Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Lipi Sahoo

Comedy

4.5  

Lipi Sahoo

Comedy

ଲକଡାଉନ୍

ଲକଡାଉନ୍

2 mins
11.8K


ବିଷପିତିଆ ନା ନା.. ଆମ୍ୱିଳିଆ ନା ନା...ପାଣିଚିଆ.... ମାନସିକ ସ୍ଥିତିକୁ ବିଶ୍ଳେଷଣ କରୁ କରୁ ମେଣ୍ଢାବାବୁ ସଳଖି ବସିଲେ ସୋଫା ଉପରେ।ପୁରା ଦଶ ଦିନ ହେଲା ଘରେ ବନ୍ଦୀ । କି ମହାମାରୀ ରୋଗ ଆସିଛି ଯେ ସବୁ ଆଡେ ଲକଡାଉନ୍ ।

ପୁରା ସହର ସୁନା ପିଲା ଭଳି ଶୋଇପଡିଛି ସବୁଠି ଯେମିତି ପୂର୍ଣ୍ଣଚ୍ଛେଦ ଟଣା ହୋଇଯାଇଛି । ସମୟ ଥିଲା ନିଶରେ ହାତ ମାରି କହୁଥିଲି ମୋ ପାଖରେ ସମୟ ନାହିଁ ଟିକେ ନିଃଶ୍ୱାସ ନେବାକୁ। ଏବେ ଉଗୁଡା ପିତଳହାଣ୍ଡି ପରି ଘର କଣରେ ପଡ଼ିଛି। ଘରେ ବସି ବସି ହାତଗୋଡ ଜାବ ପଡିଗଲାଣି । ନା ଆଉ ହେବନି, ଘେରେ ନ ବୁଲି ଆସିଲେ ଏ ଜୀବନ୍ତମରଣରୁ ମୁକ୍ତି ମିଳିବନି । କଁଳେଇ ଡାକ ଛାଡ଼ିଲେ , "ଶୁଣୁଛ ,ବେଙ୍ଗବତୀ ବ୍ୟାଗଟା ଆଣିଲ ଆଜି ତମ ପାଇଁ ପରିବା ଆଉ ମାଛ ନେଇ ଆସିବି"। ସେଇ ଡାଲମା ଭାତ ଖାଇଖାଇ ଅରୁଚି ଧରିଲାଣି। 

          

   ବେଙ୍ଗବତୀ‌ ଟହଲି ଟହଲି ଆସି ତାଙ୍କୁ ନିଘା ନ କରି ଝରକା ପାଖରେ ଉଣ୍ଡିବାକୁ ଲାଗିଲେ। ମେଣ୍ଢାବାବୁ ଝିଙ୍ଗାସି ଉଠି କହିଲେ , "ହେକ୍ ସେମିତି କ'ଣ ଆସି ଉଣ୍ଡୁଛ?ମୋ କଥା ତୁମ କାନରେ ପଡ଼ିଲାନି କି"? ବେଙ୍ଗବତୀ ପୁଚ୍ କିନା ପାନ ଛେପ ମେଞ୍ଚେ ଝର୍କା ବାଟେ ପକାଇ କହିଲେ, "ନା ମ ମୁଁ ଦେଖୁଥିଲି ସୂର୍ଯ୍ୟ ଆଜି କଉ ଦିଗରୁ ଉଠିଛି, ଦିନେ ନାଇଁ କାଳେ ନାଇଁ ଗହ୍ମାପୂନେଇରେ ମାଇଁ ମାଇଁ......। ଟେରିବାଗେଇ ବାବୁସାଜି ଅଫିସ୍ ଯିବା ଛଡା ତମେ ଆଉ କ'ଣ ଜାଣିଚ କହିଲ ? ଅଫିସ୍ ରୁ ଘର, ଘରୁ ଅଫିସ୍ ତମ ଦଉଡ ସେତିକି। ହଃ, ଘରେ ବସି ବସି ବଦହଜମି ଧରିବଣି ଯେ"।


             "ସବୁ କଥାରେ ଖୁଣ୍ଟା ନ ମାରିଲେ ତମର ଖାଇବା ହଜମ ହୁଏନି। ତମ ଖୁସି ପାଇଁ ମାଛ ଆଣିବି ବୋଲି କହୁଥିଲି"। ପାନ ଚୋବେଇ ଚୋବେଇ ବେଙ୍ଗବତୀ କହିଲେ," ଏଁ .. କୋଡ଼ିଏ ବର୍ଷ ହେଲା ଖୁସିକୁ ତ ମୋ କାନିରେ ଗଣ୍ଠମାରି ବାନ୍ଧି ଦେଇଛ, ଆଉ ପୁଣି ଖୁସି କଉଠୁ ଆଣିବ "? ବାବୁ ଗରଗର ହେଇ କହିଲେ, "ଥାଉ ବ୍ୟାଗ ଦେବା ଦରକାର ନାହିଁ ପଲିଥିନରେ ସବୁ ନେଇ ଆସିବି" । ଗୋଡ଼ ବଢେଇଛନ୍ତି କି ନାଇଁ ପୋଲିସ ଗାଡି ପ୍ରଚାର କରିଗଲା, ଆଜିଠାରୁ ଏ ଅଞ୍ଚଳକୁ ସିଲ୍ କରାଗଲା କେହି ବାହାରକୁ ବାହାରିବେ ନାହିଁ । ବାହାରିଲେ ଏହାକୁ ଦଣ୍ଡନୀୟ ଅପରାଧ ବୋଲି ଧରାଯିବ.....। ଯା, ଶଳା ଆଉ ଗୋଟେ ପୂର୍ଣ୍ଣଚ୍ଛେଦ ପକେଇ ଦେଇ ଗଲା । ବେଙ୍ଗବତୀ ମୁଚୁକୁନ୍ଦ ହସ ମାରୁଥାନ୍ତି। "ଥାଉ ଥାଉ ସେତିକି ହସିଥାଅ...ଚାଲ ରାମାୟଣ ଆରମ୍ଭ ହେବଣି TVରେ ଦେଖିବା....." ।



Rate this content
Log in

More oriya story from Lipi Sahoo

Similar oriya story from Comedy