STORYMIRROR

କମଳାକୃଷ୍ଣ ଅଶୋକ

Children

3  

କମଳାକୃଷ୍ଣ ଅଶୋକ

Children

ଜୀବନ ଜ୍ୟୋତି

ଜୀବନ ଜ୍ୟୋତି

12 mins
210

  ସେଦିନ ଜୀବନଙ୍କର ଉଠିବାରେ ଟିକେ ଡେରି ହେଇଗଲା । ସ୍ୱାମୀଙ୍କର ଡେରିରେ ଉଠିବାର ଅପେକ୍ଷା ନ ରଖି ଜ୍ୟୋତି ଚାଲିଯାଇଥିଲେ ଅଫିସ୍ । ସେପଟେ ଅଫିସ୍ରେ ପୁଣି ଏତେ ଯେ କାମ, ଘଡ଼ିଏ ବିଳମ୍ବ ହେଲେ ଯେ ବୋସ୍ ଙ୍କ ଠାରୁ ଭଲ ଭାବରେ ଗାଳି ସବୁ ଶୁଣିବାକୁ ପଡେ, ଏକଥାଟି ସେ ଖୁବ୍ ଭଲ ଭାବେ ଜାଣିଥାଏ । ଅଫିସରେ ପହଞ୍ଚି ଡେଷ୍କଟପର ସାମ୍ନାରେ ବସି କିବୋର୍ଡ଼ ଉପରେ ହାତ ରଖିଛି କି ନାହିଁ "ପ୍ରୀତିର ପହିଲି ଆଷାଢ଼ ଲଗେଇଦେଲା କି ମଉନି" ଗୀତଟି ବାଜିଉଠିଲା ଜ୍ୟୋତିଙ୍କ ଫୋନରୁ ।

    ବୋଧହୁଏ ଫୋନ୍ କରିଥିଲେ ଜୀବନ । ହେଲୋ କଣ ହେଲା, ଶେଯ ଛାଡିଲଣି କି ନାହିଁ ! ଯଦିଓ ଶେଯ ଛାଡିଲେ, ତେବେ କଣ ଏଇ ସମୟରେ ହିଁ ତମର ଫୋନ୍ କରିବାର ଥିଲା ! ଆଛା କୁହ କଣ ପାଇଁ ଫୋନ୍ କରିଥିଲେ ! (କଣ ପାଇଁ ମାନେ !) । ରାଗ ତମ୍-ତମରେ କଲ୍-କଟ୍ କରି ଫୋନ୍ ରଖିଦେଲେ ଜ୍ୟୋତି । ତାପରେ ୪୫ ବେଗରେ ମାରିଚାଲିଲେ କିବୋର୍ଡ଼ର ଲେଟର ସବୁକୁ ।

  ଜୀବନ ନିଜ ସଂଗୀତ ଜଗତରୁ ବାହାରି ଆସି ବାଲ୍କୋନିରେ ଛିଡା ହେଲେ । ପ୍ରକୃତିର ସୌନ୍ଦର୍ଯ୍ୟତାକୁ ଦେଖୁ-ଦେଖୁ ତାଙ୍କର ନଜର ପଡିଲା, ଅସ୍ତହେବା ପାଇଁ ପ୍ରସ୍ତୁତ ହେଇଯାଉଥିବା ସୂର୍ଯ୍ୟଦେବଙ୍କ ଉପରେ । ତାଙ୍କର ମନେପଡିଲା ଜ୍ୟୋତି ଏ ପର୍ଯ୍ୟନ୍ତ ଫେରି ନାହାନ୍ତି ଯେ ! ସେ ପୁଣିଥରେ କଲ୍ ଲଗେଇଲେ । ସେପଟୁ ଭାସିଆସିଲା ଜ୍ୟୋତିଙ୍କର ରାଗେଣି ସ୍ୱର । ଏଇନେ ଅଫିସରୁ ବାହାରୁଛି, ଫୋନ୍ ରଖ ! ଏତକ କହି କଲ୍ କଟ୍-କଲେ ସେ । 

   ଏପଟେ ଜୀବନ ବାଲ୍କୋନିରୁ ଫେରୁ ଫେରୁ ଗୋଟିଏ ଖୋରାକଟେ ପାଇଗଲେ ଗୀତଟେ ଲେଖିବାର । ସଙ୍ଗେ-ସଙ୍ଗେ ସେ ସଂଗୀତ ଯନ୍ତ୍ର ସୃଷ୍ଟି କରୁଥିବା ରୁମ ଭିତରେ ପଶିଗଲେ । ଆଉ ଯନ୍ତ୍ର ସବୁକୁ ହାତ ବୁଲେଇ କଣ ସବୁ କହିଗଲେ ନିଜର ମନକଥା ସବୁକୁ ।

       ଯନ୍ତ୍ରଣାରେ ଜର୍ଜରିତ ହେଉଥିବା ବ୍ୟକ୍ତି ଯଦି ଗୀତ ଗାଏ ତାକୁ ଯନ୍ତ୍ରଣାର କଥା କହିବାନିତ ଆଉ କଣ କହିବା । ଠିକ୍ ଏଇ ସମୟରେ କଲିଂ ବେଲ ଶୁଭିଲା । ବୋଧହୁଏ ଜ୍ୟୋତି ଆସିଲେ । ଜୀବନ କବାଟ ଖୋଲିଲେ, ଭାବନାଟି ବାସ୍ତବିକରେ ପରିଣତ ହେଲା ସାମ୍ନାରେ ଥିଲେ ଜ୍ୟୋତି । ସେ ବାଘୁଣି ପରି ଗର୍ଜନରେ ଭିତରକୁ ପଶି ଆସିଲେ। ତାଙ୍କର ସେ ଗର୍ଜନରେ ଥିଲା କେତୋଟାଏ ଅପରିଷ୍କୃତ ଛୋଟଭାବ ସ୍ୱଭାବର ଶବ୍ଦମାନ ସବୁ । ଜୀବନଙ୍କୁ ନହେଲେ ବି ଜୀବନ ଆଖିର ପରଦାକୁ ଶୁଭୁଥିଲା - ସନ୍ଧ୍ୟା ସମୟରେ ବି ଶୋଇବାର ଆଭ୍ୟାସ ଯାଇନି ୟାଙ୍କର, ମଣିଷ କେତବେଳୁ ହେଲା କଲିଂ ବେଲ୍ ଦଉଛି କିନ୍ତୁ ୟାଙ୍କର ନିଦ ଭାଙ୍ଗିବାରେ ନାହିଁ । ଏମିତି ପୁରୁଷ ସହିତ କେମିତି ବଞ୍ଚିବ କେଜାଣେ !

    ଏଥରକ ଟିକେ ଧିକ୍କାର ମନେ ହଉଥିଲା ଜୀବନଙ୍କୁ, ନିଜ ବଞ୍ଚିଆସିବାର କୌଶଳକୁ ନେଇ । ତଥାପି ସେ ସେମିତି ନିରବରେ । ଜୀବନ କଣ ପଥରଟିଏ । ନା ନା ଜୀବନର ବି କିଛି ଅନୁଭବ ଅଛି । ଏ କଣ ଜୀବନ ଆଖିରେ ଧାର-ଧାର ଲୁହ । ତଥାପି ସେ ଛାତିତଳେ ସାଇତି ଦେଇ ଆସୁଛି ଆଗକୁ ବଞ୍ଚିବାର ଆଷାବିଶ୍ୱାସକୁ ନେଇ ।

  କାରଣ ସେ ଚାହେଁ ନାହିଁ ଦୁନିଆର ବଞ୍ଚିବା ରାସ୍ତାରେ ଅଟକିବାକୁ, ହଁ ସେ ଚାହେଁନା ହାରିବାକୁ । ଏମିତି ଭାବି-ଭାବି ସେ ଯନ୍ତ୍ରଣା ଜଗତରେ ହଜିଯାଇଥାଏ ତାର ସେ ସଙ୍ଗୀତ ଯନ୍ତ୍ରକୁ ସାଥିଟିଏ ମନେକରି ।

   ଏଇ ଅଳ୍ପ ଟିକେ ସମୟ ଭିତରେ ଜ୍ୟୋତି ଫ୍ରେସ୍ ହେଇସାରି କଣ ଗୋଟାଏ ସ୍ନାକ୍ସ୍ କରିବ ବୋଲି ରୋଷେଇ ରୁମ ଭିତରକୁ ଚାଲିଗଲା । "ହୃଦୟର ଏଇ ଶୂନ୍ୟତାକୁ ଆଜି ପଚାରି ମୁଁ ଯେବେ ଶୁଣେ " ଗୀତଟି ବାଜି ଉଠିଲା ଜୀବନଙ୍କର ଫୋନରୁ ।

    ସେ କଲ୍ ରେସିଭ୍ କଲେ ହେଲୋ ! କିଏ !! ହେ ଆଲୋକ ! ଆଉ କେମିତି ଅଛ ? ହଁ ମୁଁ ଭଲ ଅଛି । ବାସ୍ ଏବେ ତମେ କୋଉଠି ? ଆଛା ତମେ କ୍ୱାଟର ନମ୍ବର KkH375କୁ ଚାଲିଆସ, ଓକେ ଠିକ୍ଅଛି ।

    କିଛି ସମୟ ପରେ କଲିଂବେଲ୍, ଭିତରକୁ ଆସ ଆଲୋକ । ଫ୍ରିଜରୁ ଗୋଟିଏ ଲସି ବାହାର କରି ବଢ଼େଇଦେଲେ ଜୀବନ । ଆଉ ପିଲାଦିନର ସେଇସବୁ ମଜ଼ା ମଉଜର ମୁହୂର୍ତ୍ତକୁ କେମିତି ସାଇତିଛ ? ମୋର କିନ୍ତୁ ଆଜିବି ଛାତି ତଳେ ସାଇତା ହେଇ ରହିଛି । ପିଲାଦିନ ଯୋଉ ପାହାଡରେ ଖେଳିଛେ ବୁଲିଛେ ତମେ ସେଇ ଜାଗାକୁ କେବେ ଥରୁଟେ ବି ଯିବାପାଇଁ ସାହସ କରିଛ କି ନାହିଁ ! ମୁଁ ଏଇକିଛି ଦିନ ମଝିରେ ଯାଇଥିଲି । ଆରେ ୱା ମୁଁ ଏଇନେ ଆସିଲି ହସରେ ହସରେ କହିଲେ ଆଲୋକ । ଦୁହେଁ ଜୋରରେ ହସୁ-ହସୁ ଜ୍ୟୋତି କେତବେଳୁ ଆସି ଛିଡ଼ାହୋଇଛନ୍ତି ସେ ଦୁହିଁଙ୍କ ପଛରେ । ଟିକେ ଅଭିନୟରେ କହିଲେ - ଏଇ ନିଅ ସ୍ନାକ୍ସ୍ କରନ୍ତୁ । ଆଲୋକ ଜୀବନର ମୁହଁକୁ ଚାହୁଁ-ଚାହୁଁ, ଇଏ ଜ୍ୟୋତି ମୋ ସ୍ତ୍ରୀ ବୋଲି ପରିଚୟ ଦେଲେ ଜୀବନ । ହେଲେ ସ୍ତ୍ରୀ ଲୋକଟିର ଯେ କିଛିବି ଭାବଢଙ୍ଗର ଜ୍ଞାନଟେ ନାହିଁ । ଏକଥାକୁ ନଜର ଦେଇ ଆଲୋକ ଟିକେ ଆଶ୍ଚର୍ଯ୍ୟ ହେଇଗଲେ । ଏତେ ସମୟ ଯାଏଁ ସେ ଦୁହେଁ ବସି ଗପ ମାରୁଛନ୍ତି । ଅଥଚ ସେ ଜାଣିପାରିଲେନି ଯେ ଏଇ ଘରେ ଗୋଟିଏ ସ୍ତ୍ରୀ ଲୋକଟିଏ ଅଛନ୍ତି ବୋଲି । ସେ ଯାହାବି ହଉ ଦୁହେଁ ସ୍ନାକ୍ସ୍ ସାରିଲେ । ଏଥର ଆଲୋକ ବିଦାୟ ନବାକୁ ଅନୁମତି କଲେ । ତା ଅନୁମତିକୁ ସ୍ୱୀକାର କରୁ କରୁ, ଜୀବନ ତାକୁ ବାହାରେ ଛାଡ଼ିଦେଇ ଆସିବେ ବୋଲି ନିଷ୍ପତ୍ତି ନେଲେ । ବାହାରକୁ ବାହାରୁ ବାହାରୁ ଜୀବନ ଶାନ୍ତ ସ୍ୱରରେ କହିଲେ - ଜ୍ୟୋତି ମୁଁ ଟିକେ ବାହାରକୁ ଯାଇ ଆସୁଛି । ମୋର ଫେରିବାର ଡେରି ହେଲେ ତମେ ଡିନର୍ କରିନବ । ସେପଟୁ ଜ୍ୟୋତିର ଉତ୍ତର ହଉ ଠିକ୍ ଅଛି ।

     ଘର ପ୍ରସ୍ଥାନ କରୁ-କରୁ ଆଲୋକ କହିଲେ - ଭାଇ ୟେ କ୍ୟା ଚଲ୍-ରହା ହେ ! ମୁଁ କିଛି ବୁଝି ପାରୁନି । ସେଇ ସବୁ ପ୍ରଶ୍ନର ବାବଦରେ, ଉତ୍ତରରେ ସବୁ ସଫା-ସଫା କରି ବୁଝେଇଦେଲେ ଜୀବନ । ଆଲୋକ କିଛି ନବୁଝିଲା ଭଳି ଚାହିଁରହିଥିଲା ଜୀବନର ମୁହଁକୁ କିନ୍ତୁ ସେ ଶେଷ ପଦରେ ବୁଝିଯାଇଥିଲା ସବୁକିଛି । ସେଇ ଶେଷ ପଦଟି ଥିଲା - ଆମେ ବାହା ହେଇଛୁ ସତ ହେଲେ ଆମ ଦୁହିଁଙ୍କ ମଧ୍ୟରେ ସେମିତି କିଛି ବିବାହିତ ସମ୍ପର୍କର ଯୋଜନା ହିଁ ନାହିଁ ।

     ଏସବୁ ଶୁଣିବା ପରେ, ୟୁ ଆର୍ ଗ୍ରେଟ୍ ୟାର୍ । ଅଲ ଦ ବେଷ୍ଟ ମାଇଁ ଫ୍ରେଣ୍ଡ, କହି କୋଳାଗ୍ରତରେ ବିଦାୟ ନେଲା ଆଲୋକ । ଏତେ ଦିନ ପରେ ଜଣେ ବନ୍ଧୁ ସହିତ ବାର୍ତ୍ତାଳାପ କରିବାର ଖୁସିରେ ଜୀବନ ଫେରିଆସିଲେ ଘରକୁ । ମୋବାଇଲରେ ସମୟ ଦେଖିଲେ ଘଣ୍ଟା ୮ ବାଜି ୪୫ ମିନଟ୍ ହେଲାଣି । ଘର ଭିତରକୁ ପ୍ରବେଶ କରୁ-କରୁ ବାହାରର ଲାଇଟ୍ ଅଫ୍ କରିବା ପାଇଁ ବାଲ୍କୋନି ଆଡକୁ ଗଲେ ଜୀବନ । ଏ କଣ ! ସବୁବେଳେ ନିଜର କାମ ସାରି ଶୋଇପଳୁଥିବା ଲୋକଟି ଆଜି ବାଲ୍କୋନିରେ ବସି ତାରା ଗଣୁଛନ୍ତି । ଜ୍ୟୋତି ତମେ ଏଯାଏଁ ଶୋଇନ ! ଆଛା ଖାଇଲଣି କି ନାହିଁ ? ଟିକେ ଗମ୍ଭୀର ସୂରରେ କହିଲେ ଜୀବନ। ସବୁବେଳେ ଟିକେଟିକେ କଥାରେ ଚିଢିଯାଉଥିବା ମଣିଷଟି କଣ ଆଜି ଏତେ ନିରବ ! ଏକଥାଟି ଜୀବନର ମନକୁ ଟିକେ ଦ୍ୱନ୍ଦ୍ୱ ମିଶା ଭାବନାରେ ଘାଣ୍ଟି ପକେଇଲା । ସେ ଏଥର ଟିକେ ପାଖକୁ ବଢ଼ିଲେ । ଏ କଣ ଜ୍ୟୋତିଙ୍କ ଆଖିରେ ଲୁହ ! ହେଲେ କାହିଁକି ? ଏଥର ଜୀବନ ଆହୁରି ଦ୍ଵନ୍ଦ୍ୱରେ ଭାବିବାକୁ ଲାଗିଲେ । ସେ ଜ୍ୟୋତିଙ୍କ ଦେହକୁ ଥାପୁଡେଇ ପଚାରିବା ପାଇଁ ଚେଷ୍ଟା କଲେ କିନ୍ତୁ ତାଙ୍କ ବିବେକ ତାଙ୍କୁ ବାଧା ଦେଉଥିଲା । କାହିଁକି କେଜାଣେ ତାଙ୍କ ମନଟାକୁ ପାପ ଛୁଇଁଲା ଭଳି ମନେ ହେଉଥିଲା । ସେ ଜ୍ୟୋତିଙ୍କୁ ବିନା ସ୍ପର୍ଶରେ ପ୍ରଶ୍ନ କଲେ । ହେ, ତମର କଣ ହେଇଛି ? ତମେ କାନ୍ଦୁଛ କାହିଁକି ! ତଥାପି ଜ୍ୟୋତିର ମୁହଁରୁ କିଛି ବି ଉତ୍ତରଟେ ବାହାରୁ ନଥିଲା । 

    ଜୀବନ ଘର ଭିତରକୁ ଯାଇ ରୋଷେଇ ରୁମରେ ନଜର ବୁଲେଇଲେ । ଦେଖିଲେ ସବୁ ରୋଷେଇ ସରିଛି ହେଲେ ସେଥିରୁ କିଛି ବ୍ୟବହାର ହେଇନି । ହେଲେ କାହିଁକି ! ସେ ପୁଣି ଥରେ ଜ୍ୟୋତି ପାଖକୁ ଆସି ପଚାରିଲେ - ଜ୍ୟୋତି ଆର୍ ୟୁ ଓକେ ! ତମ ଦେହ ଭଲନାହିଁ କି ? ପ୍ଲିଜ୍ ତୁମକୁ ଛୁଇଁପାରିବି ? ସେ ଏଥର ମୁଣ୍ଡ ହଲେଇ ହଁ ବାବଦରେ ଇଶାରା ଦେଲେ । ଜୀବନ ତା ମଥାକୁ ଛୁଇଁ ଦେଖିଲେ ଦେହରେ ଖୁବ୍ ଜ୍ଜ୍ୱର ଅଛି ।

    ସେ ସଙ୍ଗେ ସଙ୍ଗେ ଗାଡିବାହାର କରି ପାଖ ମେଡିକାଲକୁ ନେଇଗଲେ । ମେଡିକାଲରେ ତା ସାଙ୍ଗ ଦୀପକ୍ ପାଖକୁ କଲ୍ କରି ସବୁ ଜଣେଇଲେ । ଫୋନ୍ରେ ଦୀପକ୍ ଙ୍କ ସୂରରୁ ଭାସିଆସୁଥିଲା କେତକ ରାଗୁଆ ପାଗର କଥା ମାନ - ଆରେ ଯିଏ ତତେ ଏତେ ନିଚ ମନେ କରି ମୋଟା ବ୍ୟବହାର ଦେଖଉଛି, ତା ପାଇଁ ତୋର ଏତେ ଦରଦ କାହିଁକି ନିଗିଡି ପଡୁଛି କହିଲୁ । ହେଲେ ଏପଟେ ଜୀବନଙ୍କର ଉତ୍ତର - ଛାଡ଼ ୟାର୍ ସେ ସବୁ କଥା ପଛରେ । ସେ ମତେ ଯେମିତି ବି ବ୍ୟବହାର କରୁ, ହେଲେ ମୋ ପାଇଁ ସିଏ ଗୋଟିଏ ସ୍ତ୍ରୀଟିଏ । ୟାଠାରୁ ବଡ ଆଉ କଣ ହେଇପାରେ ! ହଉ ଦୀପକ୍ ମୁଁ ପରେ କଥା ହଉଛି ଡକ୍ଟର ଆସିଲେଣି । ଏ ସେମିତି କିଛି ସିରିଅସ୍ କେସ୍ ନୁହଁ, ତାଙ୍କର କିଛିଟା ମାନସିକ ଚିନ୍ତାର ଆଘାତରେ ଦେହଟା ଟିକେ ଖରାପ ହେଇଛି । ତାଙ୍କୁ ନେଇଯାଅ, ଆଉ ହଁ ୨/୩ ଦିନ ପାଇଁ ମେଡ଼ିସିନ୍ସ ଲେଖିଦେଇଛି । ତାଙ୍କର ଟିକେ ଧ୍ୟାନ ରଖିବ " ହେବ୍ ଏ ଗୁଡ୍ ଲକ୍ "।

    ମେଡିକାଲରୁ ଫେରିବାପରେ ଜୀବନ ପ୍ଲେଟରେ ଦୁଇଟି ରୁଟି ନେଇଆସିଲେ ଏବଂ ଜ୍ୟୋତିଙ୍କୁ ଖାଇବା ପାଇଁ କହିଲେ । ସେ କିନ୍ତୁ ମନା କଲେ । ଡକ୍ଟର କହିଛନ୍ତି ମେଡ଼ିସିନ ଖାଇବ, ସେଥିପାଇଁ ତୁମକୁ ଗୋଟିଏ ହେଲେ ବି ରୁଟି ଖାଇବାକୁ ହବ ପ୍ଲିଜ୍ ଜ୍ୟୋତି ମନାକରନି । ଏଇ ନିଅ ମୁଁ ଖୁଏଇ ଦଉଛି । ଗୁଡ୍ ଏଇ ଏତକ ରହିଲା ନିଅ ୟାକୁ ସାରିଦିଅ । ଏଇ ନିଅ ପାଣି, ଆଁ କର ଏଇ ରହିଲା ତମର ମେଡ଼ିସିନ ! ସାବାସ୍ ।

     ଏଥର ତମେ ରେଷ୍ଟ ନିଅ ଆସ ଶୋଇବ । ଗୁଡ୍, ହଁ ମୁଣ୍ଡକୁ ଟିକେ ଉଠାଅ । ହୁଁ, ଏଥର ଶୋଇଯାଅ । ଗୁଡ୍ ନାଇଟ୍ ଉଇଥ୍ ସୁଇଟ୍ ଡ୍ରିମ୍ସ । ଏତକ କହି ଜ୍ୟୋତିଙ୍କ ବେଡ଼ରୁମର ନାଇଟ୍ ଲାଇଟକୁ ଅନ କରିଦେଇ ବାଲ୍କୋନିରେ ଥିବା ଚେୟାରରେ ଯାଇ ବସିଗଲେ ଜୀବନ । ଓଃ ହୋ ! ଏବେ କିଛି ସମୟ ଆକାଶକୁ ଚାହିଁଦେଇ ଗମ୍ଭୀର ହସଟିଏ ଦେଲେ ସେ । କାଉର କା-କା ଶବ୍ଦରେ ଜ୍ୟୋତିର ନିଦଟି ଭାଙ୍ଗିଗଲା । ଦେଖିଲେ ଘରଟି ସୂର୍ଯ୍ୟରଶ୍ମିରେ ପୁରାପୁରି ଆଲୋକିତ । ସେ ଅନ୍ୟଦିନ ଭଳି ଆଉ ତର୍-ତର୍ ହେଲେନି । ତାଙ୍କୁ ଘରଟି ଭାରି ଖାଲି-ଖାଲି ଲାଗିଲା ।

   ସେଇ ପୂର୍ବଦିନ ପରି ସଂଗୀତ ଯନ୍ତ୍ରର ସୂର ଆଉ ଶୁଭୁନଥିଲା । ସେ ଭାରି ଏକଳାପଣ ଫିଲ୍ କଲେ । ଏବେ ସେ ଜୀବନଙ୍କର ରୁମ୍ ଆଡ଼କୁ ଗଲେ । ହେଲେ ଦେଖିଲେ ବେଡଟି ଖାଲି ପଡ଼ିଛି । ସେ ମନେ-ମନେ ଆତୁର ହେଇ ବାଲ୍କୋନି କବାଟକୁ ଖୋଲିଲେ । ଏ କଣ ଜୀବନ ବାଲ୍କୋନିରେ ! ସେ ପାଖକୁ ଯାଇ ଦେଖିଲେ ଜୀବନ ସେମିତି ଶୋଇଛନ୍ତି, ଯେମିତି ସେ ଗତକାଲି ଶୋଇଥିଲେ । ଜୀବନକୁ ନିଦରୁ ଉଠେଇବା ପୂର୍ବରୁ, ଜ୍ୟୋତିଙ୍କର ନଜର ଯାଇ ପଡିଲା ଡ଼ାଏରିର ଏକ ପୃଷ୍ଠାରେ ଥିବା କିଛି ଲେଖା ଉପରେ । ଲେଖାଥିଲା -

#ବଞ୍ଚିଥିବା_ଯାଏଁ

★●★●★●★

ତମେ ତାରାକୁ ଦେଖୁଥିଲ

ନା ଜହ୍ନକୁ !

ତାହା ମୁଁ ଜାଣେନା ।

କିନ୍ତୁ

ଜହ୍ନ ଯଦି ତମେ ହବ

ତାରା ମୁଁ ହେବି

ତମ ପାଖା-ପାଖି ଥିବି

ହେଲେ

ପାଖରେ ନଥିବି

ଛୁଇଁବାକୁ ଚେଷ୍ଟା କରୁଥିବି

ହେଲେ

ଛୁଇଁ ପାରୁନଥିବି ।

ହସିବାକୁ ଚେଷ୍ଟା କରିବି

ତମକୁ ଦେଖୁଥିବି

ଆଉ 

ତମ ନିରୋଳାରେ ଟିକେ ହସିବି ।

ତମେ କିନ୍ତୁ

ମତେ ଖୋଜିବା ପାଇଁ

ଚେଷ୍ଟା କରିବ

ଛୁଇଁବା ପାଇଁ ଆତୁର ହବ

ଭେଟିବା ପାଇଁ

ପଛେ ପଛେ ଆସିବ

ହେଲେ

ନିଜ ଭିତରେ ନିରାଶ ହେବ ।

ମତେ ପାଆନ୍ତ ବା କଉଠି !

ମୋ ଦୁନିଆ ତ 

ଅନ୍ଧକାର ମୟ

ମୋ ଦୁନିଆକୁ ଆସିଲେ 

ତମେ ହଜିଯିବା ଛଡ଼ା

ଆଉ କିଛି ନାହିଁ

ଯେଉଁ କାରଣଟା ପାଇଁ

ମନାହବ ଅମାବାସ୍ୟା ।

ତା ପରେ 

ତମେ ଟିକେ ରାଗିଯିବ

ଆଉ ମୁଁ

ସେତେବେଳେ ନିରବରେ

ଦେଖୁଥିବି ତମକୁ

ଆଉ ତମର ସେଇ

ରାଗେଣି ଝଲକକୁ।

ତମେ ରାଗିଲେ ଯେ 

ଏତେ ସୁନ୍ଦର ଦିଶିବ

ତାହା

କରିପାରେନା ମୁଁ କଳ୍ପନା !

କାରଣ 

ଯଉଁ ରୂପକୁ ଦେଖି

ମନା ହବ ପୂର୍ଣ୍ଣିମା ।

ପୁଣି ସମୟ

ସୂରୁଜ ହେଇ ଆସିବ ।

ତାର ଅସରନ୍ତି ର

ଜ୍ୟୋସ୍ନା ରୂପୀ ପ୍ରେମ-ଭକ୍ତିରେ

ଆମକୁ ଉଭେଇ ଦବ ।

ତମେ ପୁଣିଥରେ

ରାତିରେ ମତେ ଖୋଜିବ

ତଥାପି ନିରାଶ ହେବ ।।।

ତଥାପି କହିବି ମୁଁ

ତମେ ମୋର 

ମୁଁ ତମର

ସୃଷ୍ଟି ଆରମ୍ଭର ସମ୍ପର୍କରେ

ମଠୁ ଦୂରେଥାଇ

କରିଛ ନିଜର ।

ପୁଣି ତମକୁ

ମୋ ପ୍ରକୃତିର ଢଙ୍ଗ ଲାଗିବ

ତମେ ହଜିବ 

ଆଉ ମୁଁ, ଖୋଜିବି 

ଦୂରରୁ ଆହୁରି ଦୂର ଯାଏଁ

ଯେମିତି ମୋ ଠୁ

ମୁଁ ନିଜେ ହଜିଯାଇ

ଖୋଜିବି ଦୂରରୁ ଦୂରକୁ

ଆହୁରି ସୂକ୍ଷ୍ମ ଦୂର ଯାଏଁ ।

ଏମିତି ଚାଲିଥିବ 

ଆମର ସେ ପ୍ରେମର ଜୀବନ

ଏ ଧରାପୃଷ୍ଠରେ ବଞ୍ଚିଥିବା ଯାଏଁ ।।

       ଲେଖାଟିକୁ ପଢ଼ିସାରିବା ପରେ ଜ୍ୟୋତି ଲୁହ ଝରେଇ ବାଥରୁମ୍ ଭିତରେ ପଶିଗଲେ । ତାପରେ ପରେ କିଚେନ୍ ରୁମ୍ ଭିତରକୁ । ଦେଖିଲେ ରୋଷେଇ ସରିଛି ସେ ଆଉ ନିଜକୁ କ୍ଷମା କରି ପାରିଲେ ନାହିଁ । କାନ୍ଦି କାନ୍ଦି ନାଲି ଲଙ୍କାର ରୂପ ନେଇ ବାଲ୍କୋନି ଆଡକୁ ଆସିଲେ । ଠିକ୍ ଜୀବନ ବସିଥିବା ଚ୍ୟାର୍ ପଛରୁ, ଆରମ୍ଭ କଲେ ଗାଳି - ତମକୁ କିଏ କହୁଥିଲା ? ଅନିଦ୍ରା ରହି ରୋଷେଇ କରିବାକୁ ?

    ଜୀବନଙ୍କର ନିଦଟି ଭାଙ୍ଗିଗଲା । ସେ ପଛକୁ ବୁଲି ଦେଖିଲେ । କାନ୍ଦଣା ସୁରରେ ପାଟି କରୁଛନ୍ତି ଜ୍ୟୋତି । ଅନିଦ୍ରା ନୁହେଁ, ରାତି ୪.୪୫ରେ କରିଛି ଶାନ୍ତ ସୂରରେ କହିଲେ ଜୀବନ। ତମର କଣ,ଦରକାର ଥିଲା ରୋଷେଇ କରିବା ! ଟିକେ ବିକଳ ସ୍ୱରରେ କହିଲେ ଜ୍ୟୋତି । ଜ୍ୟୋତି, ମୁଁ ଜାଣିଛି ତମ ଦେହ ଭଲନାହିଁ । ଆଉ ଆଜି ତମ ଅଫିସ୍କୁ କିଛିଟା ଅଫିସର୍ ଆସୁଛନ୍ତି । ମୁଁ ଜାଣେ, ତମର ଏମିତି ଅବସ୍ଥାରେ ବି ତମେ କବେ ଛୁଟି ନବନି । ସେଇଥି ପାଇଁ ମୁଁ ଟିଫିନ୍ ତିଆରି କରିଛି । ପ୍ଲିଜ ଖାଇଦେଇ ଯିବ । ତମର ମେଡ଼ିସିନ୍ ଖାଇବାର ଅଛି । ଯଦି ମୋର କାର୍ତ୍ତବ୍ୟରେ ତମେ ସନ୍ତୁଷ୍ଟ ନୁହଁ, ତେବେ ତମେ ମତେ ରାଗିପାର । ହେଲେ ଖାଦ୍ୟକୁ ଆଉ ଧ୍ୟାନ ରଖି ତମଦେହକୁ ନୁହେଁ । ଏତକ କହିଦେଇ ବାଥରୁମ୍ ଭିତରକୁ ପଶିଗଲେ ଜୀବନ ।

   ଜୀବନ ବାଥରୁମ୍ରୁ ବାହାରିବା ପରେ, ଦେଖିଲେ ଜ୍ୟୋତି ଟିଫିନ୍ କରି ଯାଇଛନ୍ତି ତା ସହିତ ମେଡ଼ିସିନ୍ ମଧ୍ୟ । ସେ ଖୁସି ହେଲେ । ଜୀବନ ଟିଫିନ୍ ସାରିବା ପରେ ତାଙ୍କର ମନେପଡ଼ିଲା ସଂଗ୍ରାମଙ୍କ ସହ ଟିକେ କଥାହବାର ଥିଲା । ହେଲେ ଫୋନ୍ କାହିଁ ! ବୋଧହୁଏ ଜ୍ୟୋତି ନେଇଥିବେ । ହେଲେ ମୋ ଫୋନ୍ରେ ତାଙ୍କର କାମ କ'ଣ ! ଜୀବନ କିଛି ଗୋଟାଏ ଲେଖିବା ପାଇଁ । ଡ଼ାଏରି ଖୋଜିଲେ । ଏ କ'ଣ ଡାଏରି ଟା ଜ୍ୟୋତିଙ୍କ ବେଡ୍ରେ ।

    ଡାଏରିଟିକୁ ଉଠାଉ ଉଠାଉ, ହଠାତ୍ " ପ୍ରିତିର ପହିଲି ଆଷାଢ଼ ଲଗେଇଦେଲା କି ମଉନି " ଗୀତଟି ବାଜି ଉଠିଲା । ଜ୍ୟୋତିଙ୍କ ଫୋନରୁ ! ଇନ୍ କମିଙ୍ଗ୍ କଲରେ ଲେଖାଥିଲା ସମ୍ପର୍କ ମିଶ୍ର । ସେ କ୍ୱଲ୍ ରେସିଭ୍ କରିବାକୁ ଟିକେ ଅସଙ୍କୋଚ ମନେ କଲେ । ହେଲେ ଫୋନ୍ଟି ଆଉ ଦୁଇଥର ବାଜିଉଠିଲାରୁ, ଜୀବନ କଲ୍ ରେସିଭ୍ କଲେ । ସେପଟୁ ଜ୍ୟୋତିଙ୍କର ସ୍ୱର - ହେଲୋ ! ଟିଫିନ୍ କଲେଣି ! ହୁଁ ! ଧୀର ସ୍ୱରରେ ଉତ୍ତର ଦେଲ ଜୀବନ । ତମେ ମେଡ଼ିସିନ ଖାଇଲଣି ? ହଁ ଖାଇଲି ଦେହ ଟିକେ ଭଲ ଲାଗୁଛି । ଅଫିସ୍ର ମାନେ ଚାଲିଗଲେଣି ଖୁସିର ଢ଼ଙ୍ଗଦେଇ କହିଲେ ଜ୍ୟୋତି । ଆଛା ଫୋନ୍ର ପାସ୍-ୱାଡ୍ ଟିକେ କହିବେ ! ହୁଁ, ଲେଖ କହି ପାସ୍-ୱାଡ୍ କହିଲେ ଜୀବନ " ପେଇନ୍ ଇଜ୍ ମାଇ ସୁଲ୍ " । ଓକେ, ମୁଁ କଲ୍ କରୁଛି କହି କଲ୍ କଟ୍-କଲେ ଜ୍ୟୋତି । 

    ଫୋନ୍କୁ ରଖିଦେଇ ଆଉ ଏକ କବିତାଟିଏ ଲେଖିବା ଆରମ୍ଭ କରି, କବିତାଟିକୁ ସାରିବା ପରେ ପରେ । କଲିଂବେଲ୍ଟି ବାଜିଲା । ବୋଧହୁଏ ସଂଗ୍ରାମ ଆସିଥିବେ ଭାବି, ହଁ ସଂଗ୍ରାମ ଯାଉଛି " ୱେଟ୍ ଏ ସେକ୍ " କହି କବାଟ ଖୋଲିଲେ ଜୀବନ ।

    ଏ କଣ ଆଖିରେ ଲୁହର ଜୁଆର ଆଉ ଓଠରେ କିଛି ଭାଷା କହିବାକୁ ପ୍ରସ୍ତୁତ ହେଉଥିବା ଥରୁଆ ଓଠର ରୂପକୁ ନେଇ ସାମ୍ନାରେ ଛିଡା ହେଇଛନ୍ତି ଜ୍ୟୋତି । ଜୀବନ କିଛି କହିବା ପୂର୍ବରୁ, କାନ୍ଦି-କାନ୍ଦି ବେଡ୍-ରୁମ୍କୁ ଚାଲିଗଲେ ଜ୍ୟୋତି ।

     କଣ ହେଲା ଜ୍ୟୋତି ! ୪ଟା ହବାକୁ ଆଉ ୧୫ ମିନଟ୍ ବାକିଅଛି ଆଉ ତମେ ଏଇଠି ! ଆଗ-ପଛେ ହୋଇ ବେଡ୍-ରୁମ୍ ପହଞ୍ଚିବାଯାଏଁ କହୁଥିଲେ ଜୀବନ । ଏବେ ଜ୍ୟୋତି ଶୋଇଥିବାର ପାଖରେ ବସି କହିଲେ -ଜ୍ୟୋତି କଣ ହେଲା ? ପ୍ରଥମେ ତମେ କହିବ ଏ ସଂଗ୍ରାମ ଟା କିଏ ? କାନ୍ଦ ସ୍ୱରରେ କହିଲେ ଜ୍ୟୋତି । ଓଃ ହ, ସଂଗ୍ରାମ ମୋର ସାଙ୍ଗ। ତମ ଦେହର କଣ୍ଡିସନ୍ସକୁ ନେଇ ଡକ୍ଟର୍ କହିଥିଲେ ସେମିତି କିଛି ସିରିଓସ୍ କେସ୍ ନୁହଁ, କିଛିଟା ମାନସିକ ଚିନ୍ତାର ଆଘାତରେ ଦେହଟା ଟିକେ ଖରାପ ହେଇଛି । ଆଉ ସେଇଥି ପାଇଁ ତମକୁ କିଛିଟା ମେଡ଼ିସିନ୍ସ ଖାଇବାକୁ ହବ । ତେଣୁ ମୁଁ ଡାକ୍ତର୍ ଙ୍କୁ କହିଥିଲି ସଂଗ୍ରାମ୍ ହାତରେ ପଠେଇଦିଅନ୍ତୁ ବୋଲି । ସେ ସବୁ କଥାକୁ ଛାଡ଼ । ତମ ଦେହ ଏବେ କେମିତି ଲାଗୁଛି ।

     ମୁଁ ଠିକ୍ ଅଛି ଜୀବନ, ମୋର କିଛି ହେଇନି । ହେଲେ ମୁଁ ବୁଝିପାରୁନି । ତେବେ ମତେ କଣ ଲୋ ବିପି ହେଇଛି ? ଏଇ ସବୁ ମେଡ଼ିସିନ୍ସ ସତରେ କଣ ମୋ ପାଇଁ ! ଆଉ କେତେ ଦିନ ମତେ ଏମିତି ଲୁଚାଉଥିବ । ଆରେ ଜ୍ୟୋତି ତମର ପୁଣି ହଠାତ୍ କଣ ହେଲା ? ବାସ୍ ଆଉ ଲୁଚେଇବା ଦରକାର ନାହିଁ । ମୁଁ ସଂଗ୍ରାମଙ୍କ ଠାରୁ ସବୁକିଛି ଶୁଣିନେଇଛି । ନିଜର ରାଗକୁ ଲୁହର ଆକାରଦେଇ କାନ୍ଦ-କାନ୍ଦ ସ୍ୱରରେ କହିଲେ ଜ୍ୟୋତି । ଟିକେ ପ୍ରେମ, ଟିକେ ଅଭିମାନ ଏବଂ ଆଉ ଟିକେ ଭାଗ୍ୟଲେଖାର ଆଦର ଭାବଦେଇ କହିଲେ ଜୀବନ -

ଓଃ ଆଇ ଆମ୍ ସୋରୀ ଜ୍ୟୋତି, ମୁଁ ଠିକ୍ ଅଛି । ସେଇ ସବୁ କିଛି ନୁହଁମ । ଡକ୍ଟର୍ କହିଛନ୍ତି କିଛିଦିନ ପରେ ମୁଁ ଠିକ୍ ହେଇଯିବି । ମୋର କିଛି ହବନି । ମୋର କଣ ହବ ! ଆଛା ତମେ ରେଷ୍ଟନିଅ କହୁ-କହୁ ମୁଣ୍ଡକୁ ଆଉଁସି ପ୍ରସ୍ଥାନ କଲେ ଜୀବନ । 

    ବାଲ୍କୋନି ଚ୍ୟାର୍ରେ ବସୁବସୁ ତାଙ୍କ ମନରେ ଭ୍ରମିତ ହେଲା ଜ୍ୟୋତି ପ୍ରଶ୍ନର ଉତ୍ତର ସବୁତକ । ସେ ଆଉ ବିଳମ୍ବ ନକରି ଲେଖିପକେଇଲେ ଡ଼ାଏରି । ଲେଖାଟିକୁ ସାରିବା ପରେ ସଂଗ୍ରାଙ୍କର ଫୋନ୍-କଲ୍ ପାଇ ବାହାରକୁ ଚାଲିଗଲେ ଜୀବନ ।

     ଏପଟୁ ଜ୍ୟୋତିଙ୍କର ନିଦଟି ଭାଙ୍ଗିବା ପରେ ସୂର୍ଯ୍ୟରଶ୍ମିକୁ ଛାଡ଼ିଦେଇ ପୂନରାବୃତ୍ତି ସେଇ ମୂହୂର୍ତ୍ତର । ସେଇ ଖାଁ-ଖାଁ, ସେଇ ନିରୋଳା ଯନ୍ତ୍ରଣା । ଏଇ ଦୁଇ ତିନିଦିନ ହବ ସତରେ କଣ ଜ୍ୟୋତି ବଦଳିଗଲେ, ନା ବଦଳିଗଲା ମୁହୂର୍ତ୍ତମାନ । ଏ କଣ ଜ୍ୟୋତି ବେଡ୍ରୁ ଉଠି ନିରାଶର ମନମାରି ଚାଲିଗଲେ ବାଲ୍କୋନି ଆଡକୁ । ବାଲ୍କୋନିରେ ଥିବା ଚ୍ୟାର୍ରେ ବସି ଦେଖିବାକୁ ଲାଗିଲେ ପ୍ରକୃତିର ସୌନ୍ଦର୍ଯ୍ୟତାକୁ । ଆଜି କାହିଁ ତାଙ୍କର ଭାରି ଇଚ୍ଛା ହଉଥିଲା ଆଖି ସାଥିରେ ଆଖି ମିଶେଇ, ନିଶ୍ୱାସ ସାଥିରେ ନିଶ୍ୱାସ ଦେଇ ଆଉ ପ୍ରଶ୍ୱାସ ସାଥିରେ ମାନଯନ୍ତ୍ରଣା ଖୋଲି କହିବାକୁ ଜୀବନକୁ । ଏଇ ମୁହୂର୍ତ୍ତରେ ସେ କାହିଁକି ଜୀବନଙ୍କୁ ବହୁତ ଖୋଜୁଥିଲେ । ତାଙ୍କର ଇଚ୍ଛା ହଉଥିଲା ସତେଯେମିତି ଆଜିକୁ ବହୁଦିନଧରି ପାଚେରି ହେଇ ରହିଥିବା ନିଆଁ ରୂପି ଅନ୍ତରତାକୁ ସେ ଲିଭେଇ ଦବାକୁ ଚାହେଁ ଜୀବନଙ୍କ କୋଳରେ ପଶିଯାଇ ଛୋଟ ଛୁଆ ଭଳି, ତାଙ୍କ ମଜ୍-ବୁତ ଛାତିରେ ଅନ୍ତରତାର ନିଆଁ ଉପରେ ଲୁହଝରେଇ ।

       ସେ ଆଉ ବିଳମ୍ବ ନକରି କିଛି ଗୋଟାଏ ଲେଖିବା ପାଇଁ ଖୋଲି ପକେଇଲେ ଜୀବନଙ୍କର ପର୍ସୀନାଲ ଡ଼ାଏରୀ । ହେଲେ ଏକଣ ଜୀବନ ନିଜର ଯନ୍ତ୍ରଣା ଉତ୍ତରକୁ ଲେଖିବାସାରି ପେନ୍ ରଖିଦେଇ ଯାଇଥିବା ପୃଷ୍ଠାର ଲେଖାଟିରେ ଅଟକିଗଲେ ଜ୍ୟୋତି । ଲେଖାଟି ଥିଲା - 

     ହଁ ଜ୍ୟୋତି ମୋ ଦେହରେ ଥିବା ଲୋ ବି.ପି.ର ଆଦରକୁ ନେଇ ମୋର ଆତ୍ମା ପକ୍ଷୀ ଆଉଟ-ପାଉଟ ହଉଛି । ହେଲେ ମୋ ପାଖରେ ଉପାୟ ଆଉ କଣ । ଜନ୍ମ ଯେମିତି ବାସ୍ତବିକ ମୃତ୍ୟୁ ମଧ୍ୟ ସେମିତି ବାସ୍ତବିକ । ତେଣୁ ମରଠୁ ଆଉ କେତେ ଲୁଚିବୁ, କେତେ ଦୌଡ଼ିବୁ ମୁଁ ଯେତେ ଚେଷ୍ଟା କରିବା ସତ୍ୱେ ଥକିଗଲିଣି । ସେ ସବୁର ମାନେ ହିଁ ବୃଥା, ହଁ କିଛି ଲାଭ ହିଁ ନାହିଁ ବଞ୍ଚିଥାଇ । ମୁଁ ତମକୁ ଲୁଚେଇ ଆସିଛି ଏଇଥିପାଇଁ ଯେ, ତମର ସେଇ ବ୍ୟସ୍ତତା ଦୁନିଆ ଭିତରେ ମୁଁ ଆଉ ଅଲୋଡ଼ା ଘଣ୍ଟା ବା ପୁରୁଣା ଭଙ୍ଗା-ଫଟା ଘଣ୍ଟା ହେଇ ତମ ଖୁସିର ମୂହୂର୍ତ୍ତ ମାନଙ୍କୁ ବାନ୍ଧିରଖିବାକୁ ଚାହେଁନି । 

       ଏମିତିରେ ମୋ ପାଖରେ ଆଉ କଣ ଅବା ଅଛି । ଯାହା ତମକୁ ସୁଖୀ କରିବ । ହସ-ଖୁସି ବାଣ୍ଟିବାର ଖୋରାକ ତ କଣ ମୁଁ ଜାଣେନା । ଏଇ ଦୁନିଆରେ ତମ ଛଡ଼ା ମୋର ନିଜର ବୋଲି ଆଉ କିଏ । ଏମିତିରେ କହିବାକୁ ଗଲେ ସମ୍ପତ୍ତି । ହୁଁ ହା ହା ହା ମୋର ସମ୍ପତ୍ତି କହିଲେ ଏଇ ଛୋଟିଆ ଘର ଆଉ ଏଇ ଗାଡି, ଏଇ ସବୁକୁ ଛାଡି ଦେଲେ ମୋର ଶ୍ରେଷ୍ଠ ସମ୍ପତ୍ତି ହଉଛି ମୋର ସେଇ ସଂଗୀତ ବାଦନର ଯନ୍ତ୍ର ସବୁ । ତେଣୁ ମୋର ଏଇଘର ଆଉ ଏଇ କିଛି ଜମିବାଡ଼ିକୁ ତମନାଁରେ କରିଦେଇଛି ।

     ମୁଁ ଚାଲିଗଲା ପରେ ଆଦରି ନବ । ବାକି କଥା ରହିଲା ଶବସତ୍କାର । କିଏ ଜାଣିଛି କେତେବେଳେ ଉଡିଯିବ ଏଇ ପ୍ରାଣପକ୍ଷୀ ମୋର ଏଇ ଲୋବିପି ପଞ୍ଜୁରୀର ଆଘାତକୁ ପାଇ । ଯଦିଓ ମୋ ଭାବନାର ଉଚିତ୍ ହୁଏ ତେବେ . . . ପ୍ଲିଜ୍ ମୋ ଶବକୁ ଏଣେତେଣେ ନଫୋପାଡି ଯୁଇସଜେଇ ନିଆଁଟିକେ ଲଗେଇଦବ । ନହେଲେ ତମର ଅସମ୍ନାନ ହବ । ହଁ ତା ସହିତ ମୋର ଏଇସବୁ ସଙ୍ଗୀତ ଯନ୍ତ୍ରମାନକୁ । ମୋର ଆତ୍ମା ହୁଏତ ହଇରାଣ କରିପାରେ ତମକୁ । ଓକେ " ୱାର୍କ ଲାଇକ୍ ଏ ଲେବର୍, ଲାଇଭ୍ ଲାଇକ୍ ଏ କୁଇନ୍ "

     ଲେଖାଟିକୁ ପଢ଼ିସାରିବା ପରେ ଜ୍ୟୋତି ନିରୁତ୍ତର ହେଇ ଲୁହ ଝରେଇ ସେମିତି ବସି ରହି ଦେଖୁଥିଲେ ସେଇ ଦୂର ଆକାଶିଆ ମେଘକୁ, ଅସ୍ତ ହବା ପାଇଁ ପ୍ରସ୍ତୁତରେ ଚାଲିଯାଉଥିବା ସୂର୍ଯ୍ୟକୁ, ଉଡିଯାଉଥିବା ଦଳ-ଦଳ ପକ୍ଷୀମାନକୁ ଆଉ ମିଞ୍ଜିମିଞ୍ଜିଆ ହୋଇ ବଢିଚାଲୁଥିବା ସନ୍ଧ୍ୟାକୁ ।

     ସମୟ ଯାଇ ସନ୍ଧ୍ୟା ୬ ବାଜିଲାଣି ହେଲେ ଜୀବନ କାହିଁ ଏପର୍ଯ୍ୟନ୍ତ ଫେରିନାହାନ୍ତି । ତାଙ୍କର ଆଉ ଧୈର୍ଯ୍ୟର ସୀମା ରହିଲା ନାହିଁ । ସେ ଫୋନ୍ ନେଇଆସିବା ପାଇଁ ବେଡ୍-ରୁମ୍ ଭିତରକୁ ଗଲେ । ଏଇ ସମୟ ଭିତରେ ଜୀବନ ଆସି ବସିଥିଲେ ବାଲ୍କୋନି ବେଞ୍ଚରେ । ଆଉ ଦେଖିବାକୁ ଲାଗିଲେ ଅନ୍ଧାର ରାତିର ସେଇ ମିଞ୍ଜି-ମିଞ୍ଜି ତାରା ମାନକୁ । ଏଇ ସମୟରେ ଜ୍ୟୋତି ଆସି ବସିଗଲେ ଜୀବନ ପାଖରେ ଆଉ ଦୁହେଁ ମିଶି ଦେଖିବାକୁ ଲାଗିଲେ ନିରବରେ । ଆକାଶର ତାରା ସବୁକୁ ଦେଖୁ-ଦେଖୁ ଜ୍ୟୋତି ଶୋଇ ଯାଇଥିଲେ ଜୀବନ ଛାତିରେ । ଜୀବନ ଦେଖିଲେ, ଜ୍ୟୋତିଙ୍କ ଆଖି ତଳେ ଲୁହର ଧାର ସବୁ ବୋହିଯାଇଛି ଅନ୍ତରତାର ନିଆଁକୁ ଲିଭେଇ ଦେବା ପାଇଁ । ଜୀବନଙ୍କର ନଜର ପଡ଼ିଲା, ସେ ଲେଖିଥିବା କେତୋଟାଏ ଧାଡି ଉପରେ ଲେଖା ଯାଇଛି - " ଆଇ କ୍ୟାଣ୍ଟ ଲାଇଭ୍ ଉଇଥ୍-ଆଉଟ୍ ମାଇ କିଙ୍ଗ୍ " ଜୀବନ ଜ୍ୟୋତିଙ୍କ ମୁଣ୍ଡରେ ଆଉଁସି ଦଉ-ଦଉ ମଥାରେ ଆଙ୍କିଦେଲେ ଚୁମ୍ବନଟିଏ ଜ୍ୟୋତିଙ୍କୁ କୋଳାଗ୍ରତରେ ରଖି ।



Rate this content
Log in

More oriya story from କମଳାକୃଷ୍ଣ ଅଶୋକ

Similar oriya story from Children