Sunanda Mohanty

Action Inspirational Others

2  

Sunanda Mohanty

Action Inspirational Others

କନ୍ୟାରତ୍ନ

କନ୍ୟାରତ୍ନ

1 min
103


ଡାକ୍ତର ବାବୁ ବେସ୍ତ ବିବ୍ରତ ଜଣା ପଡୁଥିଲେ, ତ ଲେବର ରୁମରେ ଉମାଙ୍କ କଷ୍ଟରେ ଭାଙ୍ଗି ପଡୁଥିବା ତାଙ୍କ ସ୍ୱାମୀ ମକରାଙ୍କୁ ଆଶ୍ଵାସନା ଦେଇ ଭିତରେ ପ୍ରବେଶ କଲେ । କିଛି ସମୟ ପରେ ଝିଅଟିଏ ହୋଇଛି ବୋଲି ଦୁଃଖରେ ଜଣେଇଲେ ମକରାକୁ । ହେଲେ ମକରା ଖୁସିରେ ଦଉଡି ଯାଇ ମିଠା ବାଣ୍ଟୁଥିବାର ଦୃଶ୍ୟରେ ଅଭିଭୂତ ହେଲେ ପଚାରିଥିଲେ, ତୁମ ପ୍ରଥମ ସନ୍ତାନ କି ନା ବାବୁ ଆଗରୁ ଦୁଇଟି ଅଛନ୍ତି ଝିଅ, ଡାକ୍ତର ବାବୁ ଚମକି ପଡିଲେ, ତମେ ଏତେ ଖୁସି କେମିତି ? ଉତ୍ତରରେ ମକରା କହିଥିଲା, କାହିଁକି ବାବୁ ଝିଅ ହେଲେ ଦୁଃଖ କଣ? ଥିଲେ ଦେବ ନଥିଲେ ନାଇଁ, ଝିଅ ତ ଟିକେ ଦରଦ ବୁଝିବ । ପୁଅ ବାହା ହୋଇସାରିଲା ପରେ ପରା ବାପାମାଙ୍କୁ ବୃଦ୍ଧାଶ୍ରମରେ ଛାଡିଦେବ । ମକରାର ପୁରା କଥା ନଶୁଣି ଡାକ୍ତର ବାବୁ ଛୁଟି ନେଇ ଘରକୁ ଗଲେ । କାରଣ ତାଙ୍କର ଝିଅଟିଏ ହୋଇଥିବାରୁ, ମନ ଦୁଃଖରେ ଆସିଥିଲେ ହେଲେ ମକରା ତାଙ୍କ ଆଖି ଫିଟାଇ ଦେଇଥିଲା । ସେ ନିଜ ଭୁଲ ବୁଝିପାରିଥିଲେ। 


Rate this content
Log in

Similar oriya story from Action