କାଳିବୋହୂରଶ୍ମିରେଖା
କାଳିବୋହୂରଶ୍ମିରେଖା
ଶାବି ମାଉସୀ ପାଟି କରୁଥାନ୍ତି,"ଆଲୋ ଡାକୁଣି ଖାଇ, ଆଲୋ ଝାଡାମିତିଆଣି , କାଳି ଭୁଶୁଣ୍ଡି, ସଵାଖାଇ | ଆଲୋ :-
ଦିନ ସାରା ଯେତେ ହଳଦୀ ମାଖିବୁ
ଗୋରା କି ହୋଇବୁ ସତେ,
ସାବୁନୁ ପାଣି ରେ ବୁଡିରହିଲେ ବି
କିସ ହେବ କହ ମୋତେ।
ଶାବି ନାନୀ ପାଟି ଉଠୁଥାଏ ପଡୁଥାଏ. ଗାଁ ଶେଷ ମୁଣ୍ଡ କୁ ସୁବୁଥାଏ।ଗାଁ ସାରା ଲୋକ ରୁଣ୍ଡ ତା ଘର ଆଗରେ, ଦେଖିଲା ବେଳକୁ ପୁଅ ତାର କୁଆଡେ ମାସେ ହେବ ଝିଅ ଟିଏ ବାହା ହୋଇଛି ନେଇଆସିଛି। ଶାବି ନାନି ର ତ ପ୍ରତି ଦିନ ଉଦଣ୍ଡ ନୃତ୍ୟ ଆଉ!ପ୍ରତି ଦିନ କୋଇଲି ଉଠିନଥିବ ମାଇକି ବାଜିଵା ଆରମ୍ଭ ହୋଇଯାଏ। ଘରପାଖ ଖୁଡି ଜଣେ କହିଲେ ଆଲୋ ନାନି ତୋ ପୁଅ ତ ଆଦରି ଆଣିଛି ତୁ କିଆଁ ବୋହୂଟାକୁ ଦାଉ ସାଧୁଛୁ? ଶାବି ନାନୀ ମୁଣ୍ଡ ଟିଣ ହୋଇଛି. ସେ ତ ଆହୁରି ଗର୍ଜିଲା ଆଉ ଏ ଟୁକୁଳି ମୋ ପୁଅ କୁ ପସେଇ ଦେଇଛି, କିଛି ଯୌତୁକ ଆଣିନି। କାଳି ଟା କୁ ମୋ ପୁଅ କେମିତି ଭଲ ପାଇଲା ! ଖୁଡି କହିଲେ,'ଆଲୋ ତୋ ପୁଅ କୁ ଘରେ ପଚାରିନୁ, ଏମିତି ଦାଣ୍ଡ ରେ ଘାଟ ରେ କିଆଁ ନାଟକ କରୁଛୁ? ଛି ଛି କେମିତି କୁଆଡୁ ମାଇକିନା ମାନେ ଏ ଗାଁ କୁ ଆସୁଛ! ଯୌତୁକ ନେଇ ସରଗ କୁ ଯିବୁଲ ଶାବି.....
ପ୍ରୀତି........ ପ୍ରୀତି ଭରି ଥିବା ମହୁଲ ଟିଏ। ରଙ୍ଗ ସିନା କଳା କିନ୍ତୁ ସେ ବହିଆସୁଥିବା ମଧୁର ଭାଷା ଟିଏ। କଳା ମଚ ମଚ ବାଳ ମୁଣ୍ଡରୁ ପାଦ ଯାଏ ଲମ୍ବି ଥାଏ ଲହଡି ଖେଳିବାକୁ। ହଁ ସିଏ ପ୍ରେମ ଓ ଆକର୍ଷଣ ର ସମାହିତ ସୁବାସିତ ଫୁଲ ଟିଏ। ଓଠ ର ହସ ସ୍ୱାଗତ ଓ ସମ୍ବର୍ଦ୍ଧନା ର ପରିଭାଷା ଟିଏ।
ପ୍ରେମ କିଏ ନ କରିଛି? ଲୁହ ରେ ଭରି ଯାଇ ପଚାରିଲା କୋଇଲି କୁ, ହଁ ସେଦିନ ପାଗଳ ହୋଇ ପଚାରିଲା ନଦନଦୀ, ପାହାଡ, ଝରଣା କୁ, ପଚାରିଲା ସମସ୍ତ ପୁରୁଷ କୁ ଓ ନାରୀ ଙ୍କୁ. ତମେ କଣ କେହି ପ୍ରେମ ବିନା ବଞ୍ଚିପାରିବ, ତମେ କଣ ପ୍ରେମ ବିନା ହସି ପାରିବ କୁହ ତମେ କଣ ପ୍ରେମ ବିନା ନାଚିପାରିବ! ହଁ ସେଦିନ ସମସ୍ତେ ଅସହାୟ ର ବାର୍ତ୍ତା ଦେଉଥିଲେ ଆଉ କହୁଥିଲେ ନା ପ୍ରୀତି ତୁ କିଛି ଭୁଲ କରିନୁ ପ୍ରେମ ପାଇଁ ମଣିଷ ଯେତେବେଳେ ନିଜ ସଂସାର ଛାଡି ଅଫିସ ରେ, ହୋଟେଲ, ନିଜ ବୃତ୍ତି ସ୍ଥାନ ରେ ବିକଳ ହୋଇଛି ଖୋଜି ପାରୁଛି।
ସେତେବେଳେ ତୁ ତୋ ପ୍ରେମୀ କୁ ଭଲ ପାଇବାରେ ଅସୁବିଧା କେଉଁଟି?
ପ୍ରୀତି ମୁଁହ ବୁଲେଇଲା ବେଳକୁ ଦେଖିଲା ତାର ପ୍ରାଣ ପ୍ରିୟ କୁ। ଆଖିରେ ଭରିଆସିଲା ଲୁହ ତଥାପି ଟିକେ ଆଖିକୋଣ ରେ ଲୁଚେଇ ଦେଇ କହିଲା କେତେବେଳେ ଆସିଲ। ତା ସ୍ୱାମୀ ପଚାରିଲେ,'ଆରେ ମା ଏମିତି ପାଟି କରୁଛି କାହିଁକି? ପ୍ରୀତି ଜାଣିଶୁଣି କହିଲା,'ମୁଁ ଜାଣିନି'। ପ୍ରୀତି ର ସ୍ୱାମୀ ହେଉଛନ୍ତି ଯତୀନ।
ଯତୀନ ଯାଇ ପଚାରିଲେ, ଆଲୋ ମା,' କାହିଁକି ଏମତି ପାଟି କରୁଛୁ? ନା ଏ ସାହିରେ ଏମିତି ଆମ ବଗିଚାରେ ପଶି ପରିବା ନେଇ ଯାଉଛନ୍ତି ତ ସେଥିଲାଗି ଏମିତି କହୁଛି। ଯତୀନ କହିଲେ, ମା ଏତେ ଜୋର ରେ ପାଟିକଲେ ତୋ ଦେହ ଖରାପ ହୋଇଯିବ।
ଏମିତି ଦିନ ପରେ ଦିନ ଗଡିଚାଲିଥାଏ। ଶାଶୁ ର ପୁଅ ଆଗରେ ଗୋଟେ ରୂପ ଆଉ ପୁଅ ବାହାରକୁ ବାହାରିଗଲେ ଅନ୍ୟ ରୂପ ଦେଖାଯାଉଥାଏ। ଦିନେ ପ୍ରୀତି ଶାଶୁ ର ଜଣେ ସାଙ୍ଗ ଆସିଲେ। ଶାଶୁ ତାଙ୍କୁ ବସି ବାକୁ ନ କହି ସାଙ୍ଗ ସାଙ୍ଗରେ ଗପୁଥାନ୍ତି। ପ୍ରୀତି ଯାଇ କହିଲା,'ମାଉସୀ ଘରକୁ ଆସ।' ବାହାରେ ଠିଆ ହୋଇଛନ୍ତି ଭଲ ଲାଗିବ ନାହିଁ। ଶାଶୁ ଙ୍କ ସାଙ୍ଗ ଘରକୁ ଆସିଲା। ପ୍ରୀତି ତାଙ୍କୁ ସରବତ, ଜଳଖିଆ ଆଦି ଦେଲା।ଶେଷ ରେ ଚାହା ଆଣିବା କୁ ଭିତରକୁ ଗଲା। ଶାଶୁ ର ସାଙ୍ଗ ଶାଶୁ ଙ୍କୁ କହିଲେ,'ଆଲୋ ପୁଅ ବାହା କଲୁ ଡାକିଲୁନି?
ଶାଶୁ ଦେବି ଙ୍କର ମୁଣ୍ଡ ଗରମ ହୋଇଗଲା। ସେ ପ୍ରୀତି କୁ ଶୁଣେଇ କହୁଥାନ୍ତି,'ବାପ ବାହା ଦେଇପାରୁନଥିଲା ବୋଧେ ମୋ ପୁଅ ସାଙ୍ଗରେ ଉଗୁରି ପଳେଇଆସିଛି। କାଳି ଭୁତୁଣୀ ମୋ ମୁଁ ବେକ ରେ ଗୋଡେଇ ହୋଇଛି। ଏ କଥା ଶୁଣି ଯାହାର ହେଲେ ରକ୍ତ ଗରମ ହୋଇଯିବ। କିନ୍ତୁ ପ୍ରୀତି ଚୁପ ରହିଲା।
ପ୍ରୀତି ମନେ ମନେ ଭାବୁଥାଏ ଯଦି ଭଲ ପାଇ ବାହା ହେଵା ଅପରାଧ ତାହେଲେ କାହାକୁ ଘୃଣା କରିବା, ଦେହ ର ରଙ୍ଗ ଓ ଜାତି କୁ ନେଇ ଗାଳି ଦେବା, କାହାକୁ ମାରିବା, ହତ୍ୟା କରିବା, ଜୋର ଜବରଦସ୍ତି କରି ବାହାଘର ପୂର୍ବରୁ ଆଉ ପରେ ଯୌତୁକ ଆଣିବା କଣ ମହାନ କାମ!
ହେ ସମାଜ କହିଦେ ମୁଁ କଳା ହେବା କଣ ମୋର ଦୋଷ! ମୁଁ କଣ ଜାଣିଶୁଣି ଦେହ ରେ କଳା ମାଖିଦେଇଛି! ହେ ଭଗବାନ କହିଦେ କଣ ପ୍ରେମ ଅଧର୍ମ? ଯଦି ପ୍ରେମ ଅଧର୍ମ ତାହେଲେ ସ୍ତ୍ରୀ କୁ ପୁରୁଷ କିଂମ୍ବା ସ୍ତ୍ରୀ ଅପଶବ୍ଦ କହିବା, ଲଙ୍ଗଳା ମୁକୁଳା କରି ପିଟିବା କଣ ଧର୍ମ? ତୁ ବୁଝେଇଦେ ଏ ଲୋଭି ମଣିଷ ମାନଂକୁ ମୋର ଆଚାର, ବ୍ୟବହାର ମୋ ହାତ ରେ କିନ୍ତୁ ମୋ ଦେହ ର ରଙ୍ଗ, ସୁନ୍ଦରତା ମୋ ହାତ ରେ କି କାହାର ହାତରେ ନାହିଁ।
ଠିକ ଏହି ସମୟ ରେ ଶାବି ମାଉସୀ ଙ୍କୁ ତାଙ୍କ ସାଙ୍ଗ କହୁଥାଏ ଆଲୋ ଶାବି ଏ ରୂପ କଣ ସବୁଦିନ ରହିବ!ତୁ ବୁଢ଼ି ହେଲୁଣି ବୋହୁ ଟି ବି ବୁଢ଼ି ହୋଇଯିବ।
ଆଲୋ ତୋ ପୁଅ ତ ତା ରଙ୍ଗ କୁ ଆଦରୁଛି ତୁ କିଆଁ ଏମିତି ହଉଛୁ? ଆଲୋ ମୁଁ କଣ କହିବି,'ମୋ ବୋହୁ ପରା ଗୋରା ହୋଇଛି
ସକାଳୁ ଉଠିକି ନଖ ଧୋଉଛି,
ନଖ ସଜେଇ ବାକୁ ଟଙ୍କା ସାରୁଛି
ମୁହଁ ନଧୋଇ କି ଚାହା ପିଉଛି।
ଆଲୋ ହେ ଶାବି ନାନୀ ଆଉ କଣ କରୁଛି କହିବି
ଶାବି ନାନୀ କହିଲା କହୁନୁ।
ଆଲୋ ଚିରା ଫଟା ପିନ୍ଧି ସିଏ ବୁଲୁଛି
କଥା କହୁ କହୁ ସିଏ ହସୁଛି,
ବେଳ ଘଡି ଯାଏ ଶୋଇ ରହୁଛି
ଝାଡା ଯାଇକରି ସେଇ ଲୁଗା ଟାରେ
ଘରେ ପଶିକରି ଖାଇବସୁଛି।
ଲୋ ଶାବି ନାନୀ ମୁଁ ସେ ବୋହୁ କୁ ନେଇ ଚଳୁଛି. ତୁ କିଆଁ ଏମିତି ହେଉଛୁ. ତୋର ତା, ରଙ୍ଗ, ଯୌତୁକ, ପୁଅ କ'ଣ ଦେଲା, ନେଲା କ'ଣ ଅଛି ତୋର ଟିକେ ଭଲ ବ୍ୟବହାର ଆଉ ଶରଧା ପାଇଲେ ହେଲା।
ତୋର ସବୁ ଭଲ ଥାଇ ଶୁଖିଲା ରେ କିଆଁ ଉତ୍ତେଜିତ ହେଉଛୁ।
ଶାବି ନାନୀକହିଲା, ଆଲୋ ସାହି ଭାଇ ମାନେ ମୋତେ ଉସକାଇ କହୁଛନ୍ତି।
ଶାବି ନାନୀ ସାଙ୍ଗ କହିଲେ,'ଆଲୋ ଛାଡ଼ ସେମାନେ କ'ଣ କହିବେ ତାଙ୍କ ଘରେ ପାଣି ପଶି ଆଣ୍ଠୁଏ ହେଲାଣି! ତୁ ତ ଘର ସମାଳ। ଆମେ ଦିନେ ପରାଘରି ହୋଇ ଆସିଥିଲେ। ଆଉ ଏମାନେ ଏବେ। ତୋ ବୋହୁ କୁ ହତାଦର କରନା।
ପ୍ରୀତି କବାଟ ଫାଙ୍କ ରେ ସବୁ ଦେଖୁଥାଏ ଆଉ ଶୁଣୁ ଥାଏ।
ହାତ ଯୋଡି ଭଗବାନ ଙ୍କୁ କହିଲା,'ହେ ପ୍ରଭୁ ଧନ୍ୟବାଦ, ତମେ ଏ ମାଉସୀ ରୂପ ରେ ମୋ ଘର କୁ ଆସିଛ। କାହିଁକି ନା ଯେଉଁ ବ୍ୟକ୍ତି ସମ୍ପର୍କ କୁ ଭାଙ୍ଗି ଦିଏ ତା ଦେହ ରୁହ ଈଶ୍ଵରତ୍ୱ ଲୋପ ପାଇଯାଏ। ତମେ ଏ ମାଉସୀ ହୃଦୟ ରେ ଜାଗି ଉଠିଛ ପ୍ରଭୁ। ଏବେ ବୋଧେ ମୋ ଘର ସଜାଡି ହୋଇଯିବ।
ଶାବି ନାନୀ ଘର ଭିତରକୁ ଦୌଡ଼ି ଆସିଲା ଆଉ କହିଲା ମା ରେ ମୋତେ କ୍ଷମା କରିଦେ। ମା ହେଇ ଗୋଟେ ସନ୍ତାନ ର ରଙ୍ଗ କୁ ନେଇ ମୁଁ କେମିତି ଆକ୍ଷେପ କରିପାରିଲି!ଜଣେ ମା ପାଖ ରେ ରଙ୍ଗ, ଜାତି, ଧନ ଦରବ ରା କୌଣସି ମୂଲ୍ୟ ନାହିଁ। ତା ଲାଗି ତା ସନ୍ତାନ ର ଖୁସି ଛଡା ଆଉ କିଛି ଲୋଢା ନାହିଁ।
