STORYMIRROR

ABADHOOT PANDA

Romance Classics

4  

ABADHOOT PANDA

Romance Classics

କୁମାରୀର ବାସ୍ତବ ପ୍ରଣୟ ଭେଟି

କୁମାରୀର ବାସ୍ତବ ପ୍ରଣୟ ଭେଟି

4 mins
209

ଏକ ବିଂଶ ଶତାବ୍ଦୀୟ ଉତ୍କଳର ଏକ ସହର ତଳି ପଲ୍ଲୀ l ନାଁ ତାର ଅଭିସାରପୁର l ପ୍ରାଚୁର୍ଯ୍ୟ ରେ ଭରପୁର l ଦିଗନ୍ତ ବିସ୍ତାରୀ ଶସ୍ୟ କ୍ଷେତ୍ର l ପାଖରେ ବଣ ପାହାଡ଼ ଆଉ ଝରଣା l ବିସ୍ତିର୍ଣ୍ଣ ଫଳ ବଗିଚା l ଗୋ ଆଉ ଶସ୍ୟ ସମ୍ପଦ ସେହି ପଲ୍ଲୀ ବାସୀମାନଙ୍କ ପ୍ରଧାନ ଜୀବିକା l ବନ୍ୟ ସମ୍ପଦ ଏକ ଆନୁସଙ୍ଗିକ ଆୟ ପନ୍ଥା l ଗାଁର ମୁଖିଆ, ସରପଞ୍ଚ ଏବଂ ଶିକ୍ଷିତ ଜମିଦାର ପରିବାର ଅଶିକ୍ଷିତ ଗ୍ରାମବାସୀଙ୍କ ଭାଗ୍ୟ ନିୟନ୍ତ୍ରକ କିନ୍ତୁ ନ୍ୟାୟ ବାଟରେ l ଜମିଦାର ପରେଶ ବାବୁଙ୍କ ଦୁଇଟି ପୁଅ ଗୋଟିଏ ଝିଅ l ବଡ଼ ପୁଅ ଆଶୁତୋଷ ମାରାଇନ ଇଞ୍ଜିନିୟର ଫ୍ଲୋରିଡାରେ ପ୍ରତିଷ୍ଠିତ l ସାନ ପୁଅ ରାଜେଶ ସଫ୍ଟ ୱେର ଇଂଜିନିୟରିଙ୍ଗ କୋର୍ସ ସମୂର୍ଣ୍ଣ କରିଛନ୍ତି l ମାତ୍ର ଚାକିରୀ ମିଳିଲାନି l ତେଣୁ ଏ କ୍ଲାସ କଂଟ୍ରାକଟର ଭାବେ କାର୍ଯ୍ୟରତ l ଅଜୀବନ ନିଷ୍କଳଙ୍କ ଚରିତ୍ର ଧାରଣ କରି ବାପା ମାଙ୍କ ପାଖରେ ରହି ସେମାନଙ୍କ ସେବାରେ ଦିନ କାଟିବାକୁ ବଦ୍ଧ ପରିକର l ବିଲ ବାଡ଼ି ଦେଖା ରେଖା କରି ହାତ ଚାଷ କୁ ଆହୁରି ମଜବୁତ କରିବା ତାଙ୍କ ଜୀବନର ଆଉ ଏକ ଲକ୍ଷ୍ୟ l ଏତେ ଗୁଡ଼ା ଦାୟୀତ୍ୱ ମଧ୍ୟରେ ନିଜର ପ୍ରଉଢ଼ ବାପାମାଙ୍କ ସୁସ୍ଥ ସବଳ ଚଳତକ୍ଷମ ଦେହ ମନ ରାଜେଶ ବାବୁଙ୍କ ମନରେ ଟିକେ ଶାନ୍ତି ଆଣେ କାର୍ଯ୍ୟବ୍ୟସ୍ତ ଜୀବନରେ l ସାନ ଝିଅ ସୁମିତା ଉଚ୍ଚ ଶିକ୍ଷିତା ଏବଂ ସୁଗୃହିଣୀ l ସ୍ୱାମୀଙ୍କ ସହିତ ଖାପ ଖୁଆଇ ଚାଲିବା ତାଙ୍କର ଆଦର୍ଶ l କିନ୍ତୁ ରାଜେଶଙ୍କ ପିତାମାତା ପାଖ ଗାଁର ସରପଞ୍ଚଙ୍କ ଝିଅ ରୁପାଲୀ ସହିତ ତାଙ୍କର ବିଭାଘର ଠିକ କରି ଥିଲେ l ରୁପାଲୀ ଏମ.ଏ. ପାସ କରି ଗୋଟାଏ କମ୍ପାନୀରେ ମ୍ୟାନେଜର ଚାକିରୀ କରୁଥିଲେ l ରାଜେଶ ନିଜ ପିତାମାତାଙ୍କ ମନରେ ଦୁଃଖ ଦେବାକୁ ଚାହୁଁ ନଥିଲେ l ତେଣୁ ରୁପାଲୀ ସହିତ ବନ୍ଧୁତା ସ୍ଥାପନ କରିଥିଲେ ଯେହେତୁ ଆସନ୍ତା ବର୍ଷ ତିଥିରେ ବିବାହ ତିଥିରେ ଜ୍ୟୋତିଷ ମହାଶୟଙ୍କ ପରାମର୍ଶ ଅନୁଯାୟୀ ପରେଶ ବାବୁ ଦିନ ଠିକ କରିଥିଲେ l ଅଥଚ ଆଜିକାଲି ଦୁନିଆର ଯୁବକ ହେଲେ ସୁଦ୍ଧା ରୁପାଲୀ ସହିତ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ରାଜେଶ ବାବୁଙ୍କ ନୀତି ବିରୁଦ୍ଧ ଥିଲା l ଏପରି ପରସ୍ଥିତି ଭିତରେ ଓ ସଂସାରର ଝଡ଼ ଝଞ୍ଜା ଭିତରେ ଚାହୁଁ ଚାହୁଁ ଏମିତି କିଛିବର୍ଷ ବିତି ଗଲା l


ଦିନେ ଏକ ଟାକ୍ସି ଗାଁ ଛକରେ ପହଞ୍ଚିଲା l ଟାକ୍ସିରୁ ଜଣେ ସୁନ୍ଦରୀ ଆମେରିକୀୟ ତରୁଣୀ ଓହ୍ଲାଇ ଆସିଲେ l ଗାଁ ଲୋକେ ରୁଣ୍ଡ ହୋଇ ପଡ଼ିଲେ l ତରୁଣୀଙ୍କ ଇଂରାଜୀ ଭାଷା କେହି ବୁଝି ପାରିଲେ ନାହିଁ l କାରଣ ଗାଁରେ ଉଚ୍ଚ ଶିକ୍ଷିତ ଥିଲେ ବି ରାଜେଶଙ୍କ ବ୍ୟତୀତ ଅନ୍ୟ କେହି ଇଂଲିଶ ସ୍ପିକିଙ୍ଗ କୋର୍ସ କରି ନ ଥିଲେ l ଗାଁ ଲୋକେ ତାଙ୍କୁ ଡାକି ଆଣିଲେ l ରାଜେଶ ଓ ମେମ ସାହିବାଙ୍କ ସହ ବାର୍ତ୍ତାଳାପରୁ ଜଣା ପଡ଼ିଲା ଯେ ସେ ହର୍ଭାର୍ଡ ବିଶ୍ଵବିଦ୍ୟାଳୟରୁ ଓଡିଶାର ଗ୍ରାମପଲ୍ଲୀ ଅଞ୍ଚଳର ଲୋକମାନଙ୍କ ଚଳଣି ଧର୍ମ ଓ ପରମ୍ପରା ଉପରେ ଗବେଷଣା କରିବା ତାଙ୍କର ଉଦ୍ଦେଶ୍ୟ l ସେ ଜଣେ ସୋସିଓଲୋଜି ଅଧ୍ୟାପିକା ତାଙ୍କ ନାଁ ଲୁସି ମାର୍ଗରେଟ l ତାପରେ ରାଜେଶ ତାଙ୍କର ଫାର୍ମ ହାଉସ ପାଖରେ ଏକ ଘରେ ଲୁସିଙ୍କ ରହିବା ବନ୍ଦୋବସ୍ତ କରିଦେଲେ l ନିଜ ସହକାରୀ ପୁରୁଷ ଦୁଇ ଜଣଙ୍କ ସହ ଲୁସି ରାଜେଶଙ୍କ ଘରେ ରହିଲେ l


ପ୍ରାୟ ଏକ ମାସ ରହଣି ମଧ୍ୟରେ ଲୁସି ଆଉ ରାଜେଶଙ୍କ ମଧ୍ୟରେ ବନ୍ଧୁତ୍ୱ ବଢ଼ିଗଲା l ପରେଶ ବାବୁ ମଧ୍ୟ ନିଜ ଗାଁର ମର୍ଯ୍ୟାଦା ଦୃଷ୍ଟିରୁ ଲୁସିଙ୍କୁ ବହୁତ କିଛି ସାହାଯ୍ୟ କଲେ l ତୁଣ୍ଡ ବାଇଦ ସହସ୍ର କୋଶ l ଏ ବିଷୟ ରୁପାଲୀଙ୍କ କାନରେ ପଡ଼ିଲା l ଦିନେ ଲୁସିଙ୍କୁ ସାଥିରେ ନେଇ ତାଙ୍କ ଗାଁ ଜଙ୍ଗଲ ଭିତରେ ଥିବା ଏକ ଅଭୟାରଣ୍ୟକୁ ବୁଲିଯାଇଥିଲେ l ବଣର ଜୀବ ଜନ୍ତୁ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖି ମୁଗ୍ଧ ଲୁସି କେତେ କଣ କହି ଯାଉଥାନ୍ତି ପ୍ରେମିଳ ଭଙ୍ଗୀରେ l ଲୁସିଙ୍କ ଆମେରିକୀୟ ଢାଞ୍ଚାରେ ବାର୍ତ୍ତାଳାପ ଓ ବ୍ୟବହାର ରାଜେଶଙ୍କ ନୈଷ୍ଟିକ ଭାରତୀୟ ତରୁଣଙ୍କ ମନରେ ଅଲୋଡ଼ାନ ସୃଷ୍ଟି କଲା l ତାଙ୍କ ଅଙ୍ଗରେ ଶିହରଣ ଖେଳିଗଲା l ଏଣେ ରାଜେଶଙ୍କୁ ତାଙ୍କ ଜନ୍ମ ଦିନର ଅଭିନନ୍ଦନ ଜଣାଇବା ପାଇଁ ରୁପାଲୀ ହାତରେ କେକ ଓ ଉପହାର ଧରି ପରେଶ ବାବୁଙ୍କ ଘରକୁ ରାଜେଶଙ୍କୁ ଦେଖା କରିବାକୁ ଆସିଥିଲେ ଠିକ ସେହି ଦିନ l ଖବର ପାଇ ରାଜେଶଙ୍କୁ ଦେଖା କରିବାକୁ ରୁପାଲୀ ଅଭୟାରଣ୍ୟରେ ପହଞ୍ଚିଲେ l ସେଠି ଦୁଇଜଣଙ୍କୁ ଏକାଠି ଠିଆ ହୋଇ ମୋବାଇଲରେ ମୁଭି ଦେଖୁ ଥିବାର ଦେଖି ରୁପାଲୀଙ୍କ ମନ ଓ ବିବେକ ମଧ୍ୟରେ ତୁମୁଳ ସଂଘର୍ଷ ସୃଷ୍ଟି ହେଲା l ରାଜେଶ କଣ ସତରେ ତାଙ୍କୁ ଭୁଲିଗଲେ? ଏ ପ୍ରଶ୍ନର ସମାଧାନ ଆଶାରେ ସେ ଦୁଇ ଜଣଙ୍କ ପାଖକୁ ଆଗେଇଯାଇ ପଚାରିଲେ, "ଏ କଣ ରାଜେଶ! ତୁମେ ଏ ସବୁ କଦାପି ଠିକ କରୁନ? ଏହି ତରୁଣୀ ଆମେରିକାର ଆଉ ଅନ୍ୟ ଧର୍ମୀ l ଆଜି ଅଛି କାଲି ପଳେଇବ l କିନ୍ତୁ ମୁଁ ତୁମ ପାଖରେ ସବୁଦିନ ରହିବି l ଭଲ କରି ଭାବିନିଅ l " ରାଜେଶ କହିଲେ, " ତୁମ ଅପେକ୍ଷା ଲୁସି ମୋ ପାଖରେ ବେଶୀ ଅନ୍ତରଙ୍ଗ l କାରଣ ଆମ ଘରେ ଥିବାରୁ ସକାଳ ହେଲେ ମୁହଁ ଚାହାଁ ଚାହିଁ l ତୁମେ ତୁମ ବାଟରେ ମୁଁ ମୋବାଟରେ l ହଁ ଏଣିକି ମୁଁ ଲୁସିଙ୍କୁ ବେଶୀ ଭଲ ପାଉଛି l ବିବାହ ପାଇଁ ଇଚ୍ଛା କରିଛି ଯାହା ଏକ ଆଦର୍ଶ ବିବାହ l" ରୁପାଲୀ କହିଲେ, " ଆଛା ଠିକ ଅଛି ତୁମ ଇଚ୍ଛା l ମାତ୍ର ମୁଁ ତୁମକୁ ବର୍ଷ ବର୍ଷ ଧରି ମୋର ହୃଦୟ ଦେଇ ଆସିଥିଲି l ତୁମେ ମୋ ସହ ବିଶ୍ୱାସଘାତକତା କଲ କିନ୍ତୁ ମୋ ମନରେ ତିଳେ ମାତ୍ର ଅବସାଦ କିମ୍ବା ଅନୁଶୋଚନା ନାହିଁ l ବରଂ ମୁଁ ନିଜକୁ ଗର୍ବିତ ମନେ କରୁଛି ଯେ ମୁଁ ଜଣେ ହିନ୍ଦୁ ଯୁବତୀ l ମୋର ସଂସ୍କୃତି ଓ ପରମ୍ପରା ମୋ ପାଇଁ ଭୁସ୍ୱର୍ଗ l ମୁଁ ତୁମ ଘରକୁ ସନାତନୀ ଦିବ୍ୟ ଚେତନାରେ ଉଦବୃଦ୍ଧ କରିଥାନ୍ତି ଯଦି ତୁମ ଖାନଦାନର ବୋହୁ ସାଜିଥାନ୍ତି l ଛାଡ଼ ମୋ ଭାଗ୍ୟରେ ନାହିଁ l ଯେହେତୁ ତୁମେ ମୋର ଅତି ଆପଣାର ଥିଲ ଓ ଗୁରୁଜନଙ୍କ ପ୍ରତିଶ୍ରୁତି ବଳବତ୍ତର ଥିଲା ଓ ସେମାନେ ଆମ ପଛରେ ଥିଲେ ତୁମ ପ୍ରତି ମୋର ପ୍ରେମାସକ୍ତି ଖୁବ ପ୍ରବଳ ହୋଇ ପଡ଼ିଥିଲା ଆଜି ଯାହାକୁ ମୁଁ ତୁମର ମଙ୍ଗଳ ପାଇଁ ଆଜି ଭୁଲିଯିବାକୁ ବାଧ୍ୟ ହେଲି l ହେଲେ ତୁମର ବ୍ୟବହାର ଦେଖି ମୁଁ ଆଜି ଲଜ୍ଜିତ କାରଣ ଜଣେ ଶିକ୍ଷିତ ହିନ୍ଦୁ ଯୁବକ ହୋଇ ନିଜର ଅଭିଜାତ୍ୟରେ କଳଙ୍କ ଲଗାଇଦେଲ l ଆଶା କରୁଛି ଲୁସି ଆଉ ତୁମର ବିବାହ ଆଡମ୍ବର ସହକାରେ ପାଳିତ ହେଉ ଓ ଉଭୟଙ୍କ ଦାମ୍ପତ୍ୟ ଜୀବନ ସୁଖ ମୟ ହେଉ l ମୁଁ ଯାଉଛି l " ଏତିକି କହି ନିଜ ହାତରେ ଧରିଥିବା କେକ ଆଉ ଫୁଲ ତୋଡ଼ା ଅରଣ୍ୟର ଘଞ୍ଚ ବୁଦା ମଧ୍ୟରେ ନିକ୍ଷେପ କରି ଅଶ୍ରୁପୂର୍ଣ୍ଣ ନୟନରେ ସେଠାରୁ ପ୍ରସ୍ଥାନ କରି ନିଜର ସ୍କୁଟି ଚଢ଼ି ନିଜର କର୍ମ କ୍ଷେତ୍ରରେ ପ୍ରବେଶ କଲେ l ଅସ୍ତଗାମୀ ସୂର୍ଯ୍ୟଙ୍କ ନିଷ୍ପ୍ରଭ ଗୋଲାପୀ କିରଣରେ ଲୁସି ଆଉ ରାଜେଶ ନିଜର ଯୁବ ସୁଲଭ ଉନ୍ମାଦନା ପ୍ରଣୋଦିତ ଗୁରୁତର ତ୍ରୁଟି ଯୋଗୁଁ ଭୀଷଣ ଅନୁତପ୍ତ ପ୍ରାଣରେ ଅଭିସାରପୁରକୁ ପ୍ରତ୍ୟବର୍ତ୍ତନ କଲେ l ରାଜେଶ ନିଜର ପିତା ମାତାଙ୍କୁ କ୍ଷମା ମାଗି ନିଜକୁ ସୁଧାରିବାର ଚେଷ୍ଟା ବିଫଳ ହେଲା କାରଣ ସେତେବେଳକୁ ନେଡ଼ି ଗୁଡ଼ କହୁଣିକୁ ବହି ଯାଇ ଗୁଡ଼ ପାଣିର ଖର ସୁଅ ସାଧ୍ବୀ ରୁପାଲୀକୁ ଶାଶ୍ୱତ ପ୍ରେମିଳ ସାଗରରେ ଭସାଇ ବୈକୁଣ୍ଠ ଧାମରେ ଅବସ୍ଥାପିତ କରି ସାରିଥିଲା l

              



Rate this content
Log in

Similar oriya story from Romance