STORYMIRROR

Sunanda Mohanty

Abstract Children Stories Thriller

4  

Sunanda Mohanty

Abstract Children Stories Thriller

ମାଆ ହେବା ଜମା ସହଜ ନୁଁହଁ 

ମାଆ ହେବା ଜମା ସହଜ ନୁଁହଁ 

2 mins
2


ସ୍ୱାମୀଙ୍କୁ ମାରିବା ଅଭିଯୋଗ ଭିତ୍ତିହୀନ ଥିଲା ଗୁରେଇ ର. ବରଂ ସ୍ୱାମୀଙ୍କୁ ସତ ପଥ ରେ ଆଣିବାକୁ ତାର ଏ ପ୍ରୟାସ ଥିବା ଜାଣି ଓ ମାରିବା ଦୋଷ ପ୍ରମାଣ ପତ୍ର ଅଭାବରୁ ଗୁରେଇ ନିର୍ଦୋଷ ଭାବେ ଖଲାସ ହେଲା ବେଳକୁ ବାହାରେ ଅପେକ୍ଷା କରିଥିଲା ନିଜେ ସ୍ୱାମୀ ସନାତନ. ମୁଁହଁ ବୁଲେଇ ଚାଲିଯାଉଥିବା ଗୁରେଇ ପାଦ ତଳେ ଲମ୍ବ ହୋଇ ପଡିଯାଇଥିବା ସନାତନ କୁ ଦେଖି ଗୁରେଇର ମନେ ପଡୁଥିଲା ସେଇ ପଦକ. ଦେହୀ ପଦ ପଲ୍ଲଭ ମୁଦାରମ. ସେଇ ସ୍ୱାମୀ ସନାତନ ହିଁ ସ୍ଥାନ କାଳ ପାତ୍ର ର ସମନ୍ୱୟ ରଖି କେମିତି ଶ୍ରୀକୃଷ୍ଣ ଏ ତିନି ପଦ କହିଥିଲେ ବୁଝାଇଥିଲା ଗୁରେଇକୁ ତ ଗୁରେଇ ନରମି ଗଲା. ବନବାସୀ ଲଳନା ର ହୃଦୟ ଅଲଗା ବୋଲି ବୁଝିଥିବା ସ୍ୱାମୀ ଆଉ ଘରୁ ଗୋଡ଼ କାଢୁ ନଥିଲା.ଛଳନା କରି ସାଧୁ ବନି ଲୋକଙ୍କୁ ଠକୁ ନଥିଲା. ଛାଇ ପରି ଗୁରେଇ ପାଖେ ପାଖେ ରହି ଜଙ୍ଗଲ ମଣିଷ ହେଉ ହେଉ ବାପା ଓ ମାଆ ହେବାର ସ୍ବପ୍ନ ସାକାର ହୋଇଗଲା ଗୁରେଇ ଓ ସନାତନଙ୍କର. ଜଙ୍ଗଲ କୁ ନିଜର ଜୀବନ ଓ ଜୀବିକା କରି ଜାଣିଥିବା ଗୁରେଇ ପୁଅକୁ ଅଣ୍ଟିରେ ବାନ୍ଧି ମହୁଲ ଫୁଲ ତୋଳୁଥିଲା. ଶୁଖିଯାଇଥିବା ଗଛର କାଠ, ଛେଲି ଓ ପତ୍ର ଜାଳ ପାଇଁ ସଂଗ୍ରହ କରୁଥିଲା. ଅଳସୀ କ୍ଷେତ ଓ ସୂର୍ଯ୍ୟମୁଖୀ କ୍ଷେତରେ ଲୋଟୁ ଲୋଟୁ ଇଗଲ ପାଖ କିଆରୀରେ ଶୋଇଥିବା ଟିକି ପୁଅକୁ ଝାମ୍ପି ନେଲା ତ ମାଆ ତାର କେତକୀ ନାମ୍ନୀ ସ୍ତ୍ରୀ ଲୋକଟି ର ବହୁନା ପକା ଦୃଶ୍ୟ ଗୁରେଇ କୁ ବ୍ୟଥିତ କରିଥିଲା ଖୁବ. ଗୁରେଇ ଭାବୁଥିଲା ଇଗଲ ର ଏତେ ଭୁଲ ହୁଏ କାହିଁକି!ସ୍ୱାମୀ ଇଗଲ ବିଷୟରେ କହିଥିବା କଥାଟି ଗୁରେଇ ମନେ ପକାଅଉଥିଲା.
    ଥରେ ଇନ୍ଦ୍ରଙ୍କ ସଭାରେ ଯୋଗ ଦେବାକୁ ଆସିଥିବା ଯମଦେବ ଅନତି ଦୂରରେ ବସିଥିବା ଛୋଟ ସାତରଙ୍ଗୀ ପକ୍ଷୀଟିକୁ ବାରମ୍ବାର ଚାଁହୁଁ ଥିବା ଦେଖି ଇଗଲ ପକ୍ଷୀ ଭାବିଥିଲା କି ବୋଧହୁଏ ଚଢେଇଟିର ମୃତ୍ୟୁ ସମୟ ନିକଟ ହୋଇ ଆସିଲାଣି ନଚେତ ଯମଦେବ ଏତେ ଥର ସେ ସାତରଙ୍ଗୀ ଛୋଟ ପକ୍ଷୀଟିକୁ କାହିଁକି ଅନାଉଛନ୍ତି ବୁଲି ବୁଲି!ଏହା ଭାବି ଇଗଲ ନିଜ ପଞ୍ଝା ସାହାଯ୍ୟରେ ସାତରଙ୍ଗୀ ଛୋଟ ଚଢ଼େଇଟିକୁ ଉଠାଇ ନେଇ ଯୋଜନ ଯୋଜନ ଦୂରରେ ଥିବା ପାହାଡ଼ ଖୋଲରେ ଛାଡ଼ିଦେଇ ଆସିବା ପରେ ଦେଖିଲା ଯେ ଯମଦେବ, ସଭା ସାରି ପକ୍ଷୀ ଟିକୁ ଖୋଜି ହେଉଛନ୍ତି. ଇଗଲ ତାଙ୍କ ପାଖକୁ ଯାଇ କାହାକୁ ଖୋଜୁଛନ୍ତି ମହୋଦୟ ପଚାରିବାରୁ ଯମଦେବ କହିଥିଲେ ଏଠାରେ ଗୋଟିଏ ଛୋଟ ସାତରଙ୍ଗୀ ପକ୍ଷୀ ବସିଥିଲା ତାର ମୃତ୍ୟୁ ଏଠାରୁ ଯୋଜନ ଯୋଜନ ଦୂର ଗୋଟେ ପାହାଡ଼ ଖୋଲରେ ଥିବା ଅଜଗର ମୁଁହଁ ରେ ପଡି ହେବାକଥା କିନ୍ତୁ ଏତେଦୂର ପକ୍ଷୀ ଟି କିପରି ଯିବ ଭାବୁଥିଲି. ତ ଇଗଲ ସବୁକଥା କହିବା ସହ ବୁଝିଯାଇଥିଲଲା କି ଭାଗ୍ୟ ଫଳତି ସର୍ବତ୍ର. ଏବେ ଗୁରେଇ ଇଗଲ ହାତରୁ ନିଜ କୁନି ପୁଅକୁ ରକ୍ଷା କରିବା ପାଇଁ ଏକ ଉପାୟ ପାଞ୍ଚି ସ୍ୱାମୀଙ୍କୁ ପାଖ ବରଗଛରେ ଗୋଟେ ମଧ୍ୟମ ଧରଣର କାଠିକୁଟା ର ବସା କରି ସେଥିରେ କୁକୁଡ଼ା ଅଣ୍ଡା ଦୁଇଟି ରଖି ଦେଇଥିଲେ ଦୁହେଁ ତ ଦେଖାଗଲା ଇଗଲ ବସାରେ ବସି ରହି ଛୁଆ ଫୁଟିଲା ଯାଏଁ ନିଜକୁ ବ୍ୟସ୍ତ ରଖିବା ସହ ଅଣ୍ଡାରୁ କୁକୁଡ଼ା ଛୁଆ ଫୁଟେଇ ସେମାନଙ୍କ ଯତ୍ନ ନେଉଥିଲା. ଏଣେ ଗୁରେଇ ନିଜ ପୁଅକୁ ସବୁବେଳେ ଇଗଲ ଦାଉରୁ ବଞ୍ଚେଇ ରଖିବାକୁ ଯାଇ ପୁଅକୁ ବାନ୍ଧି ଅଣନିଶ୍ଵାସୀ କରିବା ପରିବର୍ତ୍ତେ ଖୋଲା ପବନ, ଆଲୋକ ଓ ଜଙ୍ଗଲ ପରିବେଶ ସହ ପରିଚିତ କରୁ କରୁ ପୁଅ ଡ଼ାକୁଥିଲା ମାଆ... ଏ ମାଆ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract