Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Lalita Mohan Mishra

Tragedy

3  

Lalita Mohan Mishra

Tragedy

ଜୀବନ ଯୁଦ୍ଧ

ଜୀବନ ଯୁଦ୍ଧ

7 mins
18


ଜୀବନ ନାଟକରେ ଅନେକ ଝଡ ଝଞ୍ଜା, ଦୁଃଖ କଷ୍ଟ, ହସ କାନ୍ଦ ଆସେ । ଅତୀତରୁ ବର୍ତ୍ତମାନ ଆଉ ସକାଳରୁ ସଞ୍ଜ । ଏନ୍ତୁଡିରୁ ଜୁଇ ନିଆଁ ପର୍ଯ୍ୟନ୍ତ ଜୀବନ । ମନୁଷ୍ୟ ବଞ୍ଚିବା ପାଇଁ ପ୍ରତି ମୂହୁର୍ତ୍ତରେ ସଂଘର୍ଷ କରେ। ସଂଘର୍ଷମୟ ଜୀବନ ଯୁଦ୍ଧରେ କିଏ ଜିତିଯାଏ ତ କିଏ ହାରି ଯାଏ । ଆଉ ଯିଏ ହାରି ଯାଏ ସେ ମୃତୁକୁ କୋଳେଇ ନିଏ । ଏହି କରୋନା ମହାମାରୀ ଯୁଦ୍ଧରେ ସତେ ଯେମିତି ମନୁଷ୍ୟ ହାରି ଯାଇଛି । ହାରି ଯାଇଛି ତାର ବଞ୍ଚିବାର ରାହା । । କରୋନା ଓ ଜନ ସମାଜ ଭିତରେ ଚାଲିଛି ଜୀବନ ଯୁଦ୍ଧ । ପ୍ରତି ମୁହୂର୍ତ୍ତରେ ମନୁଷ୍ୟ ଏଠି ସଂଗ୍ରାମ କରୁଛି ନିଜ ଜୀବନ ସହ । ଜୀବନ ଯୁଦ୍ଧରୁ ବିଶ୍ରାମ ନେବାକୁ ସୂର୍ଯ୍ୟାସ୍ତକୁ ଚାହିଁ ରହିଥାଏ ଜୟନ୍ତୀ । 


ନିଜ ଶୋଇବା ଘରର କାନ୍ଥ ଆଡ଼କୁ ଚାହିଁଲା ଜୟନ୍ତୀ । ବିଭାଘର ପରେ ଜଗନ୍ନାଥଙ୍କ ଦର୍ଶନ ପାଇଁ ଜଗବନ୍ଧୁଙ୍କ ସହିତ ଯାଇଥିଲା ପୁରୀ । ସମୁଦ୍ର କୂଳରେ ବୁଲୁଥିବା ବେଳେ ଫଟୋଟିଏ ଉଠାଇଥିଲେ। ସେଇଟିକୁ କେତେ ସରାଗରେ ବନ୍ଧେଇ ଟାଙ୍ଗି ଦେଇଥିଲା ବେଡ୍ ରୁମ୍ କାନ୍ଥରେ । କାନେ କାନେ କହିଥିଲା - ବୁଝିଲୁ ଜୟନ୍ତୀ ! ମୁଁ ନ ଥିଲା ବେଳେ ଏଇ ଫଟୋ ଦେଖି ତୁ ମୋତେ ମନେ ପକାଉଥିବୁ । ସେ ଖୁବ୍ ଅଭିମାନ କରିଥିଲା ସେଦିନ। କହିଲା ମତେ ଛାଡ଼ି କୁଆଡେ ଯିବା କଥା କହିଲେ ତୁମର ମୋର କଟି।


ଜଗବନ୍ଧୁ ସେଦିନ ବହୁତ ମନେଇଲା ପରେ ଅଭିମାନ ଭାଙ୍ଗି ଥିଲା ଜୟନ୍ତୀର। ହେଲେ ସମୟର ଖେଳ ଆଗରେ ମଣିଷ ଛାର। ଜଗବନ୍ଧୁ ଏମିତି ଅବେଳରେ ଚାଲିଯିବ, ତା'ର ଫେରିବା ବାଟ ସବୁଦିନ ପାଇଁ ବନ୍ଦ ହୋଇଯିବ କିଏ ଜାଣିଥିଲା ? ଏହି ଘରକୁ ବିବାହ କରି ଆସିବାର ତା'ର ତିନି ବର୍ଷ ହୋଇଗଲା । ଦାଣ୍ଡକୁ ବାହାରିଲେ ମୁଣ୍ଡରେ ହାତେ ଓଢ଼ଣା ଦେଉଥାଏ । ଶ୍ୱଶୂର, ଦେଢ଼ଶୁର ଗୁରୁଜନ ଏ ପର୍ଯ୍ୟନ୍ତ ତା ମୁହଁକୁ ଦେଖି ନାହାଁନ୍ତି । ହେଲେ ଆଜି ସାରା ଦୁନିଆ ତାକୁ ଦେଖୁଛି।


ପାଖରେ ଶୋଇଥିବା ପୁଅ ମୁଣ୍ଡରେ ହାତ ବୁଲେଇ ଦେଲା। ଜନ୍ମ ହେଲା ଦିନୁ ବାପ କ'ଣ ଜାଣିଲାନି। କେମିତି ତାକୁ ଏଡୁଟେରୁ ଏଡୁଟିଏ କରିବ ! ପୁଅକୁ ଏବେ ଦୁଇବର୍ଷ ପୂରିଲା। ପେଟରେ ପାଞ୍ଚ ମାସର ହୋଇଥିଲା ତା ବାପ ଯାଇଛି ଯେ ସେହି କାଳୁ ଆଉ ସେ ସ୍ୱାମୀ କ'ଣ ଜାଣିଲାନି କି ପୁଅ ବାପ କ'ଣ ଜାଣିଲାନି ! ! ଛୁଆଟି ବାପ ବୋଲି ଦେଢଶୂର ଦିଅରଙ୍କୁ ଆଦରି ଯାଇଛି । ଅଧୀର ହୋଇ ପଡ଼ୁଥିଲା ଜୟନ୍ତୀ । 


ତାହାର ସ୍ୱାମୀ ମହାମାରୀ କରୋନାରେ ଚାଲିଯିବ.... କେବେ ସେ ବିଶ୍ୱାସ କରି ନ ଥିଲା । ଘରେ ନହେଲା ନାହିଁ, ଦୂରରେ ହେଉ ପଛେ, ଲୋକଟା ତ ଏଇ ବସୁଧାରେ ଥିଲା। ହେଲେ ବିଧାତା, କି ଲେଖିଲା ତା କପାଳରେ ! ଶୀରି ତୁଟିଗଲା ତା'ର । ମିସ୍ତ୍ରୀ କାମ କରୁଥିଲା କେରଳରେ । ଏ କି ରୋଗ ଆସିଲା ଯେ ଆଛା ଆଛା ଲୋକଙ୍କୁ ନେଇଗଲା । ଅହ୍ୟ ମାଇପିଟା ଶୂନ୍ୟ ସୀମନ୍ତ ହୋଇଗଲା । ହାତକୁ ଦେଖୁଥିଲା ଜୟନ୍ତୀ । ଏବେ ଗତ ରଜକୁ ହାତେ ପାଣିଚୁଡ଼ି ପିନ୍ଧିଥିଲା। ନିଜ ହାତକୁ ଚାହୁଁଥିଲା ସେ ବାରମ୍ବାର।


ବାହୁନି କାନ୍ଦି ଉଠିଥିଲା ଜୟନ୍ତୀ । ଭୟ ପାଇ ଜନ୍ମେଜୟ ଉଠି ପଡିଲା। ଭାରି ଯନ୍ତ୍ରଣାମୟ ପରିବେଶ । ସମସ୍ତେ ଲୋଟି ଯାଉଥିଲେ ତଳେ । ଯୁଆନ ପୁଅଟା ଚାଲିଗଲା । କୋଉ ବାପା ମା' ଭଲା ଧୈର୍ଯ୍ୟ ଧରି ରହିବେ? ମୁଣ୍ଡ ପିଟି କାନ୍ଦୁଥାନ୍ତି ସଭିଏଁ । ଘରକୁ ଶବ ଆଣିବେ ନାହିଁ ବୋଲି ସରକାର ନିୟମ କରିଛନ୍ତି । ସାଇଭାଇ ତ ଛି ଛାକର କରୁଥିଲେ । ଶବ ଯଦି ନେଇକି ଗାଁ ଆସିବ... ଗାଁରେ ପୂରେଇ ଦେବୁନି । ଜୟନ୍ତୀର ଶଂଙ୍ଖା ଭାଙ୍ଗିବେ । ସାଇ ଭାଇ ଶୀତଳ ପଣା ପିଇବେ । ସବୁ ଗାଧୋଇକି ନ ଆସିଲେ କିଛି ହେବନି । ଧୀରେ ଧୀରେ ଲୋକଙ୍କ ଗହଳି ହେଉଥିଲା । ତା’ ପାଇଁ ସମସ୍ତଙ୍କର ଆହା ଚୁ ଚୁ । ଭୁଆଷୁଣୀଟା କି ସୁଖ ପାଇଲା ଜୀବନରେ ! ଏମିତି ଅଧା ବାଟରେ ଛାଡି ଚାଲିଯିବ ବୋଲି ଜଗବନ୍ଧୁ କ’ଣ ହାତ ଧରିଥିଲା ? ଆଉ କିଏ କହୁଥିଲା, ସବୁ କଲା କର୍ମର ଫଳ । ଜୟନ୍ତୀ ମୂକ ପାଲଟି ଗଲା । ତାକୁ ଆଉ କିଛି ଶୁଣା ଯାଉ ନଥିଲା । ସେ ପଥର ମୂର୍ତ୍ତିଟି ଭଳି ବସିଥିଲା । ଚମ୍ପା ଖୁଡ଼ି କହୁଥାନ୍ତି, ସେଇଠି ସେମିତି କିଆଁ ପଥର ହୋଇ ବସିଛୁ ଯେ ! ତୁ ଉଠିଲେ ସିନା ଆମେ ସମସ୍ତେ ଗାଧୋଇ ପାଧୋଇ ଆସିବୁ । ସିଏ ତା ବାଟରେ ଗଲାଣି, ତା ବୋଲି ଆଉ କ’ଣ କାମ ପଡ଼ି ରହିବ ? 


 ସବୁ କାମ ସରିଲା । 


ଜୀବନ ଯୁଦ୍ଧରେ ପେଟର ଭୋକ ମରିଯାଏ କିଛି କ୍ଷଣ ପାଇଁ। କିନ୍ତୁ ନ ପୂରିଲେ ଜଠରର ଜ୍ବାଳା କ'ଣ ରଖେଇ ଥୋଇ ଦିଏ ! ପୁଅ ଶୋଇ ଯାଇଥିଲା । ରାତି ଛଅ ଘଡ଼ି ହେଲାଣି । ଦାଣ୍ଡ ଘରେ ଲାଗିଥିବା ବଡ଼ ପେଣ୍ଡୁଲମ୍ ଘଡ଼ିର ଠନ୍ ଠନ୍ ଶବ୍ଦ । ଏଥର କାନ୍ଦିବା ପାଳି ଲୋ ଜୟନ୍ତୀ । ଦୁଇ ଟୋପା ଲୁହ ଗଡ଼ି ପୁଅ ଜନ୍ମେଜୟ ଉପରେ ପଡ଼ିଲା । ସ୍ୱାମୀ କଥା ମନରେ ଆଣିଲା। ଛୁଆଟା ଡରୁଥିଲା ବାଡି ଆଡେ କିଏ ଠିଆ ହୋଇଛି । ଗୋଟେ ଛାୟା ମୂର୍ତ୍ତି ଆସି ତା ପାଖରେ ଠିଆ ହୋଇଛି । ପଚାରିଲା ! 'ଏ ଯାଏଁ ଶୋଇନ'। ଚମକି ପଡ଼ିଲା ଜୟନ୍ତୀ ......


ଦିଅର ଜଗନ୍... ତାକୁ ଦେଖି କାନ୍ଥ ଆଡ଼କୁ ଆଉଜି ଗଲା । ଧୀରେ କହିଲା, ନାଇଁ ପୁଅ ପରିସ୍ରା ଯିବାକୁ ଉଠିଲା ତ ! ହଉ କହି ଚାଲିଗଲା ଜଗନ୍ । ଭାରି ଭଲ ପିଲାଟି । ଭାରି ସୁଧାରିଆ। କାମ ଦାମ କରିବାକୁ ଚଉରସିଆ ଭେଣ୍ଡିଆଟାଏ। ଭାଉଜକୁ ଭାରି ସମ୍ମାନ କରେ। ଆଗରୁ ଯାଉଣୁ ଆସୁଣୁ ଦୁଇ ଭାଉଜଙ୍କୁ ଡାକ ପାରୁଥିଲା ଘଡିକି ଘଡ଼ି। ହେଲେ ଜଗବନ୍ଧୁ ଚାଲି ଯିବା ପରେ ସବୁ ବିଗିଡି ଯାଇଛି ଯେମିତି। ଶାଶୁ ଯେଉଁ ଦିନଠୁ ଜଗନକୁ ଦ୍ୱିତୀୟ ହେଇ ଯିବା କଥା କହିଲେଣି । ସେ ଦିନ ଠାରୁ କେମିତି ଗୋଟେ ଚୁପ୍ ହୋଇଯାଇଛି ଜଗନ୍ । ଆଉ ଭାଉଜ ଡାକ ଶୁଣିନି ସେ ତା' ଠାରୁ । ଅଳତା ସିନ୍ଦୂର ପିନ୍ଧି ଏଇ ଘରକୁ ଆସିଥିଲା ଜଗବନ୍ଧୁ ହାତ ଧରି। ସ୍ୱାମୀ ନ ରହିଲା ବୋଲି ଦିଅରକୁ......


ସ୍ୱାମୀ ଚାଲି ଯିବା ପରେ ମନ କଥା ବୁଝିବାକୁ କେହି ନାହିଁ। ଆଉ କାହା ନାଁ ରେ ସିନ୍ଦୂର ପିନ୍ଧିବାକୁ ଇଚ୍ଛା ନାହିଁ ଯେ...ହେଲେ କ'ଣ କରିବ ସେ। ଜୀବନ ଯୁଦ୍ଧରେ ଏକାକୀ କେମିତି 

ଲଢିବ ? ଯଦି ଶାଶୂଙ୍କ କଥା ନମାନିବ, ତାକୁ ଏଠାରୁ ବିଦା କଲେ ସେ ଯିବ କୁଆଡେ ? ତା ପୁଅ ଯଦି ତାଠାରୁ ଅଲଗା ହୋଇଯାଏ ! ! ଜୀବନ ଯୁଦ୍ଧରେ ଏକାକୀ ଜିତି ପାରିବ ନା ହାରିଯିବି ? 


କ'ଣ କରିବ.... କ'ଣ ନ କରିବ ଚିନ୍ତା କରି ପାରୁ ନ ଥାଏ ଜୟନ୍ତୀ । ଶାଶୁ .... ଜଗନକୁ ଦ୍ୱିତୀୟ ହେବା କଥା ବହୁଥର କହିଲେଣି । ଯାଆ ପସନ୍ଦ କରୁ ନାହାଁନ୍ତି । ବିଭିନ୍ନ ଲୋକଙ୍କର ବିଭିନ୍ନ କଥା । ଜଗବନ୍ଧୁ ଚାଲିଯିବା ଦୁଃଖରେ ଭାଙ୍ଗି ପଡି ଶ୍ୱଶୁର ଆର ପାରିକୁ ଚାଲିଗଲେ । ଶ୍ୱଶୁର ଯିବା ପରେ ଜୟନ୍ତୀ ଜୀବନର ଆହୁରି ଦୁଃଖ । ଶାଶୁ ସବୁବେଳେ କହିଲେ ଅଲକ୍ଷଣୀ ମୋ ପୁଅକୁ ଖାଇଲୁ ଏବେ ଆଉ କାହାକୁ ଖାଇବୁ ?


ଏମିତି କହି ତାଡ଼ନା ଦେଲେ ଶାଶୁ । କେତେ ବା ସହିବ ସେ ? ଦିନେ ଚାଲି ଗଲା ବାପ ଘରକୁ । ଭାଈ ଭାଉଜମାନେ ଦୁଇଚାରି ଦିନ କେହି କିଛି ନ କହି ସମବେଦନା ଦେଲେ, କିନ୍ତୁ ଯେତେବେଳେ ଭାଉଜ ମାନେ ଜାଣିଲେ ଯେ ସେ ସବୁଦିନ ପାଇଁ ରହିବାକୁ ଆସିଛନ୍ତି ଦେଖେଇ ହୋଇ କହିବା ଆରମ୍ଭ କରିଦେଲେ । ଦିନେ ଶୁଣିଲା ତାର ବଡ଼ ଭାଉଜ ତା ଭାଈଙ୍କୁ କହୁଥାନ୍ତି - କିଏ ଏତେ ସେବା କରିବ ? ତୁମେ ଛାଡ଼ି ଦିଅ ତାଙ୍କ ଶାଶୁ ଘରେ । ଆମର କର୍ତ୍ତବ୍ୟ ଆମେ କଲେ ତାଙ୍କ ଭାଗ୍ୟ ଖରାପ..... ତା ପାଇଁ କଣ ଆମେ ଦାୟୀ ? ସେଇଠି ମଲେ ମରିବେ ବଞ୍ଚିଲେ ବଞ୍ଚିବେ । ଏକଥା ଶୁଣି ଜୟନ୍ତୀ ଶାଶୁଘରକୁ ପୁଣି ଚାଲି ଆସିଲା । ଜୀବନ ପାଇଁ ସେ ପ୍ରତି ମୁହୂର୍ତ୍ତରେ ଯୁଦ୍ଧ କରୁଥିଲା । 


ଜଗନ୍.... ଭାଉଜର ଏବଂ ପୁଅର କଥା ବୁଝାବୁଝି କରେ । ଏସବୁ କଥାଗୁଡ଼ିକ ବଡ ଯାଆ ହଜମ କରି ପାରୁ ନ ଥାନ୍ତି । ଦିନେ ଦେଢଶୁରଙ୍କୁ ଜୟନ୍ତୀ ନାଁ ରେ ବିଭିନ୍ନ ମିଥ୍ୟା ଆରୋପ କଲେ । ଏକଥା ଶୁଣି ରାତିସାରା ବହୁତ କାନ୍ଦିଥିଲା ଜୟନ୍ତୀ । ଭୋର ହେବା ଆଗରୁ ଘରଛାଡି ଚାଲି ଯାଇଥିଲା ତୃତୀୟ ପନ୍ଥା ଆଦରି ବାକୁ । ଘରର ବାଡିପଟ କିଛି ଦୂରରେ ଗୋଟିଏ ବାମ୍ଫି ଥାଏ । ସେ ପାଣିକୁ ଡେଇଁ ଆତ୍ମ ବିସର୍ଜନ କରିଦେଲା ଜୟନ୍ତୀ । ସଙ୍ଗେ ସଙ୍ଗେ ପଛରୁ ଅନୁଧାବନ କରୁଥିଲେ ଜଗନ୍ । ସେ ଭାଉଜଙ୍କୁ ଉଦ୍ଧାର କରିବାକୁ ଯାଇ ବାମ୍ଫିକୁ ଲମ୍ପମାନ କଲା । ବହୁତ କଷ୍ଟରେ ଟେକି ଆଣି ହୁଡା ଉପରେ ରଖିଲା । 


ପେଟେ ପାଣି ପିଇ ଦେଇ ଅଚେତ ଯାଇଥାଏ ଜୟନ୍ତୀ । ପେଟରୁ ପାଣି ବାହାର ନକଲେ ଚାଲିଯିବ ତା ଭାଉଜ। କେମିତି ଛୁଇଁବ ଭାଉଜକୁ ! ନିଶ୍ଚେତ ହୋଇ ପଡ଼ିଥାଏ ଜୟନ୍ତୀ । ଲାଗୁଥାଏ ଯେମିତି ଜୀବନ ଯୁଦ୍ଧରେ ହାରି ଯାଇଛି । ପୁଅର ମୁହଁଟି ଜଗନ୍ ଆଖି ଆଗରେ ଜଳ ଜଳ ହୋଇ ଦିଶୁଥାଏ । ଜୟନ୍ତୀ ଚାଲିଗଲେ ମା' ଛେଉଣ୍ଡ ହେଇଯିବ ପିଲାଟି । ଆଉ କିଛି ନ ଭାବି... ପେଟକୁ ଛାତିକୁ ଚାପି ପାଣି ବାହାର କଲା ଜଗନ୍ । ହେଲେ ଚେତା ଫେରୁନଥାଏ ଜୟନ୍ତୀର ।


ଛାତି ଉପରେ ହାତ ଦେଇ ଦେଖିଲା ନିଃଶ୍ୱାସ ଚାଲୁଛି‌। କେତେ କସରତ ପରେ ମଧ୍ୟ ଜୟନ୍ତୀର ଅବସ୍ଥା ଅପରିବର୍ତ୍ତିତ । ସେ ବ୍ୟସ୍ତ ହେଇଗଲା । ସେ ଜୟନ୍ତୀକୁ କାନ୍ଧକୁ ଉଠେଇଲା। ସ୍ତ୍ରୀ ଲୋକର ଦେହକୁ ପ୍ରଥମ କରି ସେ ଏତେ ପାଖରେ ଛୁଉଁଥିଲା। ଛାତି ଭିତରେ ଅଲଗା ପ୍ରକାର ଅନୁଭବ । ଇଚ୍ଛା ହେଉଥିଲା ତା'ର... ସେ ଯେମିତି ଜୟନ୍ତୀକୁ ଧରିଛି ଠିକ୍ ସେମିତି ଜୟନ୍ତୀ ତାକୁ ଧରନ୍ତା କି ? ତାକୁ କେବଳ ସେ ହିଁ ଦିଶୁଥିଲା । କିଛି ସମୟ ପୂର୍ବରୁ ଭାଉଜ ବୋଲି ତାକୁ ସେ ଦେଉଥିବା ସମ୍ମାନ ଦେହର ଆକର୍ଷଣ ପାଖରେ ବନ୍ଧା ପଡ଼ି ଯାଇଥିଲା। ଜହ୍ନ ଆଲୁଅରେ ତାର ଦେହଟା.... ତା ଭିତରେ ଥିବା କାମନା ବାସନାକୁ ବାହାରକୁ ଟାଣି ଆଣୁଥିଲା । ତାକୁ ପଛରୁ ଯେମିତି ସତେକି କିଏ ଗୋଟେ ଟାଣି ଧରୁଥିଲା । କିଏ ଯେମିତି କହୁଛି, ଅଜାଣତରେ ଗୋଟେ ନାରୀକୁ... । ତାକୁ ରକ୍ଷା କରିବାକୁ ଯାଇ ତାର ସର୍ବସ୍ୱ ଲୁଟି ନେବାକୁ ବସିଛୁ ? ସେ ତୋ ଭାଇର ସ୍ତ୍ରୀ, ପର ଧନ । ତାକୁ ବିବେକ ଦଂଶନ କଲା । ସେ ଅଟଳି ଗଲା । ଧୀରେ ଧୀରେ ସେ ଦୂରେଇ ଗଲା । ଜୟନ୍ତୀ କୁ ନିଜ ଗାମୁଛାରେ ଘୋଡ଼େଇ ଦେଲା । କିଛି ପୂର୍ବରୁ ତା’ ଭିତରେ ଥିବା ଉଦ୍ଦାମତା ସ୍ତିମିତ ହୋଇ ଯାଇଥିଲା । ତା’ ପରେ ସେ ନେଇ ଆସିଥିଲା ଘରକୁ । କିଛି ସମୟର ଚିକିତ୍ସା ପରେ ଜୟନ୍ତୀ ନୂଆ ଜୀବନ ପାଇଲା ।


ଜଗନକୁ ସମସ୍ତେ ବାହାବା କଲେ । ଭାଉଜର ଜୀବନ ରକ୍ଷା ଏବଂ ପିଲାଟିକୁ ମା’ ଛେଉଣ୍ଡରୁ ବଞ୍ଚେଇ ଥିବାରୁ । ହେଲେ ସେ କିନ୍ତୁ ଜୟନ୍ତୀକୁ ସିଧା ଦେଖି ପାରୁ ନଥିଲା । ତା’ ନିଜ ପାପ ନିଜକୁ ଖାଇ ଯାଉଥିଲା । ଜୟନ୍ତୀ କୁ ସେ ଆଉ ତା’ ଭାଉଜର ସ୍ଥାନ ଦେଇ ପାରିବନି । ତା’ ନିଜ ଆଖିରେ ସେ ଛୋଟ ହୋଇ ଯାଉଥିଲା ।


ଦିନେ ଏକାନ୍ତରେ ଜଗନ୍ ଜୟନ୍ତୀକୁ କହିଲା, ତୁମେ କିଛି ଘରେ କହି ନାହଁ ତ.... 


ସବୁ କଥା କ'ଣ କହିହୁଏ ? କେଉଁ ଟାଣପଣରେ କହିଥାନ୍ତି ? ଆଉ କାହାକୁ ବି 

କହିଥାନ୍ତି ? କହିଲା ଜୟନ୍ତୀ ।


ଜଗନ୍ କହିଲା ଯାହା ଘଟି ଗଲାଣି ତାହା ତ କିଏ ଫେରାଇ ପାରିବେ ନାହିଁ । କାରଣ ତାହା ବିଧି ନିର୍ଦ୍ଦିଷ୍ଟ । ଯଦି ତୁମେ ଖରାପ ଭାବିବ ନାହିଁ ମୁଁ ତୁମକୁ ସିନ୍ଦୂର ଲଗାଇ ନିଜର କରିବା ପାଇଁ ଇଛା କରୁଅଛି । ଜୟନ୍ତୀ ଲାଜକୁଳୀ ଲତା ପରି ଲାଜେଇ ଯାଇଥିଲା । ସତରେ ଜୟନ୍ତୀ ଜୀବନ ଯୁଦ୍ଧରେ ହାରୁ ହାରୁ ବଞ୍ଚିବାର ରାହା ପାଇଗଲା....



Rate this content
Log in

More oriya story from Lalita Mohan Mishra

Similar oriya story from Tragedy