The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Rasmi Rekha Tripathy

Inspirational

1.7  

Rasmi Rekha Tripathy

Inspirational

କେବେ ନାଆ ଉପରେ ଶଗଡ………

କେବେ ନାଆ ଉପରେ ଶଗଡ………

2 mins
498



       ବହୁତ ଦିନ ପରେ ରଜନୀ ଫୋନ୍ କରିଥିଲା l ତା’ ସ୍ୱରରୁ ଖୁସିର ଝଲକ ବାରି ହୋଇ ପଡୁଥିଲା l ଆଜି ତା’କୁ ଗୋଟିଏ ପ୍ରତିଷ୍ଠିତ ସଂସ୍ଥା ମୁଖ୍ୟ ବକ୍ତା କରି ଡାକି ନେଇଥିଲା l ଓଡିଶା ଓ ଓଡିଶା ବାହାରୁ ବହୁ ବିଶିଷ୍ଟ ବ୍ୟକ୍ତି ଆସିଥିଲେ ଓ ସେ ସୌର ଶକ୍ତି ସଂରକ୍ଷଣ ଉପରେ ଦେଢ ଘଣ୍ଟା ଭାଷଣ ଦେଇଥିଲା ଇଂରାଜୀ ଭାଷାରେ l


       ଆମେ ସବୁ ଓଡିଆ ମାଧ୍ୟମରେ ପଢିଥିଲୁ l କଲେଜ୍ ମାଟି ମାଡିବା ପରେ ଭିନ୍ନ ଏକ ପରିବେଶରେ ଭିନ୍ନ ଏକ ଗ୍ରହର ଜୀବ ଭଳି ଲାଗୁଥିଲା ଆମକୁ l ସବୁ ଇଂରାଜୀରେ ପଢା ହୁଏ l ପାଠ ବୁଝିବା ପାଇଁ ଆମକୁ ଅନେକ ସମୟ ଲାଗି ଯାଇଥିଲା l କାରଣ ସେମାନେ ହେଉଛନ୍ତି ଇଂରାଜୀ ମାଧ୍ୟମରୁ ଆସିଥିବା ପିଲାମାନେ l ସେମାନଙ୍କ ଆଗରେ ଆମକୁ ବହୁତ ଛୋଟ ମନେ ହେଉଥିଲା l ସେଥିରୁ କିଛି ଜଣ ବି ନିଜର ବଡିମା ଦେଖେଇ ଆମକୁ ଆହୁରି ହୀନମନ୍ୟତାର ଶିକାର ହେବାକୁ ବାଧ୍ୟ କରୁଥିଲେ l ଅନେକ ସମୟରେ ବ୍ୟସ୍ତ ଲାଗେ l କଲେଜ୍ ଯିବାକୁ ଇଚ୍ଛା ହୁଏନି l କିନ୍ତୁ ରଜନୀ ଥିଲା ଅଲଗା l ସବୁବେଳେ କୁହେ, ‘କେବେ ନାଆ ଉପରେ ଶଗଡ ତ କେବେ ଶଗଡ ଉପରେ ନାଆ l’ 


       ରେଡିଓରୁ ଇଂରାଜୀ ସମ୍ବାଦ ଶୁଣିବା, ପ୍ରତି ଦିନ ପାଞ୍ଚଟି ଶବ୍ଦ ମନେ ରଖିବା ଓ ସେମାନଙ୍କୁ ବ୍ୟବହାର କରି ବାକ୍ୟ ଗଠନ କରିବା ଏବଂ ଦର୍ପଣକୁ ସାମ୍ନାରେ ରଖି ଇଂରାଜୀରେ କଥାବାର୍ତ୍ତା କରିବା ତା’ର ପ୍ରତିଦିନିଆ କାର୍ଯ୍ୟକ୍ରମର ଏକ ଅଂଶ ଥିଲା l ଏମିତିକି ସମସ୍ତଙ୍କୁ ପଛରେ ପକେଇ ସେ ଇଂରାଜୀରେ ବତ୍କୃତା ଦେଇ ଚାନ୍ସଲର୍ କପ୍ ପାଇଥିଲା l ତା’ ପରେ ସେ ଆଉ ପଛକୁ ଫେରି ଚାହିଁନି l


       ସବୁଠାରୁ ବଡ କଥା ହେଲା, ଆଜି ସେ ଯେଉଁ ସଂସ୍ଥାକୁ ମୁଖ୍ୟ ବକ୍ତା ହୋଇ ଯାଇଥିଲା, ସେହି ସଂସ୍ଥାର ଜଣେ କର୍ମଚାରୀ, ଯିଏ କି ତା’ ଦାୟିତ୍ୱରେ ଥିଲେ, ସେ ଆମର ସେହି କଲେଜ ବେଳର ଇଂରାଜୀ ମାଧ୍ୟମରୁ ଆସିଥିବା ପିଲାମାନଙ୍କ ଭିତରୁ ଜଣେ l କେବଳ ସେତିକି ନୁହେଁ, ଆମମାନଙ୍କୁ ମଫ କହି ଅପମାନିତ କରିବାରେ ତା’ର ମୁଖ୍ୟ ଭୂମିକା ସବୁବେଳେ ରହୁଥିଲା l ଆଜି ପୁଣି ମୋର ରଜନୀର ସେହି କଥା ମନେ ପଡୁଥିଲା, ‘କେବେ ନାଆ ଉପରେ ଶଗଡ ତ କେବେ ଶଗଡ ଉପରେ ନାଆ l’  



Rate this content
Log in

Similar oriya story from Inspirational