STORYMIRROR

Dr Jharana Satapathy

Tragedy

4  

Dr Jharana Satapathy

Tragedy

ଜୀବନ ସଂଗ୍ରାମ

ଜୀବନ ସଂଗ୍ରାମ

1 min
429


କେତେ ସଂଘର୍ଷ କରିବି ଜୀବନରେ ବାବୁ ! ମତେ ଛାଡିଦିଅ। ମୁଁ ବଞ୍ଚିବାକୁ ଆଉ ଚାହେଁନି।ପ୍ରଥମ ଥର ପାଇଁ କାହାର ମୁହଁରୁ ଶୁଣିଲି ଭଉଣୀ ବୋଲି। କାହାକୁ  ବିଶ୍ବାସ କରିବି ଦୁନିଆରେ।ଶେଷରେ ଶରୀର ଭୋକ ମେଣ୍ଟାଇବା ପାଇଁ ମୋ ସହ ବାରମ୍ବାର ଦୁଷ୍କର୍ମ !ଆଉ ସହ୍ୟ କରିହେବନି ଏ ଅତ୍ୟାଚାର।ପିଠିରେ କେତେ ଚାବୁକର ପ୍ରହାର।ସଂଘର୍ଷ କରି କରି ହାରି ଗଲି।ଶେଷରେ ଏ ଶରୀର ଆଉ ମୋର ହୋଇ ରହିଲା ନାହିଁ।ଛୋଟବେଳୁ ମୁଠାଏ ଦାନା ପାଇଁ ସଂଘର୍ଷ।


ଏ ମୁଠାଏ ଦାନା ପାଇଁ ସମସ୍ତଙ୍କଠୁ ନାନା କଥା।ନା ମାଆ ବାପା କିଏ ଜାଣିପାରିଲି ନା ସମାଜରେ କଣ ପରିଚୟ ପାଇଲି।ଖାଲି ଏତିକି ଜାଣିଛି ମୋର ଜ୍ଞାନଦ୍ୟାେୟ ରୁ ମୁଁ ଜଣେ ଵେଶ୍ୟା।କିଏ ମତେ ଏହି ବ୍ୟବସାୟରେ ଲିପ୍ତ କଲା ମୋର ଆଦୌ ମନେ ନାହିଁ।ହଁ ଏତିକି ମନେ ଅଛି ମୁଁ ତାଙ୍କୁ ଦାଦା ବୋଲି ଡାକୁଥିଲି।ମତେ ଭିକ୍ଷାବୃତ୍ତିରେ ପଠାଉଥିଲେ କେତେବେଳେ କାହା ପାଖକୁ। ଵେଳେଵେଳେ ଖସିଆସୁଥିଲି ଭୁଲାଣିଆ କଥାମାନ କହି।ବର୍ତ୍ତମାନ ଏହି ନିର୍ଯ୍ୟାତନାର ସୀମା ଟପିଗଲା ଚାବୁକର ପ୍ରହାର ଲାଗି , କେତେବେଳେ ବନ୍ଦ କଠୋରୀ ଭିତରେ ଆଉ କେତେବେଳେ ଚଳନ୍ତା ଗାଡିଭିତରେ।


ସେ ଦିନମାନଙ୍କର କଥାମାନ ଭାବିଲେ ଜୀବନର ପ୍ରକୃତ ସଂଘର୍ଷ କଣ ଜଣାପଡିଯାଏ। ହାତଗୋଡ ବାନ୍ଧି ପାଟିରେ ମୁଠାଏ ଦାନା ନ ମିଳି ଦିନେ ନୁହଁ ଦୁଇ ଦିନ ନୁହଁ ଲଗାତାର ମାସେ ମାସେ ଧରି ଧର୍ଷଣ।କଣ ମୁଁ ମଣିଷ ନା ପଶୁ।ଲାଜ ଲାଗେନି ଏ ସମାଜକୁ।କି ଘୃଣ୍ୟ ଯୌନ ପିପାସୁମାନେ।ନିଜ ଶରୀରର ଭୋକ ମେଣ୍ଟାଇବା ଏ କି ପ୍ରକାର ପାସବିକ ଅନ୍ୟାୟ ଅତ୍ୟାଚାର ସବୁ ଭୁଲିଯାଆନ୍ତି ନିଜ ଘରେ ମାଆ,ଝିଅ ଭଉଣୀ ଅଛନ୍ତି ବୋଲି।ଆଜି ମୁଁ ମୋ ପ୍ରାଣକୁ ନିଜେ ନଷ୍ଟ କରିବାକୁ ଯାଉଥିଲି।ଆଉ କିଛି ବାଟ ନ ଥିଲା ମୁଁ ହାରିଗଲି ଜୀବନରେ ସଂଘର୍ଷ କରି କରି ଶେଷରେ ନିଷ୍ପତି ନେଲି ମୋର ମୃତ୍ୟୁ ହିଁ ମୋର ସଂଘର୍ଷମୟ ଜୀବନର ଅବସାନ ଘଟାଇବ।ଧିକ ଏ ଜୀବନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy