STORYMIRROR

Sunanda Mohanty

Action Classics Thriller

3  

Sunanda Mohanty

Action Classics Thriller

କୃପା

କୃପା

2 mins
181


ସମସ୍ତେ ତାଙ୍କୁ ଭାବର ଠାକୁର ବୋଲି କହନ୍ତି। ଜାତି ଧର୍ମ ନିର୍ବିଶେଷରେ ସେ ଭକ୍ତର। ନବଦିନ ବ୍ୟାପୀ ରଥ ଯାତ୍ରାରେ ଦିନେ ବି ଯାଇନି ପୁରୀ ବରଂ ଭୁବନେଶ୍ୱରରେ ଝିଆରୀ ବାହାଘରକୁ ଗଲି, ଆଉ ବାହୁଡ଼ା ଦିନ କରି ବଳିପଡ଼ିଥିବା ଭୋଜି ଖାଇ ସାରି ମନସ୍ତାପ କଲାବେଳକୁ ନେଡି ଗୁଡ଼ କହୁଣିକୁ ବୋହିସାରିଥିଲା। ବାହାଘର ମତୁଆଲି ନିଶାରେ ବାହୁଡା଼ ବୋଲି ମନେନଥିଲା।

  ଝିଅ କିନ୍ତୁ ଫୋନ କରିଥିଲା ଟିକି ନାତୁଣୀକୁ ଖୁବ ଜର,ଝାଡା ବାନ୍ତି। ସେ ବାହାଘରକୁ ନଆସିପାରିବା କାରଣରେ ସମସ୍ତେ ବୁଝି ଯାଇଥିଲେ ବି ମୁଁ ମୋ ମନକୁ ବୁଝାଇ ପାରିଲିନି। ମୋରି କ୍ରିୟା କର୍ମ ଯୋଗୁଁ ମୋ ଟିକି ନାତୁଣୀଟା ସବୁବେଳେ ଏମିତି ଦେହଖରପ ହୋଇ ପଡ଼ିଲା। ହଉ କାଳିଆ ଠାକୁର ମୁଁ ମହାପାପୀ ମତେ ଫରେନିଅ ପ୍ରଭୁ ବହୁଡ଼ାରେ।

  ସେଦିନ ହିଁ ବରମୁଣ୍ଡାରୁ ବାହାରି ପୁରୀ ବସରେ ପ୍ରତିଥର ପରି ଆରାମରେ ସିଟ ପାଇ ବସିଗଲୁ,, ହେଲେ ପୁରୀ ପୁରୀ ବୋଲି ଡ଼ାକି ଡ଼ାକି ଯେତେ ଚେଷ୍ଟା କଲେ ମଧ୍ୟ ଆମ ଦୁଇଜଣଙ୍କ ଛଡା ବସରେ କଳ୍ପନା ଯାଏଁ ଜଣେ ବି ଯାତ୍ରୀ ଉଠିଲେ ନାହିଁ ତ ଆମକୁ କଳ୍ପନାରେ ଓଲ୍ହେଇ ଦେଇ କଣ୍ଡକ୍ଟରଟା କଣ ବିଡି ବିଡି ହେଉଥାଏ ତ ମିଷ୍ଟର ପଚାରିଲେ, ଏଠୁ ଆମକୁ ସିଟ ମିଳିବନି, ଆଣିଲ କାହିଁକି ସେ କହୁଥିଲା, ଆମେ କଣ ପଇସା ନେଇଛୁ ଏତକ ସିନା ସ୍ବାମୀ ଶୁଣି ଓହ୍ଲେଇ ପଡ଼ିଲେ ମତେ ତା ଶେଷ ଖଣ୍ଡବାକ୍ୟ ଠିକ ଶୁଭିଥିଲା, ଆଲକ୍ଷଣା ଲୋକ ଦିଟାଙ୍କୁ ଉଠେଇ କି ହଇରାଣ। ମୋର ବି ମନେ ପଡ଼ୁଥିଲା ମୁହିଁ ଆଗ ଉଠିଥିଲି ବସରେ।

   ସେତେବେଳକୁ ଭରା ଭରା ଯାତ୍ରୀବାହି ବସଟା ତଥାପି ପୁରୀ ପୁରୀ ରଡି ଛାଡୁଥିଲା, ତ ଉଠିଗଲି ଆଉ ବସ ଡ୍ରାଇଭର ପାଖକୁ ଲାଗି ଉଚ୍ଚା ଜାଗାରେ ବସି ମିଷ୍ଟରଙ୍କୁ ବି ବାସିଯାଅ କହିବା ପୁର୍ବରୁ ଜଣେ ପୁରୀ କହି ଉଥିଲେ କିନ୍ତୁ ପୁରୀ ଟିକେଟ ନାକାଟି ପିପିଲି ଯାଏଁ କାଟିଥିବାରୁ ତାଙ୍କ ସହ ଜୋର ବଚସା।

   ପୁରୀ ଟିକେଟ କାଟିଥିଲେ ବି ସ୍ଵାମୀ ଯେବେ ସାକ୍ଷୀଗୋପାଳରେ ଓହ୍ଲେଇଦେବାକୁ କଣ୍ଡକ୍ଟର ଙ୍କୁ ଅନୁରୋଧ କରୁଥିଲେ, ମୋ ଉପରକୁ କୋଉଠୁ ଗୋଟେ କଣ ଆସି ପଡିଲା ତ ଦେଖିଲି ଗେଣ୍ଡୁ ଫୁଲ ସହ ତୁଳସୀ ପତ୍ର ଏଣେ ତେଣେ ଅନାଇ ଦେଖେତ ମୁଁ ବସିଥିବା ସିଟ ଉପରେ ଲାଗିଥିବା ଚତୁର୍ଦ୍ଧାମର୍ତ୍ତିଙ୍କ ନିକଟରୁ ଖସିଛି, ହାତ ମୁଠାରେ ତାକୁ ଚାପିନେଇ ବିନା ବାକ୍ୟ ବିନିମୟରେ ପୁରୀ ନଯାଇ ଓହ୍ଲେଇ ପଡ଼ିଲୁ, ସାକ୍ଷୀଗୋପାଳରେ। ଫୋନ କରି ଝିଅ କହୁଥିଲା ନାତୁଣୀ ଦେହ ଟିକେ ଭଲ ଅଛି। ଖୁସି ହୋଇ ମୁଁ କହିଥିଲି ହଁ ହଁ ମୁଁ ଜାଣେ। ମିଷ୍ଟର ମତେ ଆଖି ଫାଡ଼ି ଫାଡ଼ି ଚାହୁଁଥିଲେ, ଆଉ ଭାବଗ୍ରାହୀଙ୍କ କରୁଣାର ସନ୍ତକକୁ ମୁଁ ଖୁବ ଜୋରରେ ଜାବୁଡ଼ି କାଲି ସୁନାବେଶ ଦେଖିଯିବା କହି ଅଟୋରେ ବସିବାକୁ ଯାଉଥିଲି। ଅଟୋରେ ଥିବା ଦୁର୍ଗା ମୂର୍ତ୍ତିଙ୍କ ମାଳ ଖସି ମୋ ଉପରେ ପଡ଼ିଲା। ଧଡପଡ ହୋଇ ଅଞ୍ଚଳ ଘୋଡେ଼ଇ ପକେଇଲି ତ ମିଷ୍ଟର ମୋତେ ବୁଲି ଚାହିଁଥିଲେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action