STORYMIRROR

Prashant Mahanta

Tragedy Classics Inspirational

3  

Prashant Mahanta

Tragedy Classics Inspirational

କ୍ରମଶଃ...

କ୍ରମଶଃ...

2 mins
10

କାହିଁ ଏତେ ଶୁନ୍ ଶାନ୍ ଲାଗେ ଏ ପ୍ରାଙ୍ଗଣ, କିଛି ଦିନ ତଳେ ଯେଉଁଠି ଉଡ଼ି ବୁଲୁଥିଲେ ଢେର୍ ସାରା ବିହଙ୍ଗ। ବର୍ତ୍ତମାନ ଏ ପ୍ରାଙ୍ଗଣ ଭାବୁଛି, " କୁଆଡେ ଗଲେ ସମସ୍ତେ ମୋତେ ଏମିତି ଏକୁଟିଆ ଛାଡି। କ୍ରମଶଃ... ପୁନର୍ବାର କ'ଣ ମୁଁ ସବୁଦିନ ପାଇଁ ଏକୁଟିଆ ହେଇଯିବି? ତିନିବର୍ଷ କାଳ ଯାଏଁ ତ ଏକୁଟିଆ ରହିଥିଲି, ପୁଣି ଥରେ ସେ ଅବସ୍ଥା କୁ ଫେରିବାକୁ ମୁଁ ଚାହୁଁନି l ମୁଁ ଚାହେଁ ମୋ ପାଖରୁ ଉଡ଼ିଥିବା ପ୍ରତ୍ୟେକେ ଚାଲିଆସନ୍ତୁ ମୋ କୋଳକୁ l ମୁଁ ପୁଣିଥରେ ଶୁଣିବାକୁ ଚାହେଁ ମୋ ପିଲାମାନଙ୍କ କୋମଳ ହସର ଗୁଞ୍ଜରଣ l ମୁଁ ପୁଣିଥରେ ମୋ ପିଲାମାନଙ୍କ ସହ ଦେଖିବାକୁ ଚାହେଁ ଦୂର ଆକାଶର ସେଇ ଭସା ବାଦଲ ଖଣ୍ଡ ମାନଙ୍କୁ l ପୁଣିଥରେ ମୋ ପିଲାମାନଙ୍କ ସହ ମିଶି ଭିଜିବାକୁ ଚାହେଁ ସେଇ ଅଦିନିଆ ଝିପିଝିପି ବର୍ଷାରେ l ମୁଁ ଚାହେଁ ଶୀତୁଆ ସକାଳରେ କେତେକ ପିଲା ଆସି ମୋ ବଗିଚାରେ କଅଁଳ ସୁନେଲୀ ସୂର୍ଯ୍ୟ କିରଣ ଉପଭୋଗ କରି ଗପସପର ଆସର ଜମେଇ ବସନ୍ତୁ, ଆଉ କେତେକ ଫୁଟିଥିବା ଫୁଲର ପାଖୁଡ଼ାରେ ପଡିଥିବା ମୁକ୍ତା ରୂପକ ଶିଶିର ର ସାମୂହିକ ସୌନ୍ଦର୍ଯ୍ୟ ବର୍ଣ୍ଣନା କରନ୍ତୁ l ମୋର ଏହି ଜୀବନକାଳ ମଧ୍ୟରେ ଅନେକ ବ୍ୟକ୍ତିତ୍ଵଙ୍କୁ ଦେଖିଛି l କେହି ଆସନ୍ତି,ଦେଖାଦିଅନ୍ତି କେବଳମାତ୍ର ଦୁଇବର୍ଷ ପାଇଁ, ତା'ପରେ ଭୁଲି ଯାଆନ୍ତି ମୁଁ କିଏ... l ତାଙ୍କ ବିରୁଦ୍ଧରେ ମୋର ଫରିଆଦ ତ କିଛି ନାହଁ, କିନ୍ତୁ ଏତିକି ଅନୁରୋଧ, ଯେତକ ସମୟ ପାଇଁ ରହିବ ମୋତେ ତୁମଠାରୁ ଅଲଗା କରିବନି, ତୁମ ହସ-ଖୁସି ହେଉ ବା ଦୁଃଖର କଥା ହେଉ, ସବୁଥିରେ ସାମିଲ୍ କରିବ ଅତି ନିଜର ଭାବି l ତୁମକୁ ଲାଗିପାରେ କି ମୁଁ ବଡ଼ ସ୍ୱାର୍ଥପରଙ୍କ ଭଳି କଥା କହୁଛି, କିନ୍ତୁ ମୁଁ କଣ ବା କରିପାରିବି ? ଏତେ ସମୟର ଏକୁଟିଆପଣରେ ମୁଁ ସ୍ୱାର୍ଥପରତାର ଶେଷ ସୀମା ମଧ୍ୟ ଡେଇଁ ସାରିଛି l ଅପେକ୍ଷା କେବଳ ସେଇ ସମୟକୁ, କେବେ ସମସ୍ତେ ଆସି ଆଦରିନେବେ ଏଇ ନିର୍ଜୀବ ଅନୁଷ୍ଠାନକୁ l 

କିନ୍ତୁ, ଆଉ କେତେକ ବ୍ୟକ୍ତିବିଶେଷ ଅଛନ୍ତି, ଯାହାଙ୍କ ପାଇଁ ଜିଇଁ(ତିଷ୍ଠି) ରହିବାର ଟିକକ ଆଶା ଏବେବି ବଞ୍ଚି ରହିଛି l ଯେଉମାନେ ଆରମ୍ଭରୁ ବର୍ତ୍ତମାନ୍ ଯାଏ ମୋ ସହିତ ଜଡ଼ିତ ଅଛନ୍ତି l କେବେବି ଭୁଲି ନାହାନ୍ତି ମୋ ଠିକଣା ଆଉ ପରିଚୟ, ନିଃସ୍ବାର୍ଥପର ଭାବେ ନୂଆ କରି ଗଢିବାର ଶତ ପ୍ରଚେଷ୍ଟାରେ ଲାଗିଛନ୍ତି ସେମାନେ l ମୁଁ ପ୍ରତିବଦଳରେ ମୋର ଗଭୀର ଭଲପାଇବା ଛଡା ଆଉ କ'ଣ ବା ଦେଇପାରେ ? ମୋର ସମ୍ପତ୍ତି ଆଉ ପରିଚୟ ଭାବେ କିଛି ତ ନାହିଁ, କେବଳ ଦୁଇଟି ବିଲଡିଂ, ଦୁଇଟି ହଷ୍ଟେଲ, ଏକ କୁନି ବଗିଚା, ସାମନାରେ ଦୁଇଟି ଡେଙ୍ଗା ପଇଡ଼ ଗଛ, ବଉଳ ଗଛ ଆଉ ପ୍ରଥମ ଫ୍ଲୋର ରେ ଅସ୍ଥାୟୀ ପାରା ଯୁଗଳଙ୍କ ଅସ୍ଥାୟୀ ବସା l" :)


[Context ଥାଉ କି ଯେତେବେଳେ ୟାକୁ ମୁଁ ଲେଖିଥିଲି, ସେବେ ବଡଦିନ ଛୁଟି ଥାଏ, କଲେଜ ର ସମସ୍ତେ ଛୁଟି ପାଇ ଘରକୁ ଚାଲିଯାଇଥିଲେ, (ଆମେ ଆସିବା ଆଗରୁ ଆମ କଲେଜ 2-3 ବର୍ଷ ପାଇଁ କୌଣସି କାରଣବଶତଃ ବନ୍ଦ ହୋଇ ଏକୁଟିଆ ପଡିଯାଇଥିଲା, ପରେ କଲେଜ ଖୋଲିଲା ନୂଆରୂପରେ ଏବଂ ଆମେ ନୂତନ ପ୍ରଥମ ବ୍ଯାଚ ଭାବେ ଆଡମିଶନ କଲୁ, ଲଗାତାର 4 ମାସ ଯାଏଁ କଲେଜ ରେ ରହି କ୍ଲାସ ଚାଲିଲା, ଢେର୍ ସାରା ପ୍ରୋଗ୍ରାମ ମଧ୍ୟ ଅନୁଷ୍ଠିତ ହେଲା, କଲେଜ ଭାବୁଥିଲା ତାର ଏକୁଟିଆପଣ ଦୂର କରିବାକୁ ସାଥୀ ଆସିଗଲେ,

କିନ୍ତୁ ହଠାତ୍ ଯେତେବେଳେ ସମସ୍ତେ ଛାଡି ଚାଲିଗଲେ, କଲେଜ ପରିବେଶ ପୁରା ନିସ୍ତବ୍ଧ, କଲେଜ ପୁଣିଥରେ ଏକାନ୍ତ ହୋଇଯିବା ଭୟରେ ଗଭୀର ଆଶଙ୍କାରେ ପଡ଼ିଯାଇଛି....)]




Rate this content
Log in

Similar oriya story from Tragedy