STORYMIRROR

Madhabi Patel

Inspirational

4  

Madhabi Patel

Inspirational

କରୋନl ୨୦୨୦

କରୋନl ୨୦୨୦

2 mins
240

କରୋନା ର ପ୍ରଭାବ2020 ଆଜିକୁ ପନ୍ଦର ଦିନ ହେଲାଣି ରମେଶ କାମକୁ ଯାଉନି।ସେ ମିସ୍ତ୍ରୀ କାମକରେ।ହେଲେ ଯାହାର ଘର କାମ କରୁଥିଲା ଏବେ କାମବନ୍ଦ କରିଦେଇଛନ୍ତି।କରୋନାପାଇଁ ତାଲାବନ୍ଦ ହେଇଛି।ଘରେ ନିଜ ପରିବାର ସହ ରହିବାକୁ ମୋଦିଜୀ କହିଛନ୍ତି। ବାହାର ଲୋକଙ୍କ ସଂସ୍ପର୍ଶରେ ଆସିଲେ ରୋଗବଢିବାର ଭୟ ରହିଛି।ଏ ରୋଗର ଆଜିଯାଏ କିଛି ଔଷଧ ବାହାରିନାହିଁ।ଏହା ଏକ ଡିଆଁରୋଗ ଗୋଟିଏ ଲୋକକୁ ହେଲେ ତାର ଥୁକ ଖଙ୍ଖାର ଯୋଉଠି ପଡେ ସେଥିରେ ଥିବା ଭୁତାଣୁକୁ ଯଦି ଅନ୍ୟକେହି ଛୁଏଁ ତାହାତ ଦେଇ ମୁହଁ ନାକ ବା ଆଖି ସଂସ୍ପର୍ଶରେ ଆସିଲେ ତାକୁ ବି ସଂକ୍ରମିତ ହେଇଯାଏ।ସେଥିପାଇଁ ଘର ଭିତରେ ବନ୍ଦ ହେଇ ରହିଛନ୍ତି ସମସ୍ତେ।ଯାନ ବାହନ ବି ବନ୍ଦ।ଏବେ ଧୂଆଁ ପ୍ରଦୁଷଣରୁ ପୃଥିବୀ ଟିକେ ତ୍ରାହି ପାଇଛି।

ବସନ୍ତର ଆଗମନିରେ ପୃଥିବୀ ଦେହରେ ସବୁଜିମାର ସମ୍ଭାର।ନବ ପତ୍ରରେ ଶ୍ୟାମଳ ଦିଶୁଛି ପ୍ରକୃତିରାଣୀ।ଗଛ ଲତା ମାନଙ୍କରେ ପୁଷ୍ପ ଓ କଷି ଧରି ଧରାବନତ ହେଲାଣି ଶାଖାପ୍ରଶାଖା ସବୁ।କୋକିଳ ର ମଧୁର ସଂଗିତ ପାହାନ୍ତି ହେଉ ହେଉ ମନକୁ ଉଚ୍ଚlଟିତ କରିଦେଉଛି।ଚଇତାଳିର ମଧୁବାସ୍ନାରେ ଚହଲି ଯାଉଛି ମନ।ବିଭୋର ହେଉଛି କବିଙ୍କ ହୃଦୟ।ରାତ୍ରିରେ ଏବେ ସୁନୀଳ ଆକାଶ ତାରାଫୁଲରେ ଉଜ୍ବଳ ଦିଶୁଛି।କାରଖାନାର ସେ ବହଳ ଧୂଆଁ ଓ ଗାଡିମଟର ଧୂଆାଁ ବିହୀନ ଆକାଶ ବେଶ୍ ସଫାସଫା ଦିଶୁଛି।ଗଛ ର କାର୍ବନ ପରସ୍ତ ହଟି ଏବେ ପତ୍ରସବୁ ସବୁଜିମାରେ ହସୁଛି।ହେଲେ ମଣିଷ ମନରେ ସୁଖ ନାଇଁ।ସେ ଆଜି ନୀରୁପାୟ ବାହାରେ ବୁଲିବାକୁ lଗୃହବନ୍ଦୀ ହୋଇ ପଡିରହିଛି।ଗଚ୍ଛିତ ଖାଦ୍ୟସବୁ ସରିଗଲାଣି।ବାହାରୁ କଛି ଆଣି ପାରୁନି।ଗରିବ ଘରେତ ଅବସ୍ଥା ଆହୁରି ଶୋଚନୀୟ।ରମେଶ ର ପିଲାଙ୍କ ଖାଇବା ସବୁ ସରିଗଲାଣି।ପ୍ରଶାସନ ତରଫରୁ କିଛି ଚାଉଳ ଡାଲି ମିଳିଥିଲା।ତାହା ସାତପ୍ରାଣୀ କଟୁମ୍ବ ପାଇଁ ସମୁଦ୍ରକୁ ଶଙ୍ଖେ।ଜଳଖିଆର ତ କିଛି ସୁବିଧା ନାହିଁ।ଭାତ ଡାଲି ଆଳୁ ଖାଉଥିଲେ ଏତେଦିନ।କାମ ନ ମିଳିଲେ ସେ କେମିତି ଚଳାଇବ ସଂସାର।ସେ ଶୁଣିଲା ପରିବା ଦୋକାନ ରାସନ ଦୋକାନ ଔଷଧ ଦୋକାନ ଖୋଲିହେବ।ସେଏକ ପରିବା ପେଣ୍ଠକୁ ଯାଇ ଅଧା ଟଙ୍କାଦେଇ ଓ କିଛି ଉଧାରରେ ପରିବା କିଛି ନେଇ ଆସିଲା।ସାଇକେଲରେ ତାକୁ ଧରି ଗଳିଗଳି ଫେରିକଲା।ସମସ୍ତଙ୍କ ଘରେ ବନ୍ଦହେତୁ ପରିବା ସରିଯାଇଥିଲା ।ଲୋକେ ଅଳ୍ପ ଅଳ୍ପ କରି ଗୋଟେ ଦିଇଟା ତୁଣରେ ଗଜୁରାଣ କରୁଥିଲେ।ପରିବା ବାଲାର ଡାକଶୁଣିସମସ୍ତେ କଛିି କିଛି ପରିବା କିଣିଲେ।ଲୋକଙ୍କୁ ପରିବା ମିଳିଗଲା ତାର କିଛି ଆୟବି ହେଇଗଲା ତା ପରିବାର ପୋଷଣ ପାଇଁ।ସୁଲତାର ବି ପରିବା ସରିଯାଇଥିଲା ସେ ତାର ଡାକଶୁଣି ବାହାରି ଆସିଲା। ସୁଲତା ପଚାରିଲା ଭାଇ ପିଆଜ ରସୁଣ ଅଛି କି?ମୋର ପୂରାସରିଯାଇଛି।ସେକହିଲା ନା ଦିଦି ଲାଉ ,ଟମାଟୋ ,ଭେଣ୍ଡି ,କଲରା ,କାକୁଡି ,ମୂଳା ଅଛି।ସେ ସେ ଭିତରୁ ସବୁଥିରୁ କିଛି କଛି ରଖିଲା। ଘରକୁ ଯାଇ ପରିବାସବୁ ପ୍ରଥମେ ସର୍ଫ ପଣିର ପକେଇ ଦଶମିନିଟ ପରେ ଭଲ ପାଣିରେ ଧୋଇ ଫ୍ରିଜରେ ରଖିଲା।ତାପରେ ରୋଷେଇ ଆରମ୍ଭ କରୁଥିଲା।ସେତେବେଳେ ପୁଣି ପରିବା ବାଲାର ପାଟି ଶୁଣିଲା।ବାହାରକୁ ବାହାରିଲା ବେଳେ ବିକାଳି କହିଲା ଦିଦି ତୁମ କହିବା ମୁତାବକ ରସୁଣ ପିଆଜ କଞ୍ଚାଲଙ୍କା ଆଳୁ ସବୁ ନେଇ ଆସିଛି।ତାର କଥାଶୁଣି ସେ ଖୁସୀ ହେଇଗଲା।କହିଲା ଭାଇ ତୁମେ ଯୋଉମାନେ ଏ ସଂକଟ ସମୟରେ ବାହାରକୁ ବାହାରି ଆମପାଇଁ ଆବଶ୍ୟକ ଜିନିଷ ଯୋଗାଉଛ ସତରେ ମହାନ୍।ସେ କହିଲା ପିଲାଙ୍କ ପେଟ ପୋଷିବା ପାଇଁତ ବିପଦ ଭିତରକୁ ବି ଡେଇଁବାକୁ ପଡୁଛି।ସେଥିରେ ଅନ୍ୟ ମାନଙ୍କର ବି ସାହାଯ୍ୟ ହେଇଯାଉଛି।ତୁମକୁ ସାଲ୍ୟୁଟ୍ ଟେ ଭାଇ।ଭଗବାନ ତୁମକୁ ରୋଗମୁକ୍ତ ରଖନ୍ତୁ ସୁଲତା କହିଲା | ଗତବର୍ଷ କରୋନାକୁ ନେଇ ଏ ଲେଖା |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational