Neelamadhab Rath

Horror Action Inspirational

3  

Neelamadhab Rath

Horror Action Inspirational

ଲାଲ୍ ଗଡ଼

ଲାଲ୍ ଗଡ଼

3 mins
88


କୋରାପୁଟ ଜିଲ୍ଲାର 30 କିମି ଦକ୍ଷିଣ ସୀମିକୁ ଲାଗି ବଣ ଜଙ୍ଗଲ ଘେରା ଛୋଟ ଗାଁ ଟିଏ । ଲମ୍ବା ଲମ୍ବା ପାହାଡ ଗାଁଟିର ସୀମାକୁ ବନ୍ଧନ କରିଛି । ପାହାଡ ମଝିରୁ ଝରଣା ଆଉ କାଚ କେନ୍ଦୁ ପରି ପାଣି । ପୂର୍ବ ପାହାଡର ଶିଖରରେ ସୂର୍ଯ୍ୟ ଉଦୟ ଆଉ ପଶ୍ଚିମ ପାହାଡର ଶିଖରରେ ଅସ୍ତ । ଖୁବ୍ ମନୋରମ ଗାଁଟିର ଦୃଶ୍ୟ । ପାହାଡ ତଳ ଜଙ୍ଗଲ ରୁ କେତେ ଯେ ପକ୍ଷୀ ରାବ ଦିଅନ୍ତି ସତେ ଯେପରି ଗୋଟେ ଛୋଟ ଚିଡିଆଖାନା। ରାତିରେ ବେଳେ ବେଳେ ବନ୍ୟ ଜନ୍ତୁଙ୍କର ବିକଟାଳ ରଡି ମଧ୍ୟ ଶୁଭାଯାଏ ଦୁର ଜଙ୍ଗଲରୁ । ଲଲ୍ ଗଡ଼ ଭାବେ ବେଶ୍ ପରିିଚିତ । 

   ପାହାଡ ଗୁମ୍ଫା ରେ ମାଓବାଦୀଙ୍କର ଆଡ୍ଡା ସ୍ଥଳୀ । ସେହି ଇଲାକାକୁ ସେମାନଙ୍କ ବିନା ଅନୁମତିରେ କେହିବି ଯାନ୍ତି ନାହିଁ । ସେମାନଙ୍କର ଆଦେଶରେ ଟାପୁ ସବୁ ନିୟନ୍ତ୍ରିତ । ସତେ ଯେମିତି ଏମାନେ ହିଁ ଏଠାକାର ଏକଛତ୍ରବାଦୀ ଶାସକ । ଖୁବ୍ ଅତ୍ୟାଚାରି ଆଉ ନୃସଂଶ ଏହି ମାଓବାଦୀମାନେ । କାନ୍ଧରେ ବନ୍ଧୁକ , ଲମ୍ବା ଲମ୍ବା ଚୁଟି ,ସାଙ୍ଗକୁ ଛକଛକିଆ ମାଟିଆ ପ୍ୟାଣ୍ଟ ସାର୍ଟ। ଆଖି ସବୁ ଲାଲ୍ ଲାଲ୍ । 

    ସେହି ଇଲାକାରେ ଗୋଟେ ଛୋଟ ପରିବାର ବାଳିଆ ସାନ୍ତା । ତା ସ୍ତ୍ରୀ ଆଉ ପୁଅ ସନିଆ ସାନ୍ତା । ସବୁ ଦିନ ପରି ସେଦିନ ବି ଜଙ୍ଗଲ କୁ ଯାଇଥାନ୍ତି , ବନଯାତ ଦ୍ରବ୍ୟ ଆଉ କାଠ ସଂଗ୍ରହ କରିବାକୁ । ଦୁରରୁ କିଛି ଗଛ ପତ୍ର ହଲିବାର ଶବ୍ଦରେ ଥରିଉଠେ ସନିଆ । ଧିର ସ୍ବରରେ ବାପାକୁ ଡାକ ପକାଏ । ହେଲେ ଉତ୍ତର ପାଏନି। ଛକିଯାଏ ପାଖ ବୁଦାମୁଳେ । କିଛି ଗୋଟେ ବଣ୍ୟପଶୁ ନ ହେଲେ ମାଓବାଦୀ ଆଶଙ୍କାଥିବାର ଆଶଙ୍କାରେ ବୁଦାରୁ ଡାଳ ପତ୍ର କାଢି ଘୋଡାଇ ହୋଇ ରହିଯାଏ । 

  କିଛି ସମୟପରେ ପାଞ୍ଚ ଛଅ ଜଣ ମାଓବାଦୀ ଦୌଡି ଦୌଡି ଚାଲିଯାନ୍ତି ସେହିବାଟଦେଇ । ସନିଆ ସବୁକିଛି ଦେଖୁଥାଏ ଡାଳପତ୍ର ଆଢୁଆଳରୁ । ଆଜି ବୋଧେ ଏମାନେ ତାଙ୍କ ଟାପୁକୁ ଲୁଟ୍ କରିକରିବାକୁ ବାହାରିଛନ୍ତି। ସଞ୍ଜତ ହୋଇ ସନିଆ ଅନ୍ୟ ପାହାଡିଆ ରାସ୍ତା ଦେଇ ଟାପୁରେ ପହଞ୍ଚୁଥାଏ । 

   ବଞ୍ଚାଅ...ବଞ୍ଚାଅ କାନ୍ଦର କରୁଣ ଚିତ୍କାର ଟାପୁର ଶେଷମୁଣ୍ଡରୁ ପ୍ରତିଶବ୍ଦ କରି ଫେରିଯାଉଥାଏ ପାହାଡପଟେ । ସନିଆ ଲୁଚି ଛପି ସେହି ଯାଗାକୁ ଯାଇ ଦେଖିଲା ବେଳକୁ , ତା ପାଦତଳୁ ପାହାଡଟା ଫାଟି ପଡୁଛି ଯେମିତି । ତା ପ୍ରେମିକା ରତନୀକୁ ମାଓବାଦୀ ମାନେ ଚାରିପଟେ ଘେରି ନେଇଥାନ୍ତି । କିଏ ତା ବାଳକୁ ଟିକିଏ ଟାଣି ଦେଉଥାଏ ତ କିଏ ତା ପିନ୍ଧା ବସ୍ତ୍ରକୁ । 

     ଆଜି ନିଶ୍ଚେ ମାଓବାଦୀ ରତନୀକୁ ଉଠାଇନେଇ ଯିବେ ତାଙ୍କ ଇଲାକାକୁ...? ତା ଇଜ୍ଜତ୍ କୁ ଏଇ ପାହାଡ ଉପରେ ଲୁଟିନେବେ? ଆଉ ରକ୍ତ ଦନଦନିଆ କରି ଫିଙ୍ଗିଦେବେ । ମନରେ ପାପ ଛୁଉଁଥାଏ ସନିଆର ।

     ଆଉ କାଳ ବିଳମ୍ବ ନକରି ଦୁଇ ହାତ ଉପରକୁ ଟେକି ଚାଲିଯାଏ ସେହି ଦୁର୍ବୃତ୍ତ ମାନଙ୍କ ପାଖକୁ ଆଉ ସରଣ୍ଡର କରିନିଏ ସେମାନଙ୍କ ପାଖରେ । କଥା ଦିଏ ସେ ପଛେ ମାଓବାଦୀ ଗ୍ୟାଙ୍ଗରେ ସାମିଲ୍ ହେବ ହେଲେ ରତନୀକୁ ଛାଡିଦେବାକୁ ମାଓ ଦଳପତି ପାଖରେ କାକୁତୀ ମିନତୀ ହୁଏ ।

    ସନିଆ କଥାରେ ରାଜି ହୁଅନ୍ତି ସେମାନେ ... ହେଲେ ସର୍ତ୍ତରଖନ୍ତି ତା ପ୍ରେମିକାକୁ ସାଙ୍ଗରେ ନେବ ସେହି ପାହାଡ ଗୁମ୍ଫାକୁ । ସେମାନଙ୍କ କାମ ସେବା କରିବ , ରୋଷେଇ କରିଦେବ ଇତ୍ୟାଦି । ତାର ଆଉ ରତନୀ ଜୀବନ ବଞ୍ଚାଇବା ପାଇଁ ଅନ୍ୟ ଉପାୟ ନ ପାଇ ମିଶିଯାଏ ମାଓ ଗ୍ୟାଙ୍ଗରେ । ବାପା ମାଁ ଙ୍କୁ ଜଣାଇବା ସୁଯୋଗ ନଥାଏ । 

     ଖୋଲା ଆକାଶଟା ଆଇ ପାହାଡି ଗୁମ୍ଫା ପାଲଟିଯାଏ ନୁଆ ଠିକଣା ସନିଆ ଆଉ ରତନୀ ପାଇଁ । ଆଉ ଜଙ୍ଗଲକୁ ବନଜାତ ,କାଠ ପତର ସଂଗ୍ରହ କରିବାକୁ ପଡିଲାନି ସନିଆର । ସେ ପାଲଟିଗଲା ଗୋଟେ ହିଂସ୍ର ମାଓବାଦୀ । ସକାନୁ ସଞ୍ଜ ବନ୍ଧୁକ ଚାଳନା...ଖୁନ୍ ରାହାଯାନୀ....ବମ୍ ଡିଟୋମିନେଟର ଖଞ୍ଜା । ରତନୀ ବି ସାଙ୍ଗରେ ସେହି କାମ ଶିଖୁଥାଏ । ରତନୀ କିନ୍ତୁ ଆଉ ତା ପ୍ରେମିକ ହୋଇ ରହି ନଥାଏ । କମାଣ୍ଡର ରତନୀକୁ ଯାହା ସାଙ୍ଗରେ ରାତ୍ରିଯାପନ କରିବାକୁ କୁହେ ସେ ଅନିଚ୍ଛା ସତ୍ବେ ଯିବାକୁ ବାଧ୍ୟ...ନ ହେଲେ ସେଇଠି ମୁଣ୍ଡ କାଟ୍। 

   ଏମିତି କିଛିଦିନ କଟିଯାଏ ... ମାଓ ବାଦୀ ଗ୍ୟାଙ୍ଗଙ୍କର ସେହି ଇଲାକା ଛାଡି ଅନ୍ୟ ଇଲାକା ଯିବାପାଇଁ ପ୍ରସ୍ତୁତି କରୁଥାନ୍ତି । ଗୁମ୍ଫା ବାହାରେ ନିଆଁ ଲଗାଇ ଗୋଟା ଛେଳିଟାକୁ ପୋଡାଇ ଦେଉଥାଏ ରତନୀ। କିଛି ମାଓ ପୁଳା ମାଂସ ଟାଣି ନେଇ ଖୁବ୍ ହାଣ୍ଡିଆ ପିଇ ଗଡି ଯାଉଥାନ୍ତି । ରତନୀ ଭଳି ଆଉ କିଛି ମହିଳା ମାଓ ବି ହାଣ୍ଡିଆ ପିଇ ଅର୍ଧ ଉଲଗ୍ନ ହୋଇ ନାଚିବାରେ ବ୍ୟସ୍ତ । ମଧ୍ୟ ରାତ୍ରି ବେଳକୁ ସମସ୍ତେ ନିଜ ନିଜ ଅସ୍ତ୍ରଶସ୍ତ୍ର ବନ୍ଧାବନ୍ଧି କରି ଶୋଇଯାନ୍ତି ।

     ସେ ଦିନ କିନ୍ତୁ ସନିଆ ଆଉ ଶୋଇ ନଥିଲା। ରତନୀକୁ ପାଖକୁ ଡାକି ବନ୍ଧୁକ ଧରାଇଲା ଆଉ ନିଜେ ତାର ବନ୍ଧୁକରେ ଫୁଲ୍ ଲୋଡ କରି ନିଶାରେ ଚୁର୍ ହୋଇ ଶୋଇଥିବା ସମସ୍ତ ମାଓବାଦୀଙ୍କୁ ଗୁଳିକଲା। ରାତ୍ରିର ଅନ୍ଧକାର ମଧ୍ୟରେ ରତନୀକୁ ଧରି ଟାପୁକୁ ଫେରିଗଲା । 



Rate this content
Log in

Similar oriya story from Horror