STORYMIRROR

Prashant Mahanta

Abstract Classics Others

4.0  

Prashant Mahanta

Abstract Classics Others

କାଲିର ଚିଠି

କାଲିର ଚିଠି

2 mins
202

ଗତ ମାସର ଶେଷ ଶୁକ୍ରବାରରେ ପୋଷ୍ଟମାନ୍ ଚିଠିଖଣ୍ଡକ ଘରେ ଦେଇଯାଇଥିଲା l ପ୍ରଥମେ ତ ସନ୍ଦେହ ଜନ୍ମିଲା, କିଏ ଏ Digital ଯୁଗରେ ଚିଠି ଲେଖି ମୋ ପାଖକୁ ପଠାଇଛି? କାହାର ବା ଏତେ ସମୟ ଅଛି ନିଜର ଭାବନାର ସ୍ୟାହି କୁ ଧଳା କାଗଜରେ ବିଞ୍ଚି କେବଳ ଠିକଣା ଭରସାରେ ସୁଦୂର ଜାଗା ପଠାଇବାକୁ? ଶେଷ ଥର ପାଇଁ ବୋଧହୁଏ 5-6 ବର୍ଷ ତଳେ ଚିଠି ଲେଖିଥିଲି l ତା’ରି ଉତ୍ତରକୁ କଣ ଏତେ ସମୟ ଲାଗିପାରେ? ବୁଝିପାରୁନି କି ପ୍ରତ୍ୟୁତ୍ତର-ଚିଠି, ଲେଖିବାରେ ବିଳମ୍ବ ହୋଇଛି ନା ମୋ ପାଖକୁ ପହଞ୍ଚିବାରେ? 

ଏତେସବୁ ପ୍ରଶ୍ନ ଉଙ୍କି ମାରିବା ବି ସ୍ୱାଭାବିକ l କାହିଁକିନା ଚିଠି ଲେଖିବା, ଲେଖିସାରିବା ପରଠାରୁ ଅତିକମରେ ୧୦୦ ଥର ପଢିବା ଏବଂ ଚିଠି ପଠାଇବ ଓ ଉତ୍ତର ମିଳିବା ସମୟର ବ୍ୟବଧାନରେ ମନକୁ ମନ ପ୍ରତ୍ୟୁତ୍ତର ରେ କଣ ଆସିବ ତା’ର ପରିକଳ୍ପନା କରିବା କାହିଁ କେଜାଣି ବହୁ ସମୟ ଯାଏଁ ମନେ ରହିଯାଏ l ସେମିତିକା ସମୟ ବାହାର କରି ଲେଖିବା ବି ବଡ ମୁସ୍କିଲ୍ ର କଥା l

କିନ୍ତୁ ଯୁଗ ବଦଳିଛି, ଚିଠି ବଦଳରେ ମେସେଜ୍ ଓ ମେଲ ଆସୁଛି l ତଥାପି ଗୋଟାଏ ଚିଠିର ସ୍ମୃତି କୁ ସ୍ମାର୍ଟ ଫୋନ ଦେଇପାରୁନି l ଏଇ ଯେମିତି ପାଞ୍ଚ ମିନିଟର କଥା ପାଞ୍ଚ ଘଣ୍ଟା ପରେ ମନେ ରହୁନି l

ଚିଠିର ଲଫାପାରେ ଠିକଣା ତ ମୋରି ଥିଲା, କିନ୍ତୁ ଭିତର ପୃଷ୍ଠାରେ କାହାରି ଭାବନାର ସ୍ୟାହି ବିଞ୍ଚିହୋଇ ନଥିଲା l ଲେଖାଥିଲା ନକଲ ମେସିନ୍ ର କାର୍ବନ କଳାରେ ବଡ଼ ବଡ଼ ଅକ୍ଷରରର "NOTICE" l ଏହ ନୋଟିସ ଥିଲା ଏକ ବିତ୍ତ ପରିଚାଳନା ଅନୁଷ୍ଠାନର l ହଁ, ଏହିପରି କେତୋଟି ଅନୁଷ୍ଠାନ ହି ତ ଅଛନ୍ତି, ଯେଉଁମାନେ ଜୀବିତ ରଖିଛନ୍ତି ଚିଠିର ସେହି ପାରମ୍ପରିକ ବିନିମୟକୁ( ~ନୋଟିସ ରୂପରେ ହେଉ ପଛକେ~ ) l ନହେଲେ ଏବେ କେହି ବ୍ୟକ୍ତିଗତ ଚିଠି ଲେଖିବାକୁ ବସିଲେ କେବଳ ଶତସନ୍ଦେହ ଜନ୍ମେ, *ଉତ୍ତର ମିଳିବ କେବେ?* 

ବର୍ତ୍ତମାନରେ ଡାକବାଲାର ଡାକ ବି ଶୁଭୁନି ତେଣୁ ଦୁଆରବାଟ ଆଗରେ ବାଟଚାହିଁ ମଧ୍ୟ କେହି ବସୁନାହାଁନ୍ତି l କ୍ରମଶଃ ଆଉ ଚିଠି ଲେଖିବାକୁ ବି ମନ ବଳୁନି l ଚିଠି ଲେଖିବାର ଅର୍ଥ ତ ଆଉ କିଛି ନୁହଁ କେବଳ ଅନ୍ତରର ବେଦନା ଟିକକ କ୍ରମେ ଗୁରୁ ରୁ ଗୁରୁତର କରିବା ଛଡା ! ଏଇୟା ବି ହେଇପାରେ, କାହାରି ଅନ୍ତରର କଥାପ୍ରକାଶ କରିବାକୁ କାଗଜରେ ସ୍ଥାନ ନାହିଁ କି କଲମ ମୁନରେ ଶକ୍ତି ନାହିଁ ।


Rate this content
Log in

Similar oriya story from Abstract