କରୋନା କଥା
କରୋନା କଥା
ରାତି ବାରଟା , ସିଂ ବାବୁ ଡିଉଟି ବାହାରିଲେ ବାଟରେ ପୋଲିସ ଅଟକାଇଲେ | କରୋନା ପାଇଁ ରାସ୍ତା ଘାଟ ସବୁ ବନ୍ଦ |ତାଙ୍କୁ ପରିଚୟ ପତ୍ର ବା ପସ୍ପେସିଆଲ ଡିଉଟି ପାସ ମାଗିଲେ | ସେ ପରିଚୟ ପତ୍ର ଆଣି ନଥିଲେ | ପୋଲିସ ତାଙ୍କୁ ଜଲ୍ଦି ଘରକୁ ଫେରିଯିବାକୁ କହିଲେ | ସିଂ ବାବୁ ତାଙ୍କୁ ବହୁତ ବୁଝାଇଲେ ଓ ଫୋନ୍ ରେ ରେଲୱେ କଣ୍ଟ୍ରୋଲ ରୁମ୍କୁ କଥା ହେବାକୁ କହିଲେ ହେଲେ ସେମାନେ ଶୁଣିଲେନି | ତାପରେ ସେ 10କିମି ଦୂରରେ ଥିବା ଘରକୁ ଫେରିଲେ ଓ ପରିଚୟ ପତ୍ର ନେଇ ଫୁଣି ଆସିଲେ | ଅଫିସ ପହଁଚିବା ବେଳକୁ 2ଘଣ୍ଟା ଡେରି ହୋଇଗଲା | ଫଳରେ ସେ କରୁଥିବା ରିପୋର୍ଟ ବି ଲେଟ ହୋଇଗଲା ,ଓ ଜଲଦି ଜଲଦି ରେ ଟିକେ ଭୁଲ ବି ହୋଇଗଲା |
ସକାଳୁ ଡେରିରେ ରିପୋର୍ଟ ପାଇବାରୁ ଓ କିଛି ଭୁଲ ଥିବାରୁ ବଡ଼ ହାକିମ ତାଙ୍କୁ ସସ୍ପେଣ୍ଡ କରିବାକୁ କହିଲେ | ଚିଫ କଣ୍ଟ୍ରୋଲର ସାର୍ଙ୍କୁ ବହୁତ ବୁଝାଇଲେ ଓ କହିଲେ ସେ ଜଣେ ପୁରୁଣା ଲୋକ ,କରୋନା ଚେକିଂ ପାଇଁ ଲେଟ ହୋଇଗଲା ସାର | ସିଂ ବାବୁଙ୍କ ଆଉ ଅଳ୍ପ ଦିନ ରିଟାଏର୍ଡମେଣ୍ଟ ଅଛି | ସାର ସବୁ ଶୁଣି କହିଲେ ସିଂ କୋ ବୁଲାଓ | ସିଂ ବାବୁ ଘରକୁ ଫେରି ଆସିଥିଲେ | ଆଫିସ୍ରୁ ଡାକରା ପାଇଁ ଫୁଣି ଅଫିସ ବାହାରିଲେ | ଜଲ୍ଦି ଜଲ୍ଦୀରେ ଗୋଡ଼ ସ୍ଲିପ କରିଗଲା ଓ ପଡି ଖଣ୍ଡିଆ ହୋଇଗଲା , ମୁଣ୍ଡ ବି ଫାଟି ଗଲା ହସ୍ପିଟାଲ ହୋଇ ଅଫିସ ଆସିଲା ବେଳକୁ ବଡ଼ ସାହେବ ଘରକୁ ବାହାରୁଥିଲେ | ବାଟରେ ବଡ଼ ସାହେବଙ୍କ ନମସ୍କାର କଲେ |ବଡ଼ ସାହେବ ପଚାରିଲେ ମୁଣ୍ଡ କଣ ହେଲା ସେ କହିଲେ ସାର ଏବେ ଘରୁ ବାହାରୁ ବାହାରୁ ଗୋଡ଼ ଖସି ପଡିଗଲି ମୁଣ୍ଡ ରେ ଦିଟା ଷ୍ଟିଚ ପଡିଛି | ଚିଫ କଣ୍ଟ୍ରୋଲର କହିଲେ ସାର ସେଥିପାଇଁ ଆସିବାକୁ ଲେଟ ହେଲା | ସିଂ ବାବୁ ଫୁଣି କହିଲେ ସରି ସାର ,ଜଲ୍ଦି ରିପୋର୍ଟ କରିଥିବାରୁ କିଛି ଭୁଲ ହୋଈଗଲା ସାର ଆପଣ କହିବା ପରେ ଠିକ କରି ଆଉଥରେ ପଠେଇଥିଲି |ସାହେବ କହିଲେ ଓକେ ଆଉ ଯେମିତି ଭୁଲ ନହୁଏ |ତା ପରେ ଚିଫ ଙ୍କୁ ଡାକି କହିଲେ ତାଙ୍କୁ ଏ ଥର ବାର୍ଣ୍ଣି ଦେଇ ଛାଡିଦିଅ | ଥାଙ୍କ ୟୁ ସାର କହି ସିଂବାବୁ ମୁଣ୍ଡ ନୁଆଁଇ ନମସ୍କାର କଲେ ଓ ମାନେ ମାନେ ଭାବୁଥିଲେ ଆଜି ଦିନଟା ଠିକ ନଥିଲା କରୋନା ପାଇଁ |