Parameswar Ojha

Horror

5.0  

Parameswar Ojha

Horror

ଖେଳ

ଖେଳ

5 mins
470


ଏ ଘଟଣା ଧରାପୁଟ ଜିଲ୍ଲାର ଦରାଣ୍ଡିମାଳ ଗାଁର ।

ସ୍କୁଲରେ ଯଦି କେତେଜଣ ସାହସୀ ପିଲା ଥାନ୍ତି 

ରିକି, ରିମୁନ୍, ବବିତା,ସୋମୁ, ପିକୁନ୍ ଏମାନଙ୍କ ନାଁ ହିଁ ପ୍ରଥମେ ଆସେ , ଏମାନେ କୌଣସି କାମକୁ ଭୟ କରନ୍ତିନି , ଯୋଉ କାମକୁ ଅନ୍ୟ ପିଲାମାନେ କରିବାକୁ ପଛ ଘୁଞ୍ଚା ଦିଅନ୍ତି , ସେଇ କାମକୁ ଏମାନେ କରିବାକୁ ଆଗେ ଝପଟି ପଡନ୍ତି । ସେମାନେ ଅନ୍ୟ ମାନଙ୍କ ଠାରୁ କେତେ ସାହସି ସେଇଟା ଦେଖାଇବାକୁ ଏମିତି ସବୁ କରନ୍ତି , ଯେମିତି କି କୋଉ ମଶାଣି ଦେଇ ଅନ୍ଧାର ରାତିରେ ଯିବା , ଉଚ୍ଚା ଗଛରୁ ଡେଇଁବା , ପାଣି ଭିତରେ କିଏ ଅଧିକ ସମୟ ମୁଣ୍ଡ ବୁଡ଼େଇ ରହିବ ତାର ପ୍ରତିଯୋଗିତା କରିବା, ଏମିତି ବି ଦିନେ ସେମାନେ ନିଜ ନିଜର ହାତ ଶିର ବି କାଟି ଦେଇଥିଲେ ବାଜି ଲଗା ଲଗି ରେ । ପରେ ମେଡିକାଲ ଯାଇ ଚିକିତ୍ସିତ ହୋଇଥିଲେ ।  


ଏମିତି ସେମାନେ ଦିନେ ସ୍ଥିର କଲେ ଗୋଟେ ଅଦ୍ଭୂତ ଖେଳ ଖେଳିବେ ବୋଲି । ଖେଳଟି ହେଲା ଭୂତକୁ ଡ଼ାକିବାର ଖେଳ । ଟିଭିରେ ପ୍ରାୟ ଭୂତ ଫିଲ୍ମୀ ମାନଙ୍କରେ  ଯେମିତି କରନ୍ତି ସେମିତି କରାହେବ ।


ପ୍ରଥମେ ତ କେହି ରାଜି ହେଉନଥିଲେ କିନ୍ତୁ ପରେ ସୋମୁ ବୁଝେଇଲା-

 " ଆରେ ଏଥିରେ ଡରିବାର କଣ ଅଛି ସତରେ ଭୂତ ଚାଲି ଆସୁଛି ନା କ'ଣ ? ହେସ୍ ତୁମେମାନେ ଖାଲିଟାରେ ଡରୁଛ ଏଥିପାଇଁ କେତେ ତନ୍ତ୍ର ମନ୍ତ୍ର ଦରକାର , ଆମେ କ'ଣ ସେ ସବୁ ଜାଣିଛେ । ଖାଲି ଗୋଟେ ମଜା କରିବା କଥା ନା ଆଉ ।"


ଦିନ ସ୍ଥିର ହେଲା ସେଇ ଫିଲ୍ମୀ ହିସାବରେ , ଅମାବାସ୍ୟା ରାତିର ଠିକ୍ ରାତି ବାରଟାରେ ଆରମ୍ଭ ହେବ । ସେଥିପାଇଁ ତାପାଇଁ ଯାହା ଆବଶ୍ୟକ ସବୁ କିଣାକିଣି କରି ରଖିଲେ । ଯାହାକୁ ଯାହା ଦାୟିତ୍ଵ ଦିଆ ଯାଇଥିଲା ସେମାନେ ସମସ୍ତେ ଗୋଟି ଗୋଟି କରି ଆଣିଥିଲେ । ଚାରୋଟି କାଗେଜି ଲେମ୍ବୁ , ହଳଦୀ ଗୁଣ୍ଡ , କଞ୍ଚା ଲଙ୍କା , ଦଶଟି କଉଡ଼ି , ସିନ୍ଦୂର ଏମିତିକି ଛୋଟ ମୋଟ ଯାଦୁ ଦେଖାଉଥିବା ବିଶିନି କାକା ପାଖରୁ ସେ ମଣିଷ ଖପୁରୀ ଆଉ କାଉଁରୀ ହାଡ଼ ଦୁଇଟା ବି ନେଇ ଆସିଥିଲେ । ନେଇ ଆସିଥିଲେ ମାନେ ଲୁଚେଇ ନେଇ ଆସିଥିଲେ । 


 ଏବେ ବିଶିନିକୁ ପଞ୍ଚାଅଠି ବର୍ଷ ହେଲେ ବିଶିନି ତା ବୟସ ବେଳେ ବହୁତ କିଛି ସାଧି ଥିଲା , ମଣିଷ ବେକ କାଟି ପୁଣି ତାକୁ ଜୀବନ ଦେବା , ଆଖି ଆଗରୁ ସାମାନ୍ ଗାୟବ କରିବା , ପାଟିରୁ ବ୍ଲେଡ୍ ର ହାର ବାହାର କରିବା , ଏମିତି କି ରୁମାଲ୍ କୁ ବି ପାରା କରିଦେଇ ପାରୁଥିଲା , ସମସ୍ତେ କୁହନ୍ତି ସେକାଳେ ଚକ୍ଷୁ ବନ୍ଧନ ଜାଣିଥିଲି ଆଉ ଭୂତ ମାନଙ୍କୁ ସାଧିଥିଲା ଯାହା ଫଳରେ ଏସବୁ କରି ପାରୁଥିଲା । କିନ୍ତୁ ଦୁଃଖର କଥା ତା ବିଦ୍ୟା ସେ କାହାକୁ ଶିଖେଇ ପାରିଲାନି କି କେହି ତା ସର୍ତ୍ତ କୁ ଭୟ କରି ଆଗକୁ ବଢିଲେନି ସେ ସର୍ତ୍ତ ସବୁ ଥିଲା ବେଶ୍ ଭୟାନକ । 


ଯେମିତି କି ଠିକ୍ ସେତିକି ବେଳେ ଅଶ୍ବଗନ୍ଧା ଫୁଲ ଆସିବ ଯେତେବେଳେ ରାତି ଯାଉଥିବ ଦିନ ଆସୁଥିବ ଆଉ ଠିକ୍ ସେତେବେଳେ କାହାର ବି ଯେମିତି ଶବ୍ଦ ଶୁଭୁନଥିବା ଦରକାର ଏମିତି କି କାଉ , କୁକୁଡ଼ା ମାନଙ୍କର ବି ନୁହେଁ , ଆଉ ଏ ଦୃଶ୍ୟ ଯେମିତି କେହି ଦେଖିବେନି ଆଉ ସେ ସମୟରେ ସେ ବ୍ୟକ୍ତି ଜଣକ ସଂପୂର୍ଣ୍ଣ ଲଙ୍ଗଳା ହୋଇଥିବ । 


ପୁଷ୍ୟା ନକ୍ଷତ୍ର ହୋଇଥିବ ରାତି ବାରଟାରେ ଗୋଟେ ତନ୍ତ୍ର ଗୋଲାକାର ଭିତରେ ବ୍ୟକ୍ତି ଜଣକ ବସିବ , ସେ ଭୁତ ଭୁତୁଣୀ ଚିରୁଗୁଣି ବେତାଳ ମାନଙ୍କ ସହ କଥା ହେବ ଆଉ ସେମାନେ ତାକୁ ବହୁତ ପ୍ରକାରେ ଭୟଭୀତ କରାଇବେ ଯଦି କୌଣସି ଟିରେ ଭୟ ନ ପାଇ ଭୂତ ମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଯଦି ଜଣକୁ ସନ୍ତୁଷ୍ଟ କରିଦେଲା ତେବେ ତା କାମ ହୋଇଯିବ । ସେ ଭୂତ ଅବା ଭୂତୁଣୀ ତାର ଅଧିନ ରେ ରହି ସେ କହିବା ମୁତାବକ କାମ କରିବେ ଯାହା ଫଳରେ ଭୂତ ସବୁ କରିବ କିନ୍ତୁ ଲୋକ ମାନେ ଭାବିବେ ସେ ସବୁ ବିଶିନି କରୁଛି ଯାଦୁରେ ।


ଆହୁରି ବହୁତ କିଛି କାମ କରିବାକୁ ପଡ଼ିବ ସେ ଚକ୍ଷୁ ବନ୍ଧନ ଯାଦୁ ସାଧିବାକୁ ହେଲେ । 


ସବୁଥିରେ କଷ୍ଟେ ମଷ୍ଟେ ରାଜି ହୋଇଯାନ୍ତି ଇଛୁକ ବ୍ୟକ୍ତି ମାନେ , କିନ୍ତୁ ଶେଷ ପରୀକ୍ଷାରେ ସମସ୍ତେ ପଛଘୁଞ୍ଚା ଦିଅନ୍ତି ସେମାନଙ୍କ ଛାତି ଥରି ଯାଏ ସେ ସର୍ତ୍ତଟି ଶୁଣି ଆଉ ସେ ସର୍ତ୍ତଟି ହେଲା ନିଜ ପୁଅ କିମ୍ବା ଝିଅ ନହେଲେ ବର୍ଷକ ଭିତର ବୟସର ଯେ କୋୖଣସି ପିଲାକୁ ମଶାଣିକୁ ନେଇ ସେଇ ତନ୍ତ୍ର ଗୋଲାକାର ଭିତରେ ଶୁଆଇବ ମନ୍ତ୍ର ତନ୍ତ୍ର ପଢାହେବ ଯଦି ସେ ବ୍ୟକ୍ତି ଜଣକ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସବୁ ସଠିକ ଭାବରେ କରିଥିବେ କୌଣସି ତ୍ରୁଟି ନଥାଏ ତେବେ ସେ ଛୁଆଟି ବଞ୍ଚିବ ନ ହେଲେ ମରିଯିବ ।


ବାସ୍ ତା ପରି କଠୋର ହୃଦୟ ବାଲା ମଣିଷ ତାକୁ କେହି ମିଳିଲେନି କି ତା ବିଦ୍ୟାର ବିକଶିତ ହୋଇ ପାରିଲନି । 

ଶୁଣା ଯାଏ ବିଶିନି ଏଇ ବିଦ୍ୟା ହାସଲ କରିବାକୁ ତାର ଦୁଇ ନାତିକୁ ମରଣ ମୁହଁକୁ ଠେଲି ଦେଇଛି ଶେଷରେ ନିଜ ପୁଅ ବେଳକୁ ସଫଳ ହୋଇଥିଲା । 


 ଛାଡ଼ନ୍ତୁ ତାକଥା , ଏଥର ଆସିବା ପିଲା ମାନଙ୍କ‌ ପାଖକୁ । ତ ସେମାନେ ସବୁ ଯୋଗାଡ଼ କରିଦେଲେ , ଖାଲି ବାକି ରହିଲା ଅଧ ରାତିରେ ମଶାଣିକୁ ଯାଇ  ପୋଡ଼ା ହୋଇଥିବା ମଣିଷର ଭସ୍ମ ଆଣିବା । ଯେହେତୁ ଏଇଟା ମସାଣି ରେ ରାତି କାମ ତେଣୁ ସମସ୍ତେ ସାଙ୍ଗ ହୋଇ ଯାଇଥିଲେ ଆଣିବାକୁ । କିନ୍ତୁ ସେଠି ଭସ୍ମ ସଂଗ୍ରହ କରୁକରୁ ଗୋଟେ ଅଦ୍ଭୂତ ବିକଟାଳ ଶବ୍ଦ ଶୁଣି ଛାନିଆରେ ଏକ ମୁହାଁ ହୋଇ ଦୌଡି କି ପଳେଇ ଆସିଲେ ସେଠୁ । କିନ୍ତୁ ଭସ୍ମ ନେଇ ଆସିଥିଲେ ସାଙ୍ଗରେ ।


ତେବେ ଶେଷରେ ସବୁ ଯୋଗାଡ଼ ହୋଇଗଲା ।


ସମସ୍ତେ ପଢ଼ିବା ବାହାନା କରି ସୋମୁ ଘରକୁ ଚାଲି ଆସିଲେ କାହିଁକି ନା ସୋମୁ ଘରେ ଖାଲି ତା ମା ରୁହେ ତା ବାବା ତା ମାମା କୁ ଛାଡି ଗଲାଣି କେତେ ଦିନ ହେଲାଣି । ତେଣୁ ସୋମୁ ଘରେ କିଛି ଅସୁବିଧା ହେବନି । ନିରୋଳା ରେ ଗୋଟେ ଘରେ ସେମାନେ ସମସ୍ତେ ବସିଲେ , ଫିଲ୍ମୀ ର ପ୍ରତ୍ୟେକ ଦୃଶ୍ୟକୁ ଟିକି ନିଖି କରି ନକଲ କଲେ । 

ପ୍ରଥମେ ବବିତା ଆଠ କୋଣ କରି ମୃଜରେ ଗୋଟେ କୋଠରୀ କଲା , ତାପରେ ରିମୁନ୍ ଲେମ୍ବୁରେ ହଳଦି ସିନ୍ଦୂର ଲଗେଇ ଚାରି କୋଣରେ ରଖିଲା , ପିକୁନ୍ ମଣିଷ ଖପୁରୀ ଆଉ କାଉଁରୀ ହାଡ଼କୁ ଛକି କରି ସେଥିରେ ସିନ୍ଦୂର ଲଗେଇ ମଝିରେ ରଖିଲା , ରିକି କଉଡ଼ି ଦଶଟିକୁ ଆଠଟି କୋଣରେ ଆଉ ଦୁଇଟିକୁ ଭୁତ ପ୍ରବେଶ ଦ୍ଵାର ରେ ରଖିଲା । ମନ୍ଦାର ଫୁଲକୁ ବି ଦଶଟି କୋଣରେ ସଜେଇ ଦେଲା , ଏଥର ସୋମୁର କାମ ଥିଲା ଫିଲ୍ମୀର ସେଇ ଦୃଶ୍ୟ ଅନୁସାରେ ଭସ୍ମକୁ ହାତରେ ଧରି ମନ୍ତ୍ର ପଢି ସେଇ ଖପୁରୀ ଉପରେ ଛିଞ୍ଚିବା । ସବୁ ସଠିକ ଭାବରେ ରଖି ସାରିଲା ପରେ ଏଥର ସୋମୁ ଆରମ୍ଭ କଲା ମନ୍ତ୍ର ପଢ଼ିବା ତା ସହିତ ଭସ୍ମ ଛିଞ୍ଚିବା । ଚାଲିଲା ପନ୍ଦର ମିନିଟ୍ ମନ୍ତ୍ର ପାଠ ଆଉ ସମସ୍ତେ ନୀରବ ହୋଇ ବସିଥାନ୍ତି । ଠିକ୍ ଶେଷ ମନ୍ତ୍ର ଶେଷ ଭସ୍ମ ଛିଞ୍ଚା ହେଲା ବେଳକୁ ହଠାତ୍ ଲାଇଟ୍ ଧପ୍ ଧପ୍ ହେଲା , ତାପରେ ଟିଭି ବନ୍ଦ ହୋଇଗଲା । ଆଉ ଏମାନେ ସେଇ ଅଧାରୁ ସେଇ ବିପଦପୂର୍ଣ୍ଣ ଖେଳକୁ ବନ୍ଦ କରି ସେ ଯାଗାକୁ ସବୁ ସଫା ସଫି କରି ଶୋଇ ପଡିଲେ । ସକାଳ ହେଲା ବେଳକୁ ଘଟି ସାରିଥିଲା ଗୋଟେ ଅଘଟଣ । ସମସ୍ତେ ମରି ପଡ଼ିଥିଲେ ସେ ଘର ଭିତରେ । ଆଉ ସେମାନେ ଏମିତି ବିକୃତ ମୁହଁ କରି ସାପ ପରି ମୋଡି ମାଡି ହୋଇ ପଡ଼ିଥିଲେ ସେମାନଙ୍କ ମୁହଁ ରୁ ଲାଗୁଥିଲା ଯେମିତି କେହି ଅତି ଜଘନ୍ୟ ଭାବରେ ସେମାନଙ୍କର ହତ୍ୟା କରିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା କବାଟ ଭିତର ପଟୁ ବନ୍ଦ ଥିଲା । କବାଟ ଭଙ୍ଗା ଯାଇ ସେମାନଙ୍କୁ ଯେତେବେଳେ ଉଦ୍ଧାର କରାଗଲା ଆଉ ସେମାନେ ଆଣିଥିବା ଜିନିଷ ଖପୁରୀ କାଉଁରୀ ହାଡ଼ ପ୍ରଭୃତି ଯେତେବେଳେ ଦେଖିଲେ । ଅଭିଭାବକ ମାନେ ହଠାତ୍ କିଛି ବୁଝି ପାରିଲେନି ସମସ୍ତ ଙ୍କ ସନ୍ଦେହ ଘେରକୁ ପ୍ରଥମେ ଆସିଥିଲା ବିଶିନି । ତାକୁ ଥାନାକୁ ନେଇ ପଚରା ଉଚୁରା କରି ଯାହା ତନାଘନା ଚଳେଇ ତଥ୍ୟ ସଂଗ୍ରହ କଲେ ସେଥିରୁ ଟିକେ ବି ସୁରାକ ପାଇଲେନି ଯେ ଏସବୁରେ ତାର ହାତ ଅଛି ବୋଲି । ତଥାପି ବୁଢାକୁ ଥାନାରେ ମାସେ ଅଟକ ରଖି ପଚରାଉଚରା କଲେ କିନ୍ତୁ କିଛି ସୁଫଳ ମିଳିଲାନି । 


ଘଟଣା କୁ ବର୍ଷେ ହୋଇଗଲା ଏ ପର୍ଯ୍ୟନ୍ତ ତଦନ୍ତ ଚାଲିଛି କିନ୍ତୁ କିଛି ବି ସୁରାକ୍ ମିଳି ପାରିନି । କେବଳ ଶବ ବ୍ୟବଚ୍ଛେଦରୁ ଜଣାପଡିଲା ପିଲାମାନେ ହୃଦଘାତ ରେ ପ୍ରାଣ ହରାଇଥିଲେ। ଆଶ୍ଚର୍ଯ୍ୟ !


 କିନ୍ତୁ ସତ କଥା ଟା ହେଲା ସେ ଯୋଉ ଖେଳରେ ଖେଳରେ ଭୁତ ଡାକିବା ଖେଳ ଖେଳୁଥିଲେ ତାହା ସତରେ ପରିଣତ ହୋଇ ଯାଇଥିଲା । 


ହେଲେ ତାର ଗୋଟେ ନିୟମ ଥିଲା ଯାହାକୁ ଏ ପିଲାମାନେ ଶୁଣିକି ବି ଅଣଶୁଣା କରି ଦେଇଥିଲେ । ତାହା ହେଲା ଏ ଭୁତ ଡାକିବା ତନ୍ତ୍ର ର ଯାହାବି ବିଧି ରହିଛି ସବୁ ଶେଷ ପର୍ଯ୍ୟନ୍ତ କରିବାକୁ ପଡ଼ିବ ନହେଲେ ଘୋର ଅନିଷ୍ଟ । କିନ୍ତୁ ଏମାନେ ସେ କଥାକୁ ଗୋଟେ ଖେଳ ବୋଲି ଭାବି ଅଧାରୁ ଛାଡି ଦେଇଥିଲେ । ଯାହା ଫଳରେ ଭୂତ କୁ ତ ସେମାନେ ଡ଼ାକି ଦେଇଥିଲେ କିନ୍ତୁ ଆଉ ଫେରାଇ ପାରିନଥିଲେ । 


ସାବଧାନ!!!


ଆପଣମାନେ କେବେବି ଏମିତି ଖେଳ ନଖେଳିବାକୁ ଆପଣ ମାନଙ୍କୁ ଅନୁରୋଧ ।


Rate this content
Log in

Similar oriya story from Horror