ ତିନିକି ଚାରିଦିନ ଗୀତ ଗାଇବାକୁ ଯାଉଥିଲେ ଡ୍ୟାନ୍ସ ଵାରରେ ।ପଚାରିଲେ କହୁଥିଲେ, ତୋର ପଢାରେ ଵହୁତ ଖର୍ଚ୍ଚ କରିଵାକୁ ପଡ଼ିବ ।ତୋର ଚାକିରୀ ହେଲେ ଛାଡ଼ିଦେବି ଗୀତ ଗାଇବା ।ତାର ସେଇ ଡେଙ୍ଗା କଳାଶରୀର ସେଇଥିରେ ମୁଣ୍ଡରେ ଗଜରା ,ଵଡ଼ ନାଲି ଟିକା ।ସମସ୍ତକୁ ଦେଖି ଫେକିନା ଯେଉଁହସ ଵହୁତ ଥର ଵିଚଳିତ କରେ ମଳୟକୁ ।ବେଳେ ବେଳେ ସାଙ୍ଗସାଥି ଵହୁତଚିଡାନ୍ତି ,ହସନ୍ତି ମଳୟ ଉପରେ ।ରାଗରେ ଗରଗର ହୁଏ ମଳୟ।କିନ୍ତୁ ପ୍ରମିଳା କିଛି କୁହନ୍ତିନି ।ଚୁପଚାପ ରୁହନ୍ତି ।କିନ୍ତୁ ମଳୟ ପୂରାଭିନ୍ନ ଦେଖିଵାକୁ ଗୋରାସୁନ୍ଦର ଚେହେରା ।ଵାପା ଵୋଧେ ଗୋରା ଥିଵେତାର ।ସେ ୟାକୁ ଛାଡ଼ି ଚାଲି ଯାଇଛନ୍ତି ଵୋଧେ କହିଵା କଥା ନାହିଁ ,କହି ମଳୟ କହିଲେ ସେ ବୋଧେ ଡ୍ୟାନ୍ସ ଵାରରେ କାମ କରି କାହା ସହ ସମ୍ପର୍କ ରଖି ହୁଏତ ସେ ଜନ୍ମନେଇଥିବ ।ହୁଏତ ସେ ଅନାଥଶ୍ରମରେ ଵଡ଼ ହେଇଥାନ୍ତେ ।ପରିଚୟ ଥାଇ ଲୋକ ହସା ଅପେକ୍ଷା ,ପରିଚୟ ଵିନା ଜୀଵନ ରେ ସେ ଖୁସି ଥାଆନ୍ତେ ।


ସମୟଚକ୍ରରେ ମେଧାଵୀ ଛାତ୍ରଯୋଗୁଁ ମଳୟ ଆଜି ଆଆଇଟି କରି ଵଡ଼ କମ୍ଫାନୀରେ ଅଛନ୍ତି ।ଏଥିରେ ସନ୍ଦେହ ନାହିଁ ତା ମା ପ୍ରମିଳା ତାକୁ ଭଲଜୀଵନ ଦେବାପାଇଁ ଏସବୁ କରିଛନ୍ତି କିନ୍ତୁ ଆଉ କଣକିଛି ରୋଜଗାରର ମାଧ୍ୟମ ନଥିଲ ।ଏଇ ସଟ୍ କଟ୍ ପନ୍ଥା ରେ ଅଧିକ କମାଇବା ପାଇଁ ମାର ପ୍ରୟାସରେ ଦୁଃଖିତ ମଳୟ ।ଵହୁତ କିଛି ଛୋଟଘଟଣା ଅଛି ଵୋଧେ ମଳୟ କହିଲେ ପଥିଟିଏ ହେଵ ।ସେ ମଧ୍ୟ୍ୟରୁ କିଛିକଥା ଯେପରି ପ୍ରଥମେ ସେମାନେ ଛୁମ୍ଫୁଡି ଘରେ ରହୁଥିଲେ ।ପରେପରେ ପ୍ରମିଳାଙ୍କ ଗୀତଗାଇଵା ପରେ ଆର୍ଥିକ ସ୍ଥିତି ବଦଳିଥିଲା । ମଳୟଙ୍କ ମନେଅଛି ଯେଵେ ସେମାନେ ସେଇଝୁମ୍ଫୁଡିରେ ଥିଲେ ।ସେତେବେଳେ ଗୋଟିଏ ରୁମ ଥିଲା ସେଥିରେ ରହୁଥିଲେ ଦୁହେଁ, ଆଉ ପ୍ରମିଳା ପକୁଡି ବରା ଛାଣି ବିକୁଥିଲେ ।ଗୋଟିଏ ଲୋକ ଯାହାର କିଛି ଦୂରରେ ତିନି ମହଲା ଘର ସେ ଆସି ପିଣ୍ଡାରେ ଵସେ ।ବୋଧେ ମଦ ବି ପିଇ ଥାଏ ।ତାର ସ୍ତ୍ରୀର ୟାଵତୀୟ ଖରାପ ଗୁଣ କୁ ଣୁଣାଏ ଵୋହେ ପ୍ରମିଳାଙ୍କୁ ।ପ୍ରମିଳାଙ୍କ ର ମୁରୁକି ହସ ପଢୁ ପଢୁ ମଳୟ ନୋଟିସ୍ କରେ, ରାଗ ଆସେ ମଳୟକୁ ।ପକୁଡିଦିଅନ୍ତି ପ୍ରମିଳା ।ବୋଧେ ତାର ଯାଵତୀୟ କଥା ଣୁଣିଥିଵାରୁ ଦଶ ଯାଗାରେ ପଚାଶ ଦିଏ ଲୋକଟି ।ପୁଣି ମଳୟ କହୁଥିଲେ ,ଗୀତ ଗାଇଲା ପରେ ଘରକୁ ଗୋଟିଏ ମୋଟା କଳାଲୋକ ଆସେ ।ସେତାକୁ ସେ ଡ୍ୟାନ୍ସ ଵାରରେ ଗୀତ ଗାଇଵା ପାଇଁ ରଖାଇଥିଲା ।ସେ ପୁଣି ମୋ ବୋଉର ଡ଼କାଭାଇ ଵେକରେ ସୁନା ଚେନ ।ମୋତେ ହଜାରେ କଥାପଚାରେ ପଢୁଛୁ ନା ନାହିଁ ,ଆଉ ସେ ଗାଲଫ୍ରେଣ୍ଡ୍ କରିନି ତ ପୁଣି କୁହେ ତୋପାଇ ମା ତୋର ଵହୁତ କଷ୍ଟ କରୁଛି ।ପ୍ରମିଳା କୁ ଚାହା ଆଉ ପକୁଡି ନହେଲେ ବରା ଦେବାପାଇଁ ଅର୍ଡ଼ରଦିଏ ।ଇଛା ହୁଏ ତାର ବିଶାଳକାୟ ଦେହକୁ ଗୋଇଠାମାରନ୍ତେ ।ଏଇ ସଵୁ ମଳୟର ପସନ୍ଦ ନଥିଲ ।


ସେ ଯାହା ଵିହେଉ ମଳୟର ଚାକିରୀ ପରେ ସେମାନେ ଅନ୍ୟ ସହର ଆସିଗଲେ ।ତାପରେ ପ୍ରମିଳା କୁ ପୁଅ କଥା ଣୁଣିବାକୁ ପଡ଼ିଲା ।ଗୀତ ଫିତ ଗାଇଵା ଵନ୍ଦ ।କିନ୍ତୁ ପ୍ରମିଳାର ସେଇ ଗେଟ୍ଅଫ୍ ।ଯେତେକହିଲେ ଵି ସେ ଫେ କିନା ହସିଵା ।ତାର ସେଇ ଵଡ଼ ଟିକା, ଵେଳେ ଵେଳେ ଗଜରା ନାଇଵାରେ ବିଚଳିତ ହୁଏ ମଳୟ, ଏଇଥିପାଇଁ ଅଫିସରେ ଵି ତାର ଇଜ୍ଜତ ଯିଵା ଆରମ୍ଭ ହେଲା ।ସେଇଥିପାଇଁ ସେ ତାକୁ ଆଣି ଅଲଡ୍ ଏଜ ହୋମରେ ଛାଡ଼ି ଯାଇଛନ୍ତି ।ଆଉ ମଝିରେମଝିରେ ଆସି ଦେଖିଯାଉଛନ୍ତି।


ଏଇ ସଵୁଣୁଣି ଵିଚଳିତ ହୋଇଥିଲା ଅପର୍ଣ୍ଣା ହୁଏତ ମଳୟ ତାଙ୍କ ଵିଚାରଧାରାରେ ଠିକ୍ ତଥାପି ସେ ଏଥର ପ୍ରମିଳା ଠୁ ଣୁଣିବାକୁ ଚାହେଁ ତାମତରେ ସେ କାହିଁକି ସଟ୍ କଟ୍ ପନ୍ଥା ଆପଣେଇଥିଲେ ।ତାର ପିତା କିଏ ।କଣ ତା କାହାଣୀ ।


ଆଜିବାହାରେ ପ୍ରଵଳ ବର୍ଷା ,ଫେରିପାରିନି ଅପର୍ଣ୍ଣା ।ସମସ୍ତେ ନିଜ ନିଜ ରୁମରେ ।ପ୍ରମିଳା ପାଖରେ ଅପର୍ଣ୍ଣା ।ପ୍ରମିଳା ବାହାର ବର୍ଷା କୁ ଚାହିଁଛନ୍ତି ଆଜି ଯାହାବି ହେଉ ଅପର୍ଣ୍ଣା ପଚାରି କି ରହିବ ।ପ୍ରମିଳା କିଛି କହିଵା ପୂର୍ବ ରୁ ମଳୟ କହିଥିବା ସବୁ କଥା ଅନର୍ଗଳ କହିଦେଇ ଜିଦି କଲା ଣୁଣିବା ପାଇଁ ପ୍ରମିଳା ମତରେ ଏ ସବୁ ର ଉତ୍ତର କଣ ।ଵେଶି ପଚାରିଵାରୁ ଆରମ୍ଭ କଲା ପ୍ରମିଳା ।ହୁଏତ ଏ ସଵୁ ସେ କାହାକୁ କହିନାହାନ୍ତି ମଳୟକୁ ଵି ନୁହଁ ।


ପ୍ରମିଳା ଏକ ଅନାଥିନି ଥିଲା ।ତାକୁ କିଛି କିନ୍ନର ମାନେ ରଖିଥିଲେ ।ସେ ତାଙ୍କ ସହ ଗୀତ ଗାଉଥିଲା ।ଵହୁତ ସ୍ନେହ ପ୍ରେମ ରେ ତାଙ୍କ ସହ ରହିଥିଲା ।ତାଙ୍କ ସହ ରହି  ସେ ମୂରୁକି ହସ ,ମୁଣ୍ଡରେ ଟିକା କଜଳ ଲଗେଇବା ପ୍ରତି ଆହେତୁକ ପ୍ରେମ ଜାତ ହୋଇଥିଲା ।ସେ ବଡ ହେଲା ପରେ ଘର ଘର ଵୁଲି କାମ କରିଥିଲା ।ଡ୍ୟାନ୍ସ ବାର ରେ ବି ଗଜରା ଲଗେଇ ସଜ ହୋଇ ଗୀତ ଗାଉଥିଲା ।ସେପରି ସମୟରେ ଏକ ଵଡ଼ ଧନୀ ପରିଵାରେ ସେ କାମ କରୁଥିଲା ।ପରିବାର ମୁରବି ନିଜର ସ୍ତ୍ରୀ ଥାଇ ଆଉ ଏକ ଝିଅ ସହ ସମ୍ପର୍କ ରଖିଥିଲେ ।ଥରେ ଘରେ କେହି ନଥିଵା ସମୟରେ ସେ ଝିଅଟି ଗୋଟିଏ ଛୁଆ ଧରି ଆସି ତାକୁ ଗ୍ରହଣ କରିଵାକୁ କହିଥିଲା ।କିନ୍ତୁ ରାଜି ହେଲେନି ମାଲିକ ।ଦୁହିଁକ ଭିତରେ ବହୁତ ଯୁକ୍ତି ତର୍କ ପରେ ଝିଅ ରାଗରେ ଵାହାରି କହିଲା ତେଵେ ଏଇ ଛୁଆ କୁ ନେଇ ମୁଁ କଣ ଏକା ଲୋକ ହସା ହେଵି ।ଦେଖ ତୁମରି ଛୁଆକୁ ଫିଙ୍ଗି ଦେବି ।ରାଗରେ ବାହାରିଗଲା ତାର ଫିଙ୍ଗି ଦେବା କଥା ଣୁଣି ସେଦିନ ତା ପଛେ ପଛେ ଯାଇଥିଲେ ପ୍ରମିଳା ।ଝିଅ ଟି ଯେତେବେଳେ ଛୁଆ କୁ ଛାଡ଼ି ଦେଇ ଯିବାକୁ ପ୍ରସ୍ତୁତ। ପ୍ରମିଳା ମାଗି ନେଇ ଆସିଥିଲେ ।ପ୍ରମିଳା ଙ୍କ ଏକ ପ୍ରେମିକ ଥିଲା ଯେ କି ତାକୁ ଵିଵାହ ପାଇଁ ଇଛୁକ ଥିଲା ।ଛୁଆକୁ ଦେଖି ସେ ଵୁଝାଇଥିଲା ତାକୁ ଅନାଥଶ୍ରମରେ ଦେଇ ଦେବା ପାଇଁ କାହିଁକି ନା ଘର ଲୋକ ଏଇ ଛୁଆକୁ ଅନ୍ୟ ଅର୍ଥରେ ନେଵେ କାରଣ ଏମିତି ରେ ସେ ଅନାଥି ପୁଣି ଘର ଘର ଵୁଲି କାମ କରେ ତା ସହ ଡ୍ୟାନ୍ସ ବାର ରେ ଗୀତ ଗାଏ ।କିନ୍ତୁ କାହିଁକି କେଜାଣି ସୁନ୍ଦର ଛୁଆଟି ତାର ପସନ୍ଦ ଆସିଯାଇଥିଲା ।ମାତୃତ୍ୱ ପ୍ରେମ ଅଜାଣତେ ଆସିଯାଇଥିଲା ।ସେ ତାକୁ ଛାଡ଼ି ପାରିଲା ନାହିଁ।ତେଣୁ ସେ ପିଲାଵି ତାକୁ ଵିବାହ କଲାନି ।ଡ୍ୟାନ୍ସ ଵାରରେ ଗୀତ ଗାଇଵା ଛାଡ଼ି ପ୍ରମିଳା ସେ ଯାଗା ଛାଡ଼ି ଅନ୍ୟ ସହର ଚାଲିଆସିଲେ ।ଘର ଘର କାମ କରି ପକୁଡି ବରା ସିଙ୍ଗଡ଼ା ଵିକି ଗୁଜୁରାଣ ମେଣ୍ଟାଇଲେ ।ପ୍ରମିଳାଙ୍କ  ମନ୍ଦ ଉଦେଶ୍ୟ କିଛି ନଥିଲା କିନ୍ତୁ ସେ ହସିଵାରେ ତାଙ୍କୁ ଲାଗୁଥିଲା ଵେଶି ଜଣକ ସେ ପ୍ରିୟ ଭାଜନ ହେବ ତା ଛଡା ସେପରି ବ୍ୟଵହାର ପ୍ରମିଳାଙ୍କ ଛୋଟ ରୁ ଜାତ ସେ ତାଠାରୁ ମୁକୁଳି ପାରୁନଥିଲେ ଚାହିଁଲେ ବି ସେ ତାର ସତ ପ୍ରଵୂତ ଵ୍ୟଵହାର ହୋଇଯାଇଛି । ମୋଟା କଳା ଲୋକ ଟି ଘରେ କାମ କରିଵା ସମୟରେ ସେ ତାକୁ ପୁଣି ଥରେ ଗୀତ ଗାଇବାରେ କିଛି ଅସୁଵିଧା ନାହିଁ ତ ସେ କାହିଁକି ସେ ଏତେ ଦୁଃଖ କଷ୍ଟରେ ଚଳୁଛି ଵୋଲି ଵୁଝାଇଥିଲା ।ଭାଇ ଭାବେ ବହୁତ ଥର ସେ ଲୋକଙ୍କ ଲୋଲୁପ ଦୁଷ୍ଟିରୁ ବଞ୍ଚାଇଥିଲା ପ୍ରମିଳା ଙ୍କୁ କିନ୍ତୁ ମଳୟ ସେ ସଵୁ ନ ଵୁଝି ତାକୁ ଅନ୍ୟ ଅର୍ଥ ରେ ନିଏ ।ତାକୁ ସେ କିପରି କହିବ ସେ ଗୋଟିଏ ବଡ଼ ଘର ଛୁଆ ଆଉ ମୋ ପରି ଏକ ନୀଚ୍ଚ ଘରେ ପରିସ୍ଥିତି ପାଇଁ ତାକୁ ରହିବାକୁ ପଡିଛି ।ହୁଏତ ତା ମା ତାକୁ ଫିଙ୍ଗି ଦେଉଥିଵା ଜାଣି ତା ମନ କଷ୍ଟ ହେଵ ।ଆଶ୍ଚର୍ଯ୍ୟ ହୋଇଥିଲା ଅପର୍ଣ୍ଣା ମୁହଁ ରେ ଭାଷା ନଥିଲା ବର୍ଷା ଥମିଗଲାଣି ରାତି ନ ଅଟା ।ଵ୍ୟସ୍ତ ହୋଇ ଵାହାରିଗଲା ଅପର୍ଣ୍ଣା ।


ଏଇ ମଧ୍ୟରେ ସାତ ମାସ ଵିତିଯାଇଛି ।ନିତି ଆସିଛି ଅପର୍ଣ୍ଣା ଵୁଝାଇଛି ପ୍ରମିଳା କୁ ସେ ଏତେ ମହାନ୍ ଯେ ସେ ତାହା ଭାଷା ରେ ବର୍ଣ୍ଣନା  କରିପାରିବ ନାହିଁ ।ତାର ସେଇ ଗଜରା ,ଟିକିଲି ତାକୁ ଵହୁତ ଭଲଲାଗେ ।ମନର ସୁନ୍ଦରତା ହିଁ ପ୍ରକୃତ ସୁନ୍ଦରତା ଆଉ ତାର ଏ ଟିକିଲି ମୁରୁକି ହସ ତ ଏକ ଵାହ୍ୟ ଆଭୁରଣ ମାତ୍ର ।ପ୍ରମିଳା କୁ ସମସ୍ତଙ୍କ ସହ ବାଧ୍ୟ କରି କଥାକରେଇଛି ଅପର୍ଣ୍ଣା।ଯେଉଁ ମାନେ ପ୍ରମିଳା କୁ ନାଚଵାଲି ବୋଲି ଡାକୁଥିଲେ ଏବେ ତାର ସରଳତାରେ ପ୍ରଭାବିତ ହୋଇଛନ୍ତି ।ତାର ସମସ୍ତଙ୍କ ସହ ମିଶିଵା ହସିବାରେ ତାର ସେଇ ମୁରୁକି ହସ ,ସଜ ହେଵା କାହାକୁ ଆଉ ଫରକ ପକେଇନି ।ସଵୁଦିନ ନିଜକୁ ନେଇ ଦୁଃଖ କରି ନିଜକୁ ପରିବର୍ତନ ପାଇଁ ମନ ମଧ୍ୟ୍ୟ ରେ ସଂଘର୍ଷ ଦୂର ହୋଇଛି ପ୍ରମିଳା ର ।ତାକୁ ଵହୁତ ଯାଗା ଵୁଲେଇ ନେଇଛି ଅପର୍ଣ୍ଣା ।ହସେଇଛି ।ସକାଳର ସେ କୁହୁଡିରେ ପ୍ରମିଳା କୁ ଚଲେଇଛି ।ରାସ୍ତା କଡରେ ଚା, ଗୁପଚୁପ ଖୁଆଇଛି ।ଵଡ ହୋଟେଲ ନେଇଛି ।ଵଡ ଵଡ କମେଡି ଆଉ ମୋଟିଭେସନ speaker ସୋକୁ ନେଇଛି ।ଅନାଥଶ୍ରମ ନେଇଛି ।ଏଥର ପ୍ରମିଳା ବଞ୍ଚିବାର ନୂଆ ଏକ ଆଶା ପାଇଛି ।ସେ ଆଉ ପୁଅର ଘୂଣାରେ ଦୁଃଖୀ ହୋଇନି ।ପୁଅ ଦେଖାକରିବାକୁ ନଆସିଲେ ବି ତା ମନରେ ଦୁଃଖ ନାହିଁ ।ସେ ନିଜର କର୍ତ୍ତବ୍ୟ କରିଛି ସେଥିରେ ଆଶାର ଆଵଶ୍ୟକ ନାହିଁ ତାହା ସେ ଅପର୍ଣ୍ଣା ଠୁ ଶିଖିଛି ।ଜୀବନରେ ମନର ସୁନ୍ଦରତା ଆଉ ମନରେ ଖୁସି ହିଁ ଖୁସି ଦେଇପାରିବ ପ୍ରକୃତ ପ୍ରାପ୍ତି ର ଅନୁଭବ ହୁଏତ ତା ପାଇଁ ବେଳେ ବେଳେ କିଛି ମାଧ୍ୟ୍ୟମ ର ଆବଶ୍ୟକ ।


ଆଜି ଵର୍ଷା ର ସକାଳ ।ଗଛଟି ଦୋଳାୟମାନ ହଟାତ୍ ଝିପିରି ଝିପିରି ଵର୍ଷା ।ଅପର୍ଣ୍ଣା ସହ ରାସ୍ତା ମଝିରେ ପ୍ରମିଳା ।ଶୂନଶାନ ରାସ୍ତା ।ରାସ୍ତାରେ ପୁରା ନିସ୍ତଵତା ।ସୁଲୁ ସୁଲୁ ପଵନରେ ହସିଉଠିଲେ ଦୁହେଁ ।ପ୍ରମିଳା କେଇ ପଦ ଗୀତ ଗୁଣୁଗୁଣୁଲେଇଲେ ।ଅପର୍ଣ୍ଣା କହିଲା ଭିଜିଵାକୁ ଇଛା ଅଛି ଭିଜ ପ୍ରମିଳା ମାଉସୀ ।ରାସ୍ତା ମଝିରେ ପ୍ରମିଳା ଵୟସ ପୁଣି ଏତେ ଅଧିକା ତଥାପି ମନରେ ଉସ୍ରାହ ଗୀତ ଗାଉ ଗାଉ ପାଦ ର ଏଣୁତେଣୁ ଭୂଲର ତାଳ ରାସ୍ତାରେ ପଡୁଛି ।ବର୍ଷାର ଶୀତଳତାରେ ଭିଜୁଛନ୍ତି ପ୍ରମିଳା ।ମୁଣ୍ଡରେ ବଡ ଟିକା ସେଇ ମୁରୁକି ହସ ଆଉ ଗଜରା ହଠାତ ଵାଇକ୍ ଵାଲାଟିଏ ସେଇ ବାଟ ଦେଇ ଆସିଲା ଆରେ ଇଏ ଏମିତି କଣ ହେଉଛି ପାଗଳୀ ପରି ।ଅପର୍ଣ୍ଣା କୁ ଵାଟରେ ଦେଖି କହିଲା ଏଇ kartoon କଣ ତୋ ମା।ଅପର୍ଣ୍ଣା ହସି କହିଲା ହଁ ।ତୋ ମା କେମିତି ତୋ ପରି କାଟୁନ୍ କୁ ଜନ୍ମ ଦେଇ ଵଡ଼ କରିଛି ।ଲୋକ ଟି ଏଥର କହିଲା ଆରେ ଧେତ୍ ଝିଅ ବି ପାଗଳ ଚାଲ ଏଇଠୁ ।ଯେପରି କାହାର କଛି କହିବା ଭାବିଵାରେ ଫରକ ପଡୁନଥିଲା , ମନ ଭରି ବର୍ଷା କୁ ଉପଭୋଗ କରୁଥିଲେ ପ୍ରମିଳା ।ମନର ସୁନ୍ଦରତାରେ ସେ ହଜିଯାଉଥିଲେ ।ଅପର୍ଣ୍ଣା ର ଆଖିରେ ଦୁଇ ଟୋପା ଲୁହ ।ହଠାତ୍ ପଛରୁ କାହାର ହାତସ୍ବର୍ଶ ।କିଏ ?ଏଇ ତ ମଳୟ ।

ମଳୟ :- ତମେ ମୋତେ ସଵୁ କଥା କହି ଥିବାରୁ ଵହୁତ ଧନ୍ୟବାଦ ।ମାର ଖୁସିକୁ ଦୂରରୁ ମଳୟ ଦେଖି ଖୁସିରେ ଉତଫୁଲିତ ହୋଇ ଅପର୍ଣ୍ଣା କୁ କହୁଥିଲେ ତୁମେ ମା କୁ ଆଉ ମତେ ବଞ୍ଚିବା ଶିଖାଇଲ ।ମୁଁ ଚାହେଁ ସାରା ଜୀବନ ତୁମେ ଆମକୁ ବଞ୍ଚିବା ର ପ୍ରକୃତ ଅନୁଭବର ସୁନ୍ଦରତାକୁ ଵୁଝାଉଥିବ ।ସାମାନ୍ୟ ହସିଲା ଅପର୍ଣ୍ଣା ।


ଅପର୍ଣ୍ଣାର କାନ୍ଧରେ ହାତରଖି ପ୍ରମିଳା କୁ ମଳୟ ଏକ ଲୟରେ ହସ ହସ ମୁହରେ ଚାହିଁ ଥିଲେ ଆଜି ପ୍ରମିଳାଙ୍କ ମୁରୁକି ହସ ଆଉ ମୁଣ୍ଡ ରେ ବଡ ଟୀକା ଆଉ ଗଜରା ରେ ନଜର ନଥିଲ ଥିଲା ଏକ ପୂର୍ଣ୍ଣତା ର ଏକ ଆଭାଷ ।

ବର୍ଷା ର ଵେଗ ବଢୁଥିଲା ଆଉ ତାର ଣିତଳତାରେ ସମସ୍ତଙ୍କ  ହୃଦୟ ପ୍ଲାବିତ ହେଉଥିଲା ।



Rate this content
Log in

Similar oriya story from Inspirational