kamal kumar dash

Comedy Drama Thriller

2.8  

kamal kumar dash

Comedy Drama Thriller

ଲାଲ ସ୍କୁଟି

ଲାଲ ସ୍କୁଟି

2 mins
309



ମୁଁ ଅଫିସ ରୁ ବାହାରୁଥାଏ ଟିକେ ବାଟ ଗଲା ପରେ ନାଲ୍କୋ ଛକ ଆସେ | ମୁଁ ନାଲ୍କୋ ଛକ ଟ୍ରାଫିକ ରେ ଠିଆ ହୋଇଥିଲି | ଗୋଟେ ଲାଲ ସ୍କୁଟିରେ ଝିଝିଅଟିସି ମୋ ପାଖରେ ଠିଆ ହେଲା | ତାର ଲାଲ ସ୍କୁଟି କୁ ଡ୍ରେସ ବି ପୁରା ଲାଲ ଓ ହେଲ୍ମେଟ ବି ଲାଲ ଥିଲା | ଟ୍ରାଫିକ ଲାଇଟ ଗ୍ରୀନ ହେଲା ମୁଁ ବୁଲିଲି ଡମଣା ଆଡ଼େ ସେ ସ୍କୁଟି ବଳି ବି ମୋ ସାଥିରେ ବୁଲିଲା ଓ ମତେ କହିଲା ରେସ କରିବା ଚାଲ ଓ ମୋ ଆଗେ ଆଗେ ଚାଲିଲା | ମୁଁ କିଏ ହେବ ଭାବୁ ଭାବୁ ସେ ଅନେକ ଆଗକୁ ଚାଲି ଯାଇଥିଲା | ମୁଁ ବି ସ୍ପିଡ଼ ବଢ଼ାଇଲି | ରାସ୍ତ ବହୁତ ଗହଳି ଥିଲା | ମୋ ପେଟ୍ରୋଲ ପକାଇବାର ଥିଲା ହେଲେ ପ୍ରବଳ ଗହଳି ଥିବାରୁ ମୁଁ ପେଟ୍ରୋଲ ନପକାଇ ଆଗକୁ ବଢିଗଲି | ସେ ଲାଲ ସ୍କୁଟି କିଏ ମୋର ଜାଣିବାକୁ ଇଚ୍ଛା ହେଉଥିଲା ତେଣୁ ତାକୁ ଫଲୋ କରୁଥିଲି | ମୁଁ ଭାବୁଥିଲି ସେ ବୋଧେ ମତେ ଜାଣିଚି ନହେଲେ ଏମିତି ରେସ କାଥା କାହିଁକି କହିଲା | ସେ ଯାହାବି ହେଉ ଡମଣା ଛକ ଟ୍ରlଫିକରେ ସେ ମୋ ଆଗରେ ଥିଲା | ଟ୍ରlଫିକ ଲାଇଟ ଗ୍ରୀନ ହେଲାମାତ୍ରେ ଆଗକୁ ବଢିଗଲା ଓଗହଳିରେ ହଜିଗଲା | ମୁଁ ଟ୍ରlଫିକ ଲାଇଟ ୟେଲୋ ହେବପରେ ପାସ କଲି | ସେ ବହୁତ ଜୋରରେ ସ୍କୁଟି ଚଳାଉଥିଲା ଓଗହଳିରେ ହଜିଗଲା ମୁଁଭାବିଲି ଭଲହେଲା ନେକ୍ସଟ ପଟିଆ ଟ୍ରlଫିକ ରେ ଆଉଦେଖl ହେବନି | ପଟିଆ ଟ୍ରଫିକରେ ମୁଁ ତାକୁ ଆଉ ଦେଖିଲିନି | ମୁଁ ଗାଡିଷ୍ଟାର୍ଟ କଲାବେଳକୁ ସେ ପଛରୁ ଜୋରରେ ଆସିଲା ଓ ମୋ ପାଖl ପାଖିଚାଲିଲା | କୀଟ ଛକରେ ସେ ମୋ ଆଗକୁ ଚାଲିଗଲା ଓ ଆଉ ଦେଖା ଗଲାନି | ମୁଁ କହିଲି ଭଲହେଲା ରେସ ସରିଗଲା | ମୋ ଆପାର୍ଟମେଣ୍ଟ ରେ

ପଶିବା ପରେ ଦେଖିଲି ସେ ଲାଲ ସ୍କୁଟି ମାଡାମ ସ୍ଵଦେହରେ ଠିଆ ହୋଇଛନ୍ତି ଓ ତାଙ୍କ ମୁହଁରେ ରେ ସଫଳତାର ହସ ଲାଗି ରହିଥଲା | ପାଖକୁ ଯାଇ ଦେଖିଲି ସେ ମୋର ପ୍ରିୟ ଶାଳୀ ସାହିବା | ନମସ୍କାର କରି କହିଲେ ଭାଇନା ଆପଣ ରେସ ରେ ହାରିଗଲେ ଏବେ ହୋଟେଲ ରେ ଟ୍ରିଟ ଦେବାକୁ ପଡିବ | ଆରେ ତୁ ଏମିତି ଅଚାନକ ? ଚାଲ ଘରକୁ ଚାଲ ଫ୍ରେଶ ହୋଇକି ଯିବା | ସେ କହିଲା ମୁଁ ଘରୁ ବାହାରିବା ବେଳେ ନାନୀ ସଂଗେ କଥାହୋଇ ବାହାରିଲି ଓ ରେସ କଥା ବାଟରେ ଭାବିଲି , ନାନୀ କୁ ସବୁ କହିଦେଇଛି | ଘରେ ପହଁଚିବା ପରେ ଶ୍ରୀମତୀ କହିଲେ ଯାହା କହିଥିଲି ସବୁ ଆଣିଛ ନl ନାହିଁ ? ସେତେ ବେଳକୁ ମନେ ପଡିଲା ରେସ ରେ ପଡି ସେସବୁ ଭୁଲିଯାଇଛି ବୋଲି | କହିଲି ଏବେ ହୋଟେଲ ଯିବା ତ  ଡାର୍ଲିଂଗ ସବୁ ଆଣିକି ଆସିବା | ସେ ଟିକେ ରାଗ ମିଶ୍ରିତ ସ୍ୱରରେ କହିଲେ ଥାଉ ଥାଉ ଶାଳୀକୁ ଦେଖି ଆଉ ବେଶୀ ଖୁସି ହୁଅନି | 


Rate this content
Log in

Similar oriya story from Comedy