କାହାଣୀ ନୁହେଁ ଏ କଥାଟି ସତ
କାହାଣୀ ନୁହେଁ ଏ କଥାଟି ସତ
( କାହାଣୀ ନୁହେଁ ଏ କଥାଟି ସତ ବନ୍ଧୁ ଦେଇଗଲେ ଦାରୁଣ ଦୁଃଖ)
କବିଟିଏ ଗପ ହେଉ କି କବିତା କଳ୍ପନରେ ସେ କାଗଜ କଲମରେ ସେ ଅନେକ କିଛି ଚିତ୍ରିତ କରିପାରେ ।କେତେବେଳେ ପକ୍ଷୀ ରାଜ ଘୋଡାରେ ଉଡିବୁଲେ ତ ପୁଣି କେତେବେଳେ ଉତତ୍ପ ମରୁଭୂମିରେ ମଧ୍ୟ ଜଳର ପ୍ରବାହ ସୃଷ୍ଟି କରିପାରେ । କିନ୍ତୁ ମୁଁ ଆପଣମାନଙ୍କ ନିକଟରେ ଏପରି ଏକ କାହାଣୀ ଉପସ୍ଥାପନ କରିବାକୁ ଯାଉଛି ଯାହା କାହାଣୀ ନହେଲେବି ମୋ ଜୀବନ ଏକ ସତ ଆଉ ଦୁଖଦ ପୃୃଷ୍ଠା ।
2016 ମସିହା ମାର୍ଚ୍ଚ ସତର ତାରିଖ ସମୟ ପ୍ରାୟ 8.30 । ଫେସବୁକ ରେ ମୋ ନିକଟକୁ ଏକ ବନ୍ଧୁତାର ଅନୁରୋଧ ଆସିଲା ।ମୁଁ ଦେଖିଲି ସତ ହେଲେ ଗ୍ରହଣ କଲିନି ।କାହିଁକି ନା ସେଇ ନିକଟରେ ମୁଁ ମୋର ଏକମାତ୍ର ପୁତ୍ରକୁ ହରାଇ ଏକ ପ୍ରକାର କୋମାରେ ଥିଲି କହିଲେ ଅତ୍ୟୁକ୍ତି ହେବନାହିଁ।ଫେସଵୁକ୍ କେବଳ ଆସେ ମୋ ପୁଅର ପ୍ରୋଫାଇଲ୍ ଦେଖିବା ପାଇଁ ।ପୁଣି ପରଦିନ ବି ସେହି ମେସେଜ୍ ଆଉ ତା ସହ ଦୁଇଧାଡି ଲେଖା "please Sister accept my Request "।କାହିଁକି କେଜାଣି ମନହେଲା ତାଙ୍କ ବନ୍ଧୁତାକୁ ମୋହର ଦେବାପାଇଁ।ତାଙ୍କ ପ୍ରୋଫାଇଲ ଦେଖି ଜାଣିଲି ସେ ଏଇ କଟକ ଦୂରଦର୍ଶନରେ ଚାକିରୀ କରିଛନ୍ତି ଓ ଘର ତାଙ୍କର ଜଗତସିଂହପୁର ବିଓଁଳରେ । ଶେଷରେ ଆମ ବନ୍ଧୁତାରେ ମୋହର ବାଜିଲା । ବ୍ୟସ୍ତ ବହୁଳ ଜୀବନରେ ଦିନରେ କେବେ ସମୟ ମିଳେନାହିଁ।ତେଣୁ ପ୍ରାୟ ସବୁଦିନ ସନ୍ଧ୍ୟାବେଳେ ଆମେ ପ୍ରାୟ ଦଶ,ପନ୍ଦର ମିନିଟ କଥା ହେଉ।ମୋର ସବୁ କଥା ଶୁଣିଲା ପରେ ସେ ମୋତେ ସବୁବେଳେ କୁହନ୍ତି " Relax Sister"।ବହୁତ ବୁଝାନ୍ତି,କୁହନ୍ତି ମୁଁ କେବଳ ତୁମର ବନ୍ଧୁଟିଏ ନୁହେଁ ,ମୋତେତୁମ ନିଜର ବଡଭାଇ ବୋଲି ଭାବିନିଅ।
ପ୍ରଥମ ଥର ସେ ଯେତେବେଳେ ସାବିତ୍ରୀ ଅମାବାସ୍ୟାକୁ ଶାଢ଼ୀ, ଫଳ ଧରି ଆସିଥିଲେ ଖୁସିରେ ମୋ ପାଦ ତଳେ ଲାଗୁ ନଥିଲା।ସେଦିନ ଜାଣିଲି ସେ କଥାରେ ନୁହେଁ କାମରେ ବି ନିଜର ପଣିଆ ଦେଖାଇ ଥାନ୍ତି।
ତା ପରଠାରୁ ସେ ମୋ ପରିବାରର ଜଣେ ସଦସ୍ୟ ହୋଇଯାଇଥିଲେ। ମୋର ପ୍ରତ୍ୟେକଟି ଦୁଃଖରେ ମୁଁ ତାଙ୍କୁ ପାଖରେ ପାଇଥାଏ । ହେଲେ ସେ ଟିକେ ଅଭିମାନୀ ଥିଲେ ଟିକେ କଥାରେ ରାଗି ଯାଆନ୍ତି, ଆଉ ଫୋନକୁ ବନ୍ଦ କରି ଦିଅନ୍ତି।ପୁଣି ମନ ବୁଝିଗଲେ ପୁଣି ସରି କହି କଥା ହୁଅନ୍ତି।ଏମିତି ଖୁସିରେ ଗଡି ଚାଲିଥାଏ ଆମ ବନ୍ଧୁତାର ଗାଡି ।ଏହା ଭିତରେ ଆମ ଦୁଇ ପରିବାର ଭିତରେ ବି ବନ୍ଧୁତା ବଢି ଯାଇଥାଏ। ସବୁବେଳେ କୁହନ୍ତି "ଅନ୍ତର ରୁ ମୁଁ ଯାହାକୁ ଆପଣାର ଭାବେ ତାକୁ କେବେବି ଦୂରେଇ ଦିଏନି । ପ୍ରତି ମାସରେ ଥରୁଟିଏ ସେ ଯାହାବି ହେଲେ ଆମ ଘରକୁ ଆସନ୍ତି।
ଗଲା ମାର୍ଚ୍ଚ ମାସରେ ନାତିର ଜନ୍ମଦିନର ନିମନ୍ତ୍ରଣ ଦେବାପାଇଁ ଆସିଥିଲେ।କହିଲେ ପେଟଟା କାହିଁକି କଣ ହେଉଛି।ମୁଁ ମଜାରେ କହିଲି ସବୁବେଳେ ଦହିବରା ଖାଉଛ ତ ସେଥିପାଇଁ।ତାଙ୍କୁ ଜୁଆଣି ଦେଲି ଖାଇବା ପାଇଁ ଆଉ ଡାକ୍ତର ପରାମର୍ଶ କରିବା ପାଇଁ କହିଲି । ନାତିର ଜନ୍ମଦିନକୁ ଯାଇଥିଲି ପଚାରିବାରୁ କହିଲେ ଏଇ ସବୁ ଝମେଲା ସରିଯାଉ ଦେଖାଇବି ।
ଏହାପରେ ତାଙ୍କ ଫୋନ ବନ୍ଦ ହୋଇଗଲା।କିନ୍ତୁ ମୁଁ ସବୁବେଳେ କରେ।ଦିନେ ଫୋନ୍ ଲାଗିଲା ଆଉ ସେ ମୋତେ କହିଲେ ମେଡିକାଲରେ ଅଛି ପରେ ଫୋନ୍ କରିବି ।କିନ୍ତୁ ପରେ ଆଉ ଫୋନ କଲେନି।ଦିନେ ମୁଁ ଫୋନ୍ କରିବାରୁ କହିଲେ ମୁଁ ନୂଆବଜାର ଗ୍ୟାଷ୍ଟୋ କେୟାରରେ ଅପରେସନ ହେବି ଷ୍ଟୋନ ହୋଇଛି।ମୁଁ ଯାଇ ପହଞ୍ଚି ଗଲି ମଧ୍ୟ ।ଶୋଇ ଥିଲେ ଉଠି ବସି ପଡିଲେ।ଅପରେସନ ଠିକ୍ ଠାକ୍ ସରିଲା ,ବନ୍ଧୁ ମୋର ଘରକୁ ଫେରିଲେ।ବୋଧହୁଏ ଆମ ବନ୍ଧୁତାରେ କାହାର ନଜର ଲାଗି ଗଲା।ସୁବୁଦିନ ତାଙ୍କ ସହ କଥା ହୁଏ ସତ ହେଲେ ଆଗଭଳି ନୁହେଁ।ପଦେ ଅଧେ କଣ କହିଦେଇ ଭାଉଜଙ୍କୁ ଫୋନ୍ ଧରେଇ ଦିଅନ୍ତି।
ତା ପରଠାରୁ ତାଙ୍କ ଫୋନ୍ ସୁଇଚ୍ ଅଫ ହୋଇଗଲା।ଘରେ ମୁଁ ଏକୁଟିଆ ଛୋଟ ନାତୁଣୀ ଟିଏ, ତାଙ୍କ ଘରର ଦୂରତା ବି ବହୁତ ତେଣୁ ଯିବା ବି ସମ୍ଭବ ହେଉ ନଥାଏ।ମନଟା ସବୁବେଳେ ବ୍ୟସ୍ତ ହେଉଥାଏ।
ହଠାତ ଦିନେ ଖରାବେଳେ ଫୋନ୍ କଲେ ।ରାଗି ଯାଇଥଲି,କହିଲି ଆଜି ସୂର୍ଯ୍ୟ କେଉଁ ଦିଗରେ ଉଠିଛନ୍ତି କି। ହସିଦେଲେ,କହିଲେବି ବନ୍ଦ ହୋଇଗଲା। ଆରେ ନାହିଁ "ମୁଁ ଭଲ ଅଛି ମୋର ଗୋଟାଏ 399 ରିଚାର୍ଜ କରିଦିଅ ବସି ବସି ବୋର ଲାଗୁଛି।କରିଦେଲି।ଦୁଇ ଦିନ ଖଣ୍ଡେ ଠିକ୍ ଠାକ କଥା ବି ହେଲେ।ଆଉ କହିଲେ ପୁଣି ପେଟ କଣ ହେଉଛି ଦଶହରା ପରେ ବଡ ମେଡ଼ିକାଲ ଯିବି।ଅଫିସ କାମ ବି ଅଛି ସାରିକି ଆସିବି। ସଂଧ୍ୟା ରେ ଫୋନ ବି କଲେ ମୁଁ ରେଜିଗ୍ ନେସନ ଦେଇ ଦେଲି। ଆରମାସରେ ତୁମ ଘରକୁ ଯିବି।ହେଲେ ସେ ସମୟ ଆଉ ମୋ ଭାଗ୍ୟରେ ଜୁଟିଲାନି। ତା ପରଠାରୁ ତାଙ୍କ ଫୋନ୍ ବି ବନ୍ଦ ହୋଇ ଗଲା।
ପନ୍ଦର ଦିନ ପରେ ହଠାତ କାଲି ଖରାବେଳେ ଅଜଣା ନମ୍ବରରୁ ଗୋଟାଏ ଫୋନ୍ ଆସିଲା। ଉଠାଇଲି ସେପଟୁ ଜଣେ ପଚାରୁଥିଲେ ଆପଣ ମିତାନାନୀ ତ ?ମୁଁ ପଚାରିଲି କିଏ କହୁଛନ୍ତି ? ସେପଟୁ କେବଳ ଏତିକି ଉତର ଆସିଲା 'ମୁଁ ତ୍ରିପାଠୀ ବାବୁଙ୍କ ପୁଅ ନାନୀ, ବାପା ଚାଲିଗଲେ....।ପାଦତଳୁ ମାଟି ଖସି ଖସି ଯାଉ ଥିଲା ,ବନ୍ଧୁ ମୋର ଚାଲିଗଲେ.... ଆଖିର ଲୁହ ବାଧା ମାନୁ ନଥିଲା।ସତରେ ମୁଁ ବହୁତ ହତଭାଗୀ ଟିଏ,ଭଲ ପୁଅଟିଏ ଭଗବାନ ଦେଇଥିଲେ ବୋଲ ଯେଉଁ ଦିନ ତାଙ୍କୁ ଧନ୍ୟବାଦ ଦେଇ ଆସିଲି ସେହି ଦିନ ହିଁ ସେ ଚାଲିଗଲା ।ଆଉ ଭଲ ବନ୍ଧୁ ଟିଏ ଦେଇବି ତାଙ୍କ ହାତରୁ ମୋ ହାତକୁ ସବୁଦିନ ପାଇଁ ଛଡାଇ ନେଲ । ଧନ୍ୟରେ ତୁମେ ଉପର ବାଲା ଆଉ ଧନ୍ୟ ତୁମର ଲୀଳା....