Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Sachidananda Kar

Abstract

3.5  

Sachidananda Kar

Abstract

ଖରାପ ସମୟ

ଖରାପ ସମୟ

2 mins
129


     - ଆଉ......, ତୋ ପ୍ରେମିକର ଖବର କ' ଣ ? 


     - ପ୍ରେମିକ ! କେବେଠୁଁ ମୁଁ ତା'ର ହାତ ଛାଡି ଦେଇଛି।


     - ହେଲେ.......?


      - ହଁ,ତା' ସହିତ ମୋର କିଛି ପ୍ରେମ ହୋଇଥିଲା।ଏବେ ନାହିଁ।


      - ଏବେ ନାହିଁ କାହିଁକି ? କ'ଣ ଏମିତି ହେଲା ଯେ ?


      - ମୋ ସହିତ ଲୁଚକାଳି ଖେଳ ଖେଳିଲା ସେ।ପ୍ରେମରେ ଖୁବ୍ ନିର୍ଭୀକ ହେବାକୁ ପଡେ।ପ୍ୟାର୍ କିୟା ତୋ ଡରନା କ୍ୟା......।


      - ଓଃ....! ଏମିତି ତା'ହେଲେ।ଆଚ୍ଛା ଏବେ କରୁଛି କ'ଣ ସେ ?


      - ସେସବୁ ଜାଣିବାକୁ ମୋର ଇଚ୍ଛା ନାହିଁ।ସେ ବୁଡିଲା କି ଭାସିଲା,ମଲା କି ଗଲା,ମୋ ପାଖରେ ତା'ର ଖବର ନାହିଁ।


      - ଦିନେ ତା' ପାଇଁ କେତେ ପ୍ରେମ ପାଗଳୀ ନ ଥିଲୁ ତୁ ?


      - ହଁ,ଥିଲି।ପ୍ରେମ ମୋ ଭିତରେ ଗୋଟେ ସମୁଦ୍ରର ରୂପ ନେଇଥିଲା।ଏବେ କିନ୍ତୁ ସେଠାରେ ଟୋପାଏ ହେଲେ ପାଣି ନାହିଁ।ସିଏ ଝଡ ପରି ଆସିଥିଲା, ଝଡ ପରି ଚାଲି ଯାଇଛି।


      - ତା'ର ଅନୁପସ୍ଥିତିରେ ଏବେ କେମିତି ବିତୁଛି ଦିନ ?


     - ଏବେ ଭଲରେ ଅଛି।ଧୀରେଧୀରେ ତାକୁ ମୋର ମନ,ହୃଦୟ, ଚିନ୍ତା ଓ ଚେତନାରୁ ବାହାର କରି ଦେବା ପରେ ଏବେ ବାସ୍ ଆଗ ପରି ବଞ୍ଚୁଛି।ମୋ ଭଙ୍ଗା ଘରକୁ ମୁଁ ଭଲକରି ସଜାଡି ଦେଇଛି।


      - ଆଚ୍ଛା, ସେ ଦାଢି ରଖିଥିବା ପୁଅଟା କାହିଁ ? ମୁଁ ବି ଆଉ ତାକୁ କେବେ କେଉଁଠି ଦେଖୁନାହିଁ ?


     - ରାତି ପାହାନ୍ତାରେ କଡ ଲେଉଟାଇଲା ବେଳେ ନିଦ ଭାଙ୍ଗିଗଲେ ଦିନେ ଦିନେ ଖୁବ୍ ମନେ ପଡୁଥିଲା ସେ।ଆଖିରେ ଅଜସ୍ର ପାହାନ୍ତିଆ ନିଦ।ଦେହରେ ଗୋଟେ ଶିହରଣ ଅନୁଭବ କରୁଥିଲି।ଅଧା ମୁଦା ଆଖିରେ ତାକୁ ଅଣ୍ଡାଳୁଥିଲି।ହେଲେ ଏବେ ଆଉ ସେପରି ନାହିଁ।ମୋର ସ୍ବପ୍ନରେ ବି ଆସୁନାହିଁ ସେ।


      - ତା'ହେଲେ ଏବେ ତୁ ଖୁବ୍ ରାଗୁଥିବୁ ,ନୁହେଁ ?


      - ଆରେ ନା,ନା।କହିଲି ନା ମୁଁ ଏବେ ଆଗ ପରି ବଞ୍ଚୁଛି।ଶତ୍ରୁ ହୋଇ ବଞ୍ଚି ରହୁ ସେ।ତା'ପ୍ରତି ମୋ ମନରେ ଟିକେ ବି ରାଗ ନାହିଁ।


      - ସଂପର୍କ ତୁଟିଗଲେ କଷ୍ଟ ଲାଗେ।ତତେ କ'ଣ କଷ୍ଟ ଲାଗି ନ ଥିବ ?


      - ଗୋଟିଏ ବର୍ଷ ଅପେକ୍ଷା କଲି।ଚାତକ ପକ୍ଷୀ ବର୍ଷାକୁ ଚାହିଁ ରହିଲା ପରି ଚାହିଁ ରହିଲି।ମିଛ କାହିଁକି କହିବି......,ବହୁତ କଷ୍ଟ ପାଇଛି।ସାରା ରାତି ଆଖିରେ ନିଦ ଆସେନି।ପ୍ରେମକୁ ଯିଏ ଭୋଗିଛି ସିଏ ଜାଣିଛି ସେ କଷ୍ଟ।ଛାଡି ପାରୁଥିଲି ନା ରଖି ପାରୁଥିଲି ତାକୁ।ହେଲେ ଏବେ ସେ ନିରୁଦ୍ଦିଷ୍ଟ।ତା' ଠିକଣା ମୋ ପାଖରେ ନାହିଁ କି ମୋ ଠିକଣା ତା' ପାଖରେ ନାହିଁ।


      - ଏବେ ତା'ହେଲେ କ'ଣ ଅନୁଭବ କରୁଛୁ ତୁ ?


      - ଏବେ ବୁଝୁଛି,ନଈ ପାଣି ପରି ପ୍ରେମ କେବେ ସ୍ଥିର ରହେ ନାହିଁ।କାହା ପ୍ରେମ ଉପରେ କେହି ଅଧିକାର ସାବ୍ୟସ୍ତ କରିପାରେନି।


      - ଆହା......! ପିଲାଟା କେତେ ଭଲ ଲାଗୁଥିଲା।ଏପରି କରିବ ଭାବି ନ ଥିଲି।ଏତେ ଖରାପ ହୋଇ ପାରିଲା ସେ କେମିତି ?


      - ସେ ଭଲ କି ଖରାପ, ସେସବୁ ଜାଣିବାକୁ ମୋର ଟିକେ ବି ଇଚ୍ଛା ନାହିଁ।ମୋତେ ଖାଲି ଭାବିବାକୁ ହେଉଛି, ଖରାପ ସମୟଟେ ଆସିଥିଲା ମୋ ଜୀବନରେ।ମୋତେ କଷ୍ଟ ଦେଇ ଚାଲିଗଲା।ହେଲେ ମୋତେ ଏତେ କଥା ପଚାରୁଛ ତୁମେ କିଏ ? କିଏ ତୁମେ ?


      - ମୁଁ ସେହି ଖରାପ ସମୟ।ଆସୁଛି।ବାଏ......।


      - ଆଁ.......


      ଲିପି ଆଶ୍ଚର୍ଯ୍ୟ ହେଲା।


      - ହଁ,ଖରାପ ସମୟ।


      ମନକୁମନ କହିଲା ସେ।ପରେ ମନ ପରିବର୍ତ୍ତନ କରିଦେଲା।


Rate this content
Log in

More oriya story from Sachidananda Kar

Similar oriya story from Abstract