Gayatri Singh

Inspirational Children

3  

Gayatri Singh

Inspirational Children

ମାଆ

ମାଆ

2 mins
260


 ସକାଳ ପହରୁ ରାତି ଶୋଇବା ପର୍ଯ୍ୟନ୍ତ ସେ ସମସ୍ତଙ୍କର ବରାଦ ମୁତାବକ କାମ କରି ଚାଲିଥିବେ ବିନା ପ୍ରତିବାଦରେ । ଶାଶୁ ଶ୍ୱଶୁରଙ୍କ ସକାଳ ଚା ପିଆ ରୁ ଆରମ୍ଭ ହୋଇ ରାତିରେ ବେଡ଼କୁ ଯିବା ବେଳେ ଗୋଡ ଘଷା ପର୍ଯ୍ୟନ୍ତ । ସ୍ୱାମୀଙ୍କର ବରାଦ ଏ କାମ କର ସେ କାମ କର, ଏ'ଟା ଠିକ ସେ ହେଲା ନାହିଁ ମଫସଲି ମୂର୍ଖଟାଏ । କୌଣସି କାମ ଠିକ ସେ ହେଉ ନାହିଁ । ହେଲେ ତାଙ୍କ ହାତ ନ ବାଜିଲେ କୌଣସି କାମ ସରେ ନାହିଁ । ତଥାପି ସେ ଶୁଣନ୍ତି ଚୁପ ରୁହନ୍ତି । ପୁଅ ଝିଅଙ୍କର ଖାଇବାରେ ନାନା ବରାଦ । ସମସ୍ତଙ୍କ ପସନ୍ଦର ବ୍ୟଞ୍ଜନ କରୁ କରୁ ଦିନ ସରିଯାଏ। କେହି କେବେ ତାଙ୍କ ପସନ୍ଦ ନାପସନ୍ଦକୁ ଧ୍ୟାନ ଦିଅନ୍ତି ନାହିଁ । ସମସ୍ତଙ୍କୁ ଟାଇମକୁ ଟାଇମ ଖାଦ୍ୟ ପରଷୁ ଥିବା ମଣିଷକୁ କେହି କେବେ ଖାଇଲଣି କି ନାହିଁ ପଚାରନ୍ତି ନାହିଁ । ତଥାପି କୌଣସି କଥାରେ ତାଙ୍କର ନା ପ୍ରତିବାଦ ନା ଅଭିଯୋଗ ।ମୋ ପରିବାର ପାଇଁ ତ କରୁଛି କଣ ପର ପାଇଁ କରୁଛି ଏହି ଉତ୍ତର ଆସେ ପଡୋଶୀଙ୍କ ପ୍ରଶ୍ନରେ । ଏ ଭିତରେ ଶାଶୁ ଶ୍ୱଶୁର ଚାଲି ଗଲେଣି । ଚାରୋଟି ପିଲାରୁ ଗୋଟେ ଝିଅ ଗୋଟେ ପୁଅ ବାହା ହେଲେଣି । ସ୍ୱାମୀ ବି ଅବସର ନେଇ ଏବେ ଘରେ । ବୋହୁ ଆସିବା ପରେ ଘରେ ଏବେ ପରିବର୍ତନର ସ୍ୱର ପରିବର୍ତନର ଦୃଶ୍ୟ । ବୋହୁ ଶାଶୁଙ୍କ ମନ କଥା ବୁଝିବା ପରି ଶାଶୁ ହାତରୁ ସବୁ କାମ ଛଡ଼ାଇ କରେ। ଶାଶୁଙ୍କୁ ଯିଏ ବରାଦ ଦେଲା କାମ କରିବା ପାଇଁ ତାକୁ ସେ ଦୁଇପଦ ଶୁଣେଇ ଦିଏ । ନିଜ କାମ ନିଜେ କର । ସମସ୍ତଙ୍କୁ ଭଗବାନ କାମ କରିବା ପାଇଁ ହାତ ଦେଇଛନ୍ତି, ଆଉ ଶକ୍ତି ମଧ୍ୟ ଦେଇଛନ୍ତି। ଏମିତି କି ଶ୍ୱଶୁରଙ୍କୁ ମଧ୍ୟ ସେ ଉପଦେଶ ଦେବାରେ ପଛଘୁଞ୍ଚା ଦେଲାନି । ବାପା ଗୋଡ ହାତ ବସି ରହି ରହି ଜାମ ହେଇଯିବ । ଯେତିକି ସମ୍ଭବ ନିଜ କାମ ନିଜେ କରିନିଅନ୍ତୁ । ମା'ଙ୍କର ବି ବୟସ ବଢୁଛି। ଅବଶ୍ୟ ପ୍ରଥମେ ପ୍ରଥମେ ସେ ସମସ୍ତଙ୍କର ରୋଷର ଶିକାର ହେଲା। ନଣନ୍ଦ ଦିଅର ଶ୍ୱଶୁର ସମସ୍ତେ ତାକୁ ମୁହଁଖୋର ବୋଲି କହିଲେ । ଘରେ ପାଟିତୁଣ୍ଡ ହେଲା ହେଲେ କିଛି ଦିନ ପାଇଁ । ତାପରେ ସବୁ ଶାନ୍ତ ପଡ଼ିଗଲା । ଏଣିକି ସମସ୍ତେ ନିଜ କାମ କରିବାରେ ଅଭ୍ୟସ୍ତ ହୋଇଗଲେଣି । ତା ସ୍ନେହ ଆଉ ଭଲ ପାଇବାରେ ସେ ସମସ୍ତଙ୍କୁ ନିଜର କରିନେଲା । ସମସ୍ତେ ନିଜ ଭୁଲକୁ ହୃଦୟଙ୍ଗମ କରି ପାରିଲେ। ସେ ଆମ ମା'। ତାର ବି ମନ ଅଛି, ଇଚ୍ଛା ଅଛି, ଜୀବନ ଅଛି । ଏ କଥା ସମସ୍ତେ ଅନ୍ତରରୁ ଭାବିବ ଉଚିତ । ସମୟ କ୍ରମେ ସମଗ୍ର ପରିବାର ବୋହୁ କଥାରେ ଏକମତ ହେଲେ । ଆଚରଣ ଆଉ ଉଚ୍ଚାରଣରେ ଯଦି ସଂଯମତା ଅଛି ତାହେଲେ ସବୁ ହାତ ମୁଠାରେ । ଏବେ ବୋହୁ ସମସ୍ତଙ୍କର ପ୍ରଶଂସାର ପାତ୍ରୀ । ସେ ଯାହା ହେଉ ଶାଶୁକୁ କେବଳ ବୋହୁ ନୁହେଁ ଭଲ ବନ୍ଧୁ ମିଳିଗଲା । 



Rate this content
Log in

Similar oriya story from Inspirational