STORYMIRROR

Dr Jharana Satapathy

Tragedy

2  

Dr Jharana Satapathy

Tragedy

କରୋନା ଚିନ୍ତାରେ ଦୁଗ୍ଧ ଵେପାରୀ

କରୋନା ଚିନ୍ତାରେ ଦୁଗ୍ଧ ଵେପାରୀ

2 mins
176

କରୋନା ଚିନ୍ତାରେ ଦୁଗ୍ଧ ଵେପାରୀ ମୋହନ ସବୁବେଳେ ସୋସାଇଟିକୁ ଖିର ଦେବା ପାଇଁ ଆସେ। ସେ ଖିର ଦେବା ପାଇଁ ତାର ଯେଉଁ ସାଇକେଲରେ ଆସେ, ସେ ଆସିବା କ୍ଷଣି ତା ସାଇକେଲର ଆଓ୍ବାଜ ପ୍ରାୟ ସମସ୍ତଙ୍କୁ ଶୁଭିଯାଏ।କେଉଁ ପୁରୁଣା ଯୁଗର ସାଇକେଲ ଖଣ୍ଡିଏ।ସେ ସାଇକେଲଟିକୁ ପୁଣି ଯୌତୁକରେ ଆଣିଥିଲା ତାର ସ୍ତ୍ରୀ।ସେ ସାଇକେଲରେ ଯେଉଁ ଘଣ୍ଟିଟି ବାନ୍ଧିଥାଏ ତାର ଆଓ୍ବାଜ ସମସ୍ତଙ୍କୁ ଶୁଭିଯାଏ।ପ୍ରତି ଘରେ ବେଲ୍ ମାରି ଖିର ଦିଏ। କିନ୍ତୁ କରୋନା ଭୟରେ ତାକୁ ସୋସାଇଟି ଭିତରକୁ ଆସିବା ପାଇଁ ବାରଣ କରା ଯାଇଥାଏ। ତାକୁ ଆସିବା ପାଇଁ ମନା କରିଵା ସର୍ତେ ସେ ତାର ଖିର କେନ ଧରି ପୁଣି ସଂନ୍ଧ୍ଯାରେ ପହନ୍ଚିଯାଏ ।ସିଏ ତା ମୁହଁରେ ମାସ୍କ ନ ପିନ୍ଧି ଏ ଘରୁ ସେ ଘରୁ ହୁଏ।  ମୁଁ ତାକୁ ସତର୍କ କରିଦେଲି ଏ କରୋନା ଲାଗି ଖିର ରଖିବାକୁ ତୁମଠୁ ଭୟ ଲାଗୁଛି।ତୁମେ କାଲିଠୁ ଯମା ଆସିବନି। ଦୁଇଦିନ ସେଥିପାଇଁ ସେ ଖିର ଦେଖା ପାଇଁ ଆସିଲା ନାହିଁ ହେଲେ ତାର ପିଲାଛୁଆ ଚଳିଵେ କିପରି? ତାପର ଦିନ ଗୋଟିଏ ଶାଳ ପତ୍ରକୁ ମାସ୍କ ରୂପେ ବ୍ୟବହାର କରି ପୁଣି ଆସିଗଲା ଖିର ଦେବାକୁ ।ମୁଁ ତାକୁ ଦେଖି ପଚାରିଲି  ଆରେ ମୋହନ ତୁ କାହିଁକି ଆସିଛୁ ଆଉ ତୁ କଣ ମୁଁହରେ ଵାନ୍ଧିଛୁ ? ବଜାରରେ ମାସ୍କ ର ଅଭାବ କରିବି କଣ ? ମୁଁ ନିଜେ ସତର୍କ ହେଵା ପରଠୁ କେତେବେଳେ ମୋର ବାରିପଟେ ଲଗାଇ ଥିବା କଦଳୀପତ୍ର, ବନ୍ଧାକୋବିର ପତ୍ରକୁ ମାସ୍କ ରୂପେ ବ୍ୟବହାର କରୁଛି।ନ ହେଲେ ଖଲିପତ୍ର କୁ ମୁଁହରେ ଗୁଡାଇ ପିନ୍ଧୁଛି ଖାଲି ଆଖି ଦୁଇଟିକୁ ଛାଡି। ମୁଁ ଖିର ବିକ୍ରି ନ କଲେ ପେଟ ପୋଷିବି କେମିତି ଏବଂ ଚଳିଵି କେମିତି । ଏପଟେ ପିଲାଛୁଆ ଘର। ଆମେ ପରା ଗରିବ ଲୋକ।ଗୋଟିଏ ଗାଇ ରଖିଛି ମାଆ। ଏଠି ଯାହା ଯାହା ଘରେ ଖିର ଦିଏ ମାସକୁ ପଇସା ମିଳିଲେ ନିଜେ ବହୁ କଷ୍ଟରେ ଚଳାଇନିଏ। ସହ ସହ ଖିରଵାଲା ଖିର ସବୁକୁ ରୋଡରେ ଢାଳୁଥିବା ଆପଣ ଟିଭିରେ ଦେଖିଥିଵେ ।କରୋନା କଟକଣା ପରଠାରୁ ଗୋପାଳକ ମାନେ ବେରୋଜଗାର ହୋଇ ପଡିଛନ୍ତି।କରୋନା ଲାଗି ଦୋକାନ ବଜାର ବନ୍ଦ ହେବା ଲାଗି ମିଠା ଦୋକାନ,ଚାଦୋକାନୀ ମାନେ ଖିର ରଖୁନାହାନ୍ତି।ଫଳରେ ଖିର ସବୁକୁ ତଳେ ଢାଳିଦେଉଛନ୍ତି। ମୁଁ ତଳେ ଖିର ସଵୁ ଢାଳିବା ପାଇଁ ହାତ ଗଲାନି ମା।ତୁମେ ମାଆ ମତେ ଏତିକି ଦିନ ପଇସା ନ ଦେଲେ ମଧ୍ୟ ଖିରଦେଵି।  କରୋନାର ପରିଣାମ ଏତେ ଭୟଙ୍କର ହେଲା ଯେ ସମଗ୍ର ବିଶ୍ବରେ ଆତଙ୍କର ବାତାବରଣ ଖେଳାଇ ସହ ସହ ଲୋକଙ୍କର ଜୀବନ ଚାଲିଗଲା ।ନିଜେ ସତର୍କ ରହିଗଲେ ଭଲ।ଦେଖୁନ ମାଆ ମୋ ଗାଇର ମୁହଁରେ ମୁଁ ତୁଣ୍ଡି ବାନ୍ଧୁଥିଲି ,ମୁଁ ଆଜି ସେହି ତୁଣ୍ଡି ନିଜେ ବାନ୍ଧିଛି। ତା କଥା ଶୁଣି ଖିର ଦେଇ ଗଲା ପରେ ଵାଲକୋନିରେ ଛିଡା ହୋଇ ଚାହିଁ ରହିଲି ତାକୁ କିଛି ସମୟ । ଡକ୍ଟର ଝରଣା ଶତପଥୀ ଭୁବନେଶ୍ବର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy