STORYMIRROR

Kamal Kumar Dash

Comedy

2  

Kamal Kumar Dash

Comedy

ଲାଇକ ଓ ଲଭ

ଲାଇକ ଓ ଲଭ

1 min
710



ସାର 5 କ୍ଲାସ ରେ ଲାଇକ ଓ ଲଭର ଥିବା ପାର୍ଥକ୍ୟ ବିଷୟରେ ପଚାରିଲେ । କିଏ କହିଲା ଲଭ ବଡ଼ କିଏ କହିଲା ଲାଇକ ବଡ଼ କିନ୍ତୁ କେହି ତାଙ୍କ ଭିତରେ ଥିବା ପାର୍ଥକ୍ୟ କୁ ଠିକ ଭାବରେ କହି ପାରିଲେ ନାହିଁ । ତା ପରେ ସାର କହିଲେ ଯଦି ଜଣେ ଗୋଟେ ଫୁଲକୁ ଲାଇକ କରେ ସେ ତାକୁ ଆଣି ପାଖରେ ରଖିବ କିନ୍ତୁ ଯଦି ସେ ଫୁଲକୁ ଲଭ କରେ ସେ ଫୁଲର ଗଛରେ ସବୁଦିନ ପାଣି ଦେବ ଓ ତାକୁ କିଛି ସମୟ ଚାହିଁ ରହିବ । 


   ଏ ସବୁ ଶୁଣି ରମେଶ ଚୁପ ହୋଇ ବସିଗଲା ସାର ତାକୁ ପଚାରିଲେ ଆରେ ରମେଶ କଣ ହେଲା ?ସେ କହିଲା ସାର ମୁଁ ଆମ ଘର କଥା ଭାବୁଛି ,ମୋ ବାପା ମାମା ଙ୍କୁ ଆଣି ତାଙ୍କ ପାଖରେ ରଖିଛନ୍ତି । ମୋ ବାବା ମାମା ଙ୍କୁ ଲାଇକ କରନ୍ତି ଲଭ ନୁହେଁ ତେଣୁ ସେମାନେ ସବୁବେଳେ ଝଗଡା କରୁଥାନ୍ତି ।ସାର ରମେଶକୁ କଣ କହିବେ ଭାବୁଥିଲେ ଓ ପୁରା କ୍ଲାସ ତା କଥା ଶୁଣି ଚୁପ ହୋଇଯାଇଥିଲI । 


Rate this content
Log in

Similar oriya story from Comedy