STORYMIRROR

Dr Jharana Satapathy

Tragedy

2  

Dr Jharana Satapathy

Tragedy

କେତେ ଆମେ ସୁରକ୍ଷିତ

କେତେ ଆମେ ସୁରକ୍ଷିତ

2 mins
300

କେତେ ଆମେ ସୁରକ୍ଷିତ


ଚାରିଆଡେ ଖାଲି ଦଙ୍ଗା ହଣାକଟା ଏବଂ ପୋଡାଜଳା। ଜାତିଆଣକୁ ନେଇ ତୁମୁଳ ସଂଘର୍ଷ। ପରଷ୍ପର ମଧ୍ୟରେ ଖାଲି ହାତାହାତି ଏବଂ ହିଂସାର ଭାବ। ସେହି ଦଙ୍ଗାକୁ ଭୟ କରି କିଛି ନିରିହ ପରିବାର ବନ୍ଦ କଠୋରି ଭିତରେ ଆବଦ୍ଧ ହୋଇ ରହିଛନ୍ତି।


ଠିକ୍ ଏତିକି ଵେଳେ ଗୋଟେ ପରିଵାରର କୁନି ଝିଅଟି ତା ମାଆକୁ ପ୍ରଶ୍ନ କରୁଥାଏ କେତେଦିନ ଆମେ ଏ ବନ୍ଦ କଠୋରି ଭିତରେ ଆବଦ୍ଧ ହୋଇ ରହିବା ମାଆ ଆମକୁ ମଧ୍ୟ ସ୍ବାଧୀନ ଭାବରେ ବଞ୍ଚିବାର ଅଛି।


ଦେଶ ସ୍ବାଧୀନ ହୋଇ ଏବେବି ଆମେ ପରାଧୀନ ମାଆ ମତେ ସ୍ବାଧୀନ ଭାବେ ବଞ୍ଚିବାକୁ ଦିଅ। ଯଦି ସବୁବେଳେ ଆମେ ଘରେ ବନ୍ଦ କଠୋରି ଭିତରେ ରହିବା ଏ ଦୁନିଆକୁ ଡରି , ତାହା ହେଲେ ଆମେ କିଛି କରିପାରିବା ନାହିଁ।


ମୋର ମଧ୍ୟ ପରିବାର ପ୍ରତି ,ଏ ଦେଶ ପାଇଁ କିଛି କରିବାର ଅଛି ମାଆ। ବର୍ତ୍ତମାନ ବାପାଙ୍କ ଶରୀର ଋଗୁଣା ଅବସ୍ଥା , ଏହି ପରିସ୍ଥିତିରେ ମୁଁ ଯଦି କିଛି କରିବି ନାହିଁ ତାହାହେଲେ ଆଉ କରିବ କିଏ? ଘରେ ଆଉ କିଏ ଅଛି ଆମର ? ନା ଅଛନ୍ତି ମୋର କେହି ଭାଇ ନା ଭଉଣୀ ଯଦି ମୁଁ ଜଣେ ସ୍ବଦେଶ ପ୍ରେମୀର ସନ୍ତାନ ,ତାହାହେଲେ ଏ ଡର କାହିଁକି? ଏକା ଜିଦ୍ ପପିନାର ତା ମାଆକୁ ଖାଲି ସେହି କଥା ବାରମ୍ବାର କହୁଥାଏ।


ମାଆ ଶୁଣି ଶୁଣି ନୟାନ୍ତ ହୋଇଗଲିଣି ତୁମର ସେହି କଥା ଘରୁ ଵାହାରକୁ ଵାହାରେନି । କାହିଁକି ଘରୁ ଵାହାରାବିନି ମାଆ, ଏଥିରୁ ଜଣାପଡୁଛି ଆମେ କେତେ ସ୍ବାଧୀନ ଏବଂ ସୁରକ୍ଷିତ


ଯୋଉଦିନ ନାରୀ ରାତ୍ରି ଅଧେ ଏକାକିନୀ ନିର୍ଭୟରେ ବିଚରଣ କରିପାରିବ ଜାଣିବ ସେଦିନ ଭାରତ ପ୍ରାପ୍ତକଲା ସ୍ବାଧୀନ।


ଜାତୀୟ ପତକା ଫରଫର ହୋଇ ଉଡୁଛି। ପପିନାର ନଜର ସେହି ଜାତୀୟ ପତକା ଉପରେ। ଖୋଲା ଆକାଶ ତଳେ ନିର୍ଭୟରେ ସଗର୍ବରେ ଫଡଫଡ ହୋଇ ଉଡୁଛି। ବାଜିଲାଣି ସଂନ୍ଧ୍ୟା ୭ଘଣ୍ଟ । କାହାର ନଜର ନାହିଁ ସେ ପତକାକୁ ତଳ ମୁହାଁ କରିବାକୁ। ବନ୍ଦେ ମାତରମ୍ ବନ୍ଦେ ମାତରମ୍ ନାରା ଦେଇ ବାହାରିପଡିଲା ପଦାକୁ।


ଗୋଟିଏ ପ୍ରଚଣ୍ଡ ଶବ୍ଦରେ ଆତତାୟୀର ଗୁଳିରେ ସବୁଦିନ ପାଇଁ ଶୋଇ ପଡିଲା କୁନି ଝିଅ ପପିନା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy