Rasmi Rekha Tripathy

Inspirational

3  

Rasmi Rekha Tripathy

Inspirational

କୁବେର

କୁବେର

1 min
313


ଲୋକଟା ଧନରେ କୁବେର ହେଲେ କ’ଣ ହେବ, ଏତେ କୃପଣ ଯେ ଦେହରୁ ମଳି ଟିକେ ବି ଦେବନି । ମୋଟାମୋଟି ଏହି ଧାରଣା ଥିଲା, ତା’ ପ୍ରତି ସମସ୍ତଙ୍କର ।

ଝିଅ ବାହାଘର । ହୀରାଖଣ୍ଡ ଏକ୍ସପ୍ରେସରେ ଖଲ୍ଲକୋଟରୁ ଆସୁଛନ୍ତି ବରଯାତ୍ରୀ । ସକାଳୁ ସକାଳୁ ପହଞ୍ଚିବା କଥା ରାୟଗଡାରେ । ହଠାତ୍ ଖବର ଆସିଲା, ଅନ୍ୟ ଗୋଟିଏ ଟ୍ରେନ୍ ଦୁର୍ଘଟଣାଗସ୍ତ ହେବା ଯୋଗୁଁ ସବୁ ଟ୍ରେନ୍ ଅନିର୍ଦ୍ଦିଷ୍ଟ ସମୟ ବିଳମ୍ବରେ ଚାଲୁଛି । ହୀରାଖଣ୍ଡ ଅଟକି ରହିଛି ବିଜୟନଗରମ୍ ପାଖରେ । ସେଥିରେ ଅଛନ୍ତି ବର, ବରକର୍ତ୍ତା ସହ ଷାଠିଏ ବରଯାତ୍ରୀ । କ’ଣ କରିବି ମୁଣ୍ଡରେ ବୁଦ୍ଧି ପଶୁ ନ ଥିଲା । କନ୍ୟାପିତା ହିସାବରେ ସେମାନଙ୍କୁ ଏଠାକୁ ଆଣିବା ଦାୟିତ୍ୱ ବର୍ତ୍ତମାନ ମୋର ।

ଏହି ସମୟରେ ସେ ଲୋକଟି ଆସି ପହଞ୍ଚିଲା ମୋ ପାଖରେ । ତା’କୁ ଦେଖି ଆହୁରି ବିରକ୍ତି ଲାଗୁଥିଲା ।

: ମିଶ୍ର ବାବୁ ! ମୁଁ ମୋ ଡ୍ରାଇଭରକୁ କହି ଦେଇଛି । ବିଜୟାନଗରମ୍ ଷ୍ଟେସନ୍ ବାହାରେ ବସ୍ ନେଇ ସେ ଠିଆ ହୋଇଛି । ଆପଣ ବରପିତାଙ୍କୁ ଫୋନ୍ କରନ୍ତୁ । ଖମ୍ବେଶ୍ୱରୀ ବସରେ ସମସ୍ତଙ୍କୁ ନେଇ ବସିବା ପାଇଁ ।

ମୁଁ ଲୋକଟାକୁ ଆଶ୍ଚର୍ଯ୍ୟ ହୋଇ ଚାହିଁଲି । ମୋର ମନେ ପଡିଲା ଲୋକଟାର ବସ୍ ରାୟଗଡା ବିଜୟନଗରମ୍ ରୁଟରେ ଚାଲେ । ଭଦ୍ରାମୀ ଦୃଷ୍ଟିରୁ ମୁଁ ତା’କୁ ଟଙ୍କା କଥା ପଚାରିଲି ।

ମୋ ହାତ ଧରି ପକେଇ ଲୋକଟି କହିଲା, ଆପଣଙ୍କ ଝିଅ କ’ଣ ମୋ ଝିଆରୀ ନୁହେଁ ? ଏ ସାମାନ୍ୟ କେଇଟା ଟଙ୍କା ପାଇଁ ଦୟାକରି ମୋତେ ଲଜ୍ଜିତ କରନ୍ତୁ ନାହିଁ ।

ଏଥର ମୋତେ ଲାଗୁଥିଲା ଲୋକଟା କେବଳ ଧନରେ ନୁହେଁ, ମନରେ ବି କୁବେର ।


Rate this content
Log in

Similar oriya story from Inspirational