Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Ranjan Kumar

Abstract

3  

Ranjan Kumar

Abstract

କୁନି କାହାଣୀ ହୃଦୟର

କୁନି କାହାଣୀ ହୃଦୟର

4 mins
290


ଶରତର ଶାରଦୀୟ ସକାଳ । ପୁଜ୍ୟ ପୁଜାର ଋତୁ । କାଶତଣ୍ଡି ଫୁଲରେ ସମସ୍ତ ଧରା ପୃଷ୍ଠ ଆଜି ଯେମିତି ସୁସଜ୍ଜିତ । ଶରତର ମୃଦୁ ସ୍ପର୍ଶରେ ଧରଣୀ ରାଣୀ କାଶତଣ୍ଡିର ପସରା ମେଲାଇ ଚାତକ ପରି ଚାହିଁ ରହିଛି ମା’ର ଆଗମନକୁ । ସମସ୍ତ ପୁରପଲ୍ଲୀ ଘଣ୍ଟ ମାଦଳର ସ୍ୱରରେ ପୂରି ଉଠୁଛି । ନୂଆ ଉଦ୍ଦୀପନା ନୂଆ ଉନ୍ମାଦନା ନେଇ ଆବାଳବୃଦ୍ଧବନିତା ମା’ଙ୍କର ଆବାହନ କରୁଛନ୍ତି ତାଙ୍କର ଆର୍ଶୀବାଦରେ ଆପ୍ୟାୟିତ ହେବା ପାଇଁ ।

ମଣିଷ ତାର ପ୍ରକୃତ ପକୃତିକୁ ଭୁଲି ମା’ଙ୍କ ପାଖରେ ଶରଣାପନ୍ନ ହୋଇ ନିଜର ଶୁଭ ମନାସୁଛି । ନିଜର ସ୍ବାର୍ଥ ସିଦ୍ଧି ପାଇଁ ଆଜି ସେ ଶରଣାପନ୍ନ ।  ନାରୀମାନଙ୍କ ପ୍ରତି ନଜରିଆ ବଦଳିଛି ତାର । ମାଟି ପଥରରେ ତିଆରି ମୂର୍ତ୍ତି ପ୍ରତି ଅହେତୁକ ଆବୀଳତା କିନ୍ତୁ ରକ୍ତ ମାଂସର ଗଢା ନାରୀ ପ୍ରତି ବିକୃତ ଭାବନା । ଏମିତି କିଛି ବିକୃତ ମସ୍ତିଷ୍କର ମଣିଷ ମାନଙ୍କୁ ଛାଡ଼ି ଦେଲେ କିଛି ଭଲ ଲୋକଙ୍କ ପାଇଁ ତିଷ୍ଠି ରହିଛି ଦୁନିଆ ।

ସେମିତି ଏକ ନିଷ୍ପାପ ହୃଦୟର ପିଲାଟିଏ ମନୋଜ । ହସ ହସ ମୁହଁ । ଯେତେ ଦୁଃଖ କଷ୍ଟ ଆସିଲେବି ସବୁ ଦୁଃଖକୁ ହସି ହସି କେମିତି ସହିଯିବ ସେ କଳାଟି ସେ ଶିଖିଛି ତା ବାପା ପରମାନନ୍ଦ ବାବୁଙ୍କ ଠାରୁ ।

‌ପରମାନନ୍ଦ ବାବୁ ଜଣେ ସରଳିଆ ମଣିଷ । ଛନ୍ଦ କପଟ କିଛି ଜାଣନ୍ତି ନାହିଁ । ନିଛୁକ ମଣିଷ ପଣିଆର ପ୍ରତିଛବି ।

 ଗରିବ ହେଲେବି ଭାରି ସ୍ଵାଭିମାନୀ । ଟଙ୍କା ପଇସାର ସିନା ଅଭାବ କିନ୍ତୁ ପିଲାମାନଙ୍କର ସଂସ୍କାରରେ ଅଭାବ ରଖିନାହାନ୍ତି । ମଣିଷ ପରି ମଣିଷ କରି ଗଢ଼ିଛନ୍ତି ପିଲା ମାନଙ୍କୁ । ମାଛିକୁ ମର ବୋଲି କୁହନ୍ତି ନାହିଁ ।

ବାପା ଗଲା ପରେ ଘରର ସବୁ ଦାୟିତ୍ଵ ବହନ କରେ ମନୋଜ । ବାପାଙ୍କର ସଂସ୍କାରକୁ ପାଥେୟ କରି ସାନ ଭାଇ ଭଉଣୀଙ୍କୁ ମଣିଷ କରିଛି । ସମସ୍ତେ ତାର ହୃଦୟର ନିକଟତର । କିନ୍ତୁ ସବୁଠୁ ନିଜର ତାର ସାନ ଭଉଣୀ ।

କିଏ ପାଗିଳି ଡାକେ ତ କିଏ ଡାକେ ସରଧାରେ ତାକୁ କୁନି କିନ୍ତୁ ମନୋଜ ପାଇଁ ସେ ତାର ଗେହ୍ଲେଇ ଭଉଣୀ । କୁନି " ଅବୋଧ ଝିଅଟିଏ । ଦୁନିଆର ରିତି ନିତି, ଛନ୍ଦ କପଟ କିଛି ବୁଝେନା । ସେ ତା ଦୁନିଆରେ ମଶଗୁଲ୍ । ତା କଣ୍ଠରେ ଗୀତର ମୂର୍ଚ୍ଚନା ଭାରି ମନ ମତାଣିଆ । "ଦୀପ ଲା ଲା ଲା .... ଦୀପ ଲା ଲା ଲା.... ଦୀପ ଲା ଲା ଲା" । ଏ ଗୀତର ଅର୍ଥ ଆଜି ବି ଖୋଜି ପାଏ ନା । କିନ୍ତୁ ଶୁଣିବାକୁ ଭଲପାଏ ମନୋଜ ।

ଠିକସେ କଥା କହିପାରେନା ନା କୁନି । ଭଗବାନ ଭାରି ନିଷ୍ଠୁର, ନିଷ୍କପଟ ନିରିହ ପିଲାଟିକୁ ଦୁନିଆ ଯାକର‌ ଦୁଃଖ ଦେଇଛନ୍ତି । କେତେ ଡାକତର ଦେଖେଇ ଛି କେତେ ଦିଅଁ ଦେବତା ମନାସିଛି କୁନି ପାଇଁ ମନୋଜ, କିନ୍ତୁ କିଛି ଲାଭ ମିଳି ଲା ନାହିଁ । ଘରେ ଗେରସ୍ତ ଭାରିଯା ମିଶି ପାଞ୍ଚ ପ୍ରାଣୀ କୁଟୁମ୍ବ କମେଇବା ଲୋକ ଜଣେ । ସାଇ ପଡ଼ିଶା ବନ୍ଧୁ ବାନ୍ଧବମାନେ ପାଖରେ ବସେଇ ବୁଝାନ୍ତି ମନୋଜକୁ ଭାଇ ମାନଙ୍କୁ ହାତକୁ ଦି ହାତ କରେଇଲୁ ସମସ୍ତେ ନିଜ ନିଜର ସଂସାରରେ ମସ୍ ଗୋଲ, ଏବେ ନିଜ ସଂସାର କଥା ତ ଭାବେ ।

କିରେ... ମନୋଜ ଆଜି କାମକୁ ଯାଇନୁ କିରେ ?

ନାହିଁ ମ’ ଦିନା କକା, ଏବେ ପରା ପୂଜା ଛୁଟି ।

ଓହୋ , ଆରେ ପୁଅ ଗୋଟେ କଥା କହିବି ରାଗିବୁନିତ ।

ନାଇଁ ମ' କକା କୁହ ।

ଏ ଅଭାବୀ ସଂସାରରେ ନିଜ ପିଲା ଛୁଆ ଙ୍କ କଥା ଭାବୁ ଭାବୁ ତୁ ନାକେ ଦମ୍ ହେଇ ଯାଉଛୁ

ତା ସାଥେ କୁନି କଥା କେମିତି ବୁଝିବୁ ,ଆଜି ହାନି ଅଛି ଲାଭ ଅଛି । ଆଜି କାଲି କେତେ ଭଲ ସଂସ୍ଥା ସବୁ ଅଛି ।

ସେମିତି ଏକ ଭଲ ଅନାଥ ଆଶ୍ରମ ଦେଖି

କୁନିକୁ ରଖି ଦେ ।

କକା, ମୁଁ ତ ମୂରୁଖ ଅପାଠୁଆ ମଣିଷ

ତୁମେ ଏତେ ବୁଝିବାର ଲୋକ ହୋଇ ତୁମ ମୁହଁ ରେ ଏ

ସବୁ ଶୋଭା ପାଇଲାନି, ଲୁହ ଛଳ ଛଳ ହୋଇ କହିଲା

ମନୋଜ ।

ଦିନବନ୍ଧୁ ବାବୁ ନିଜ ହାତରେ ମନୋଜ ର ଲୁହ ପୋଛି

ଆରେ ବାଇଆଟା କିରେ, ମୁଁ ଏମିତି କହୁ କହୁ କହି ଦେଲି ନାଁ ।

ବାପା ବୋଉ ଆର ପାରିକୁ ଗଲା ପରେ ନିରୀହ ନିଷ୍ପାପ ପିଲାଟିର ମୋ ଛଡା କିଏ ବା ଅଛି । ବାପାଙ୍କ କଥା ଆଜି ବି ମୋର ମନେ ପଡେ ।

ପୁଅ ରେ, ତୁ ତାର ବଡ଼ ଭାଇ । ବାପ ସମାନ ତାକୁ କେବେ ଅନାଦର କରିବୁ ନି ନିରୀହ ଛୁଆଟା କିଏବା ତା କଥା ବୁଝିବ ତୋ ବିନା । ବାପାଙ୍କ କଥାକୁ ହେ ଜ୍ଞାନ କରିନି ମନୋଜ । ଯିଏ ଯାହା କହିଲେ ବି କାହା କଥାକୁ କର୍ଣ୍ଣପାତ କରେ ନି ସେ । ମନୁଆ ପିଲାଟା ମନ କଥା ହିଁ ଶୁଣେ ।

ନନା, ଏଥି ଏକୁଟିଆ କଣ କଲୁଛୁ ?

ଦେଖେ ମୁଁ ନୂଆ ମାମା ପିନ୍ଧିଚି....

ହଠାତ୍ କୁନିର ଡାକରେ ଚମକି ପଡ଼ିଲା ମନୋଜ

ମୃଣ୍ମୟ ଦେବୀ ପ୍ରତିମା ପରି ଉଭା ହୋଇଥିଲା କୁନି ତା ଆଗରେ, କଳାକାରର ରଙ୍ଗ ତୂଳୀରେ ଶେଷ ସ୍ପର୍ଶ ପରେ ଯେମିତି ନିର୍ଜୀବ ମୂର୍ତ୍ତିଟି ଜୀବନ୍ତ ଦେବୀ ପ୍ରତିମା ପାଲଟି ଯାଏ, କୁନି ଆଜି ସେମିତି ସଜ ବାଜ ହୋଇ ଦେବୀଟିଏ ପରି ଲାଗୁଛି ।

କି ଲୋ ଆଜି କ'ଣ ନୂଆ ଡ୍ରେସ୍ ??

ସରାଗରେ ପଚାରିଲା ମନୋଜ ....କିଏ ଆଣି ଥିଲା କିଲୋ !

ଭାଉଜ..ଭାଉଜ ମୋ ଭାଉଜ, ମୋ ନନା..ମୋ ଭାଉଜ..ଆନିଛି ଜାନି ପାରୁନୁନା ଆଜି ପଲା ପୂଜା !

ପୂଜା ମେଢ଼ ବୁଲି ଯିବା ।

ଖୁସିରେ ନାଚି ଉଠିଲା କୁନି..ତା ଓଠର ଏହି ଚେନାଏ ହସ ଦେଖିଲେ ମୋର ପୁରା ଦିନର ଥକା ମେଣ୍ଟି ଯାଏ କକା, କହିଲେ ଏ ସୁଖ କଣ ଟଙ୍କା ପଇସାରେ ମିଳିବ । ଏଭଳି  ନିରୀହ ନିଷ୍ପାପ  ଛୁଆଟାକୁ ହତାଦର କରି ଦେବୀଙ୍କୁ ଷୋଡ଼ଶ ଉପଚାର କରି ପୂଜିଲେ କି ଫଳ ମିଳିବ ଯେ’ ।

ଠିକ୍ କହିଛୁ ରେ ପୁଅ, ତୁ ମୂର୍ଖ ହେଲେବି ଆଜି ଏ ଦୀନବନ୍ଧୁର ଆଖି ଖୋଲି ଦେଇଛୁ । ନାରୀ ଦେହକୁ ଯାବତୀୟ ବିଳାସ ବ୍ୟସନର ସାମଗ୍ରୀ ରୂପେ ବ୍ୟବହାର କରୁଥିବା ଉପଭୋକ୍ତା ସମାଜ ଏବେ ନାରୀର ଶାରୀରିକ ସୌନ୍ଦର୍ଯ୍ୟକୁ ହିଁ ଭଲ ପାଉଛି ।

ଆଜିର ସଭ୍ୟ ସମାଜରେ ମା କୋଳରେ ହିଁ କନ୍ୟା ଭ୍ରୁଣ ହତ୍ୟାକରି ଦେବୀ ପ୍ରତିମାକୁ ସଜାଇ ପୂଜା ଅର୍ଚ୍ଚନାର ମିଛ ପ୍ରହସନ କରୁଛି । ମଣିଷ ଭିତରେ ଥିବା ମହିଷା ପ୍ରବୃତ୍ତିକୁ ହତ୍ୟା କରି ନିରୀହ, ଅସହାୟ ନାରୀକୁ ସମ୍ମାନ କଲେ ତାହାହିଁ ହେବ ମା’ଙ୍କର ପ୍ରକୃତ ପୂଜା ।

ହଁ କକା, ଏଥରକ ମା'ଙ୍କ ଆଗମନରେରେ ଆମ ମାନଙ୍କ ଭିତରେ ଥିବା ଅସୁର ପ୍ରକୃତିକୁ ହତ୍ୟା କରି ଭାଇ ଚାରାର ବାର୍ତ୍ତା ଦେବା ।

         ଯା ଦେବୀ ସର୍ବ ଭୂତେଷୁ

                               ମାତୃ ରୃପେଣ ସଂସ୍ଥିତା

         ନମ୍ଃ ତସୈ ନମ୍ଃ ତସୈ

                            ନମ୍ଃ ତସୈ ନମୋ ନମଃ ।


Rate this content
Log in

More oriya story from Ranjan Kumar

Similar oriya story from Abstract