ଲକଡାଉନରେ ଵିଏସ୍ 4 ଭେଇକଲ୍
ଲକଡାଉନରେ ଵିଏସ୍ 4 ଭେଇକଲ୍


ପଙ୍କଜ ବାବୁ ତାଙ୍କ ଗାଡିଟିକୁ ପୋଛାପୋଛି କରି ମନ ଦୁଃଖରେ ମନେ ମନେ ଭାବୁଥାନ୍ତି ଆହା ମୋ ନୂଆ ଗାଡିଟିର ଅବସ୍ଥା କଣ ହେଲାଣି ! କି କରୋନା ଆସିଲା ସର୍ବନାଶ କଲା। ଗାଡିଟି କିଣି ପନ୍ଦର ଦିନ ହୋଇନାହିଁ ।ନୂଆ ଚକଚକିଆ ଗାଡି ଧଳାରଙ୍ଗର ସେଥିରେ ପୁଣି ମୋଟା ଆବରଣର ଧୂଳି । ପୁଅର ନାମ ଅନୁଯାୟୀ ଜ୍ୟୋତିଷ କହିବା ଅନୁସାରେ ଏ ଧଳା ରଙ୍ଗର ଗାଡିକିଣି ଆଣିଥିଲି। ଗାଡି ଦେଖି ଦେଖି ପୁଣି ଶେଷରେ ହୁଣ୍ଡାଇ ବରୁନ କିଣି ଆଣିଲି । ଏହେ ଆଉ କିଛି ଦିନ ପରେ ଗାଡି ଆଣି ଥିଲେ ଭଲ ହୋଇଥାନ୍ତା।ସୁର୍ପିମକୋର୍ଟର ନିର୍ଦେଶ ଅନୁସାରେ ପ୍ରଦୁଷଣ ରୋକିବା ପାଇଁ ବିଏସ ଫୋର ଗାଡି ମାର୍ଚ ୩୧ ପର୍ଯ୍ୟନ୍ତ ବିକ୍ରି ହୋଇପାରିବ।
ଏପ୍ରିଲ 1 ଠାରୁ କୌଣସି ବିଏସ୍ ଫୋର ଗାଡି ବିକ୍ରି ଏବଂ ରେଜିଷ୍ଟ୍ରେସନ ହୋଇପାରିବ ନାହିଁ।ସେମାନଙ୍କ ପାଖରେ ଥିବା ଗାଡି ଗୁଡିକର ଷ୍ଟକ କ୍ଲିୟର କରିବା ପାଇଁ ବହୁ ମାତ୍ରାରେ ଡିସକାଉନ୍ଟ ଦେଇ ଗ୍ରାହକ ମାନଙ୍କୁ ଆକର୍ଷିତ କରିଥିଲା । ଛି ଛି ମୁଁ ବି ସେ ଗାଡି ଲୋଭରେ କାହିଁକି ପଡିଲି ! ସବୁ ସେଇ ଗେଲାଵସର ପୁଅ ପିଙ୍କୁର ସଵୁ ନାଟ ତା ମାଆ ମଧ୍ୟ କିଛି କମ୍ ନୁହଁ। ପ୍ରମୋଦିନି ମତେ ରଖେଇ ଥୋଇଦେଲାନି ଆଙ୍କର ଗାଡି ଅଛି ତାଙ୍କର ଗାଡି ଅଛି।ପଟ୍ଟନାୟକ ବାବୁଙ୍କ ମିସେସ୍ ନିଜେ ଡ୍ରାଇଭିଙ୍ଗ୍ କରି ଅଫିସ ଯାଉଛନ୍ତି। ମିଶ୍ରବାବୁ ତାଙ୍କ ମିସେସ୍ କୁ ପ୍ରତ୍ୟକ ଦିନ ତାଙ୍କ ଚାରିଚକିଆ ଗାଡିରେ ବୁଲେଇ ନେଉଛନ୍ତି।ଆମର ହିଁ ଫଟଫଟିଆ ମଟର ସାଇକେଲ୍ ରଖିଛ।ବସିବାକୁ ଲାଜ ମାଡୁଛି। ତେଣୁ ସେମାନଙ୍କ କଥା ରଖି20 ତାରିଖ ମାର୍ଚ୍ଚ ମାସ 2020ରେ ଆଣିଥିଲି। ଗାଡି ପୂଜାପୂଜି କରି ନମ୍ବର ପ୍ଲେଟ ଲଗାଇ ନୂଆ ଇନ୍ସୁରେନସ ଆଣି ଅନାନ୍ୟ ଏସେସରିରସ୍ ଲଗାଇ ତେଇସି ତାରିଖ ରବିବାରେ ଥିଲା ଶଶ୍ବର ଘରକୁ ଯିବାର ପୋଗ୍ରାମ।ଶଶ୍ବୁର ଘରପରା ଆଗେ।ନ ହେଲେ ଘରଣୀ ମତେ ରଖେଇ ଥୋଇ ଦେବନି। ହେଲେ କଣ ହେବ ବା
ଇଶି ତାରିଖରେ ଟିଭିରୁ ଜାଣିବାକୁ ପାଇଲି ଦେଶର ପ୍ରଧାନମନ୍ତ୍ରୀଭାରତର ସମସ୍ତ ଜନତାକୁ ନିବେଦନ କରିଛନ୍ତି ଯେ କରୋନା ଭୂତାଣୁର ଶୃଙ୍ଖଳାକୁ ଭାଙ୍ଗିବା ପାଇଁ ମାର୍ଚ ୨୩ ତାରିଖ ଦିନ ସକାଳ ସାତଟା ଠାରୁ ରାତି ନଅଟା ପର୍ଯ୍ୟନ୍ତ ମୋଟ ଚଉଦ ଘଣ୍ଟା ଜନତା କର୍ଫ୍ୟୁ ପାଳିଵେ ସମସ୍ତେ। ନିଜ ନିଜ ଘରେ ରହିବେ। ପୁଣି ସେ ଦିନ ସନ୍ଧ୍ୟାରେ ନବିନ ପଟ୍ଟନାୟକ ନିର୍ଦେଶ ଦେଲେ ମାର୍ଚ ୨୯ ତାରିଖ ପର୍ଯ୍ୟନ୍ତ ସାରା ଓଡିଶା ଲକ୍ ଡାଉନ, ତାପରଦିନ ସନ୍ଦ୍ୟାରେ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ନିର୍ଦେଶ ଦେଲେ ଲକ୍ ଡାଉନ ୨୧ ଦିନ ପର୍ଯ୍ୟନ୍ତ ଜାରି ରହିବ ।
ଫଳରେ ୧୪-୪-୨୦୨୦ ପର୍ଯ୍ୟନ୍ତ ସାରା ଭାରତ ତାଙ୍କ ନିର୍ଦେଶ ପାଳନ କରିବାକୁ ଵାଧ୍ୟ ହେଵେ। ଯାହାଫଳରେ ଗାଡି ମଟର ଚାଲିବା ସମ୍ପୂର୍ଣ୍ଣ ଠପ ହୋଇ ଗଲା ।ଯିଏ ବାହାରକୁ ଗାଡି ନେଇ ଯାଉଛି ସେ ଗାଡି ଚାଳକଙ୍କ ଅବସ୍ଥା ଯାହା ହେଉଛି ନିଜେ ଅଙ୍ଗେ ଅନୁଭବ କଲେ ହିଁ ଜାଣି ହେବ। ପୋଲିସର କି ଲାଠି ମାଡ ଵାପ୍ ରେ ବାପ୍ ତା ସହ ଉଠବସ। ଘରଣୀ ଯିଦ ଧରିଲା ବୋଲି ପୁଅକୁ ଏବଂ ତାକୁ ବସାଇ ମୋଟରସାଇକେଲ୍ ରେ ଟିକେ ବାହାରକୁ ଯାଇଛି ନା ନାହିଁ ଯାହା ଅବସ୍ଥା ହେଲା ମୋର ବାପାରେ ଵାପ। ପିଚା ସାରା ଦାଗ।ପୋଲିସ ଗାଡି ରଖ କହି ଅଲଗା ଯାଗାକୁ ନେଇ ନାଦି ପକାଇଲା ।ତା ପରେ ଗାଡି ଚଲାଇ ଯାଅ କହିଲା ଆଉ ଗାଡିରେ ବସିପାରିଲିକି ପିଚାସାରା ଦରଦ ହୋଇଗଲା।ଏବେବି ସେ ଦରଦ ଯାଇନି। ଏପଟେ ଅଣ୍ଟା ଦରଦକୁ ପୁଣି ଏ ଗାଡି ଚିନ୍ତା । ଲକ୍ ଡାଉନ ସରି ଅଫିସ ଖୋଲିଲା ଵେଳକୁ ଅଣ୍ଟା ଦରଦ ଛାଡି ଯାଇଥିବ। ଏମିତି ଭାବିଲା ଵେଳକୁ ଶ୍ରୀମତିଙ୍କ ପାଟି ଶୁଭିଲା ହଇହୋ ଭଜାଟା ପୋଡିଗଲାଣି ଲେଉଟପାଉଟ କରିବ ଆସ ।କୁଆଡେ ଗଲ ମ।ତୁମକୁ ଶୁଭୁଛି ନା ନାହିଁ।ଟବରେ ଟବଟି ଲୁଗାପଟା ଅଛି ତାକୁ ନେଇ ବାଲକୋନିରେ ଶୁଖେଈ ଆସିବ।ପିଙ୍କୁକୁ ତୁମେ ଖାଇବାକୁ ବାଢିଦେବ ତୁମେ ବି ଖାଇ ବାସନ ତକ ମାଜିଦେବ।ମୁଁ ଶୋଇବାକୁ ଯାଉଛି ।