Akshayakumar Dash

Tragedy

2  

Akshayakumar Dash

Tragedy

ମାଆ ର ମମତା

ମାଆ ର ମମତା

2 mins
531


ରାଧିକାର ଚାରଟି ଛୁଆ । ଦେଖିବାକୁ ଗିଲୁଗୁଳିଆ ।ରାଧିକାକୁ ଦେଖିଲେ ଛୁଆଗୁଡିକ ଦୌଡ଼ିଆସନ୍ତି । ମୁହଁ ଟିକେ ଘସିଦେଇ ଦେହ ଘସିହୁଅନ୍ତି ।ଦିନେ ରାଧିକାକୁ ଟିକେ ରଗେଇବି ଭାବି ତାର ଗୋଟିଏ ଛୁଆକୁ ଲୁଚେଇ ରଖିଲି । ରାଧିକାର ବ୍ୟସ୍ତଦେଖିଲି । ଦୌଡ଼ି ଏଣେତେଣେ ଧାଇଁ ହୁରି ପକେଇଲା ।କେତେବେଳେ ଓଲିକୁ ପଛପଟ ବାଡ଼ି ଖୋଜିଆସିଲା । ଅନ୍ୟ ଛୁଆମାନଙ୍କୁ ନଦେଖି ହଜିଯାଇଥିବା ଛୁଆଟିକୁ ଖୋଜିଖୋଜି ନପାଇ ଶେଷରେ ଉପରକୁ ମୁହଁ କରିବାହୁନି ବାହୁନି କାନ୍ଦିଲା । ଆଉଡେରି ନକରି ଛୁଆଟିକୁ ଆଣି ଦେଲି ।କାନ୍ଦ ବନ୍ଦ ,ଛୁଆଟିକୁ ସୁଙ୍ଗିଦେଇ ସୋଇପଡ଼ିଲା ।ଚାରିଛୁଆଯାକ ତାର ଚିରକୁ ପାଟିରେ ପୁରେଇ ସୋସିଲେ । ରାଧିକାର ମାତୃତ୍ୱ ସନ୍ତାନ ପ୍ରତି ମମତା ମନୁଷ୍ୟ ଠାରୁ କମ ନୁହେଁ । ଛୁଆଗୁଡିକ କାହାକୁ ଦେଖି ଭୁକିଲେ ରାଧିକା ଦୌଡ଼ିଆସେ ।ଦିନେ ଗୋଟିଏ ଗୋଧିକୁ ଦେଖି ଚାରିଛୁଆ ଜାକ ଏକାବେଳେକେ ଭୁକିଉଠିଲେ ।ରାଧିକା ନଥିଲା ।ଯାଇ ଦେଖେତ ଗୋଧିଟି ଡ଼ରେମରେ ଛାନିଆରେ ଦୌଡିଥିଲାବେଳେ ତାପଛରେ ଚାରିଟା ତାକୁ ଭୁକି ଖେଦୁଛନ୍ତି ।କୁଆଡେ ଥିଲା ମା ଆସିଗଲା ,ସବୁ କାଣ୍ଡ ଦେଖି ଛୁଆଙ୍କୁ ମୁହଁ ହଲେଇ ବୁଝେଇ ଥିଲା । ରାଧିକା ବେଳେବେଳେ ଛୁଆଙ୍କ ଦେହ ଚାଟିପକାଏ ତ ତାଙ୍କ ପିଠିଉପରେ ମୁହଁ ଲଦିଦିଏ ।ବୋଧେ ଗେଲ କରେ । ରାଧିକା ବାହାରକୁ ଗଲେ ଛୁଆମାନେ ତାସଙ୍ଗରେ ବାହାରନ୍ତି । ତାଙ୍କୁ ନେଇ କ୍ଷୀରଦେଇ ସେମାନେ ସୋଇପଡିଲେ ବାହାରକୁ ଯାଏ ।


ବର୍ଷେ ତଳେ ରାଧିକା ମୋ ବାପାଙ୍କ ପଛେପଛେ ଗୋଡେଇ ଅନ୍ୟଏକ ଗାଁରୁ ଆସିଥିଲା । ସେତେବେଳେ ସେ ଛୁଆ ଥିଲା । ବାପା ତା ନାଁ ରାଧିକା ଦେଲେ ।ରୁଟିଭାତ ଯାହା ଦେଲୁ ଖାଇଲା । ଆମଘରେ ରହିଲା । ଘରକୁ ଜଗିଲା ।ବିରାଡ଼ି କି ମୂଷାଛୁଆ କାହାକୁ ଘରଭିତରକୁ ଛାଡେନାହିଁ । କ୍ରମେବଡାହେଲା । ମାଙ୍କଡ଼କୁ ଖେଦିଲା ।କେତେଥର ମାଙ୍କଡ଼ଙ୍କ ଠାରୁ ଚାପୁଡ଼ା ଖାଇବା ପରେବି ତାର ବହାଦୁରୀ ପଣ ଛାଡିନ ଥିଲା । ବାପାଙ୍କୁ ଦେଖିଲେ କୁଁକୁଁ ହୋଇ କେତେକଣ କହିଯାଏ ତାର ଭାଷାରେ । କୁଆଡେ ଗଲେ ଫେରିଆସି ଘର ପିଣ୍ଢାରେ ସୋଇପଡ଼େ ।ଭୋକଲାଗିଲେ ପେଟଦେଖେଇ ଗଡିପଡ଼େ ।ପଦାରେ ଝାଡା ଯାଏ ।ଛୁଆଙ୍କ ସାଙ୍ଗରେ ଖେଳେ । ନୂଆଲୋକ ଦେଖିଲେ ଭୁକିଭୁକି ଜଣାଏ ।ରାତିରେ ପଦାରେ ଶୁଏ ।ଷଣ୍ଢ କି ବାହାର କୁକୁର ମାନକୁଦେଖିଲେ ଚିଲେଇକିରି ଏମିତି ଭୁକେ ଯେ ସେମାନେ ଡରି ପଳାନ୍ତି । ବଡ଼ ହେବାରୁ କେମିତି ବଦମାସ କାମକରି ବାହାରୁ ଆସେ । ଆସିଲେ ଥକିଗଲା ପରିଲାଗେ ।ସୋଇରୁହେ । ଦିନେ ପାଞ୍ଚଟି ଛୁଆ ଜନ୍ମ ଦେଲା ।ସେଥିରୁ ଗୋଟାକ କଣ କଲା,ଆଉ ଚାରିଟାକୁ କ୍ଷୀରଦେଇଉଥିଲା । ଛୁଆଗୁଡ଼ାକ ମାପରି ନହୋଇ ବାଘର ରଙ୍ଗ ପରି ।ସବୁଗୁଡିକ ଅଣ୍ଡିରା । କ୍ଷୀର ଚୁସିଚୁସି ମାକୁ ଦୃବଳ କଲେଣି ।


ଦିନେ ଦୁଇଟି ଛୁଆ ରାସ୍ତାରେ ଖେଳୁଥିଲେ । ବାଙ୍କବାଟ ଥିଲା ।ଆରପଟରୁ ବାଲି ବୋଝେଇ ଟ୍ରାକ୍ଟର ମାଡିଆସିଲା। ଛୁଆଦିଟା ଚକାତଳେ ଚାପିହୋଇ ଚାଲିଗଲେ । ରାଧିକା ଖୋଜିଖୋଜି ପହଁଚିଲା ।ବିକଳହୋଇ ଛୁଆଙ୍କ ପିଠି ଲାଞ୍ଜ ଅଣ୍ଡାଳି ପକେଇଲା । ଜାଣିଗଲା ସେ ଆଉ ଦୁନିଆରେ ନାହାନ୍ତି । ସେଠି ବହେ ଭୁକିଲ। ସୋଇ ଜଗିରହିଲା ।ଶେଷରେ ସେ ଛୁଆଙ୍କ ମୃତଦେହ ଦାନ୍ତରେକାମୁଡ଼ି ନେଇ କୁଆଡେ ବୁଦାମୁଳେ ପକେଇ ଆସିଲା । ସେଦିନ ଯାହା ଖାଇବାକୁ ଦେଲୁ ଜମା ଖାଇଲା ନାହିଁ । ପାଣି ଟିକେବି ଛୁଇଁଲାନାହିଁ ।ବେକ ମାଡି ସୋଇରହିଲା ।ଆଖି ରୁ ଧାରଧାର ଲୁହ ବୋହିପକୋଉଥିଲା ।ମାଆ ର ମମତା ପାଖରେ ଦୁନିଆ ହାର ମାଗୁଥିଲା ।


କେବେକେମିତି ଟ୍ରାକ୍ଟର ଆସିଲେ ରାଧିକାର ମୁଣ୍ଡ ବିଗିଡି ଯାଏ ।ଚିଲେଇକରି ଡ୍ରାଇବର୍ ଆଡକୁ ମୁହଁକରି ଜୋରେଜୋରେ ଭୁକେ । ଜଣାପଡେ, ଯଦି ରାଧିକା ମଣିଷ ହୋଇଥାନ୍ତା,ତେବେ ତାର ଶିଶୁକୁ ମାରିଥିବା ଅଭିଯୋଗରେ ସେ ବ୍ୟକ୍ତିକୁ ଦଣ୍ଡବ୍ୟବସ୍ଥା କରିପାରନ୍ତା । ପଶୁ ଜୀବନ ସୁରକ୍ଷା ଆଇନ ବଳରେ ଦୋଷୀକୁ ଦଣ୍ଡ ବ୍ୟବସ୍ଥା କରାଯାଇପାରିଥାନ୍ତା ।ରାଧିକାର ମନର ଅବସ୍ଥା ବୁଝିବାପାଇଁ ମୁଁ ଅବହେଳା କରିଥିବାରୁ ନିଜକୁ କ୍ଷମା ଦେଇପାରୁନଥିଲି ।


Rate this content
Log in

Similar oriya story from Tragedy