STORYMIRROR

P.purabi Mohanty ପି.ପୁରବୀ ମହାନ୍ତି

Romance

3  

P.purabi Mohanty ପି.ପୁରବୀ ମହାନ୍ତି

Romance

ଲୁଚକାଳି

ଲୁଚକାଳି

3 mins
245

ବହୁତ୍ ଦ୍ୱନ୍ଦ୍ୱ ମଧ୍ୟ ଦେଇ ମନକୁ ମନେଇ ହାତକୁ ଇଚ୍ଛା ରୂପକ ଏକ ବାଧ୍ୟ ବାଧକତା ଭରା ଭାବନାରେ ଅନୁ ଫୋନରେ ସମୀରକୁ କଲ୍ କରିଲା । 

ହ୍ୟାଲୋ, କୁହ ଅନୁ - ସମୀର

ଅନୁ - କଣ କରୁଛ, କଥା ହୋଇପାରିବ । କିଛି ଶୁଣି ପାରିବ ।

ସମୀର - ଆରେ ହଁ, କୁହ ।

ଅନୁ - ଏଇଟା ସତ କି ତୁମେ ଆଉ ମୁଁ ଅଫିସରେ କାମ କରୁଛୁ । ବହୁତ୍ ଅଳ୍ପ କଥାବାର୍ତ୍ତା ହୁଏ ଆମର । କିନ୍ତୁ ଯେତିକି ହୁଏ ସେଥିରେ ପରସ୍ପରକୁ ବୁଝିଲା ଭଳି, ପରସ୍ପରର ମାନସିକତାକୁ ଗ୍ରହଣ କରିଲା ଭଳି ଉପାଦାନ ଥାଏ ଯାହାକି ସୁନ୍ଦର ତୃପ୍ତି ଶାନ୍ତି ଦିଏ ଏବଂ ଏହା ତୁମେ ମଧ୍ୟ ମାନୁଥିବ ।

ସମୀର - ନିଶ୍ଚିତ, ଏହା ପୁରା ସତ, ଆମ ମଧ୍ୟରେ ଅଳ୍ପ କଥା ସହିତ ଉପସ୍ଥିତ ନଥିବା କଥା ବି ବୁଝି ହୋଇଯାଏ ପରସ୍ପରର । ସମୀର ମୁହଁ ରୁ କଥା ନ ସରୁଣୁ

ଅନୁ - ତୁମକୁ ମୁଁ ଭଲ ପାଏ ।

ସମୀର - କଣ !!!! କଣ !!!! ମାନେ !!!! ମୁଁ ... କଣ କହିଲ ???? ଆଉ ଥରେ ....

ଅନୁ, ଫୋନ୍ ରଖିଦେଲା ଆଉ କିଛି ଶୁଭିଲା ନାହିଁ ଉଭୟ ପଟୁ । କିଛି ଦିନ ଅତିକ୍ରାନ୍ତେ । ଅନୁ ପୁଣି ସେହି ନମ୍ବରକୁ ଫୋନ୍ କରିଲା ।

ଅନୁ - କଣ କରୁଛ । ଘରକୁ ଛୁଟି ନେଇ ଯାଇଛ, କେମିତି ସମୟ କଟୁଛି ତୁମର ।

ସମୀର - ଭଲ । କାହାକୁ ବା ଘରକୁ, ପରିବାରକୁ, ବାପା ମାଆ ପାଖକୁ ଆସିଲେ ଭଲ ଲାଗିବନି ଯେ ।

ଅନୁ - ହଁ, ସତ କହିଲ । ଟିକେ ଗମ୍ଭୀର ହୋଇ, ଆଛା ଗୋଟେ କଥା ପଚାରିବି ସତ କହିବ ।

ସମୀର - ବିଲକୁଲ୍ ପଚାର । ମିଛ କଣ ପାଇଁ କହିବି ଯେ ଆଉ ତା ଛଡା ମିଛ କହିଲେ ବି ଜାଣିଛି ତୁମେ ଧରି ନେବ । ନା କଣ କହୁଛ, ଧରି ନେବ ତ ।

ଅନୁ - ମୁ ଆଜି ଆମ ଅଫିସର ମିତା ସହିତ କଥା ହେଉଥିଲି । ସେ ଜଣଙ୍କ ବିଷୟରେ କହିଲା ତେଣୁ ସତ୍ୟତା ଜାଣିବାକୁ ଚାହୁଁଥିଲି ତା ବିଷୟରେ । 

ସମୀର - ହଉ କୁହ । ଜାଣିଥିଲେ ନିଶ୍ଚୟ କହିବି । କିଏ ?? କାହା ବିଷୟରେ ଶୁଣିଲ ??

ଅନୁ - ରିମା ପଟ୍ଟନାୟକ ??!!

ସମୀର - ହଁ, ରିମା । ମିତା ଘର ପାଖରେ ତାଙ୍କ ଘର । ସତ କହିବାକୁ ଗଲେ ମୁଁ ତାକୁ କିଛି ଦିନ ହେବ ଜାଣିଛି । ଆଉ ମନେମନେ ଭଲ ପାଇବସିଛି । କିନ୍ତୁ ଏ ପର୍ଯ୍ୟନ୍ତ କହିନାହିଁ ତାକୁ । ହଉ ତା ବିଷୟରେ ଆମର ଯେବେ ଦେଖା ହେବ, ଘରୁ ଆସିଲେ କହିବି । ହେଲା । ଏବେ ତୁମେ ମୋତେ ଗୋଟିଏ କଥା କୁହ ? ସେଦିନ ଯାହା କହିଲ କଣ ଥିଲା । ତୁମେ କହିଲ କି ତୁମେ ଭଲପାଅ ... ମାନେ .... କେମିତି ?? କେବେ ?? କଣ ?? କିପରି ??

ଅନୁ - ହା ହା ହା, କଣ ସେଦିନ ସତରେ ବୋକା ବନିଗଲ ନା । ଆରେ ଟିକେ ମନେକର ସେଦିନ କେତେ ତାରିଖ ଥିଲା କି, ଅପ୍ରେଲ ୩ ତେଣୁ ଏପ୍ରିଲ୍ ଫୁଲ୍ ଥିଲା ।

ସମୀର - ଆରେ ସତ ନା କଣ । ଛିଃ ରେ ... କଣ ଭାବି ନେଇଥିଲି । ମାନେ ବିଶ୍ୱାସ କରିପାରିବ ନାହିଁ ସେଦିନ ପର ଠାରୁ କେମିତି ତୁମକୁ ଫୋନ୍ କରିବି, କଣ କହିବି, ମାନେ କେମିତି କଣ ହେଲା କିଛି ବୁଝି ପାରୁଥିଲି । ଆଉ ଟିକେ ଦୁଃଖୀ ହୋଇ ଯାଇଥିଲି କାରଣ ସେ କଥା ପାଇଁ ଆମର ସୁନ୍ଦର ବନ୍ଧୁତା ପରସ୍ପରକୁ ବୁଝି ପାରୁଥିବା ସମ୍ପର୍କ ଯେମିତି ଖଟା ହୋଇ ନ ଯାଉ । କିନ୍ତୁ ଯାହା ହେଉ ତୁମେ ଆଜି ଏ କଥା କହି ଆମ ବନ୍ଧୁର ସଂପର୍କ ସହିତ ସବୁ ଦ୍ଵନ୍ଦର ସମାଧାନ କରିଦେଲ । ଅଶେଷ ଧନ୍ୟବାଦ ଅନୁ । 

ଅନୁ - ଫୋନ୍ ତଳେ ରଖିଦେଇ ଉପରୁ ଆକାଶରେ ତାରା ସବୁକୁ ଦେଖି ଛାତି ଉପରେ ହାତ ଦେଇ ଆଖିକୁ ବନ୍ଦ୍ କରିଦେଲା । ଆଉ ଦୁଇ ଟୋପା ଲୁହ ସହିତ ଓଠରେ ଏକ ଫାଳିକିଆ ହସ ରହିଗଲା ସବୁ ଦିନ ପାଇଁ ।



Rate this content
Log in

More oriya story from P.purabi Mohanty ପି.ପୁରବୀ ମହାନ୍ତି

Similar oriya story from Romance