Nibedita Mishra

Tragedy

3  

Nibedita Mishra

Tragedy

କଳା

କଳା

1 min
7.0K


ସକାଳୁ ସକାଳୁ ମାନିନୀ ହାତରେ ହଳଦି,କ୍ଷୀର ଓ ଚନ୍ଦନ ମିଶା ପେଷ୍ଟ ଗିନାଟିଏ ଦେଇ ମା'କହିଲେ-"ଯା' ଶୀଘ୍ର ଗାଧୋଇ ଆସିବୁ।"ହଁ ଭଲକି ମୁହଁ ଓ ହାତରେ ଲଗେଇବୁ।ସେମାନେ(ମାନିନୀକୁ ବରପକ୍ଷ ଦେଖିବାକୁ ଆସୁଥିଲେ) ଆସିବା ସମୟ ହେଇ ଗଲାଣି।ମୁଁ ୟାଡେ ସବୁ ଯୋଗାଡି ଦିଏ।

ହେଲେ ମୀନିନୀ ଭାବୁଥିଲା-"ଏଇ ଈଶ୍ବର ପ୍ରଦତ୍ତ କଳା ରଙ୍ଗଟା କ'ଣ ଗୋଟେ ଦିନରେ ବଦଳି ଯାଇପାରିବ କି?"ହଉ ଛାଡ......... ଦୀର୍ଘଶ୍ବାସଟିଏ ପକାଇଲା ଓ ଗାଧେଇବାକୁ ଗଲା।

ପୁଅଘର ଆସି ଯଥାବିଧି କାର୍ଯ୍ଯକ୍ରମ ସାରି ଫେରି ଗଲେ।

ଦୁଇଦିନ ପରେ ମଧ୍ଯସ୍ଥି ଖବର ଦେଲେ ଯେ -ସେମାନଙ୍କୁ କୁଆଡେ ଝିଅର ରଙ୍ଗଟା ପସନ୍ଦ ହେଲାନି।

ଏଖବର ପାଇ ମାନିନୀର ବାପା ମା ନିରାଶ ହେଇଗଲେ।

ମାନିନୀ କିନ୍ତୁ ଝରକା ପଟେ ବାହାରକୁ ଦେଖୁଥାଏ ଓ ଭାବୁଥାଏ ଯେ-ତା'ଦେହର ରଙ୍ଗ, ନା ବରପକ୍ଷର ଚିନ୍ତାଧାରା........ଏ ଦୁଇଟାରୁ ବେଶୀ କଳା କେଉଁଟା???

ନିବେଦିତା ମିଶ୍ର


Rate this content
Log in

Similar oriya story from Tragedy