The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Lipi Sahoo

Comedy

4.3  

Lipi Sahoo

Comedy

ଲକଡାଉନ୍

ଲକଡାଉନ୍

2 mins
215


ବିଷପିତିଆ ନା ନା, ଆମ୍ୱିଳିଆ ନା ନା, ପାଣିଚିଆ ମାନସିକ ସ୍ଥିତିକୁ ବିଶ୍ଳେଷଣ କରୁ କରୁ ମେଣ୍ଢାବାବୁ ସଳଖି ବସିଲେ ସୋଫା ଉପରେ।ପୁରା ଦଶ ଦିନ ହେଲା ଘରେବନ୍ଦୀ। କି ମହାମାରୀ ରୋଗ ଆସିଛି ଯେ,ସବୁ ଆଡେ ଲକଡାଉନ୍ ।

 ସହର ସୁନା ପିଲା ଭଳି ଶୋଇପଡିଛି, ସବୁଠି ଯେମିତି ପୂର୍ଣ୍ଣଚ୍ଛେଦ ଟାଣା ହୋଇଯାଇଛି । ସମୟ ଥିଲା ନିଶରେ ହାତ ମାରି କହୁଥିଲି,ମୋ ପାଖରେ ସମୟ ନାହିଁ ଟିକେ ନିଃଶ୍ୱାସ ନେବାକୁ। ଏବେ ଉଗୁଡା ପିତଳହାଣ୍ଡି ପରି ଘର କଣରେ ପଡ଼ିଛି। ଘରେ ବସି ବସି ହାତଗୋଡ ଜାବ ପଡିଗଲାଣି । ନା ଆଉ ହେବନି, ଘେରେ ନ ବୁଲି ଆସିଲେ ଏ ଜୀବନ୍ତ ମରଣରୁ ମୁକ୍ତି ମିଳିବନି । କଁଳେଇ ଡାକ ଛାଡ଼ିଲେ , "ଶୁଣୁଛ ,ବେଙ୍ଗବତୀ ବ୍ୟାଗଟା ଆଣିଲ, ଆଜି ତମ ପାଇଁ ପରିବା ଆଉ ମାଛ ନେଇ ଆସିବି"। ସେଇ ଡାଲମା ଭାତ ଖାଇଖାଇ ଅରୁଚି ଧରିଲାଣି। 

             ବେଙ୍ଗବତୀ‌ ଟହଲି ଟହଲି ଆସି ତାଙ୍କୁ ନିଘା ନ କରି ଝରକା ପାଖରେ ଉଣ୍ଡିବାକୁ ଲାଗିଲେ। ମେଣ୍ଢାବାବୁ ଝିଙ୍ଗାସି ଉଠି କହିଲେ , "ହେକ୍ ସେମିତି କ'ଣ ଉଣ୍ଡୁଛ ? ମୋ କଥା କ'ଣ ଶୁଣା ଗଲାନି"? ବେଙ୍ଗବତୀ ପୁଚ୍ କିନା ପାନ ଛେପ ମେଞ୍ଚେ ଝର୍କା ବାଟେ ପକାଇ କହିଲେ, "ନା ମ ମୁଁ ଦେଖୁଥିଲି ସୂର୍ଯ୍ୟ ଆଜି କଉ ଦିଗରୁ ଉଠିଛି, ଦିନେ ନାଇଁ କାଳେ ନାଇଁ ଗହ୍ମାପୂନେଇରେ ମାଇଁ ମାଇଁ । ଟେରିବାଗେଇ ବାବୁସାଜି ଅଫିସ୍ ଯିବା ଛଡା ତମେ ଆଉ କ'ଣ ଜାଣିଚ କହିଲ ? ଅଫିସ୍ ରୁ ଘର, ଘରୁ ଅଫିସ୍ ତମ ଦଉଡ ସେତିକି। ହଃ, ଏବେ ଘରେ ବସି ବସି ବଦହଜମି ଧରିବଣି ଯେ"।

             " ସବୁ କଥାରେ ଖୁଣ୍ଟା ନ ମାରିଲେ ତମର ଖାଇବା ହଜମ ହୁଏନି,ତମ ଖୁସି ପାଇଁ ମାଛ ଆଣିବି ବୋଲି କହୁଥିଲି"। ପାନ ଚୋବେଇ ଚୋବେଇ ବେଙ୍ଗବତୀ କହିଲେ," ଏଁ .. କୋଡ଼ିଏ ବର୍ଷ ହେଲା ଖୁସିକୁ ତ ମୋ କାନିରେ ଗଣ୍ଠମାରି ବାନ୍ଧିଦେଇଛ, ଆଉ ପୁଣି ଖୁସି କଉଠୁ ଆଣିବ "? ବାବୁ ଗରଗର ହେଇ କହିଲେ, "ଥାଉ ବ୍ୟାଗ ଦେବା ଦରକାର ନାହିଁ, ପଲିଥିନରେ ସବୁ ନେଇ ଆସିବି" । ଗୋଡ଼ ବଢେଇଛନ୍ତି କି ନାଇଁ ପୋଲିସ ଗାଡି ପ୍ରଚାର କରିଗଲା, ଆଜିଠାରୁ ଏ ଅଞ୍ଚଳକୁ ସିଲ୍ କରାଗଲା କେହି ବାହାରକୁ ବାହାରିବେ ନାହିଁ । ବାହାରିଲେ ଏହାକୁ ଦଣ୍ଡନୀୟ ଅପରାଧ ବୋଲି ଧରାଯିବ.....। ଯା, ଶଳା ଆଉ ଗୋଟେ ପୂର୍ଣ୍ଣଚ୍ଛେଦ ପକେଇ ଦେଇ ଗଲା । ବେଙ୍ଗବତୀ ମୁଚୁକୁନ୍ଦ ହସ ମାରୁଥାନ୍ତି...। "ଥାଉ ଥାଉ ସେତିକି ହସିଥାଅ ଚାଲ ରାମାୟଣ ଆରମ୍ଭ ହେବଣି TVରେ ଦେଖିବା....." ।।।



Rate this content
Log in

More oriya story from Lipi Sahoo

Similar oriya story from Comedy