ଅଳସୁଆ ଦୁଃଖ ପାଏ
ଅଳସୁଆ ଦୁଃଖ ପାଏ
କରୁଣା ବୋଲି ପିଲାଟିଏ .ବାପା ତାର ଭାରି ଧନୀ. ଖାଇବା ,ପିଇବା ,ପିନ୍ଧିବା କୌଣସିଥିରେ ଅଭାବନାହିଁ .କରୁଣା ଯାହାକୁହେ ସଙ୍ଗେ ସଙ୍ଗେ ପହଞ୍ଚିଯାଏ .ବାପା ତାର ବଡ ଦାମିକିଆ ସ୍କୁଲରେ ପାଠ ପଢ଼େଇଲେ .ହଁ ଭାରି ସୁନ୍ଦର ସ୍କୁଲ .ପୁଅ ତାଙ୍କର ବଡ ସ୍କୁଲରେ ହିନ୍ଦୀ ଇଂରାଜୀ ପଢିଲା .ଶୀତତାପ ନିୟନ୍ତ୍ରିତ ଶ୍ରେଣୀରେ ପିଲା ତାର ମୁଣ୍ଡ ଥଣ୍ଡା କରି ପାଠ ପଢିବ .ହଁ ଭାରୀ ବଢିଆ ଲାଗେ କରୁଣାକୁ . ଭଳିକି ଭଳି ଖାଦ୍ୟ କରୁଣା ଖାଏ .ଧୀରେ ଧୀରେ କରୁଣା ବଡ ହେଲା ଆଉ ଧୀରେ ଧୀରେ କରୁଣାର ଇଛା ବଢ଼ିଲା .ପିତାମାତା ଯେତେ କଷ୍ଟ ହେଉ ଯୋଗେଇ ଦେଉଥାନ୍ତି .କରୁଣା ବଢ଼ିଲା ବୟସରେ ଜାଣିଲା ଖାଲି ଜିଧ କଲେ ସବୁ ମିଳୁଛି ସ୍ମାଟ ଘଣ୍ଟା ,ଦାମିକିଆ ୨ଚକିଆ ,ଚାରି ଚକିଆ ସବୁ ସହଜରେ ମିଳିଯାଉଥାଏ.କରୁଣା ଦେହରେ ଖରା ବାଜୁନଥାଏ .ଦିନେ କରୁଣା ଦେଖିଲା ବାପା ମା ମନ ଦୁଃଖରେ ବସିଛନ୍ତି .କରୁଣା ପଚାରିଲା ,ବାପା କଣ ହେଇଛି ?ବାପା କହିଲେ ତୁ ବୁଝିବା ଦରକାର ନାହିଁ ,ତୋର ମୁଁ ଅଭାବ ରଖିବି ନାହିଁ .କରୁଣା କାହିଁ ମୁଣ୍ଡ ଖେଳେଇବ ସେ ତା ରୁମକୁ ପଲେଇଲା .ସେଦିନ ତା ବାପାଙ୍କର କମ୍ପାନୀରେ କ୍ଷତି ହୋଇଥିଲା .କିନ୍ତୁ ବାପା କରୁଣାକୁ ଜଣେଇବାକୁ ଉଚିତ ମନେକଲେ ନାହିଁ .କରୁଣାର ବୟସ ବଢ଼ିଲା ତା ସାଙ୍ଗକୁ ସାଙ୍ଗ. ମଦ, ମାଂସରେ ଆସର ଜମୁଥାଏ.ଦିନେ ତା ବାପାଙ୍କ ଦେହ ଖରାପ ହୋଇଗଲା .ସେ କରୁଣାକୁ ଡାକି କହିଲେ ତୁ କମ୍ପାନୀ ବୁଝାବୁଝି କର. କରୁଣା କମ୍ପାନୀ ଗଲା .ସେ ଭାବିଲା ମାଲିକ କିଛି କରନ୍ତିନି ଖାଲି ସେ ବସି ବସି ପଳେଇ ଆସିଲା .ଷ୍ଟାଫ ମାନେ ଯାହା କାଗଜପତ୍ର ଆଣିଲେ କେତେବେଳେ ନ ପଢି, ଆଉ କେତେବେଳେ ଟିକେ ଟିକେ ପଢି ସାଇନ କରିଦେଲା .ଟିକେ ଟିକେ କାମରେ ଟେନସନ ହେଇଗଲା .ଧୀରେ ଧୀରେ କମ୍ପାନୀ ବୁଡିଗଲା , ଅଭାବ ଆସିଲା .ବାପା ମା ରୋଗରେ ପଡ଼ିଲେ .ବହୁତ ଅଭାବ ହେଲା .କରୁଣା ବହୁତ ଦୁଃଖ କଷ୍ଟ କରୁଣା ବାପାଙ୍କ ଜମିକୁ ବିକି କରି ଚଳିଲା କିନ୍ତୁ ଚାକର ଵାକର ,ଜଗୁଆଳି ସେଇପରି କରୁଣା ରଖିପାରୁ ନଥାଏ .କରୁଣା ବି ଆରମ ଜୀବନ ଅନୁଭବ କରୁ କରୁ ରୋଗରେ ପଡ଼ିଲା. ଦୁର୍ବିସହ ହେଇପଡୁଥାଏ ତା ଜୀବନ .ଅତି ଅଳସୁଆ ଜୀବନ ଦୁଃଖର କାରଣ.