Lalita Mohan Mishra

Tragedy

0.2  

Lalita Mohan Mishra

Tragedy

ଜୀବନ

ଜୀବନ

4 mins
408


ଜୀବନ ଜନ୍ମରୁ ଆରମ୍ଭ ଆଉ ମୃତ୍ୟୁରେ ଶେଷ । ଉଭୟଙ୍କର ସମୟ ଅବଧି କ୍ଷଣିକ ଆଉ ଅଳିକ। ଦିନଚାହେଁ ରାତି ନ ଆସୁ । ଆଉ ଜୀବନ ଚାହେଁ ମୃତ୍ୟୁ ନ ଆସୁ । ଦିନ ଆଉ ରାତି ଜନ୍ମ ଆଉ ମୃତ୍ୟୁ ଠିକ୍ ଏକା କଥା । ଦିବସ ଦିନରୁ ଆରମ୍ଭ ଆଉ ରାତିରେ ଶେଷ କିନ୍ତୁ କାହାର ଜୀବନ କେମିତି ! ! ! କାହାର ଜୀବନ ସୁଖରେ ଯାଉଛି ତ.... କାହାର ଜୀବନ ଅନେକଙ୍କ ଜୀବନ ସହିତ ଜଡିତ ହୋଇ ଅନେକଙ୍କୁ ଦୁଃଖ ସାଗରରେ ଭସାଇ ଦେଇ ଯାଉଛି....

------------------------------------------------------------------------------

ପାହାଡ଼ ତଳ ଲଡୁକେଶ୍ବର ଶିବ ମନ୍ଦିରରେ ଯାତ୍ରା ଚାଲିଛି ଗତ କାଲି ଠାରୁ । ଯାତ୍ରା ଦେଖିବା ପାଇଁ ଶହ ଶହ ଲୋକଙ୍କ ଭିଡ । କାଲି ଠାରୁ ରାମାୟଣ ନାଟକ ଚାଲିଛି ଯେ ଏତେବେଳେ ପର୍ଯ୍ୟନ୍ତ ସରିବାର ନାଁ ଧରୁନି । ଲୋକ ଖାଇପିଇ ପୁଣି ନାଟ ଦେଖିବାକୁ ବସି ଗଲେଣି । ଭଳିକି ଭଳି ଦୋକାନ ବଜାର । ଲୁହା ଠାରୁ ଆରମ୍ଭ କରି ଜଳଖିଆ ପର୍ଯ୍ୟନ୍ତ କେତେ ପ୍ରକାରର ପଡିଛି ଦୋକାନ । ସନ୍ଧ୍ୟା ହେଲେ ଲୋକମାନଙ୍କ ଖାଇବା ପିଇବା ସାଙ୍ଗକୁ ରାମ ଦୋଳିର ମଜା କିଛି ନିଆରା । ରାତି ହେଲେ ଅପେରା ପାର୍ଟି । ତ୍ରିନାଥ ଗୌରୀ ତୁଳସୀ ଏ ବର୍ଷ ଆସିଛି ତିନୋଟି ଅପେରା ପାର୍ଟି । ଦୁର-ଦୁରାନ୍ତରୁ ଆସୁଛନ୍ତି ଲୋକେ ଯାତରା ଦେଖିବାକୁ ।


ରାମ ପ୍ରଧାନୀର ଦୁଆରେ ନାଟ ଯାତରା ହେଉଛି କିନ୍ତୁ ତାର ଏ ସବୁ ଥିରେ ମନ ନାହିଁ । ଗୋଟିଏ ବୋଲି ଝିଅ ନୀତା । ଝିଅଟିକୁ ଜନମ କରି ତାର ମାଆ ବିଳାସ ଆର ପାରିକୁ ଚାଲିଗଲା । ରାମ ପ୍ରଧାନୀ ହେଲା ନୀତାର ବାପା ଆଉ ମାଆ । କେହି ଝିଅଟିର ଉପଯୁକ୍ତ ଯତ୍ନ ନେଇ ପାରିବ ନାହିଁ ବୋଲି ଦ୍ବିତୀୟ ବିବାହ କଲା ନାହିଁ ପ୍ରଧାନୀ । ହଷ୍ଟେଲରେ ରହି ପାଠ ପଢିଲେ ଏକାକୀ ଲାଗି ବ ବୋଲି ଘରେ ରଖି ପାଠ ପଢାଇଲା ଝିଅକୁ । ଝିଅ ଫରେଷ୍ଟି ଭୁବନେଶ୍ବରରେ ରହି ପଢିଲା। ଦୁଇ ବର୍ଷ ଟ୍ରେନିଂ ନେଲା । ଆଜି ମନ୍ତ୍ରୀଙ୍କ ହାତରୁ ନିଯୁକ୍ତି ପତ୍ର ପାଇବ । ସେଥିପାଇଁ ରାମ ପ୍ରଧାନିର ଆଖିରେ ନିଦ ନାହିଁ ।


ଝିଅ ନିତ୍ୟକର୍ମ ସାରି ବାହାରିବାକୁ ପ୍ରସ୍ତୁତ ହେଉଛି । ବସ୍ ରେ ଯିବାକୁ ପଡିବ ଭୁବନେଶ୍ବର । ତାହାପରେ ଉତ୍ସବ ସ୍ଥଳକୁ ଅଟୋରେ ଯିବାକୁ ପଡିବ । ସେଥିପାଇଁ ମନରେ ଭାରି ବ୍ଯଗ୍ର । ଭୋର୍ ପାଞ୍ଚଟା ବେଳକୁ ବସ୍ ଅଛି । ନଅଟା ସମୟରେ ପହଞ୍ଚାଇ ଦେବ ଭୁବନେଶ୍ଵରରେ । ବାପ ଝିଅ ବସ୍ ରେ ବସିଲେ ଆଉ ଠିକ୍ ନଅଟା ବେଳେ ବସ୍ ଟି ପହଞ୍ଚାଇ ଦେଲା । ଗୋଟିଏ ଅଟୋ ଧରି ବାପଝିଅ ଚାଲିଲେ । ଉତ୍ସବ ସ୍ଥଳର ଗେଟ୍ ର କେତେ ଆଗରୁ ଭିଡ । ଅଭିଭାବକ ମାନେ ଯେ ଯାହାର ପିଲାକୁ ନେଇ କାର୍ ରେ ଆସିଛନ୍ତି । ଅଟୋଟିକୂ ଯିବା ଆସିବା ତୁଟେଇ ଦେଇଥାଏ ନୀତା । ଟିକେ ଭିଡ ରାସ୍ତା ତେଣୁ ସେ ଭିତରକୁ ଗଲାବେଳେ କହିଗଲା - 


ବାପା ! ତୁମେ ଅଟୋକୁ ଏହି ଯାଗାରେ ରହିଥାଅ । ଗାଡିରୁ ବାହାରକୁ ବାହାରିବନି। ଯଦି କିଏ କିଛି ପଚାରେ କୌଣସି ଉତ୍ତର ଦେବନି। ଆଜି ଅଫିସ୍ ରେ ମୋର ପ୍ରଥମଦିନ। ମୋ ସହ ବହୁତ ବଡବଡିଆ ଲୋକଙ୍କ ପିଲା ଏ ଯାଗାରେ ନିଯୁକ୍ତି ପାଇଛନ୍ତି। ସେ ପିଲାମାନେ ଦାମୀକାରରେ ନିଜ ବାପାମାଆଙ୍କ ସହ ଆସିଥିବେ ନିହାତି । ପରିଚୟ ସମାରୋହ ଧୂମଧାମରେ ହେବ ବୋଲି ଚିଠିରେ ଲେଖାଥିଲା। ସବୁ ସରିଲେ ମୁଁ ଫୋନ୍ କରିଦେବି। ଭୋକ ଲାଗିଲେ କଣ ଟିକେ ଖାଇଦେଇ ଅଟୋରେ ବସିଥିବ। ପକେଟରୁ ମଳିଛିଆ ରୁମାଲ କାଢି ମୁହଁ ପୋଛି ଝିଅ ଆଡକୁ ଚାହିଁଲେ ବୃଦ୍ଧ ରାମ। 


- ତୁ ଜମା ବ୍ଯସ୍ତ ହେବୁନି ରେ ମାଆ ! ତୋ ବୁଢାବାପା ଏଇ ଯାଗାରେ ଅପେକ୍ଷା କରିଥିବ। ମୋର ଏତେ ବର୍ଷର ତପସ୍ଯା ଆଜି ସଫଳ ହୋଇଛି। ତୋ ମାଆ ବଞ୍ଚିଥିଲେ ଆଜି କେତେ ଖୁସି ହୋଇଥାଆନ୍ତା ନା ! 


ସେତିକି ବେଳକୁ ନିତା ରାମଙ୍କ ଆଖି ସାମ୍ନାରୁ ଅଦୃଶ୍ଯ ହୋଇସାରିଥିଲା। ରାମ ଭାବୁଥାଏ ଆଜି ବିଳାସ ଥିଲେ ସାଥି ହୋଇ ଆସିଥାନ୍ତୁ ମନରେ କେତେ ଆନନ୍ଦ ଆସିଥାନ୍ତା । ହେଲେ ବିଧାତାର ବିଚାର ଅନ୍ୟ କିଛି । ହେଉ ପ୍ରଭୁ ଯାହା ଦେଇଛନ୍ତି ତାକୁ ନେଇ ଖୁସି ।


ସଭାକାର୍ଯ୍ୟ ଆରମ୍ଭ ହୋଇ ଗଲାଣି । ସମସ୍ତଙ୍କର ଭାଷଣ କାର୍ଯ୍ୟକ୍ରମ ଚାଲିଛି । ରାମ ପ୍ରଧାନୀ ଅଟୋରେ ବସି ଶୁଣୁଛି । ବହୁ ବଡ ବଡ ଲୋକଙ୍କର ଯିବା ଆସିବା ଚାଲିଛି । ଝିଅ ମନା କରିଛି କୁଆଡେ ଯିବାକୁ । ତେଣୁ ଅଟୋରେ ବସି ସବୁ ଶୁଣୁଛି ଅନୁଭବ କରୁଛି । ଭାଷଣ ପର୍ବ ସରିଲା ବର୍ତ୍ତମାନ ନିଯୁକ୍ତି ଧାରିଙ୍କୁ ମଞ୍ଚ ଉପରକୁ ଡାକି ନିଯୁକ୍ତି ପତ୍ର ଦିଆହେଉଛି । ନୀତା ପ୍ରଧାନୀର ନାମ ଡାକିଲେ ; ନୀତା ଆନନ୍ଦରେ ମଞ୍ଚ ଉପରେ ଅତିଥିଙ୍କ ଠାରୁ ନିଯୁକ୍ତି ପତ୍ର ଅତି ଆଗ୍ରହ ସହକାରେ ଗ୍ରହଣ କଲା । ମଞ୍ଚ ଉପରୁ ଓହ୍ଲାଇବା ବେଳକୁ ଜଣେ ଅତିଥି ପ୍ରଶ୍ନ କଲେ ; ତୁମ ସଫଳତାର ଶ୍ରେୟ କିଏ ? ନୀତା ହସି ହସି ଉତ୍ତର ଦେଇଥିଲା ମୋର ବାପା ।


ରାମ ପ୍ରଧାନୀ ଅଟୋ ବସି ଶୁଣୁଥାଏ ଏବଂ ନିଜକୁ କୁତାର୍ଥ ମଣୁଥାଏ । ମୋର ଆଜି ଜୀବନ ସଫଳ ହେଲା ବୋଲି ଭଗବାନଙ୍କ ଠାରେ କୃତଜ୍ଞତା ଜ୍ଞାପନ କରୁଥାଏ । ନୀତା ନିଯୁକ୍ତି ପତ୍ର ପାଇ ବାପାଙ୍କ ଠାରୁ ଆଶୀର୍ବାଦ ନେବାକୁ ଗେଟ୍ ବାହାରକୁ ଆସୁଥାଏ ।


ଗେଟ୍ ବାହାରେ ଲୋକଙ୍କର ଭିଡ । କିଏ ୧୦୧ ଆମ୍ବୁଲାନ୍ସକୁ ଫୋନ୍ କରୁଥାଏ ତ କିଏ.... ଏହା କିପରି ଘଟିଲା ପ୍ରଶ୍ନ କରୁଥାଏ । କିନ୍ତୁ ନୀତା ଖୋଜୁଥାଏ ବାପା ବସିଥିବା ଅଟୋକୁ । ବାପାଙ୍କୁ ଖୁସି ଖବରଟା ଜଣାଇବା ପାଇଁ ତାର ଉତ୍କଣ୍ଠା । ଗହଳି ଭିତରେ ଅଟୋକୁ ନ ପାଇ ଦୁଃଖିତ । ଅଟୋଟି କୁଆଡେ ଗଲା... ବିଭିନ୍ନ ପ୍ରଶ୍ନ... ବିଭିନ୍ନ ଆଶଙ୍କା ।


ଲୋକଙ୍କ ଗହଳି ଭିତରେ ବାପାଙ୍କ ସେହି ଚିରାଚରିତ ଗାମୁଛାଟି ତଳେ ପଡି ଥିବାର ଦେଖିଲା । ଲୋକମାନଙ୍କୁ ଆଡେଇ ଗହଳି ଭିତରକୁ ପସିଗଲା । ଏଭଳି ଦୃଶ୍ୟ ଦେଖି ହତବାକ୍ ହୋଇଗଲା । ଆକାଶଟା ଯେମିତି ତା ଉପରେ ଛିଣ୍ଡି ପଡିଲା ସେମିତି ଲାଗିଲା । ଏ କି କରୁଣ ଦୃଶ୍ୟ । ବାପା ରକ୍ତରେ ଜୁଡୁବୁଡୁ ହୋଇ ଛଟପଟ ହେଉଛନ୍ତି । ଅଟୋ ଡ୍ରାଇଭରର ନିସ୍ତେଜ । ସଙ୍ଗେ ସଙ୍ଗେ ୧୦୧ ଆମ୍ବୁଲାନ୍ସ ଗାଡି ଲାଗିଗଲା । ବାପାଙ୍କ ସାଥିରେ ନୀତା ମେଡିକାଲ ଚାଲିଲା । ମେଡିକାଲ ନେବା ବାଟରେ ରାମ ପ୍ରଧାନୀ ଆର ପାରିକୁ ଚାଲିଗଲେ ।


ଦୁର୍ଘଟଣା ଘଟାଇ ଥିବା ବୋଲେରୋ ଗାଡ଼ିଟି ଜଣେ ନିଯୁକ୍ତି ପାଇଥିବା ଅଭିଭାବକଙ୍କ ଗାଡି । ନୀତା ଭାଙ୍ଗି ପଡିଲା ଏହି ସମୟରେ ଯିଏ ଅତ୍ୟଧିକ ଖୁସି ଆନନ୍ଦ ଆଣିଥାନ୍ତେ ସେ ଝିଅକୁ ଏକାକୀ ଛାଡି ଚାଲିଗଲେ କିଏ ବିଶ୍ବାସ କରିପାରୁ ନ ଥିଲେ । ଗୋଟେ ପଟେ ସୁଖ ବଦଳରେ ଗଭୀର ଦୁଃଖ । କୁହନ୍ତି ବିଶ୍ବାସ ଭରସା ଟଳମଳ ହେଲେ ନିଶ୍ବାସ ରୁଦ୍ଧ ହୋଇଯାଏ। ଆଉ ଜୀବନ ନାଟିକା ଚାଲିଥାଏ ସିନା ଜୀବନର ମାନେ ଖୋଜୁଥାଏ । ନୀତା ବାସ୍ତବ ଜୀବନର ମାନେ ଖୋଜୁଥାଏ । ସତରେ ଆମ ଜୀବନ ଏ ସବୁ ସୁଖ ଦୁଃଖକୁ ନେଇ ନା.....


ଅରବିନ୍ଦ ରଥଙ୍କ ଗଲ୍ପାଶଂଟି


Rate this content
Log in

Similar oriya story from Tragedy