STORYMIRROR

Rasmi Rekha Tripathy

Inspirational

4  

Rasmi Rekha Tripathy

Inspirational

ଖାମ୍

ଖାମ୍

1 min
385


       ମୋତେ ବିରକ୍ତି ଲାଗୁଥିଲା l ଅଧ ଘଣ୍ଟା ଜଣଙ୍କର ଅର୍ଥ ହୀନ ଭାଷଣ ଶୁଣିଲେ ଯେ କେହି ବି ବିରକ୍ତ ହୋଇଯିବ l ମୁଁ ମୋ ଭାଇ ଉପରେ ବିରକ୍ତ ହେଉଥିଲି ସେହି ଭଦ୍ର ବ୍ୟକ୍ତିଙ୍କୁ ମୁଖ୍ୟ ବକ୍ତା ରୂପେ ନିମନ୍ତ୍ରଣ କରିଥିବା ଯୋଗୁଁ l ଭାଇ କିଛି ସମୟ ଚୁପ୍ ହୋଇଗଲା l


        ଏ ସମସ୍ତ ଆୟୋଜନ ପାଇଁ ଅର୍ଥ ଯୋଗାଉଥିବା ମଣିଷଟିକୁ ଯଦି ଅଧ ଘଣ୍ଟା ସହ୍ୟ କରିବାକୁ ହୁଏ ତେବେ ଅସୁବିଧା କେଉଁଠି? ଅଧ ଘଣ୍ଟା ବଦଳରେ ସେ ଯେଉଁ ଖାମ୍ ଗୋଟିଏ ଦେବେ, ସେଇଟା ନିହାତି ଆବଶ୍ୟକ ସାହିତ୍ୟ ସଭାଟିଏ କରିବା ପାଇଁ, ପତ୍ରିକାଟିକୁ ବଞ୍ଚେଇ ରଖିବା ପାଇଁ l ତାଙ୍କର ଜ୍ଞାନ କମ୍ ଥାଇ ପାରେ l କିନ୍ତୁ ଭାଷା ସାହିତ୍ୟ ପାଇଁ ପଇସାଟେ ଖର୍ଚ୍ଚ କରିବାକୁ କୁଣ୍ଠିତ ତଥାକଥିତ ଜ୍ଞାନୀମାନଙ୍କ ଅପେକ୍ଷା ଏହି ଅଜ୍ଞାନ ବ୍ୟକ୍ତିଟି ଶହେ ଗୁଣରେ ଭଲ l ମୋର ବିରକ୍ତିକୁ ହଜମ କରି କହିଲା ଭାଇ l

       ଭାଇର ଏତିକି କଥା ମୋତେ ଚୁପ୍ କରେଇଦେବା ପାଇଁ ଯଥେଷ୍ଟ ଥିଲା l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational