KAMALKUMAR DASH

Thriller

4  

KAMALKUMAR DASH

Thriller

ମାର ମମତା

ମାର ମମତା

2 mins
30


 

  ମାର ମମତା 


 ସୁନୀଲ ବାବୁ ଜଣେ ଡାଇରେକଟର ତାଙ୍କ ଫିଲ୍ମ ଷ୍ଟୋରୀ ରେ କିଛି ଟୁଇଷ୍ଟ ପାଇଁ ନିଜ ସହରରୁ ନିଜ ଫାର୍ମ ହାଉସକୁ ଯାଉଥିଲେ | ସାଙ୍ଗରେ କେହି ନଥିଲେ ସେ ନିଜେ ଗାଡି ଚଳାଇ ଯାଉଥିଲେ | ତାଙ୍କ ଫର୍ମ ହାଉସ 30କିମି ଦୂରରେ ଥିଲା | ସେ ଦିନ ଗୋଟାଏରେ ବାହାରିଥିଲେ ଫାର୍ମ କୁ | ଫIର୍ମର କେଆର ଟେକର କୁ ରୋଷେଇ କରିବାକୁ କହିଦେଇ ଷ୍ଟୋରୀ କଥା ଚିନ୍ତା କରୁଥିଲେ ସେ | ପ୍ରାୟ ଘଂଟାଏ ପରେ ଫାର୍ମରେ ପହଁଚିଲେ ସେ | ହାତ ମୁଂହ ଧୋଇ ଖାଇବାକୁ ବସିଲେ | ଦି ଚାରି ଥର ଖାଇବା ପରେ ଘରୁ ଫୋନ ଆସିଲା ଭଉଣୀ ଫୋନ କରିଥିଲା ଭାଇ ମା ଦେହ ଭଲ ନାହିଁ | ସେ ପଚାରିଲେ କଣ ହେଲା ? ଭଉଣୀ କହିଲା ମା ବାଥ ରୁମ୍ ରେ ପଡିଗଲା ହସ୍ପିଟାଲ୍ ରେ ଅଛି ତାର ସେନ୍ସ ନାହିଁ | ସୁନୀଲ ବାବୁ ଖାଇବା ଛାଡି ଉଠିଲେ | ଗାଁ ପାଖ ସହର 100 କିମି ଦୂରରେ ଥିଲା ,ସେ ଗାଡି ଷ୍ଟାର୍ଟ କଲେ ଓ ଆଗକୁ ବଢିଲେ | ବାଟରେ ଖାଲି ମା ଙ୍କର ମୁଁହ ଦେଖାଯାଉଥିଲା ଓ କଥା ମନେପଡ଼ୁଥିଲା | କିଛି ଦୂରର ଜଙ୍ଗଲ ରାସ୍ତାବି ଥିଲା ବାଟରେ | ପଚାଶ କିମି ଗଲାପରେ ଜଙ୍ଗଲ ରାସ୍ତାରେ ଜଣେ ଝିଅ ତାଙ୍କୁ ଗାଡ଼ିରେ ଲିଫ୍ଟ ମାଗିଲେ କିଛି ନଭାବି ସେ ଗାଡି ରଖିଦେଲେ ଓ ସେ ଝିଅଟି ସୁନୀଲ ବାବୁ ଯାଉଥିବା ସହରକୁ ଏକ ଅର୍ଜେଂଟ କIମ ରେ ଯିବେ ବୋଲି କହିଲେ | ସୁନୀଲ ବାବୁ ତାଙ୍କୁ ଗାଡ଼ିରେ ବସିବାକୁ କହିଲେ | ତାଙ୍କ ମୁଂହ ତା ବହୁତ ଚିହ୍ନା ଚିହ୍ନା ଲାଗୁଥିଲା ହେଲେ କେଉଁଠି ଦେଖିଛନ୍ତି ମନେପକାଇ ପାରୁନଥିଲେ ସୁନୀଲ ବାବୁ | 

  ସୁନୀଲ ବାବୁ ଶୀଘ୍ର ପହଂଚିବାକୁ ଜୋରରେ ଗାଡିଚାଲିଲେ | ସେ ଝିଅଟି କିନ୍ତୁ ତାଙ୍କୁ ଧୀରେ ଯିବାକୁ କହୁଥାଏ | କିଛିବାଟ ଗଲାପରେ ତାଙ୍କ କIର ରାସ୍ତା କଡ଼ ଗଛରେ ପିଟିହୋଇଗଲା ସେ ଚେତା ଶୂନ୍ୟ ହୋଇ ପଡିଗଲେ ଗାଡ଼ିରେ | ତାଙ୍କର ଚେତା ଆସିଲା ପରେ ସେ ଦେଖିଲେ କି ସେ ହସ୍ପିଟାଲ ବେଡ଼ରେ | ମୁଣ୍ଡରେ ପଟି ବନ୍ଧାହୋଇଛି | 

ସେ ପଚାରିଲେ ମୁଁ ଏଠିକି କେମିତି ଆସିଲି ,ଏଠୁ ଅନେକ ଦୂରରେ ମୋର ଆକ୍ସିଡେଣ୍ଟ ହୋଇଥିଲା | କିଏ ଜଣେ କହିଲେ ତମେ ନିଜ ଗାଡ଼ିରେ ଆସିଥିଲ ,ହେଲେ କିଏ ଗାଡି ଚଳାଉଥିଲା ଆମେ ଜାଣିନୁ | ସେ ଫୁଣି ପଚାରିଲେ ମୋ ସାଥିରେ ଥିବା ଝିଅଟି କୁଆଡେ ଗଲା ? ସେ କହିଲେ ତୁମ ସାଥିରେ କେହି ନଥିଲେ | 

    ସୁନୀଲ ଟିକେ ଠିକ ହେଲାରୁ ମା ପାଖକୁଗଲେ ଓ କହିଲେ ମା ମୁଁ ଆସିଗଲି ତୁ ଠିକ ହୋଇଯା ଜଲ୍ଦି | ମା ଙ୍କୁ ଅକ୍ସିଜେନ ଲାଗିଥିଲା | ବ୍ଳଡ ପ୍ରେସର ମନିଟରରେ ଲାଇନ କିଛି ଉପରକୁ ଉଠି ସ୍ଥିର ହୋଇଗଲା | ମା ବୋଧେ ସେ ଆସିବାର ଅପେକ୍ଷା କରୁଥିଲେ | ଡାକ୍ତର କହିଲେ ମା ଚାଲିଗଲେ | ସୁନୀଲ ବାବୁ ତାଙ୍କ ପାଦଧରି କାନ୍ଦିପକାଇଲେ | 

    ମାଙ୍କର ଶେଷ କୃତ୍ୟ ପରେ ଘରେ ଥକାହୋଇ ବସିଥିଲେ ସୁନୀଲ | ସାନଭଉଣୀ ମା ର ବେଡ଼ ପାଖରୁ ଏକ ମନିପର୍ଶ୍ ନେଇ ସୁନୀଲକୁ ଦେଲେ ,ସୁନୀଲ ତାକୁ ଖୋଲି ଦେଖିଲେ ସେଥିରେ ମା ଙ୍କର ଏକ କଲେଜ ବେଳର ଫଟୋଥିଲା | ତାକୁ ଦେଖି ସେ ଚମକି ପଡିଲେ | କାରଣ ଫଟଟି ତାଙ୍କୁ ଲିଫ୍ଟ ମାଗି ଗାଡ଼ିରେ ଆସୁ ଥିବା ଝିଅ ସାଥିରେ ମିଶିଯାଉଥିଲା | ସେଭାବିଲେ ଆକ୍ସିଡେଣ୍ଟ ପରେ ତାଙ୍କୁ ଉଠାଇ ,ତାଙ୍କ ମୁଣ୍ଡ ରେ ପଟି ବାନ୍ଧି ଓ ଗାଡିକୁ ଷ୍ଟାର୍ଟ କରି ମା ହିଁ ତାଙ୍କୁ ହସ୍ପିଟାଲ ପହଂଚାଇ ଥିଲେ | ତାଙ୍କ ଆଖିରୁ ଲୁହ ସୁଖୁନଥିଲା |


Rate this content
Log in

Similar oriya story from Thriller