କଥାଟା ମିଛ ହୋଇ ଯାଆନ୍ତା ନି
କଥାଟା ମିଛ ହୋଇ ଯାଆନ୍ତା ନି


ଆଦି ମୁଁ ଆଉ ସୁରଭି ଅଫିସ୍ ରେ ତିନି ଜଣ ହିଁ ଭଲସେ ମିଶୁ । ଅନ୍ୟ ମାନଙ୍କ ସହ ଅମର ଏତେ ପଡେନି । ତ ରବିବାର ଛୁଟି ରେ ସେମାନେ ସମସ୍ତେ ଅରୁଣା ଜଙ୍ଗଲ ବୁଲିବାକୁ ବାହାରିଲେ , ଆମକୁ ବି ଡାକିଲେ କିନ୍ତୁ ଆମେ ଅନ୍ୟ ବାହାନା କରି ରହିଗଲୁ ।
ପ୍ରକୃତରେ ସେମାନଙ୍କ ସହ ଆମର ଜମା ପଟିବନି ସେଥିପାଇଁ । ତେଣୁ ଆମେ ତିନିହେଁ ଆଉ ଗୋଟେ ଭଲ ଯାଗାକୁ ଯିବୁ ବୋଲି ସ୍ଥିର କରି ରହିଲୁ ମନେ ମନେ । କୁଆଡେ ଯିବୁ ଭାବୁ ଭାବୁ ହଠାତ୍ ଆଦି କହିଲା , ଆରେ ଏତେ ଭାବୁଛ କଣ ଯେ ଚାଲୁନ ଯିବା ଲଙ୍ଗ୍ ଡ୍ରାଇଭ୍ ରେ । ବିଅର ଚିକେନ ପକୋଡା ର ମଜା ଉଠେଇବା ଆଉ ଢେର୍ ବୁଲି ବାଲିକି ଆସିବା ।
କଥାଟା ମନକୁ ପାଇଲା । ତେଣୁ ଶନିବାର ଠିକ୍ ସଂଧ୍ୟା ରୁ ଡ୍ରାଇଭର୍ ସାଙ୍ଗ ମନାସ ସହ ଆମେ ତିନିହେଁ ବାହାରିଲୁ ତାରି ବୋଲେରୋ ରେ ବସି । ଗାଡ଼ି ଟାଙ୍କି ତେଲ ଫୁଲ୍ ହେଲା । ଆହୁରି କୋଡ଼ିଏ ଲିଟର୍ ଗାଡ଼ି ପଛରେ ପ୍ଲାଷ୍ଟିକ ଜାର୍ ରେ ରହିଲା । ଏଥର ଆରମ୍ଭ ହେଲା ଗାଡ଼ି ଚାଲିଲା । ଆମ ପସନ୍ଦ ର ହୋଟେଲ୍ ପାଖରେ ଅଟକି ପେଟେ ମଟନ୍ ବିରିୟାନି ଖାଇଲୁ ତାପରେ ସମୁଦ୍ର କୁଳ ଯାଇ ସାଙ୍ଗରେ ନେଇଥିବା ବିଅର ଚିକେନ ପକୋଡା ମାଡ଼ କଲୁ । ଆଗ୍ରହ ଥିଲା ସମୁଦ୍ର କୁଳେ ଥଣ୍ଡା ପବନ ରେ ରାତି କଟେଇ ସକାଳକୁ ଆଉ ଆଗକୁ ବୁଲି ଯିବାକୁ । ଗାଡ଼ି ଲାଇଟ୍ ଅନ୍ କରି ସାଙ୍ଗରେ ଆଣିଥିବା ପାଲ ବିଛେଇ ଲ୍ୟାପଟପ୍ ରେ ଗୋଟେ ହଲିଉଡ୍ ହରର ଫିଲ୍ମୀ ଦେଖି ବସିଲୁ । ପ୍ରଥମେ ମୁଁ ହିଁ ଆରମ୍ଭ କରିଦେଲି , ସେ ଶଳା ଚନ୍ଦା ଗୋଟେ ସାଇନ୍ ଦେବାକୁ ଗୋଟେ ସପ୍ତାହ ଗଡ଼େଇ ଦେଉଛି । ତୁ କ'ଣ ତୋ ବୋପା ପଇସା ଦେଉଛୁ ? ସାଇନ୍ ଦେବାକୁ ଏତେ ଖୋସାମତ କାକୁତି ମିନତି କଣ ପାଇଁ ଯେ ?
ଆଦି ବି ତା ମା ଭଉଣୀ ଉଡେଇଲା । ସତରେ ସେ ଚନ୍ଦା ମ୍ୟାନେଜର ପ୍ରତି ସମସ୍ତେ ଅଶାନ୍ତି ଥିଲେ । ଆଉ ସୁରଭି କୋଉ ଛାଡିବା ପିଲା ଯେ ,
" ଶଳା ଚନ୍ଦା ବୁଢା ବୟସରେ ତାର ପ୍ରେମ ଉଛୁଳି ପଡୁଛି । ଅଯଥା ପାଖରେ ବସେଇ ଘଣ୍ଟେ ଘଣ୍ଟେ କଥା ହେବ , ଯେମିତି ମୁଁ ତା ଗାର୍ଲଫ୍ରେଣ୍ଡ । ସତରେ ସେ ଚନ୍ଦା ଯେତେବେଳେ କୁହେ ତମେ ଏଇ ନାଲି ଡ୍ରେସ୍ ରେ ନାଁ ହିରୋଇନ୍ ପରି ଦିଶୁଛ , ସେତେବେଳେ ମୋ ଇଛା ହୁଏ ତା ଚନ୍ଦା ମୁଣ୍ଡ ରେ ତାଆରି ଲ୍ୟାପଟପ୍ ବାଡେଇ ଭାଙ୍ଗି ଦେବାକୁ । "
ହଠାତ୍ ଗୋଟେ ଶବ୍ଦ ରେ ସମସ୍ତେ ଚୁପ୍ ହୋଇଗଲୁ ।
ଆମକୁ ଯେମିତି ଲାଗିଲା କେହି ଝିଅଟେ ଚିଲେଇଲା ।
ତାପରେ ମନର ଭ୍ରମ ଭାବି ଚୁପ୍ ରହିଲୁ । ତାପରେ ପୁଣି କଥା ଆରମ୍ଭ କଲୁ । କିନ୍ତୁ ପୁଣି ଓଉ .... ଏମିତି ଜୋର୍ ସେ ଆବାଜ୍ ଟେ ଆସିଲା । ଆମେ ଏଥର ସିୟୋର ହୋଇଗଲୁ , କିଏ ଗୋଟେ ପାଟି କରୁଛି ନିଶ୍ଚୟ । ପାଖରେ ଝାଉଁ ବଣ ଟେ । ହୁଏତ କେହି କୋଉ ଝିଅ ସହ ଦୁଷ୍କର୍ମ କରିବାକୁ ଚେଷ୍ଟା କରୁନି ତ । ମନକୁ ପାପ ଛୁଇଁଲା , ମନାସ କୁ ପଚାରିଲୁ ଏ ଯାଗା କେମିତି କା ? ସେ କହିଲା ଏତେ ଅସୁରକ୍ଷିତ ନହେଲେ ବି ଆଜିକା ସମୟରେ ସୁରକ୍ଷିତ ବୋଲି କଣ ବା ଗ୍ୟାରେଣ୍ଟି ଅଛି ?
ତାର ଏମିତି ସାପ ମରିବନି କି ବାଡି ଭାଙ୍ଗି ବନି କଥା ଶୁଣି ଆମେ ସେ ଆବାଜ୍ ଦିଗରେ ଯିବାକୁ ବାହାରିଲୁ ।
ସେ ଅଟକେଇଲା କହିଲା ସ୍ୟାଡେ ଯାଅନି , ହୁଏତ କେହି ଭୁତ ପ୍ରେତ ଯୋଇଥିବ । ଆମେ ତା କଥାକୁ ହସରେ ଉଠେଇ ଦେଇ ତାକୁ କହିଲୁ ତତେ ଆମେ ଯେତିକି କହୁଛୁ ତୁ ସେତିକି କର୍ । ଗାଡ଼ି ସେ ଝାଉଁ ବଣ ଆଡ଼କୁ ନେ । ଯାହା ହେବ ଦେଖାଯିବ । ସେ ବାଧ୍ୟ ହୋଇ ଆମକୁ ନେଇ ଚାଲିଲା ଝାଉଁ ବଣ ଆଡେ । ଝାଉଁ ବଣ ଅଧିକ ଭିତରକୁ ଗାଡ଼ି ଗଲାନି ବହୁତ ବାଲି ଯୋଗୁଁ । ତେଣୁ ଗାଡ଼ି ଷ୍ଟାର୍ଟ ରେ ରଖି ଜୋର୍ ପାଟିରେ ଡାକିଲୁ କିଏ.... ? କିଏ ପାଟି କରୁଥିଲ .....? କିଏ ଅଛ ....?
କିଛି ଆବାଜ୍ ଆସିଲାନି ଶେଷରେ ଆମେ ବାଧ୍ୟ ହେଲୁ ଫେରି ଆସିବାକୁ । ଗାଡ଼ିରେ ସମସ୍ତେ ବସି ଗାଡ଼ି ଦୁଇ ପାଦ ପଛକୁ କରିଛୁ ତ ଏଥର ସେ ଝିଅର ଆବାଜ୍ ଖୁବ୍ ଜୋର୍ ସେ ଶୁଭିଲା । ଓଉକ୍ ........ ଏମିତି ଆବାଜ୍ ଟେ ,
ପୁଣି ଗାଡ଼ି ରୋକି ଲୁ ସାଙ୍ଗ ରେ ଥିବା ମୋବାଇଲ ଲାଇଟ୍ ମାରି ଆବାଜ୍ ଆସୁଥିବା ଦିଗରେ ଗଲୁ । ବହୁତ ଖୋଜା ଖୋଜି ପରେ ଆମେ କାହାକୁ ବି ପାଇଲୁନି । ଆହୁରି ଦୁଇ ଚାରିଥର ଡାକିଲୁ କିଛି ବି ଶୁଭି ଲାନି । ଏଥର ଆମେ ମନାସ କଥାକୁ ବିଶ୍ବାସ କରିବାକୁ ବାଧ୍ୟ ହେଲୁ ଯଦିଓ ଆମକୁ ଭୁତ ପ୍ରେତ ଭୟ ବିଲକୁଲ ନଥାଏ , ତଥାପି ।
ସେଦିନ ଆମେ ଫୁଲ୍ ବୋରିଙ୍ଗ୍ ହେଲୁ ସେଇ ଆବାଜ୍ ରେ ।
ଆଉ ମନ ହେଲାନି କୁଆଡେ ଯିବାକୁ । ସୁରଭି କହିଲା କିଏ କିଛି ଆମକୁ ଏଠି କହିବାକୁ ଚାହୁଁଥିଲା ନିଶ୍ଚୟ ସେ ଭୁତ ପ୍ରେତ ଯାହାବି ହେଉ ।
ମନ ଅଶାନ୍ତି ହେଲା , ଛାଡ କିଛି ତ ମିଳିଲାନି ସେ ଯାହାବି ହେଉ । ଶେଷରେ ବୁଲି ବୁଲି ଥକି ପଡ଼ିଥିଲୁ ଆମେ ଚାରିଜଣ । ଘରକୁ ଫେରିବୁ ଭାବିଲୁ ମନ ଆଉ ବୁଲା ବୁଲି ରେ ଲାଗିଲାନି । ଆଗ ଆଦି ଘର ପଡ଼ିବ ତେଣୁ ସେ ଓହ୍ଲେଇ ପଡ଼ିଲା । ସୁରଭି କୁ ଏକା ଏତେ ରାତିରେ ଛାଡ଼ିବାକୁ ମନ ହେଲାନି । ତେଣୁ ମନାସ କୁ ବିଦାକରି ଦେଇ ମୋ ଅଫିସ କ୍ବାଟର କୁ ସୁରଭି ଆଉ ମୋର ଗଲୁ ।
ସୁରଭି କୁ ନେଇ ମୋ ମନରେ ସେମିତି କିଛି ଖରାପ ଭାବନା କି ନଜର ନଥିଲା । ତେଣୁ ସେ ମୋ ପାଖରେ ଅତି ସହଜ ରେ ମିଶି ପାରୁଥିଲା । ଓ୍ବାସ୍ ରୁମ୍ ଯାଇ ଆଗ ଫ୍ରେସ୍ ହୋଇଗଲା ସେ । ତାପରେ ମୁଁ ଗଲି । ଆଉ ଖାଇବାକୁ କିଛି ଇଛା ନଥିଲା । ବାସ୍ ବାକି ଥିବା ବିଅର୍ ଦୁଇଟା ଦୁଇଜଣ ପିଇକି ପଡିଗଲୁ ସେ ଖଟ ଉପରେ ମୁଁ ତଳେ । ସକାଳ ନଅଟାରେ ଆଖି ଖୋଲିଲା , ଖଟ ଉପରେ
ସୁରଭି ନାହିଁ । ଓ୍ବାସ୍ ରୁମ୍ ଯାଇଛି ବୋଧେ , ଡାକିଲି ଆରେ ଚଣ୍ଡି ଡୋର୍ ଲକ୍ କରି ପାରୁନୁ କି । ଜଳଦି ଆ ମୋତେ ଜୋର ସେ ଲାଗିଲାଣି । ଡୋର୍ ଠକ୍ ଠକ୍ ଆବାଜ କିଛି ଶୁଭିଲାନି କି ସୁରଭି ଅଧ ଘଣ୍ଟା ପରେ ବି ବାହାରି ଲାନି ବାଧ୍ୟ ହେଇ ତାକୁ ଗାଳି ଦେଇ ଓ୍ବାସ୍ ରୁମ୍ ପାଖକୁ ଗଲା ବେଳକୁ ସେ ସେଠି ନଥିଲା । ତା ମାନେ କ'ଣ ସେ ଚାଲି ଗଲାଣି ?
ମୋ ମୁଣ୍ଡ ଚକ୍କର କାଟିଲା ଯେତେବେଳେ ଦେଖିଲି କବାଟ ଭିତର ପଟୁ ଲକ୍ । ତେବେ ସୁରଭି !!???
ଠିକ୍ ଏତିକିବେଳେ ଆଦି କଲ୍ କଲା , ଆରେ ଜାଣିଛୁ ନା କାଲି ରାତିରେ ଝାଉଁ ବଣରେ କୋଉ ଝୀଅର ଲାସ୍ ଟେ ପଡ଼ିଛି ମ । କିଏ କେଜାଣି ?
ଆରେ ସତ କହୁଛୁ ?
ତୋତେ ମିଛ କହିଲେ କଣ ମୋତେ ପଇସା ମିଳିବ ?
ଆରେ ମୋ ମୁଣ୍ଡ ସକାଳୁ ଖରାପ । କାଲି ରାତିରେ ସୁରଭି ସହ ଆମେ ଫେରିଲୁ , ସକାଳୁ କୁଆଡେ ଗାୟବ ହୋଇଗଲା କେଜାଣି ? କବାଟ ଭିତର ପଟୁ ଲକ୍ ଅଥଚ ସେ ଘରେ ନାଇଁ ।
କଣ ପାଗଳ ଭଳି ଗପୁଛୁ , ସୁରଭି ଆମ ସହ କେତେବେଳେ
ଯାଇଥିଲା ?
ଆରେ କାଲି ଆମେ ସମୁଦ୍ର କୁଳ ବୁଲି ଯାଇନଥିଲେ ? ସିମୋନାର୍ ହୋଟେଲ୍ ରେ ମଟନ୍ ବିରିୟାନି ଖାଇ ନଥିଲେ ? ସମୁଦ୍ର କୁଳେ ବସି ବିଅର୍ ଚିକେନ୍ ପକୋଡା ଖାଇ ନଥିଲେ ? ତୋର ମୋର ସୁରଭି ଆଉ ମନାସ୍ ସହ ?
ତୁ ପାଗଳ ହେଇ ଯାଇଛୁ ନହେଲେ କାଲିର ନିଶା ଭଲସେ ଛାଡିନି ବୋଧେ ? ସେଥିପାଇଁ ଏମିତି ଗପୁଛୁ ? ଆରେ ପାଗଳ କାଲି ସୁରଭି ଯାଇନଥିଲା ଆମ ସହ । ତୋର ମୋର ଆଉ ମନାସ ର ଯାଇଥିଲୁ । ବୁଝିଲୁ ?
ମୋ ମୁଣ୍ଡ କିଛି କାମ କଲାନି , କାଲି ଏଇଟି ତ ସୁରଭି ଶୋଇଥିଲା ହେଲେ ଏ କଣ କହୁଛି ?
ତାପରେ ମନାସ ପାଖକୁ କଲ୍ କଲି ସେ ବି ସେଇ ଏକା କଥା କହିଲା ।
ଶେଷରେ ବେସିନ୍ ପାଖରେ ଯାଇ ଭଲକି ମୁହଁ ଧୋଇଲି । ସକାଳ ନିୟୁଜ୍ ଦେଖିବାକୁ ଟିଭି ଅନ୍ କରି ଦେଇଛି ତ । ପ୍ରଥମ ନିୟୁଜ ଦେଖି ମୁଣ୍ଡ ପାଗଳ ପରି ଲାଗିଲା ।
ନିୟୁଜ ରେ କହୁଥିଲା
ସ୍ଥାନୀୟ ସମୁଦ୍ର କୁଳ ଝାଉଁ ଜଙ୍ଗଲ ରୁ ରୁ ଝିଅଟିର ଲାସ୍ ମିଳିଛି ଝିଅଟିର ବୟସ ୨୫ / ୨୬ ହୋଇଥିବା ଅନୁମାନ କରା ଯାଉଛି । କେହିଜଣ ଦୁର୍ବ୍ବୁତ ଗଣ ଦୁଷ୍କର୍ମ ପରେ ହତ୍ୟା କରି ଛନ୍ତି ବୋଲି ସନ୍ଦେହ କରା ଯାଉଛି ।
ଲାସ୍ ଟି କୁ ଦେଖିବା ବେଳକୁ ସେ ଝିଅଟି ଆଉ କେହି ନୁହେଁ ସେ ଆମ ସୁରଭି ହିଁ ଥିଲା ।ମୁଁ ଲଥ୍ କରି ପଡିଗଲି ଖଟ ଉପରେ । ମୋ କାନରେ ଖାଲି ରାତି ରେ ସୁରଭି ବାରମ୍ବାର କହୁଥିବା କଥା ମନେ ପଡିଗଲା ।
ଏଇ ରୋହନ୍ , ସେ ଝିଅଟି ଆମକୁ ନିଶ୍ଚୟ କିଛି କହିବାକୁ ଚାହୁଁଥିଲା ରେ । ଆମକୁ ତା ପାଟି ଶୁଣା ଯାଉଥିବା ଦିଗରେ ଟିକିଏ ଯାଇ ଦେଖିବାର ଥିଲା ...
---------------------୦୦୦------------------
✍️.. ପରମେଶ୍ବର ଓଝା
ମହାକାଳପଡ଼ା , କେନ୍ଦ୍ରାପଡ଼ା
ମେଲ୍-- ojhaparameswar@gmail.com
ମୋ -- ୬୩୫୫୧୩୩୩୦୧