STORYMIRROR

rashmirekha sahu

Inspirational Others

4  

rashmirekha sahu

Inspirational Others

ଗଳ୍ପ -ଇଲିସି ଆଜ୍ଞା ରଶ୍ମିରେଖା ସାହୁ

ଗଳ୍ପ -ଇଲିସି ଆଜ୍ଞା ରଶ୍ମିରେଖା ସାହୁ

2 mins
5

ଆଜ୍ଞା ଟିକି ମାଉସୀ ଯାଇଥିଲେ ଇଲିସି ମାଛ କିଣିବାକୁ। ଭୁବନେଶ୍ୱର ର ୪ନମ୍ବର ମାଛ ହାଟ। ଭାରି ଗହଳି... ତଥାପି ମାଉସୀ ଧାଇଁଛି ଇଲିସି କିଣିବ। ଇଲିସ କଥା ଶୁଣି ଦୋକାନୀ କହିଲା, ଆଲୋ ମାଉସୀ! 'ତୁ ସେ ମାଛ ର ଦାମ ଜାଣିଛୁନା!ଇଏ ତୁ କିଣି ପାରିବୁ ନାହିଁ। ଇଲିସି କିଲୋ ୨000 ଟଙ୍କା। ସେ ମାଛ କେବଳ ଇଲିସ ଆଜ୍ଞା ମାନେ ଖାଇବେ। ମାଉସୀ 'ଆଁ 'କରି ଚାହିଁଲା। ମାଉସୀ କହିଲା,'ଆରେ ପୁଅ ମୋତେ ସୁଭଦ୍ରା ଯୋଜନା ରେ ଯେଉଁ ଟଙ୍କା ମିଳିଛି, ସେଇ ଟଙ୍କାରେ ଇଲିସି ଆଜ୍ଞା ଙ୍କ ପାଇଁ ଇଲିସି ନେବି। ସେ ୨000 ହେଉ କି ୫000।ଦୋକାନୀ ପଚାରିଲା, ଆଲୋ ମାଉସୀ ତୋର କ'ଣ ହେଇଛି ଲୋ? କହିଲା, ମଉସା ଦୁର୍ବଳ, ପାଖ ପଡ଼ୋଶୀ ଆସି ଆମ ଘର ଭାଙ୍ଗି ଦେଇ ଆମ କୁ ପିଟା ମରା କରିଛନ୍ତି। ମୁଁ ଇଲିସି ଆଜ୍ଞା ଙ୍କ ପାଖକୁ ଗଲି ଇଲିସି ଆଜ୍ଞା କହିଲେ, ସେମାନେ ଖାଇବାକୁ ପାଉନାହାନ୍ତି, ଦେହ ଦୁର୍ବଳ, ଇଲିସି ଖାଇଲେ ଦେହ ଶକ୍ତିଆ ହେବ ଆଉ ସେମାନେ ମୋତେ ନ୍ୟାୟ ଦେବେ।ସେଥିପାଇଁ ଧାଇଁଛି। ଦୋକାନୀ କହିଲା,'ଆଲୋ ମାଉସୀ କ'ଣ ତାଙ୍କ ଦେହ ଦୁର୍ବଳ ହେବ! କେତେବେଳେ ମନ୍ତ୍ରୀ ଜୀବନକୁ ଖାଉଛନ୍ତି, କେତେବେଳେ ଝିଅଙ୍କର ଇଜ୍ଜତ ଖାଉଛନ୍ତି, କେତେବେଳେ ଆମ ଗରୀବଙ୍କ ପାଖରୁ ଇଲିସି ଖାଉଛନ୍ତି। ଖାଇ ଖାଇ ପେଟ ବଢ଼ି ଲାଣି ଆଉ ଦେହ ଭିତରେ କୋଲେଷ୍ଟେ୍ରୋଲ ବି। ଦେହ କ'ଣ ଦୁର୍ବଳ ହେବ? ବୋଧେ ଗାଡ଼ି ରେ ତେଲ ନଥିବ। ତୁ ଗୋଟେ କାମ କର...... ଇଲିସ ନ ନେଇ ୨000 ଟଙ୍କା ଦେଇଦେ, ଗାଡ଼ି ରେ ତେଲ ପକେଇ ଆସିଯିବେ।

ମାଉସୀ କହିଲା, ଆମେ ସାଧାରଣ ଲୋକ କାହାକୁ କ'ଣ କହିବା?

   ଲୋକ କଥା ଅଛି :-ମୁଁ ଗୁହାରି କହିବି ଯାହାକୁ 

              ସିଏ ----------ତା କରିଛି ତାହାକୁ।

ଏ ଇଲିସି ଆଜ୍ଞା ମୁଣ୍ଡରେ କିଛି ବଡ଼ ବଡ଼ୁଆ ଙ୍କ ଆଶୀର୍ବାଦ। ସେଥିପାଇଁ ପେଟ ଫାଟିଲା ଯାଏ ଖାଇବେ ଆଉ ଚେୟାର ପକେଇ ଶୋଇବେ।ଯାହାକୁ ଭୁଟୁ ଦେଲେସେ ଭୁଟୁ ଆଜ୍ଞା ଙ୍କର ଅପରାଧୀ ଙ୍କ ଉପରେ ଆଶୀର୍ବାଦ, ଅପରାଧୀ ଧରିବାକୁ ଆଇନ ସେଇମାନେ ତିଆରି କରନ୍ତି। ପୁଣି କିଛି ନ କରି ଚାନ୍ଦା, ବଟି, ଇଜ୍ଜତ ଖାଇବାକୁ, ଇଲିସି ଖାଇବାକୁ ଇଲିସ ଆଜ୍ଞା କୁ ଆଶୀର୍ବାଦ ଦିଅନ୍ତି । ଆମେ ସାଧାରଣ ମରିବାକୁ ଆସିଛନ୍ତି।

     କୁହନ୍ତି, ସବୁ କଳି ର ମଞ୍ଜି ହେଉଛନ୍ତି ଏ ଭୁଟୁ ଆଜ୍ଞା। ଛି ଛି।

ମାଉସୀ ଦୋକାନୀ କୁ କହିଲା, ଆରେ ପୁଅ ମୋ ବେଳ ଗଲାଣି.... ଏବେ ତମେ ମାନେ ସଚେତନ ହୁଅ ନ ହେଲେ ତମ ମାଇକିନା ମାନେ ସୁଭଦ୍ରା ଯୋଜନା ରୁ ଯେଉଁ ଟଙ୍କା ମିଳିବ ଏଇ ଲାଞ୍ଚ, ଘୋଷ ଦେଇ ଦେଇ 50000 ସରିଯିବ। 

     ଆଉ ଗୋଟେ କଥା ଯେଉଁଠି ମନ୍ତ୍ରୀ ସୁରକ୍ଷିତ ନୁହଁ, ଡାକ୍ତର ସୁରକ୍ଷିତ ନୁହଁ, ସୈନିକ ସୁରକ୍ଷିତ ନୁହଁ, ସୈନିକ ର ଝିଅ ଇଲିସି ଆଜ୍ଞା ଙ୍କ ପାଖରେ ସୁରକ୍ଷିତ ନୁହଁ ତାହେଲେ ଆମ ଅବସ୍ଥା କ'ଣ ହେବ? ମୋତେ ବୁଦ୍ଧି ଦେ ନା!ନିଜେ ଟିକେ ଜାଗ। ନହେଲେ ମୋ ଭଳି ଇଲିସ ତୁ ବି କିଣିବୁ ଆଉ ଦାନ୍ତ ଦେଖେଇ ହେଉଥିବୁ। ହେ ଭଗବାନ ରକ୍ଷାକର ।



Rate this content
Log in

Similar oriya story from Inspirational